Categories
ଅନ୍ତରାଷ୍ଟ୍ରୀୟ ଆଜିର ଖବର

ଆଫଗାନିସ୍ତାନ ମସ୍‌ଜିଦ୍‌ରେ ବିସ୍ଫୋରଣ : 4 ମୃତ

କାବୁଲ୍ : ଆଫଗାନିସ୍ତାନର ଏକ ମସ୍‌ଜିଦ୍‌ରେ ଭୟଙ୍କର ବିସ୍ଫୋରଣ ଘଟିଛି । ଏହି ଭୟଙ୍କର ବିସ୍ଫୋରଣରେ 4 ଜଣଙ୍କ ପ୍ରାଣହାନି ଘଟିଛି । କାବୁଲରେ ଅବସ୍ଥିତ ଏକ ମସ୍‌ଜିଦ୍‌ରେ ଏହି ବିସ୍ଫୋରଣ ଘଟି 4 ଜଣଙ୍କ ପ୍ରାଣହାନି ଘଟିଥିବା ବେଳେ ଏକାଧିକ ଆହତ ହୋଇଛନ୍ତି । ଆଫଗାନିସ୍ତାନ ଗୃହମନ୍ତ୍ରୀ ତାରେକ ଆରିଅନ୍‌ ଏହି ବିସ୍ଫୋରଣ ସମ୍ପର୍କରେ ସୂଚନା ଦେଇଛନ୍ତି । ଆହତ ମାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ବେଳେ କୌଣସି ସଙ୍ଗଠନ ଏହି ବିସ୍ଫୋରଣ ପାଇଁ ନିଜକୁ ଦାୟୀ କରିନାହାନ୍ତି । (ଏଜେନ୍ସି)

Categories
ଆଜିର ଖବର ଜାତୀୟ ଖବର

ବିସ୍କୁଟ ଭାବି ଖାଇଲା ଜିଲେଟିନ୍‌ : ପାଟିରେ ବିସ୍ଫୋରଣ ଘଟି ବାଳକ ମୃତ

ତ୍ରିଚି : ହାତୀ ଏବଂ ଗାଇ ପରେ ଏବେ ଜଣେ ଶିଶୁ ବିସ୍ଫୋରକ ପଦାର୍ଥ ଖାଇଛି । କେରଳ ହାତୀ ମୃତ୍ୟୁ ଏବଂ ହିମାଚଳ ଗାଇ ମୃତ୍ୟୁକୁ ଏକ ସପ୍ତାହ ନ ପୁରୁଣୁ ତାମିଲନାଡୁରେ ବିସ୍ଫୋରକ ଖାଇ ଜଣେ ଶିଶୁ ପ୍ରାଣ ହରାଇଛି । ମୃତ ଶିଶୁର ନାମ ବିଷ୍ଣୁ ଦେବ । ବିଷ୍ଣୁ ତ୍ରିଚିର ଥୋଟ୍ଟିଆମ ଅଞ୍ଚଳରେ ନିଜ ପରିବାର ସହିତ ରହିଥାଏ । ଘରେ ଜିଲେଟିନ୍‌ ଷ୍ଟିକ ରହିଥିବା ବେଳେ ବିସ୍କୁଟ୍‌ ଭାବି ଏହାକୁ କାମୁଡି ଦେବାରୁ ପାଟିରେ ବିସ୍ଫୋରଣ ଘଟିଥିଲା ଏବଂ ହସ୍ପିଟାଲରେ ପହଞ୍ଚିବା ପୂର୍ବରୁ ତାଙ୍କର ପ୍ରାଣହାନି ଘଟିଥିଲା ।

ବିଷ୍ଣୁଙ୍କ ପିତା ଏବଂ ଭାଇ ମାଛ ମାରିବା ପାଇଁ ଏହି ଜିଲେଟିନ୍‌ ଷ୍ଟିକ୍‌ର ବ୍ୟବହାର କରନ୍ତି । ବିଷ୍ଣୁଙ୍କ ଭାଇ ମାଛ ମାରି ଆସିଥିବା ବେଳେ ବଳକା ଜିଲେଟିନ୍‌ ଷ୍ଟିକ୍‌ ଘରେ ପଡିଥିଲା । ଏହାକୁ ବିଷ୍ଣୁ ଖାଉଥିବା ବେଳେ ବିସ୍ଫୋରଣ ହେବାରୁ ତାଙ୍କ ଭାଇ ତାଙ୍କୁ ହସ୍ପିଟାଲକୁ ନେଇଥିଲେ । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିବା ବେଳେ ଜିଲେଟିନ୍‌ ଷ୍ଟିକ୍‌ କିଭଳି ଆସିଲା ତାହାର ତଦନ୍ତ ଜାରି ରହିଛି । (ଏଜେନ୍ସି)

