
ଆଫଗାନିସ୍ତାନର ଏକ ବିଶ୍ବବିଦ୍ୟାଳୟରେ ବୋମା ବିସ୍ଫୋରଣ ଘଟି ୬ ଜଣଙ୍କର ମୃତ୍ୟୁ ଘଟିଛି। ଆଫଗାନିସ୍ତାନର ମାର୍ଶାଲ ଫହିମ୍ ଜାତୀୟ ପ୍ରତିରକ୍ଷା ବିଶ୍ବବିଦ୍ୟାଳୟ ପରିସରରେ ଏହି ବିସ୍ଫୋରଣ ଘଟିଛି। କାବୁଲରେ ଘଟିଥିବା ଏହି ବିସ୍ଫୋରଣରେ ୬ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ୬ଜଣ ଆହତ ହୋଇଛନ୍ତି। ଏହି ଘଟଣାରେ ଦୁଇ ଜଣ ସୁରକ୍ଷାକର୍ମୀ ମଧ୍ୟ ନିହତ ହୋଇଛନ୍ତି। ବିସ୍ଫୋରଣର କାରଣ ସ୍ପଷ୍ଟ ହୋଇନଥିଲେ ମଧ୍ୟ ଏହାର ତଦନ୍ତ ଜାରି ରହିଛି ବୋଲି ପୋଲିସ୍ ପକ୍ଷରୁ କୁହାଯାଇଛି। ଏହି ଆକ୍ରମଣ ଘଟଣାରେ କୌଣସି ସଙ୍ଗଠନ ନିଜକୁ ଦାୟୀ କରି ନାହାନ୍ତି।