Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଏପ୍ରିଲ ୨୦ ରୁ ୨୨ ତାରିଖ ପର୍ଯ୍ୟନ୍ତ କଳିଙ୍ଗ ଷ୍ଟାଡିୟମଠାରେ ହେବ ‘ଓଡିଶା ସ୍କିଲ୍‌ କନକ୍ଲେଭ -୨୦୨୩’ ଆୟୋଜନ
ଆଜିର ଖବର

ଏପ୍ରିଲ ୨୦ ରୁ ୨୨ ତାରିଖ ପର୍ଯ୍ୟନ୍ତ କଳିଙ୍ଗ ଷ୍ଟାଡିୟମଠାରେ ହେବ ‘ଓଡିଶା ସ୍କିଲ୍‌ କନକ୍ଲେଭ -୨୦୨୩’ ଆୟୋଜନ

April 11, 2023No Comments3 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦୂରଦୃଷ୍ଟି ସମ୍ପନ୍ନ ମାର୍ଗଦର୍ଶନରେ ଓଡିଶା ସରକାର ନୀତିଗତ ସଂସ୍କାର, ଭିତ୍ତିଭୂମି ବିକାଶ, ଦକ୍ଷତା ଇତ୍ୟାଦି ମାଧ୍ୟମରେ ଶିଳ୍ପ କ୍ଷେତ୍ରର ଅଭିବୃଦ୍ଧି ପାଇଁ ଏକ ପ୍ରଗତିଶୀଳ ଇକୋସିଷ୍ଟମ ପ୍ରତିଷ୍ଠା ପାଇଁ ବିଭିନ୍ନ ପରିବର୍ତ୍ତନମୂଳକ ପଦକ୍ଷେପ ନେଇଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ବଳିଷ୍ଠ ନେତୃତ୍ୱରେ ‘ସ୍କିଲ ଇନ ଓଡିଶା’ TVET ଇକୋ-ସିଷ୍ଟମରେ ଏକ ବିଶ୍ୱସ୍ତରୀୟ ବ୍ରାଣ୍ଡ ଭାବରେ ମାନ୍ୟତା ପାଇଛି। ରାଜ୍ୟର ଏହି ମହତକାଂକ୍ଷୀ ଦୃଷ୍ଟିକୋଣ ଏବଂ ସମସ୍ତ ହିତାଧିକାରୀଙ୍କ ଅକ୍ଲାନ୍ତ ଉଦ୍ୟମ ଯୋଗୁ ‘ସ୍କିଲ୍‌ -ଇନ୍‌- ଓଡିଶା’ ତାଲିମଦାତାଙ୍କୁ ୨୦୧୯ ବିଶ୍ୱ୍‌ ଦକ୍ଷତା ପ୍ରତିଯୋଗିତାରେ ଭାରତରୁ ପ୍ରଥମ ସ୍ୱର୍ଣ୍ଣ ପଦକ ଜିତିବାରେ ସକ୍ଷମ କରିଛି ବୋଲି ଦକ୍ଷତା ବିକାଶ ଏବଂ ବୈଷୟିକ ଶିକ୍ଷା ମନ୍ତ୍ରୀ ପ୍ରୀତିରଞ୍ଜନ ଘଡେଇ କହିଛନ୍ତି।