Categories
ଅନ୍ତରାଷ୍ଟ୍ରୀୟ ଆଜିର ଖବର

ଆଫଗାନିସ୍ତାନ କୋଇଲା ଖଣିରେ ବିସ୍ଫୋରଣ : 16 ଜଣଙ୍କ ପ୍ରାଣହାନି

କାବୁଲ : ଆଫଗାନିସ୍ତାନରେ ଏକ କୋଇଲା ଖଣିରେ ବିସ୍ଫୋରଣ ଘଟି 16 ଜଣଙ୍କ ପ୍ରାଣହାନି ଘଟିଛି । ବୁଧବାର ଦିନ ଆଫଗାନିସ୍ତାନର ସମାଙ୍ଗନ ଅଞ୍ଚଳରେ ରହିଥିବା ଏକ କୋଇଲା କାରଖାନାରେ ବିସ୍ଫୋରଣ ଘଟି 16 ଜଣ ଶ୍ରମିକଙ୍କ ପ୍ରାଣହାନି ଘଟିଛି । ସମୁଦାୟ 30 ଜଣ ଶ୍ରମିକ ଦୁର୍ଘଟଣା ସମୟରେ ଖଣିରେ ଉପସ୍ଥିତ ଥିଲେ । 14 ଜଣଙ୍କୁ ତୁରନ୍ତ ଉଦ୍ଧାର କରାଯାଇଥିବା ବେଳେ 16 ଜଣ ଶ୍ରମିକ ଫସି ରହିଥିଲେ । ଫସି ରହିଥିବା 16 ଶ୍ରମିକଙ୍କ ମଧ୍ୟରୁ 6 ଜଣଙ୍କୁ ଉଦ୍ଧାର କରାଯାଇଥବା ବେଳେ ଅନ୍ୟ ମାନଙ୍କ ଉଦ୍ଧାର କାର୍ଯ୍ୟ ଜାରି ରହିଛି । ଏହି ଖଣିର ବୈଧତା ଶେଷ ହୋଇଥିବା ବେଳେ ଦୁଇ ବର୍ଷ ଧରି ବେଆଇନ୍‌ ଭାବରେ ଖନନ ଜାରି ରହିଥିବା ଜଣାପଡିଛି । (ଏଜେନ୍ସି)

Categories
ଅନ୍ତରାଷ୍ଟ୍ରୀୟ ଆଜିର ଖବର

ପାକିସ୍ତାନରେ ଯାତ୍ରୀବାହୀ ବିମାନ ଧ୍ବଂସ : ବିମାନରେ ଥିଲେ 90 ଯାତ୍ରୀ

କରାଚୀ : ପାକିସ୍ତାନ ଅନ୍ତର୍ଜାତୀୟ ବିମାନବନ୍ଦରରେ ଏକ ଭୟାବହ ଦୁର୍ଘଟଣା ଘଟିଛି । ଲାହୋରରୁ କରାଚୀ ଯାଉଥିବା ଏହି ବିମାନଟି କରାଚୀରେ ଧ୍ବଂସ ପାଇଥିଲା । ବିମାନରେ 90 ଜଣ ଯାତ୍ରୀ ଉପସ୍ଥିତ ରହିଥିବା ବେଳେ ବିମାନଟି ଲ୍ୟାଣ୍ଡିଂର ଠିକ୍‌ ପୂର୍ବରୁ ଧ୍ବଂସ ପାଇଯାଇଥିଲା । ଏହି ଏ 320 ବିମାନଟିର ଧ୍ବଂସର କାରଣ ଜଣାପଡିନଥିବା ବଳେ ଉଦ୍ଧାରକାର୍ଯ୍ୟ ଜାରି ରହିଛି । (ଏଜେନ୍ସି)

