Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ସେବା କ୍ଷେତ୍ର ଉଦ୍ୟୋଗ ଉପରେ ଦେଶବ୍ୟାପୀ ସର୍ବେକ୍ଷଣ କରିବ ଏନଏସଏସଓ
ଆଜିର ଖବର

ସେବା କ୍ଷେତ୍ର ଉଦ୍ୟୋଗ ଉପରେ ଦେଶବ୍ୟାପୀ ସର୍ବେକ୍ଷଣ କରିବ ଏନଏସଏସଓ

April 13, 2023No Comments1 Min Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ୱର: ଭାରତ ସରକାରଙ୍କ ପରିସଂଖ୍ୟାନ ଏବଂ କାର୍ଯ୍ୟକ୍ରମ ରୂପାୟନ ମନ୍ତ୍ରଣାଳୟ ଅଧୀନ କ୍ଷେତ୍ର ପରିଚାଳନା ଡିଭିଜନର ଜାତୀୟ ନମୁନା ସର୍ବେକ୍ଷଣ କାର୍ଯ୍ୟାଳୟ (ଏନଏସଏସଓ) ୧୯୫୦ ମସିହା ଠାରୁ ବିଭିନ୍ନ ସାମାଜିକ-ଆର୍ଥିକ ବିଷୟବସ୍ତୁ ଉପରେ ଦେଶବ୍ୟାପୀ ବ୍ୟାପକ ଆକାରରେ ନମୁନା ସର୍ବେକ୍ଷଣ ଆୟୋଜନ କରି ଆସୁଛି।

ଦେଶର ଅର୍ଥବ୍ୟବସ୍ଥାରେ ସେବା କ୍ଷେତ୍ର ଏକ ମହତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରୁଛି ଏବଂ ଜିଡିପିରେ ଏହି କ୍ଷେତ୍ରର ସର୍ବାଧିକ ଅଂଶଧନ ରହିଛି। ଏହି କାରଣରୁ ଏନଏସଏସଓ ଦ୍ୱାରା ସଂଗଠିତ/ନିଗମିତ ସେବା କ୍ଷେତ୍ର ଉଦ୍ୟୋଗ ଉପରେ ଏକ ଦେଶବ୍ୟାପୀ ସର୍ବେକ୍ଷଣ କରିବା ଲାଗି ନିଷ୍ପତ୍ତି ନିଆଯାଇଛି। ଏହି କ୍ଷେତ୍ରରେ ନିଯୁକ୍ତି, ପୁଞ୍ଜି ସୃଷ୍ଟି, ସକଳ ମୂଲ୍ୟ ବୃଦ୍ଧି, ଉଦ୍ୟୋଗ ମାନ୍ୟତା ଆଦି ସଂକ୍ରାନ୍ତ ଗୁରୁତ୍ୱପୂର୍ଣ୍ଣ ବୈଶିଷ୍ଟ୍ୟରେ ରହିଥିବା ତଥ୍ୟାତ୍ମକ ଶୂନ୍ୟସ୍ଥାନକୁ ପୂରଣ କରିବା ଉଦ୍ଦେଶ୍ୟରେ ସର୍ବେକ୍ଷଣ ଆୟୋଜନ କରାଯିବ।

ସର୍ବଭାରତୀୟ ସ୍ତରରେ ଚୁଡ଼ାନ୍ତ ସେବା ଆୟୋଜନ କରିବା ପୂର୍ବରୁ ଜିଏସଟିଏନ ତଥ୍ୟକୁ ଆଧାର କରି ଓଡ଼ିଶା, ମଧ୍ୟପ୍ରଦେଶ ଏବଂ ତ୍ରିପୁରାରେ ଏକ ପରୀକ୍ଷାମୂଳକ ସର୍ବେକ୍ଷଣ କରାଯିବ। ଭୁବନେଶ୍ୱର ଏବଂ ସମ୍ବଲପୁରରେ ରହିଥିବା ଏନଏସଏସଓ ଆଞ୍ଚଳିକ କାର୍ଯ୍ୟାଳୟର କ୍ଷେତ୍ର ପରିଚାଳନା ଡିଭିଯାନର ଅଧିକାରୀମାନେ ଯୋଗ୍ୟ ଉଦ୍ୟୋଗ ଠାରୁ ଆବଶ୍ୟକ ତଥ୍ୟ ସଂଗ୍ରହ କାର୍ଯ୍ୟରେ ନିୟୋଜିତ ହେବେ। ଦୁଇଟି ପର୍ଯ୍ୟାୟରେ ସର୍ବେକ୍ଷଣ ଆୟୋଜନ କରାଯିବ। ପ୍ରଥମ ପର୍ଯ୍ୟାୟରେ ଠିକଣା ଚିହ୍ନଟ କରିବା ସହିତ ବିଭିନ୍ନ ମାପଦଣ୍ଡ ଉପରେ ସୂଚନା ସଂଗ୍ରହ କରାଯିବ। ଦ୍ୱିତୀୟ ପର୍ଯ୍ୟାୟରେ ବିସ୍ତୃତ ସର୍ବେକ୍ଷଣ କରାଯିବ।

