Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ସୁନ୍ଦରଗଡ଼ରେ ପ୍ରାକୃତିକ ପଦ୍ଧତିରେ ଚାଷ, ଲାଭବାନ ହେଉଛନ୍ତି ଆଦିବାସୀ ବର୍ଗର ଚାଷୀ
ଆଜିର ଖବର

ସୁନ୍ଦରଗଡ଼ରେ ପ୍ରାକୃତିକ ପଦ୍ଧତିରେ ଚାଷ, ଲାଭବାନ ହେଉଛନ୍ତି ଆଦିବାସୀ ବର୍ଗର ଚାଷୀ

April 6, 2023No Comments3 Mins Read
Share Facebook Twitter LinkedIn Email WhatsApp Copy Link

ସୁନ୍ଦରଗଡ଼: ପରିବେଶ ଅନୁକୂଳ କୃଷି ଏବଂ ରାସାୟନିକ ସାର ମୁକ୍ତ ଖାଦ୍ୟଶସ୍ୟ ଉତ୍ପାଦନ ହେଉଛି ବର୍ତ୍ତମାନ ସମୟର ବଡ଼ ଆବଶ୍ୟକତା। ତେଣୁ ଏହାକୁ ଦୃଷ୍ଟିରେ ରଖି ସୁନ୍ଦରଗଡ଼ ସମନ୍ୱିତ ଆଦିବାସୀ ଉନ୍ନୟନ ସଂସ୍ଥା (ଆଇଟିଡିଏ) ପକ୍ଷରୁ ନାଚୁରାଲ ଫାର୍ମିଂ ବା ପ୍ରାକୃତିକ ଚାଷ ଉପରେ ଗୁରୁତ୍ୱ ଦିଆଯାଉଛି। ଏହି ଚାଷ କରିବା ଫଳରେ ଆଦିବାସୀ ବର୍ଗର ଚାଷୀମାନେ ବିଶେଷ ଲାଭବାନ ହେଉଛନ୍ତି।

୨୦୨୨-୨୩ ବର୍ଷରେ ସୁନ୍ଦରଗଡ଼ ଜିଲ୍ଲା କୁତ୍ରା ବ୍ଲକର ତେଲିଘଣା ଗାଁରେ ଏହି ପ୍ରାକୃତିକ ଚାଷ ପାଇଲଟ୍ କାର୍ଯ୍ୟକ୍ରମ ଭାବେ ଆରମ୍ଭ କରାଯାଇଥିଲା। ଏହି ଚାଷରେ ଆଦିବାସୀ ବର୍ଗର ଚାଷୀଙ୍କୁ ସାମିଲ କରାଯାଇଥିଲା। ଏହି କାର୍ଯ୍ୟକ୍ରମ ଲାଗି ସୁନ୍ଦରଗଡ଼ ଜିଲ୍ଲା ଖଣିଜ ପ୍ରତିଷ୍ଠାନ ପକ୍ଷରୁ ଆର୍ଥିକ ସହାୟତା ଯୋଗାଇ ଦିଆଯାଉଛି।

“ଆଦିବାସୀ ବହୁଳ ସୁନ୍ଦରଗଡ଼ ଜିଲ୍ଲାର ଚାଷ କ୍ଷେତ୍ରରେ ରାସାୟନିକ ସାର ବ୍ୟବହାରକୁ ନିୟନ୍ତ୍ରଣ ଲାଗି ପ୍ରାକୃତିକ ପଦ୍ଧତି ଚାଷକୁ ପ୍ରୋତ୍ସାହନ ଦିଆଯାଉଛି। ଏଥିପ୍ରତି ଚାଷୀମାନେ ବିଶେଷ ଆଗ୍ରହ ଦେଖାଉଛନ୍ତି। ପ୍ରାକୃତିକ ପଦ୍ଧତିରେ ହେଉଥିବା ଫସଲର ଚାହିଦା ମଧ୍ୟ ବଜାରରେ ଭଲ ରହୁଛି। ପାଇଲଟ୍ ଭାବେ ତେଲିଘଣାରେ ଆରମ୍ଭ ହୋଇଥିବା ଏହି କାର୍ଯ୍ୟକ୍ରମକୁ ଆଗାମୀ ଦିନରେ ଆହୁରି ବ୍ୟାପକ କରାଯିବ”, କହିଛନ୍ତି ସୁନ୍ଦରଗଡ଼ ସମନ୍ୱିତ ଆଦିବାସୀ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ପ୍ରଶାସକ ରାମକୃଷ୍ଣ ଗଣ୍ଡ।