Categories
ଅନ୍ତରାଷ୍ଟ୍ରୀୟ ଆଜିର ଖବର

90 ମିନିଟ୍‌ ମଧ୍ୟରେ 4ଟି ବିସ୍ଫୋରଣରେ ଥରିଲା କାବୁଲ୍‌

କାବୁଲ : ଆଫଗାନିସ୍ତାନର ରାଜଧାନୀ କାବୁଲ୍‌ରେ ଆଜି 4ଟି ଭୟାବହ ବିସ୍ଫୋରଣ ଘଟିଛି । ମାତ୍ର 90 ମିନିଟ୍‌ର ବ୍ୟବଧାନ ମଧ୍ୟରେ ଏହି ବିସ୍ଫୋରଣ ଘଟିଥିଲା । କାବୁଲ୍‌ର ଟାହିଆ ମସ୍କାନ ଅଞ୍ଚଳରେ ଏହି ବିସ୍ଫୋରଣ ଘଟିଥିଲା । ସକାଳ 7.45ରୁ 9ଟା ମଧ୍ୟରେ ଏହି 4ଟି ବିସ୍ଫୋରଣ ଘଟିଥିଲା । ନ୍ୟାସନାଲ ଡିରେକ୍ଟୋରେଟ୍‌ ଅଫ୍‌ ସିକ୍ୟୁରିଟି (ଏନ୍‌ଡିଏସ୍‌) ଏବଂ ସରକାରୀ ଗାଡି ଗୁଡିକ ଏହି ବିସ୍ଫୋରଣରେ କ୍ଷତିଗ୍ରସ୍ତ ହୋଇଥିବା ବେଳେ କେହିବି ଆହତ କିମ୍ବା ମୃତାହତ ହୋଇନାହାନ୍ତି । ଟାହିଆ ମସ୍କାନ ବ୍ୟତିତ ଚାହାରାହି, କମ୍ବର ଏବଂ ହୁଥ୍‌କିଲ୍‌ ଅଞ୍ଚଳରେ ବିସ୍ଫୋରଣ ହୋଇଛି । ତେବେ ଏହି ବିସ୍ଫୋରଣ ପାଇଁ କୌଣସି ଆତଙ୍କୀ ସଙ୍ଗଠନ ନିଜକୁ ଦାୟୀ କରିନାହିଁ । (ଏଜେନ୍ସି)

Categories
ଆଜିର ଖବର ଆଞ୍ଚଳିକ ରାଜ୍ୟ ଖବର

ଗ୍ୟାସ୍‌ ଟାଙ୍କି ଫାଟି ଦୁଇ ମହିଳା ଅର୍ଦ୍ଧଦଗ୍ଧ

ବବ୍‌ଲୁ ସାହୁ
କଳାହାଣ୍ଡି : କଳାହାଣ୍ଡି ଜିଲ୍ଲାର କାଦୋପଡା ଅଞ୍ଚଳରେ ଏକ ଗ୍ୟାସ୍‌ ଟାଙ୍କି ବିସ୍ଫୋରଣ ଘଟି ଦୁଇ ମହିଳା ଅର୍ଦ୍ଧଦଗ୍ଧ ହୋଇଛନ୍ତି। ଉତକେଲା ଥାନା ଅନ୍ତର୍ଗତ କାଦୋପଡାରେ ଶନିବାର ଭୋର ସମୟରେ ଏହି ଦୁର୍ଘଟଣା ଘଟିଛି।

ସୂଚନା ଅନୁସାରେ ଉତକେଲା ଥାନା ନିକଟସ୍ଥ କାଦୋ ପଡ଼ା ଅଞ୍ଚଳର ରେବତୀ ମେହେର (୫୪) ଆଜି ସକାଳ ୫ଟା ସମୟରେ ଘରେ ଚା ତିଆରି କରିବାକୁ ଯାଇ ଗ୍ୟାସ ଚୁଲ୍ଲା ଜଳାଇବା ସମୟରେ କୌଣସି କାରଣରୁ ହଠାତ ନିଆଁ ଲାଗି ଯାଇଥିଲା। ନିଆଁ ଲାଗିବାକ୍ଷଣି ଗ୍ୟାସ ଟାଙ୍କି ଫାଟି ଯିବା ଫଳରେ ଘର କାନ୍ଥ ଭାଙ୍ଗିବା ସହିତ ଘର ଛପର ଉଡି ଯାଇଥିଲା, ନିଆଁର ଝାସ ପାଇ ପାଖରେ ଛିଡା ହୋଇ ଥିବା ପୂର୍ଣ୍ଣମୀ ମେହେରଙ୍କ (୬୦) ଶରୀର ଶତକଡା ୨୦ ଭାଗ ଜଳି ଯାଇଥିଲା। ଏହା ସମ୍ପର୍କରେ ସୂଚନା ପାଇବା ପରେ ଉତକେଲା ଅଗ୍ନିଶମ ବିଭାଗ ତୁରନ୍ତ ଘଟଣାସ୍ଥଳକୁ ଯାଇ ନିଆଁକୁ ଆୟତ୍ତ କରିବା ସହିତ ମହିଳା ଦ୍ବୟଙ୍କୁ ଉଦ୍ଧାର କରିଥିଲେ। ଆମ୍ବୁଲାନ୍ସ ଦ୍ଵାରା ଉଭୟଙ୍କୁ କେସିଙ୍ଗା ଡ଼ାକ୍ତରଖାନା ପଠା ଯାଇଥିଲା। କେସିଙ୍ଗା ଡାକ୍ତରଖାନାରେ ପୋଡାଜଳା ବିଭାଗ ନଥିବାରୁ, ମହିଳା ଦ୍ବୟଙ୍କୁ ପ୍ରାଥମିକ ଚିକିତ୍ସା ପରେ ଭବାନୀପାଟଣା ସ୍ଥିତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଛି। ଉଭୟ ମହିଳାଙ୍କ ସ୍ବାସ୍ଥ୍ୟବସ୍ଥା ସ୍ଥିର ରହିଥିବା ନେଇ ଡାକ୍ତର ଜଳନ୍ଧର ମେହେର ସୂଚନା ଦେଇଛନ୍ତି।

