Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ମୋଦିଙ୍କ ନୂଆ ମନ୍ତ୍ରିମଣ୍ଡଳ ସସ୍‌ପେନ୍ସ : ସମ୍ଭାବ୍ୟ ତାଲିକାରେ ବହୁ ହେଭିଓ୍ବେଟ୍‌ଙ୍କ ନାମ
ଆଜିର ଖବର

ମୋଦିଙ୍କ ନୂଆ ମନ୍ତ୍ରିମଣ୍ଡଳ ସସ୍‌ପେନ୍ସ : ସମ୍ଭାବ୍ୟ ତାଲିକାରେ ବହୁ ହେଭିଓ୍ବେଟ୍‌ଙ୍କ ନାମ

May 30, 2019No Comments2 Mins Read
Share Facebook Twitter LinkedIn Email WhatsApp Copy Link

ନରେନ୍ଦ୍ର ମୋଦୀ ଦ୍ୱିତୀୟ ଥର ପାଇଁ ଆଜି ପ୍ରଧାନମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବାକୁ ଯାଉଛନ୍ତି। ସେ ନିଜ ମନ୍ତ୍ରିମଣ୍ଡଳ ସହ ଶପଥ ନେବେ। ତେବେ ଏବେବି ମନ୍ତ୍ରିମଣ୍ଡଳର ରୂପରେଖ ନେଇ ସସପେନ୍ସ ଲାଗି ରହିଛି। ତେବେ ମିଳିଥିବା ସୂଚନା ଅନୁସାରେ ମନ୍ତ୍ରିମଣ୍ଡଳର ସମ୍ଭାବ୍ୟ ତାଲିକାରେ ରହିଛନ୍ତି ଏନ୍‌ଡିଏର ମୁଖ୍ୟ ପାଞ୍ଚ ସହଯୋଗୀ ଦଳର ନେତାଙ୍କ ସମେତ ବିଜେପି ନେତା ପ୍ରମୁଖମାନେ। ଶିବସେନାର ଅରବିନ୍ଦ ସାଓ୍ବନ୍ତ, ଅକାଳୀ ଦଳ ତରଫରୁ ହରସିମରତ୍‌ କୌର ବାଦଲ, ଏଲଜେପି ତରଫରୁ ରାମବିଲାସ୍‌ ପାଶଓ୍ବାନଙ୍କ ନାମ ମଧ୍ୟ ଶୁଣିବାକୁ ମିଳିଛି। ତେବେ ଯେଉଁ ମନ୍ତ୍ରୀମାନଙ୍କ ପାଖକୁ ଫୋନ୍‌ କଲ୍‌ ଯାଇଛି ସେମାନଙ୍କ ମଧ୍ୟରେ ରହିଛନ୍ତି – ରାଜନାଥ ସିଂହ, ନିତ୍‌ନୀ ଗଡ୍‌କରୀ, ପିୟୂଷ ଗୋଏଲ୍‌, ନିର୍ମଳା ସୀତାରମଣ, କିରଣ ରିଜ୍‌ଜୁ, ରବିଶଙ୍କର ପ୍ରସାଦ, କୈଳାଶ ଚୌଧୁରୀ, ନିତ୍ୟାନନ୍ଦ ରାୟ, ରମେଶ ପୋଖରିୟାଲ୍‌ ନିଶଙ୍କ, ଶ୍ରୀପଦ ନାୟକ, ଗଜେନ୍ଦ୍ର ଶେଖାଓ୍ବତ, ମହେଶ ଶର୍ମା, ପ୍ରକାଶ ଜାଭେଡ଼କର, ସ୍ମୃତି ଇରାନୀ, ଅର୍ଜୁନ ମେଘଓ୍ବାଲ, ପୀୟୁଷ ଗୋଏଲ୍‌, ସଦାନନ୍ଦ ଗୌଡ଼ା, ପୁରଷୋତ୍ତମ ରୂପାଲା, ଧର୍ମେନ୍ଦ୍ର ପ୍ରଧାନ, ମୁଖତାର୍‌ ଅବ୍ବାସ ନକ୍‌ଭୀ, ସନ୍ତୋଷ ଗଂଗଓ୍ବାର, ସାହେବ ଦାନବେ, ଗିରିରାଜ ସିଂହ, ରାଓ୍ବ ଇନ୍ଦ୍ରଜିତ୍‌ ସିଂ, ବାବୁଳ୍‌ ସୁପ୍ରିୟୋ, ଜିତେନ୍ଦ୍ର ସିଂ, ସୁରେଶ ଅଙ୍ଗଡି, ଦେବଶ୍ରୀ,ସଂଜୟ ଦୋହେର, ରାମେଶ୍ବର ତେଲି, ହୋସିଆରପୁରର ବିଜେପି ସାଂସଦ ସୋମପ୍ରକାଶ, ଓଡ଼ିଶାର ବିଜେପି ସାଂସଦ ପ୍ରତାପ ଷଡଙ୍ଗୀ ପ୍ରମୁଖ ମୋଦିଙ୍କ କ୍ୟାବିନେଟ୍‌ରେ ସାମିଲ୍‌ ହେବାର ସମ୍ଭାବନା ରହିଛି। ପୂର୍ବଥର ଅର୍ଥମନ୍ତ୍ରୀ ଥିବା ଅରୁଣ ଜେଟ୍‌ଲୀ ସ୍ବାସ୍ଥ୍ୟଗତ କାରଣ ଦର୍ଶାଇ ଚଳିତଥର କ୍ୟାବିନେଟ୍‌ରେ ସାମିଲ୍‌ ନ ହେବାକୁ ଅନୁରୋଧ କରିଛନ୍ତି । ତେବେ ମୋଦି ସରକାରଙ୍କ ଚାରି ପ୍ରମୁଖ ବିଭାଗଗୁଡ଼ିକରେ କେଉଁ ନେତାଙ୍କୁ ଦାୟିତ୍ବ ଦିଆଯାଉଛି, ତାହା ଦେଖିବାକୁ ରହିଲା। ଚଳିତଥର ବିଜେପି ଅଧ୍ୟକ୍ଷ ଅମିତ୍‌ ଶାହା ଗାନ୍ଧିନଗରରୁ ବାଜିମାତ କରିଥିବାବେଳେ ଚଳିତ ମନ୍ତ୍ରିମଣ୍ଡଳରେ ମନ୍ତ୍ରୀ ହେବା ନେଇ ବେଶ୍‌ ଚର୍ଚ୍ଚାରେ ରହିଛନ୍ତି । ତେବେ ବିଜେପିର ଚାଣକ୍ୟଙ୍କୁ କେଉଁ ସ୍ଥାନ ମିଳିବ, ଏନେଇ ମଧ୍ୟ ସସପେନ୍ସ ରହିଛି ।  ସେହିପରି ଚଳିତ ଥର ଓଡ଼ିଶାରୁ କେତେ ଜଣଙ୍କୁ ସାମିଲ୍‌ କରାଯାଉଛି, ତାହା ନେଇ ମଧ୍ୟ ସନ୍ଦେହ ରହିଛି। ବର୍ତ୍ତମାନ ମିଳିଥିବା ସୂଚନା ଅନୁଯାୟୀ ଓଡିଶାରୁ ଧର୍ମେନ୍ଦ୍ର ପ୍ରଧାନ ଏବଂ ପ୍ରତାପ ଷଡଙ୍ଗୀଙ୍କୁ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଫୋନ୍‌ କରାଯାଇଛି । ଏହି ଦୁଇ ନେତାଙ୍କୁ ମୋଦିଙ୍କ କ୍ୟାବିନେଟ୍‌ରେ ସ୍ଥାନ ମିଳିବାର ସମ୍ଭାବନା ରହିଛି । ଏ ସମସ୍ତ ପ୍ରଶ୍ନ ଉତ୍ତର ଆଉ କିଛି ସମୟ ମଧ୍ୟରେ ମିଳିଯାଇପାରେ।

