Categories
ଅନ୍ତରାଷ୍ଟ୍ରୀୟ ଆଜିର ଖବର

ଆଫଗାନିସ୍ତାନ ମସ୍‌ଜିଦ୍‌ରେ ବିସ୍ଫୋରଣ : 4 ମୃତ

କାବୁଲ୍ : ଆଫଗାନିସ୍ତାନର ଏକ ମସ୍‌ଜିଦ୍‌ରେ ଭୟଙ୍କର ବିସ୍ଫୋରଣ ଘଟିଛି । ଏହି ଭୟଙ୍କର ବିସ୍ଫୋରଣରେ 4 ଜଣଙ୍କ ପ୍ରାଣହାନି ଘଟିଛି । କାବୁଲରେ ଅବସ୍ଥିତ ଏକ ମସ୍‌ଜିଦ୍‌ରେ ଏହି ବିସ୍ଫୋରଣ ଘଟି 4 ଜଣଙ୍କ ପ୍ରାଣହାନି ଘଟିଥିବା ବେଳେ ଏକାଧିକ ଆହତ ହୋଇଛନ୍ତି । ଆଫଗାନିସ୍ତାନ ଗୃହମନ୍ତ୍ରୀ ତାରେକ ଆରିଅନ୍‌ ଏହି ବିସ୍ଫୋରଣ ସମ୍ପର୍କରେ ସୂଚନା ଦେଇଛନ୍ତି । ଆହତ ମାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ବେଳେ କୌଣସି ସଙ୍ଗଠନ ଏହି ବିସ୍ଫୋରଣ ପାଇଁ ନିଜକୁ ଦାୟୀ କରିନାହାନ୍ତି । (ଏଜେନ୍ସି)

Categories
ଅନ୍ତରାଷ୍ଟ୍ରୀୟ ଆଜିର ଖବର

90 ମିନିଟ୍‌ ମଧ୍ୟରେ 4ଟି ବିସ୍ଫୋରଣରେ ଥରିଲା କାବୁଲ୍‌

କାବୁଲ : ଆଫଗାନିସ୍ତାନର ରାଜଧାନୀ କାବୁଲ୍‌ରେ ଆଜି 4ଟି ଭୟାବହ ବିସ୍ଫୋରଣ ଘଟିଛି । ମାତ୍ର 90 ମିନିଟ୍‌ର ବ୍ୟବଧାନ ମଧ୍ୟରେ ଏହି ବିସ୍ଫୋରଣ ଘଟିଥିଲା । କାବୁଲ୍‌ର ଟାହିଆ ମସ୍କାନ ଅଞ୍ଚଳରେ ଏହି ବିସ୍ଫୋରଣ ଘଟିଥିଲା । ସକାଳ 7.45ରୁ 9ଟା ମଧ୍ୟରେ ଏହି 4ଟି ବିସ୍ଫୋରଣ ଘଟିଥିଲା । ନ୍ୟାସନାଲ ଡିରେକ୍ଟୋରେଟ୍‌ ଅଫ୍‌ ସିକ୍ୟୁରିଟି (ଏନ୍‌ଡିଏସ୍‌) ଏବଂ ସରକାରୀ ଗାଡି ଗୁଡିକ ଏହି ବିସ୍ଫୋରଣରେ କ୍ଷତିଗ୍ରସ୍ତ ହୋଇଥିବା ବେଳେ କେହିବି ଆହତ କିମ୍ବା ମୃତାହତ ହୋଇନାହାନ୍ତି । ଟାହିଆ ମସ୍କାନ ବ୍ୟତିତ ଚାହାରାହି, କମ୍ବର ଏବଂ ହୁଥ୍‌କିଲ୍‌ ଅଞ୍ଚଳରେ ବିସ୍ଫୋରଣ ହୋଇଛି । ତେବେ ଏହି ବିସ୍ଫୋରଣ ପାଇଁ କୌଣସି ଆତଙ୍କୀ ସଙ୍ଗଠନ ନିଜକୁ ଦାୟୀ କରିନାହିଁ । (ଏଜେନ୍ସି)