ଗୀତଗୋବିନ୍ଦ ସଦନଠାରେ ଗଣମାଧ୍ୟମକୁ ସମ୍ବୋଧିତ କରି ମନ୍ତ୍ରୀ ଶ୍ରୀ ଘଡେଇ କହିଛନ୍ତି ଯେ, ଓଡ଼ିଶାରେ ଏଭଳି ଆୟୋଜନ ଭାରତବର୍ଷରେ ପ୍ରଥମ ଏବଂ ଓଡ଼ିଶା ହେବ ସୁଯୋଗର ପୃଷ୍ଠଭୂମି। ‘ସ୍କିଲ୍‌-ଇନ୍‌-ଓଡିଶା’ ବ୍ରାଣ୍ଡକୁ ଅଧିକ ପ୍ରୋତ୍ସାହିତ କରିବା ଉଦ୍ଦେଶ୍ୟରେ ରାଜ୍ୟର ଯୁବକମାନଙ୍କୁ କେବଳ ଦେଶ ଭିତରେ ନୁହେଁ ବିଦେଶରେ ମଧ୍ୟ ନିଯୁକ୍ତି ଦେବା ପାଇଁ ଓଡିଶା ସରକାର ନୂତନ ଭାରତ ପାଇଁ ଦକ୍ଷତା ଥିମ୍‌ ସହିତ ଚଳିତ ଏପ୍ରିଲ ୨୦ ରୁ ୨୨ ତାରିଖ ପର୍ଯ୍ୟନ୍ତ କଳିଙ୍ଗ ଷ୍ଟାଡିୟମଠାରେ ‘ଓଡିଶା ସ୍କିଲ୍‌ କନକ୍ଲେଭ -୨୦୨୩’ ଆୟୋଜନ କରୁଛନ୍ତି।

ଏହି କନକ୍ଲେଭ ମାଧ୍ୟମରେ ସରକାର ଶିଳ୍ପ, ଶାକ୍ଷାନୁଷ୍ଠାନ, ତାଲିମ ସହଭାଗୀ, କ୍ଷେତ୍ରୀୟ ଦକ୍ଷତା ପରିଷଦ, ଅନ୍ତର୍ଜାତୀୟ ସଂଗଠନ, ରାଷ୍ଟ୍ର ପ୍ରତିନିଧି ଏବଂ ସ୍କିଲ୍‌ ଆମ୍ବାସାଡରଙ୍କୁ ଜଡିତ ହେବାକୁ ପ୍ରଯନି କରୁଛନ୍ତି। ସୁଚିନ୍ତିତ, ସହମତି ଭିତ୍ତିରେ କାର୍ଯ୍ୟ କରିବା ସହିତ ଏକ ନୂତନ ବିଶ୍ୱ୍‌ ଗଠନ ଦିଗରେ ଓଡିଶାର ବିକାଶ ଏବଂ ଭବିଷ୍ୟତର କାର୍ଯ୍ୟପନ୍ଥା ପାଇଁ ଏକ ରୋଡ୍‌ ମ୍ୟାପ ପ୍ରସ୍ତୁତ କରିବାର ଏହା ହେଉଛି ଉପଯୁକ୍ତ ପ୍ଲାଟଫର୍ମ। ଓଡ଼ିଶାର ଦକ୍ଷତା ପ୍ରଦର୍ଶନ ପାଇଁ ଓଡିଶା ସ୍କିଲ କନକ୍ଲେଭ ଏକ ଅନନ୍ୟ ସୁଯୋଗ ପ୍ରଦାନ କରିବ।

ଚଳିତ ୨୦ ଏପ୍ରିଲ, ୨୦୨୩ ରେ ଉଦ୍‌ଘାଟିତ ହେବାକୁ ଥିବା ଏହି କାର୍ଯ୍ୟକ୍ରମରେ ଭାରତରେ ସମନ୍ୱିିତ ସ୍କିଲ୍‌ ଇକୋସିଷ୍ଟମ୍‌, ଦକ୍ଷ ମାନବ ଶକ୍ତି ଇତ୍ୟାଦି ପ୍ରସଙ୍ଗ ଭିତ୍ତିକ ଆଲୋଚନା ସହ ଦକ୍ଷତା ବିକାଶ ଉପରେ ଅଧିବେଶନମାନ ଅନୁଷ୍ଠିତ ହେବ। ୨୧ ଏପ୍ରିଲରେ ସ୍ୱତନ୍ତ୍ର ଅଧିବେଷନ ଓ ପ୍ରଦର୍ଶନୀ ମାଧ୍ୟମରେ ଭାରତକୁ ସ୍କିଲ୍‌ କ୍ୟାପିଟାଲ୍‌ ଭାବେ ଗଢିତୋଳିବା, ଦକ୍ଷତା ମାଧ୍ୟମରେ ମହିଳାମାନଙ୍କୁ ସଶକ୍ତିକରଣ, ଡ୍ରୋନ୍‌ ଟେକ୍ନୋଲୋଜି ସହିତ ସେକଫର ସ୍କିଲ୍‌ କାଉନସିଲର ଭୂମିକା ଆଦି ଗୁରୁତ୍ୱପୂର୍ଣ୍ଣ ବିଷୟ ଉପରେ ଆଲୋଚନା ହେବାର ପ୍ରସ୍ତାବ ରହିଛି ବୋଲି ମନ୍ତ୍ରୀ ଶ୍ରୀ ଘଡେଇ ପ୍ରକାଶ କରିଛନ୍ତି।

