90 ମିନିଟ୍‌ ମଧ୍ୟରେ 4ଟି ବିସ୍ଫୋରଣରେ ଥରିଲା କାବୁଲ୍‌

Published: May 11, 2020, 12:49 pm IST

କାବୁଲ : ଆଫଗାନିସ୍ତାନର ରାଜଧାନୀ କାବୁଲ୍‌ରେ ଆଜି 4ଟି ଭୟାବହ ବିସ୍ଫୋରଣ ଘଟିଛି । ମାତ୍ର 90 ମିନିଟ୍‌ର ବ୍ୟବଧାନ ମଧ୍ୟରେ ଏହି ବିସ୍ଫୋରଣ ଘଟିଥିଲା । କାବୁଲ୍‌ର ଟାହିଆ ମସ୍କାନ ଅଞ୍ଚଳରେ ଏହି ବିସ୍ଫୋରଣ ଘଟିଥିଲା । ସକାଳ 7.45ରୁ 9ଟା ମଧ୍ୟରେ ଏହି 4ଟି ବିସ୍ଫୋରଣ ଘଟିଥିଲା । ନ୍ୟାସନାଲ ଡିରେକ୍ଟୋରେଟ୍‌ ଅଫ୍‌ ସିକ୍ୟୁରିଟି (ଏନ୍‌ଡିଏସ୍‌) ଏବଂ ସରକାରୀ ଗାଡି ଗୁଡିକ ଏହି ବିସ୍ଫୋରଣରେ କ୍ଷତିଗ୍ରସ୍ତ ହୋଇଥିବା ବେଳେ କେହିବି ଆହତ କିମ୍ବା ମୃତାହତ ହୋଇନାହାନ୍ତି । ଟାହିଆ ମସ୍କାନ ବ୍ୟତିତ ଚାହାରାହି, କମ୍ବର ଏବଂ ହୁଥ୍‌କିଲ୍‌ ଅଞ୍ଚଳରେ ବିସ୍ଫୋରଣ ହୋଇଛି । ତେବେ ଏହି ବିସ୍ଫୋରଣ ପାଇଁ କୌଣସି ଆତଙ୍କୀ ସଙ୍ଗଠନ ନିଜକୁ ଦାୟୀ କରିନାହିଁ । (ଏଜେନ୍ସି)

Related posts