Categories
ଆଜିର ଖବର

ଆଫଗାନିସ୍ତାନ ବିଶ୍ବବିଦ୍ୟାଳୟରେ ବିସ୍ଫୋରଣ : ୬ମୃତ

ଆଫଗାନିସ୍ତାନର ଏକ ବିଶ୍ବବିଦ୍ୟାଳୟରେ ବୋମା ବିସ୍ଫୋରଣ ଘଟି ୬ ଜଣଙ୍କର ମୃତ୍ୟୁ ଘଟିଛି। ଆଫଗାନିସ୍ତାନର ମାର୍ଶାଲ ଫହିମ୍‌ ଜାତୀୟ ପ୍ରତିରକ୍ଷା ବିଶ୍ବବିଦ୍ୟାଳୟ ପରିସରରେ ଏହି ବିସ୍ଫୋରଣ ଘଟିଛି। କାବୁଲରେ ଘଟିଥିବା ଏହି ବିସ୍ଫୋରଣରେ ୬ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ୬ଜଣ ଆହତ ହୋଇଛନ୍ତି। ଏହି ଘଟଣାରେ ଦୁଇ ଜଣ ସୁରକ୍ଷାକର୍ମୀ ମଧ୍ୟ ନିହତ ହୋଇଛନ୍ତି। ବିସ୍ଫୋରଣର କାରଣ ସ୍ପଷ୍ଟ ହୋଇନଥିଲେ ମଧ୍ୟ ଏହାର ତଦନ୍ତ ଜାରି ରହିଛି ବୋଲି ପୋଲିସ୍‌ ପକ୍ଷରୁ କୁହାଯାଇଛି। ଏହି ଆକ୍ରମଣ ଘଟଣାରେ କୌଣସି ସଙ୍ଗଠନ ନିଜକୁ ଦାୟୀ କରି ନାହାନ୍ତି।

Categories
ଆଜିର ଖବର

କାବୁଲ ବିସ୍ଫୋରଣରେ ୩୦ ମୃତ, ୨୩ ଆହତ

କାବୁଲ୍‌ରେ ନୂତନ ବର୍ଷ ପାଳନ ଅବସରରେ ବିସ୍ଫୋରଣ ଘଟି ୩୦ରୁ ଅଧିକ ଲୋକ ମୃତାହତ ହାେଇଥିବା ବେଳେ ୨୩ରୁ ଅଧିକ ଲୋକ ଆହତ ହାେଇଛନ୍ତି। ନୂତନ ବର୍ଷ ପାଳନ ଅବସରେର ଦର୍‌ଘାରେ ଭିଡ ଜମା ହାେଇଥିବା ବେଳେ ଏକାଥରେକ ଏକରୁ ଅଧିକ ବିସ୍ଫୋରଣ ଘଟିଥିଲା। ବିସ୍ଫୋରଣରେ ବ୍ୟବହୃତ ପଦାର୍ଥ ସମ୍ପର୍କରେ ସୂଚନା ମିଳିନାହିଁ। ପ୍ରତ୍ୟକ୍ଷଦର୍ଶୀଙ୍କ ମତରେ ଏକାଥରେକ ତିନୋଟି ବିସ୍ଫାେରଣ ହାେଇଥିଲା। କାର୍ତ୍ତେ  ଶଖି ଅଞ୍ଚଳରେ ୨ଟି ବିସ୍ଫୋରଣ ହାେଇଥିବାବେଳେ ଖାମାରେ ଅନ୍ୟ ବିସ୍ଫୋରଣ ଘଟିଛି। ଆଫଗାନ ସ୍ବାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ୬ ମୃତ୍ୟୁ ଏବଂ ୨୩ ଆହତ ହୋଇଥିବା କୁହାଯାଇଛି। ଉଦ୍ଧାର କାର୍ଯ୍ୟପାଇଁ  ଉଦ୍ଧାରକାରୀ ଦଳ ଏବଂ ସୁରକ୍ଷା ବାହିନୀ ମୁତୟନ ରହିଛନ୍ତି। ତେବେ ଏହି ଆକ୍ରମଣ ଘଟଣା ପାଇଁ କୌଣସି ଆତଙ୍କୀ ସଙ୍ଗଠନ ନିଜକୁ ଦାୟୀ କରିନାହାନ୍ତି।