Share. Facebook Twitter LinkedIn Email WhatsApp Copy Link

Related Posts

କେତେବେଳେ ଆରମ୍ଭ ହେବ ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଦ୍ୱିତୀୟ ଟି-୨୦ ମ୍ୟାଚ୍?: ଜାଣନ୍ତୁ ସବୁକିଛି

July 3, 2026

ପଞ୍ଜାବ ନିର୍ବାଚନ ପୂର୍ବରୁ ବଢିଲା ଚର୍ଚ୍ଚା: ଅମିତ ଶାହଙ୍କୁ ଭେଟିଲେ କଂଗ୍ରେସ ନେତା ସୁଖଜିନ୍ଦର ସିଂହ ରନ୍ଧାୱା

July 3, 2026

‘ଡିଜିଟାଲ ଆରେଷ୍ଟ’ ନାଁରେ ହେଉଛି ବଡ଼ ଠକେଇ! ସତର୍କ କଲା କମିଶନରେଟ ପୋଲିସ

July 3, 2026

୨୩ ବର୍ଷ ପରେ ମିଳିଲା ନ୍ୟାୟ, ୨୦୦୩ର ସମ୍ବେଦନଶୀଳ ମାମଲାରେ ୧୪ ଜଣ ଦୋଷୀ ସାବ୍ୟସ୍ତ

July 3, 2026
Latest News

ଜାପାନୀ ସଂସ୍ଥା ଓଡିଶାରେ କରିବେ ୩ଟି ପ୍ରକଳ୍ପ, ନିବେଶ- ୬୭,୦୦୦ କୋଟି ଟଙ୍କା, ବୁଝାମଣା ସ୍ବାକ୍ଷରିତ

July 3, 2026

କେତେବେଳେ ଆରମ୍ଭ ହେବ ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଦ୍ୱିତୀୟ ଟି-୨୦ ମ୍ୟାଚ୍?: ଜାଣନ୍ତୁ ସବୁକିଛି

July 3, 2026

ପଞ୍ଜାବ ନିର୍ବାଚନ ପୂର୍ବରୁ ବଢିଲା ଚର୍ଚ୍ଚା: ଅମିତ ଶାହଙ୍କୁ ଭେଟିଲେ କଂଗ୍ରେସ ନେତା ସୁଖଜିନ୍ଦର ସିଂହ ରନ୍ଧାୱା

July 3, 2026

ଜୁଲାଇ ୨୦ ରୁ ସଂସଦର ମୌସୁମୀ ଅଧିବେଶନ: ସରକାରଙ୍କର ଫୋକସରେ ରହିବ ଏହି ବିଲ

July 3, 2026

‘ଡିଜିଟାଲ ଆରେଷ୍ଟ’ ନାଁରେ ହେଉଛି ବଡ଼ ଠକେଇ! ସତର୍କ କଲା କମିଶନରେଟ ପୋଲିସ

July 3, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.