ରାସାୟନିକ ସାରର ବହୁଳ ବ୍ୟବହାର ଯୋଗୁଁ ଚାଷ ଜମିର ଉର୍ବରତା ହ୍ରାସ ପାଉଛି। ତା’ଛଡ଼ା ପରିବେଶ ଉପରେ ମଧ୍ୟ ଏହାର ପ୍ରଭାବ ପଡ଼ୁଛି। ଏ ସମ୍ପର୍କରେ ଆଦିବାସୀ ବର୍ଗର ଚାଷୀଙ୍କ ଭିତରେ ସଚେତନତା ସୃଷ୍ଟି କରାଯାଇ ସୁନ୍ଦରଗଡ଼ ଆଇଟିଡିଏ ପକ୍ଷରୁ ପ୍ରାକୃତିକ ପଦ୍ଧତିରେ ଚାଷ କରିବା ଲାଗି ପ୍ରୋତ୍ସାହନ ଯୋଗାଇ ଦିଆଯାଉଛି।

ତେଲିଘଣା ଗାଁର ୫୫ ଜଣ ଚାଷୀ ପ୍ରାକୃତିକ ପଦ୍ଧତିରେ ଚାଷ କରିଥିଲେ। ୮୦ ଏକର ଜମିରେ ସେମାନେ ଧାନ ଓ ଚିନା ବାଦାମ ଚାଷ କରିଥିଲେ। ଏଥିପାଇଁ ଚାଷୀମାନଙ୍କୁ ମାଗଣାରେ ଦେଶୀ କିସମର ବିହନ ଯୋଗାଇ ଦିଆଯାଇଥିଲା। ଏହି ଚାଷରେ ଚାଷୀମାନେ ପ୍ରାକୃତିକ ଉପାୟରେ ନିଜେ ସାର ପ୍ରସ୍ତୁତ କରି ବ୍ୟବହାର କରିଥିଲେ। ଏଥିପାଇଁ ଆଇଟିଡିଏ ପକ୍ଷରୁ ସେମାନଙ୍କୁ ତାଲିମ ଦିଆଯାଇଥିଲା।

ପ୍ରାକୃତିକ ପଦ୍ଧତିରେ ଚାଷରେ ଜୀବାମୃତ, ଘନ ଜୀବାମୃତ, ଦଶପର୍ଣ୍ଣି ଅର୍କ, ବ୍ରହ୍ମାସ୍ତ୍ର, ନିମାସ୍ତ୍ର ଏବଂ ବୀଜାମୃତ ଆଦି ବ୍ୟବହାର କରାଯାଉଛି। ଚାଷୀମାନେ ଗୃହପାଳିତ ଦେଶୀ ଗାଈଗୋରୁଙ୍କ ମଳ ମୂତ୍ର ସହିତ ଗୁଡ଼ ଏବଂ ବେସନ ଆଦି ମିଶ୍ରଣ କରି ଏହି ସାର ପ୍ରସ୍ତୁତ କରୁଛନ୍ତି।

“ଆଗରୁ ଆମେ ଚାଷ କାମରେ ରାସାୟନିକ ସାର ବ୍ୟବହାର କରୁଥିଲୁ। ହେଲେ ସୁନ୍ଦରଗଡ଼ ଆଇଟିଡିଏର ଅଧିକାରୀମାନେ ଆସି ଆମକୁ ପ୍ରାକୃତିକ ପଦ୍ଧତି ଚାଷ ଉପରେ ବୁଝାଇଥିଲେ। ଆମେ ଏ ଦିଗରେ ଆଗ୍ରହ ଦେଖାଇ ଧାନ ଓ ବାଦାମ ଚାଷ କଲୁ। ଭଲ ଅମଳ ମଧ୍ୟ ହେଲା”, କହନ୍ତି ତେଲିଘଣା ଗାଁର ଜଣେ ଚାଷୀ ଏମାନ ବୁଡୁ।

“ରାସାୟନିକ ସାର କିଣିବାରେ ଆମର ଅଧିକ ଟଙ୍କା ଖର୍ଚ୍ଚ ହେଉଥିଲା। ଏବେ ପ୍ରାକୃତିକ ପଦ୍ଧତିରେ ଚାଷ କରିବା ଫଳରେ ଆମର କମ୍ ଖର୍ଚ୍ଚ ହେଉଛି। ଧାନ ଓ ବାଦାମ ସହିତ ଆମେ ପନିପରିବା ଚାଷରେ ମଧ୍ୟ ପ୍ରାକୃତିକ ଉପାୟରେ ପ୍ରସ୍ତୁତ ସାର ପ୍ରୟୋଗ କରୁଛୁ। ଭଲ ଅମଳ ହେବା ସହ ବଜାରରେ ଏହାର ଭଲ ଚାହିଦା ରହିଛି”, କହନ୍ତି ଜଣେ ମହିଳା ଚାଷୀ ବିମଳା ବାର୍ଲା।