ସର୍ବେକ୍ଷଣ ଆୟୋଜନରେ ଆବଶ୍ୟକ ସହଯୋଗ ଯୋଗାଇ ଦେବା ନିମନ୍ତେ ଏନଏସଏସଓ ଉପମହାନିର୍ଦ୍ଦେଶକ ଶ୍ରୀନିବାସ ଉପ୍ପାଲା ସେବା କ୍ଷେତ୍ରର ଉଦ୍ୟୋଗ ମାଲିକ ଓ ଉଦ୍ୟୋଗୀମାନଙ୍କୁ ଅନୁରୋଧ କରିଛନ୍ତି।

ଭାରତ ସରକାର
Share. Facebook Twitter LinkedIn Email WhatsApp Copy Link

Related Posts

ସତ୍ୟାନନ୍ଦ ଦାସ ମହାରାଜଙ୍କ ସ୍ବନକ୍ଷତ୍ରରେ “ଗୁରୁକୃପା ସମ୍ମାନ”ରେ ସମ୍ମାନିତ ହେଲେ ଡଃ ଆର୍ଯ୍ୟ କୁମାର ଜ୍ଞାନେନ୍ଦ୍ର

February 22, 2026

ନ୍ୟାୟ ରାଷ୍ଟ୍ର ପରିଚାଳନାରେ ଇଞ୍ଜିନ୍ ସଦୃଶ: ନ୍ୟାୟମୂର୍ତ୍ତି ଶଶିକାନ୍ତ ମିଶ୍ର

February 22, 2026

ସୁରକ୍ଷା ବାହିନୀକୁ ବଡ଼ ସଫଳତା: ତୃତୀୟ ଆତଙ୍କବାଦୀର ମୃତଦେହ ଉଦ୍ଧାର

February 22, 2026

ବାଂଲାଦେଶକୁ ପରାସ୍ତ କରି ଲଗାତାର ଦ୍ୱିତୀୟ ଥର ପାଇଁ ଏସିଆ କପ୍ ଜିତିଲା ଭାରତ

February 22, 2026
Latest News

ସୁପର-୮ ରେ ସୁପର ଫ୍ଲପ୍: ଦକ୍ଷିଣ ଆଫ୍ରିକାଠାରୁ ୭୬ ରନରେ ହାରିଲା ଭାରତ

February 22, 2026

ସତ୍ୟାନନ୍ଦ ଦାସ ମହାରାଜଙ୍କ ସ୍ବନକ୍ଷତ୍ରରେ “ଗୁରୁକୃପା ସମ୍ମାନ”ରେ ସମ୍ମାନିତ ହେଲେ ଡଃ ଆର୍ଯ୍ୟ କୁମାର ଜ୍ଞାନେନ୍ଦ୍ର

February 22, 2026

ନ୍ୟାୟ ରାଷ୍ଟ୍ର ପରିଚାଳନାରେ ଇଞ୍ଜିନ୍ ସଦୃଶ: ନ୍ୟାୟମୂର୍ତ୍ତି ଶଶିକାନ୍ତ ମିଶ୍ର

February 22, 2026

ଭାରତୀୟ କୃଷି କ୍ଷେତ୍ରରେ ପରିବର୍ତ୍ତନ ଆଣୁଛି ଏଆଇ

February 22, 2026

ସୁରକ୍ଷା ବାହିନୀକୁ ବଡ଼ ସଫଳତା: ତୃତୀୟ ଆତଙ୍କବାଦୀର ମୃତଦେହ ଉଦ୍ଧାର

February 22, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.