ବିଭାଗୀୟ ପ୍ରମୁଖ ଶାସନ ସଚିବ ଉଷା ପାଢ଼ୀ ଗଣମାଧ୍ୟମକୁ କହିଛନ୍ତି ଯେ, ଏହି କାର୍ଯ୍ୟକ୍ରମରେ ପ୍ରଖ୍ୟାତ ଆନ୍ତର୍ଜାତୀୟ ତଥା ଜାତୀୟ ମାନ୍ୟଗଣ୍ୟ ବ୍ୟକ୍ତି/ବୁଦ୍ଧିଜୀବୀ/ଶିଳ୍ପ ପ୍ରତିନିଧୀମାନେ ଅଂଶଗ୍ରହଣ କରିବେ। ୨୦୦୦ରୁ ଊଦ୍ଧ୍ୱର୍ ଛାତ୍ରଛାତ୍ରୀ ଶିଳ୍ପ/ଏକାଡେମୀ / ସରକାରୀ କ୍ଷେତ୍ରର ୧୦୦୦ ରୁ ଊର୍ଦ୍ଧ୍ଵ ପ୍ରତିନିଧି ମଧ୍ୟ କାର୍ଯ୍ୟକ୍ରମରେ ସାମିଲ ହେବେ।

ଏହି ସମ୍ମାଳନୀରେ ITIS / ପଲିଟେକ୍ନିକ୍ସ / ଇଞ୍ଜିନିୟରିଂ କଲେଜ / ବିଶ୍ୱବିଦ୍ୟାଳୟ ତଥା ବିଶିଷ୍ଟ ଶିଳ୍ପ ତଥା ସରକାରୀ ବିଭାଗର ୧୦୦ ରୁ ଊଦ୍ଧ୍ୱର୍ ପ୍ରଦର୍ଶନୀ ଆୟୋଜିତ ହେବ।

କନକ୍ଲେଭରେ ରାଜ୍ୟରେ ଦକ୍ଷତା ସମ୍ବନ୍ଧରେ ଶିଳ୍ପ ସହଭାଗୀମାନଙ୍କ ସହ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ଏମଓୟୁ ସ୍ୱାକ୍ଷର ହେବ। ଏହି ଇଭେଣ୍ଟକୁ ସଫଳ କରିବା ପାଇଁ ବ୍ୟାପକ ସଚେତନତା ସୃଷ୍ଟି ଉଦ୍ଦେଶ୍ୟରେ ଭୁବନେଶ୍ୱରର ଜନପଥରେ ନୂତନ ତଥା ଅନନ୍ୟ ‘ପଥପ୍ରାନ୍ତ ଉତ୍ସବ’ ଆୟୋଜନ କରାଯାଉଛି। ଓଡ଼ିଶାର ସମୃଦ୍ଧ ଐତିହ୍ୟ ସଂସ୍କୃତି ପ୍ରଦର୍ଶନ କରିବା ସହିତ ସମସ୍ତ ପରିଦର୍ଶକଙ୍କ ମନୋରଞ୍ଜନ ପାଇଁ ୨୦ ଏବଂ ୨୧ ସନ୍ଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମମାନ ଅନୁଷ୍ଠିତ ହେବ।

