କରୋନା ଅପଡେଟ: ଆଜି ୧୧ ହଜାର ଅତିକ୍ରମ କଲା ଆକ୍ରାନ୍ତଙ୍କ ସଂଖ୍ୟା

Published: Apr 14, 2023, 11:50 am IST

ନୂଆଦିଲ୍ଲୀ: ସାରା ଦେଶରେ ବଢୁଥିବା କରୋନା ମାମଲା ଲୋକଙ୍କ ପାଇଁ ଚିନ୍ତାର କାରଣ ହୋଇଛି। କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଦ୍ୱାରା ଆଜି ପ୍ରକାଶିତ ତଥ୍ୟ ଅନୁଯାୟୀ, ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୧୧ ହଜାର ୧୦୯ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛି। ଏହା ସହିତ କରୋନା ସକ୍ରିୟ ମାମଲା ସଂଖ୍ୟା ୪୯ ହଜାର ଅତିକ୍ରମ କରିଛି।

କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଦ୍ଵାରା ଏପ୍ରିଲ ୧୩ ତାରିଖରେ ପ୍ରକାଶିତ ତଥ୍ୟ ଅନୁଯାୟୀ, ଭାରତରେ ୧୦,୧୫୮ ଟି ନୂଆ କରୋନା ମାମଲା ରୁଜୁ ହୋଇଥିଲା। କରୋନା କ୍ଷେତ୍ରରେ ଦ୍ରୁତ ଲମ୍ଫ ଦେଖିବାକୁ ମିଳିଛି। ଏହାର ଗୋଟିଏ ଦିନ ପୂର୍ବରୁ ଅର୍ଥାତ୍ ଏପ୍ରିଲ୍ ୧୨ ତାରିଖରେ ଦେଶରେ ମୋଟ ୭,୮୩୦ ମାମଲା ରିପୋର୍ଟ ହୋଇଥିଲା।

Related posts