ତେଲିଘଣାରେ ପ୍ରାକୃତିକ ପଦ୍ଧତିରେ ଚାଷ ଆରମ୍ଭ ହେବା ପୂର୍ବରୁ ଆଇଟିଡିଏର ଅଧିକାରୀମାନେ ଚାଷ ଜମି ବୁଲି ଦେଖିଥିଲେ। ଏହାପରେ ଚାଷୀମାନେ ଦେଶୀ ଧାନ ଏବଂ ବାଦାମ ଚାଷ ଲାଗି ଜମି ପ୍ରସ୍ତୁତ କରିଥିଲେ। ମହାତ୍ମା ଗାନ୍ଧୀ ନରେଗା ଯୋଜନାରେ ଏଥିପାଇଁ ମଜୁରି ସହାୟତା ଦିଆଯାଉଛି। ଚାଷୀ ଚିହ୍ନଟ ସହିତ କ୍ଷେତ୍ର ସ୍ତରରେ ଏହି କାର୍ଯ୍ୟକ୍ରମର ପରିଚାଳନା ଲାଗି ସ୍ୱେଚ୍ଛାସେବୀ ଅନୁଷ୍ଠାନ ସେବକକୁ ଦାୟିତ୍ୱ ଦିଆଯାଇଛି।

ପ୍ରାକୃତିକ ପଦ୍ଧତି ଚାଷ ପାଇଁ ତେଲିଘଣାର ଆଦିବାସୀ ଚାଷୀଙ୍କ ଭିତରେ ଉତ୍ସାହ ଦେଖିବାକୁ ମିଳିଛି। ଆଗାମୀ ଦିନରେ ଅନ୍ୟ ବ୍ଳକକୁ ଏହି ଚାଷ ସଂପ୍ରସାରଣ କରିବାକୁ ଲକ୍ଷ୍ୟ ରହିଥିବା ସୁନ୍ଦରଗଡ଼ ଆଇଟିଡିଏର ପ୍ରକଳ୍ପ ପ୍ରଶାସକ ରାମକୃଷ୍ଣ ଗଣ୍ଡ କହିଛନ୍ତି।

ଖାଦ୍ୟଶସ୍ୟ ଉତ୍ପାଦନ ସୁନ୍ଦରଗଡ
Share. Facebook Twitter LinkedIn Email WhatsApp Copy Link

Related Posts

“ଦୁଇ ଦିନ ମଧ୍ୟରେ ପର୍ଦ୍ଦାଫାସ କରିବି”: ରାହୁଲଙ୍କୁ ଭେଟି ବିମାନ ଦୁର୍ଘଟଣା ସମ୍ପର୍କରେ କହିଲେ ରୋହିତ ପାୱାର

March 12, 2026

ମୁଖ୍ୟମନ୍ତ୍ରୀଙ୍କ ଚିଠିର ପ୍ରଭାବ: ନୂଆ ଅମୃତ ଭାରତ ଟ୍ରେନକୁ ଅନୁମୋଦନ କଲେ ରେଳମନ୍ତ୍ରୀ

March 12, 2026

ଟିମ୍ ଇଣ୍ଡିଆକୁ ୧୩୧ କୋଟି ପ୍ରଦାନ କଲା ବିସିସିଆଇ: ଜାଣନ୍ତୁ ଏହି ଟଙ୍କା କିଏ ପାଇବ? 

March 12, 2026

ମହାରାଷ୍ଟ୍ର ବଜେଟ ଅଧିବେଶନ ମଧ୍ୟରେ ବିଧାନ ଭବନକୁ ବୋମା ଧମକ!: ତଲାସୀ ଅଭିଯାନ ଆରମ୍ଭ

March 12, 2026
Latest News

“ଦୁଇ ଦିନ ମଧ୍ୟରେ ପର୍ଦ୍ଦାଫାସ କରିବି”: ରାହୁଲଙ୍କୁ ଭେଟି ବିମାନ ଦୁର୍ଘଟଣା ସମ୍ପର୍କରେ କହିଲେ ରୋହିତ ପାୱାର

March 12, 2026

ମୁଖ୍ୟମନ୍ତ୍ରୀଙ୍କ ଚିଠିର ପ୍ରଭାବ: ନୂଆ ଅମୃତ ଭାରତ ଟ୍ରେନକୁ ଅନୁମୋଦନ କଲେ ରେଳମନ୍ତ୍ରୀ

March 12, 2026

ବଡ଼ କୂଟନୈତିକ ସଫଳତା!: ଭାରତୀୟ ତୈଳ ଜାହାଜକୁ ଅନୁମତି ଦେଲା ଇରାନ

March 12, 2026

ଟିମ୍ ଇଣ୍ଡିଆକୁ ୧୩୧ କୋଟି ପ୍ରଦାନ କଲା ବିସିସିଆଇ: ଜାଣନ୍ତୁ ଏହି ଟଙ୍କା କିଏ ପାଇବ? 

March 12, 2026

ମହାରାଷ୍ଟ୍ର ବଜେଟ ଅଧିବେଶନ ମଧ୍ୟରେ ବିଧାନ ଭବନକୁ ବୋମା ଧମକ!: ତଲାସୀ ଅଭିଯାନ ଆରମ୍ଭ

March 12, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.