Categories
ଆଜିର ଖବର ଆଞ୍ଚଳିକ ରାଜ୍ୟ ଖବର

ଗ୍ୟାସ ଟାଙ୍କି ବିସ୍ଫୋରଣ ହୋଇ ଦୁଇଟି ଘର ନଷ୍ଟ: ଜଣେ ଯୁବକ ମୃତ

ସୁବର୍ଣ୍ଣପୁର: ସୁବର୍ଣ୍ଣପୁର ଜିଲ୍ଲା ବିରାମହାରାଜପୁର ବ୍ଲକର ସାନକିରାସିରା ଗ୍ରାମରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସୁଛି। ଏହି ଗ୍ରାମରେ ଗ୍ୟାସ ଟାଙ୍କି ବିସ୍ଫୋରଣ ହୋଇ ଦୁଇଟି ଘର ନଷ୍ଟ ହୋଇଯାଇଥିବା ବେଳେ ଜଣେ ଯୁବକଙ୍କ ମୃତ୍ୟୁ ହୋଇଥିବା ଖବର ଶୁଣିବାକୁ ମିଳୁଛି। ବିସ୍ଫୋରଣ ପରେ ଘରର କାନ୍ଥ ଭୁଷୁଡିପଡିଆବାରୁ ଜନୈକ ଯୁବକଙ୍କ ମୃତ୍ୟୁ ହୋଇଥିବା ସୂଚନା ରହିଛି। ସିନୁ ପ୍ରଧାନ (୨୪)ନାମକ ଏହି ମୃତ ଯୁବକ ଜଣକ ରୋଷେଇକରୁଥିବା ବେଳେ ଏହି ଅଘଟଣ ଘଟିଥିଲା।

Categories
ଆଜିର ଖବର ଜାତୀୟ ଖବର

ସାନିଟାଇଜର-ହ୍ୟାଣ୍ଡଓ୍ବାସ କାରଖାନାରେ ବିସ୍ଫୋରଣ : ଦୁଇ ମୃତ, ଜଣେ ଗୁରୁତର

ମୁମ୍ବାଇ:  ମହାରାଷ୍ଟ୍ରର ପାଲଘରଠାରେ ଏକ ସାନିଟାଇଜର୍‌ ଓ ହ୍ୟାଣ୍ଡଓ୍ବାସ୍‌ ତିଆରି କାରଖାନାରେ ବିସ୍ଫୋରଣ ଘଟିଛି । ଏହି ବିସ୍ଫୋରଣରେ ଘଟଣାସ୍ଥଳରେ ଦୁଇଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଜଣେ ଆହତ ହୋଇଛନ୍ତି।  ସୋମବାର ଦିନ 11ଟା 30 ମିନିଟ୍‌ ସମୟରେଏହି ଦୁର୍ଘଟଣା ଘଟିଥିଲା । କମ୍ପାନୀରେ ବିସ୍ଫୋରଣ ହେବା ସମୟରେ କମ୍ପାନୀରେ 66ଜଣ କାର୍ଯ୍ୟ କରୁଥିଲେ । ଘଟଣାସ୍ଥଳରେ ଅଧିକାରୀମାନେ ପହଞ୍ଚି ଯାଞ୍ଚ କରିଛନ୍ତି ।

