୧୯ ବର୍ଷ ବୟସରେ ରାଜସ୍ଥାନର ନନ୍ଦିନୀ ଗୁପ୍ତା ଜିତିଲେ ଫେମିନା ମିସ୍ ଇଣ୍ଡିଆ-୨୦୨୩ ଟାଇଟଲ୍

Published: Apr 16, 2023, 11:32 am IST

ନୂଆଦିଲ୍ଲୀ: ଫେମିନା ମିସ୍ ଇଣ୍ଡିଆ-୨୦୨୩ର ଫାଇନାଲ୍ ଶେଷ ହୋଇଛି। ରାଜସ୍ଥାନର ନନ୍ଦିନୀ ଗୁପ୍ତା ଶନିବାର ଦିନ ଗ୍ରାଣ୍ଡ ଫାଇନାଲରେ ମୁକୁଟ ଜିତିଛନ୍ତି। ୧୯ ବର୍ଷ ବୟସ୍କା ନନ୍ଦିନୀଙ୍କ ବ୍ୟତୀତ ଦିଲ୍ଲୀର ଶ୍ରେୟା ପୁଞ୍ଜା ପ୍ରଥମ ରନର୍ ଅପ୍ ଏବଂ ମଣିପୁରର ଥୁନାଓଜମ ଷ୍ଟ୍ରେଲା ଲୁୱାଙ୍ଗ ଦ୍ୱିତୀୟ ରନର୍ ଅପ୍ ହୋଇଛନ୍ତି। ଏଥି ସହିତ ସୋସିଆଲ ମିଡିଆରେ ଏହି ଫାଇନାଲ୍ ର ଚିତ୍ର ଏବଂ ଭିଡିଓ ଭାଇରାଲ ହେବା ପରେ ପ୍ରଶଂସକମାନେ ଏହି ତିନି ପ୍ରତିଯୋଗୀଙ୍କୁ ଅଭିନନ୍ଦନ ଜଣାଇଥିବାର ନଜର ଆସିଛନ୍ତି।

ପ୍ରକାଶ ଯେ, ୧୯ ବର୍ଷ ବୟସ୍କା ନନ୍ଦିନୀ ଗୁପ୍ତା, ଯିଏକି ଫେମିନା ମିସ୍ ଇଣ୍ଡିଆ-୨୦୨୩ ଟାଇଟଲ୍ ଜିତିଛନ୍ତି, ସେ ରାଜସ୍ଥାନରେ ଜନ୍ମଗ୍ରହଣ କରିଥିଲେ। ସେ ବୃତ୍ତିରେ ଜଣେ ମଡେଲ୍। ସେ ବିଜିନେସ ମ୍ୟାନେଜମେଣ୍ଟରେ ଡିଗ୍ରୀ ହାସଲ କରିଛନ୍ତି।

Related posts