ପ୍ରକାଶ ଥାଉ କି ନୂଆଦିଲ୍ଲୀ ଠାରେ ଗତ ୬ ଏପ୍ରିଲରେ କନକ୍ଲେଭ ପାଇଁ ଏକ କର୍ଟେନ ରେଜର ଆୟୋଜିତ ହୋଇଥିଲା। ରାଜ୍ୟରେ ପ୍ରଚାର ପ୍ରସାର ଉଦ୍ଦେଶ୍ୟରେ ଆସନ୍ତା ୧୧ ଏପ୍ରିଲରେ ଭୁବନେଶ୍ୱରରେ ମଧ୍ୟ ଆଉ ଏକ କର୍ଟେନ ରେଜର କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ବୋଲି ଶ୍ରୀମତୀ ପାଢ଼ୀ ପ୍ରକାଶ କରିଛନ୍ତି।

BJP Ads
ନବୀନ ପଟ୍ଟନାୟକ
Share. Facebook Twitter LinkedIn Email WhatsApp Copy Link

Related Posts

ଦ୍ୱିତୀୟ ଟି-୨୦ ପରେ ଉଠିଲା ଅନେକ ପ୍ରଶ୍ନ: ଭାରତର ଏହି ନିଷ୍ପତ୍ତିକୁ ନେଇ ମଧ୍ୟ ଆଶ୍ଚର୍ଯ୍ୟ ହେଲେ ଫିଞ୍ଚ

November 1, 2025

Indian IPO Market: ଅକ୍ଟୋବର ମାସରେ ପାଣ୍ଠି ସଂଗ୍ରହ ₹46,000 କୋଟିରେ ପହଞ୍ଚିଛି ସୃଷ୍ଟି କରିଛି ରେକର୍ଡ

November 1, 2025

ଆରଏସଏସ ଉପରେ ପ୍ରତିବନ୍ଧକ ଲଗାଇବାକୁ ଦାବି କଲେ କଂଗ୍ରେସ ଅଧ୍ୟକ୍ଷ, ବିଜେପି ଦେଲା ଜବାବ

November 1, 2025

ସୁଭଦ୍ରା ଯୋଜନା ନେଇ ଆସିଲା ବଡ ଖବର, ଆଜିଠାରୁ ଖୋଲିଲା ନୂଆ ପଂଜୀକରଣ, ଶିଘ୍ର କରନ୍ତୁ

November 1, 2025
BJP Ads
Latest News

ଦ୍ୱିତୀୟ ଟି-୨୦ ପରେ ଉଠିଲା ଅନେକ ପ୍ରଶ୍ନ: ଭାରତର ଏହି ନିଷ୍ପତ୍ତିକୁ ନେଇ ମଧ୍ୟ ଆଶ୍ଚର୍ଯ୍ୟ ହେଲେ ଫିଞ୍ଚ

November 1, 2025

Indian IPO Market: ଅକ୍ଟୋବର ମାସରେ ପାଣ୍ଠି ସଂଗ୍ରହ ₹46,000 କୋଟିରେ ପହଞ୍ଚିଛି ସୃଷ୍ଟି କରିଛି ରେକର୍ଡ

November 1, 2025

ଆରଏସଏସ ଉପରେ ପ୍ରତିବନ୍ଧକ ଲଗାଇବାକୁ ଦାବି କଲେ କଂଗ୍ରେସ ଅଧ୍ୟକ୍ଷ, ବିଜେପି ଦେଲା ଜବାବ

November 1, 2025

ସୁଭଦ୍ରା ଯୋଜନା ନେଇ ଆସିଲା ବଡ ଖବର, ଆଜିଠାରୁ ଖୋଲିଲା ନୂଆ ପଂଜୀକରଣ, ଶିଘ୍ର କରନ୍ତୁ

November 1, 2025

ରୋହିତ ଶର୍ମାଙ୍କ ବିଶ୍ୱ ରେକର୍ଡ ଭାଙ୍ଗି ଇତିହାସ ରଚିଲେ ବାବର ଆଜମ, ହେଲେ ନମ୍ବର-୧ ବ୍ୟାଟର

November 1, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.