Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଲାଲ ଚନ୍ଦନର ସଂରକ୍ଷଣ ଏବଂ ସୁରକ୍ଷା ପାଇଁ ଓଡ଼ିଶା ବନ ବିଭାଗକୁ 29.40 ଲକ୍ଷ ପ୍ରଦାନ କଲା ଏନବିଏ
ଆଜିର ଖବର

ଲାଲ ଚନ୍ଦନର ସଂରକ୍ଷଣ ଏବଂ ସୁରକ୍ଷା ପାଇଁ ଓଡ଼ିଶା ବନ ବିଭାଗକୁ 29.40 ଲକ୍ଷ ପ୍ରଦାନ କଲା ଏନବିଏ

November 13, 2025No Comments2 Mins Read
Share Facebook Twitter LinkedIn Email WhatsApp Copy Link
ଜଙ୍ଗଲ
ଲାଲ ଚନ୍ଦନର ସଂରକ୍ଷଣ ଏବଂ ସୁରକ୍ଷା ପାଇଁ ଓଡ଼ିଶା ବନ ବିଭାଗକୁ 29.40 ଲକ୍ଷ ପ୍ରଦାନ କଲା ଏନବିଏ

ଭୁବନେଶ୍ଵର: ଜାତୀୟ ଜୈବ ବିବିଧତା ପ୍ରାଧିକରଣ (ଏନବିଏ) ଲାଲ ଚନ୍ଦନ ଗଛର ସଂରକ୍ଷଣ ଏବଂ ସୁରକ୍ଷା ପାଇଁ ଉପଲବ୍ଧତା ଏବଂ ଲାଭ ଆବଣ୍ଟନ (ଏବିଏସ) ବ୍ୟବସ୍ଥା ଅଧୀନରେ ଓଡ଼ିଶା ବନ ବିଭାଗକୁ 29.40 ଲକ୍ଷ ଟଙ୍କା ପ୍ରଦାନ କରିଛି। ଏନବିଏ ଭାରତର ସ୍ଥାନୀୟ ଜୈବିକ ସମ୍ପଦର ଦୀର୍ଘସ୍ଥାୟୀ ବ୍ୟବହାର ଏବଂ ସଂରକ୍ଷଣକୁ ପ୍ରୋତ୍ସାହିତ କରିବା ପାଇଁ ଏକ ନିରନ୍ତର ପ୍ରୟାସ ସ୍ୱରୂପ ଏହି ପଦକ୍ଷେପ ନେଇଛି।

ଗଜପତି ଜିଲ୍ଲାର ପାରଳାଖେମୁଣ୍ଡି ବନ ବିଭାଗରୁ ସଂଗୃହିତ ଲାଲ ଚନ୍ଦନ କାଠ ଗଣ୍ଡିରୁ ପ୍ରାପ୍ତ ଲାଭ ବିତରଣ ଅର୍ଥରୁ ଏବିଏସ ପାଣ୍ଠି ସୃଷ୍ଟି କରାଯାଇଥିଲା। ଏହି ଗଛଗୁଡ଼ିକ ଏକ ଶତାବ୍ଦୀରୁ ଅଧିକ ପୁରୁଣା ବୋଲି ବିଶ୍ୱାସ କରାଯାଏ। ତତ୍କାଳୀନ ପାରଳାଖେମୁଣ୍ଡିର ମହାରାଜାଙ୍କ ଦ୍ୱାରା ମୂଳତଃ ବୃକ୍ଷଗୁଡ଼ିକ ରୋପଣ କରାଯାଇଥିଲା।

2018 ବାତ୍ୟା ସମୟରେ ଲାଲ ଚନ୍ଦନ ଗଛ ପ୍ରାକୃତିକ ଭାବେ ଭାଙ୍ଗି ପଡ଼ିଥିଲା। ଏହାପରେ ଓଡ଼ିଶା ବନ୍ୟ ବିକାଶ ନିଗମ ଭାଙ୍ଗିପଡ଼ିଥିବା ଲାଲ ଚନ୍ଦନ କାଠ ନିଲାମ କରିଥିଲା।

ଏନବିଏ ଦ୍ୱାରା ସାରା ଦେଶରେ ଜୈବିକ ସମ୍ପଦର ସଂରକ୍ଷଣ ପ୍ରୟାସକୁ ସମର୍ଥନ କରିବ କରିବା ଲାଗି ଏବିଏସ ବିତରଣର ଏକ ଅଂଶବିଶେଷ ସ୍ୱରୂପ ଏହି ପାଣ୍ଠି ଜାରି କରାଯାଇଛି। ବର୍ତ୍ତମାନ ସୁଦ୍ଧା ଏନବିଏ ପ୍ରାୟୋଜିତ ଗବେଷଣା ପ୍ରକଳ୍ପ ସମେତ ଲାଲ ଚନ୍ଦନର ସୁରକ୍ଷା ଏବଂ ସଂରକ୍ଷଣ ପାଇଁ ଆନ୍ଧ୍ର ପ୍ରଦେଶ ବନ ବିଭାଗ, କର୍ଣ୍ଣାଟକ ବନ ବିଭାଗ ଏବଂ ଆନ୍ଧ୍ର ପ୍ରଦେଶ ରାଜ୍ୟ ଜୈବ ବିବିଧତା ବୋର୍ଡକୁ 50 କୋଟି ଟଙ୍କାରୁ ଅଧିକ ପ୍ରଦାନ କରିଛି। ଏହା ସହିତ ଏହା ସହିତ, ଆନ୍ଧ୍ରପ୍ରଦେଶର 198 ଜଣ ଚାଷୀଙ୍କୁ 3 କୋଟି ଏବଂ ତାମିଲନାଡୁର 18ଜଣ ଚାଷୀଙ୍କୁ 55 ଲକ୍ଷ ଟଙ୍କା ପ୍ରଦାନ କରାଯାଇଛି। ଏହି ସଦ୍ୟତମ ଅର୍ଥରାଶି ଜାରି କରିବା ସହିତ ଲାଲ ଚନ୍ଦନର ବ୍ୟବସାୟିକ ଉପଯୋଗରୁ ଉପାର୍ଜିତ ଅର୍ଥରାଶି ପାଇବାରେ ଓଡ଼ିଶା ଚତୁର୍ଥ ରାଜ୍ୟ ହୋଇଛି।

ଏହି ପାଣ୍ଠି ରାଜ୍ୟ ସାରା ଲାଲ ଚନ୍ଦନର ସଂରକ୍ଷଣ ଏବଂ ସ୍ଥାୟୀ ବ୍ୟବହାର ପାଇଁ ଲକ୍ଷ୍ୟ ରଖାଯାଇଥିବା କାର୍ଯ୍ୟକଳାପକୁ ସମର୍ଥନ କରିବ। ଏହି ପଦକ୍ଷେପ ଜୈବିକ ସମ୍ପଦର ବ୍ୟବସାୟିକ ଉପଯୋଗରୁ ଲାଭ-ବାଣ୍ଟିବା କିପରି ଅର୍ଥପୂର୍ଣ୍ଣ ଭାବରେ ସଂରକ୍ଷଣ ପ୍ରୟାସକୁ ଫେରାଇ ଅଣାଯାଇପାରିବ ତାହାର ଉଦାହରଣ ଅଟେ।

ଏନବିଏ ଓଡ଼ିଶା ବନ ବିଭାଗ ଲାଲ ଚନ୍ଦନ ସଂରକ୍ଷଣ ଏବଂ ସୁରକ୍ଷା
Share. Facebook Twitter LinkedIn Email WhatsApp Copy Link

Related Posts

ମୋଦୀଙ୍କୁ ଟ୍ରମ୍ପଙ୍କ ଅଭିନନ୍ଦନ

June 11, 2026

ଫାଇଲ ଗାଏବକୁ ନେଇ ଏଫଆଇଆର

June 10, 2026

ପୂର୍ବତଟ ରେଳପଥ ଦ୍ଵାରା ଆନ୍ତର୍ଜାତୀୟ ଲେଭଲ୍ କ୍ରସିଂ ସଚେତନତା ଦିବସ ୨୦୨୬ ପାଳିତ

June 10, 2026

ରାଷ୍ଟ୍ରପତିଙ୍କ ମୟୂରଭଞ୍ଜ ଗସ୍ତ ପାଇଁ ସୁରକ୍ଷା ବ୍ୟବସ୍ଥାର ସମୀକ୍ଷା କଲେ ଡିଜିପି

June 10, 2026
Latest News

ମୋଦୀଙ୍କୁ ଟ୍ରମ୍ପଙ୍କ ଅଭିନନ୍ଦନ

June 11, 2026

ଫାଇଲ ଗାଏବକୁ ନେଇ ଏଫଆଇଆର

June 10, 2026

ପୂର୍ବତଟ ରେଳପଥ ଦ୍ଵାରା ଆନ୍ତର୍ଜାତୀୟ ଲେଭଲ୍ କ୍ରସିଂ ସଚେତନତା ଦିବସ ୨୦୨୬ ପାଳିତ

June 10, 2026

ରାଷ୍ଟ୍ରପତିଙ୍କ ମୟୂରଭଞ୍ଜ ଗସ୍ତ ପାଇଁ ସୁରକ୍ଷା ବ୍ୟବସ୍ଥାର ସମୀକ୍ଷା କଲେ ଡିଜିପି

June 10, 2026

ଦେବସ୍ନାନ ପୂର୍ଣ୍ଣିମା ୨୦୨୬: ପୋଲିସ ମୁଖ୍ୟାଳୟରେ ଡିଜିପିଙ୍କ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ

June 10, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.