ମିଳିଥିବା ସୂଚନା ଅନୁସାରେ ପାଲଘରର ତାରାପୁରଠାରେ ଏକ କେମିକାଲ୍‌ ଫ୍ୟାକ୍ଟ୍ରିରେ ସୋମବାର ଦିନ ବିସ୍ଫୋରଣ ହୋଇଛି । ଏହି କାରଖାନାରେ ସାନିଟାଇଜର୍‌ ଓ ହ୍ୟାଣ୍ଡଓ୍ବାଶ୍‌ ପାଇଁ କଞ୍ଚା ମାଲ ପ୍ରସ୍ତୁତି ହେଉଥିଲା । ଅଚାନକ ଏହି କାରଖାନାରେ ନିଆଁ ଲାଗି ବିସ୍ଫୋରଣ ହୋଇଥିଲା । ତେବେ ନିଆଁ କିପରି ଲାଗିଲା ତାହା ଜଣାପଡିନାହିଁ ।

ସମଗ୍ର ଭାରତବର୍ଷ ଏବେ କରୋନା କବଳରେ । କରୋନା କାୟା ଯୋଗୁଁ ଦେଶରେ ସାନିଟାଇଜର୍‌ ଓ ହ୍ୟାଣ୍ଡଓ୍ବାସ୍‌ର ଡିମାଣ୍ଡ ବେଶ୍‌ ପରିଲକ୍ଷିତ ହେଉଛି । ଦେଶରେ ସର୍ବାଧିକ କରୋନା ସଂକ୍ରମିତ ତଥା ରୋଗୀ ମହାରାଷ୍ଟ୍ରରେ ଦେଖାଯାଇଛନ୍ତି । ଏଠାରେ ଦୁଇ ଜହାରରୁ ଅଧିକ କରୋନା ସଂକ୍ରମିତ ହୋଇଥିବାବେଳେ 150ରୁ ଉର୍ଦ୍ଧ୍ବଙ୍କ ମୃତ୍ୟୁ ହୋଇଛି । (ଏଜେନ୍ସି)

Categories
ଆଜିର ଖବର ଆଞ୍ଚଳିକ ରାଜ୍ୟ ଖବର

ବାଣ ବିସ୍ଫୋରଣରେ ୮ ଗୁରୁତର

ହେମାଙ୍ଗ ପ୍ରସାଦ ରାଉଳ
ବ୍ରହ୍ମପୁର: ବ୍ରହ୍ମପୁରର ଧରାକୋଟ ଅଂଚଳରେ ନାଟକ ଚାଲିଥିବାବେଳେ ବାଣ ବିସ୍ଫୋରଣ ଘଟି ୮ ଜଣ ଗୁରୁତର ହୋଇଥିବା ଜଣାପଡ଼ିଛି । ସୂଚନାଯୋଗ୍ୟ ଦୋଳପୂର୍ଣ୍ଣିମା ଅବସରରେ ଧରାକୋଟ ଥାନା ଅନ୍ତର୍ଗତ କେ. ରାମଚନ୍ଦ୍ରପୁର, କଇଠଡ଼ା ଗ୍ରାମରେ ମହାଭାରତ ନାଟକ କାଲି ରାତ୍ରଠାରୁ ଆରମ୍ଭ ହୋଇଥିଲା । ରବିବାର ସକାଳେ ନାଟକ ଚାଲିଥିବାବେଳେ ନାଟକରେ ବାଣ ଫୁଟାଇବା ପାଇଁ ମଂଚ ତଳେ ଗଚ୍ଛିତ ରଖାଯାଇଥିବା ବାଣରେ କୌଣସି କାରଣରୁ ନିଆଁ ଲାଗିଯାଇଥିଲା । ଫଳରେ ମଂଚ ତଳେ ବିସ୍ଫୋରଣ ହୋଇଥିଲା । ଏହି ସମୟରେ ପ୍ରାୟ ୧୦୦ ଲୋକ ନାଟକ ଦେଖିବା ପାଇଁ ବସିଥିଲେ । ଫଳରେ ବିସ୍ଫୋରଣରେ ରାଜା ଗୌଡ଼, ଓମ୍ ଗୌଡ଼, ସୁମନ ରେଡ଼ି, ଚନ୍ଦନ ବିଷୋୟୀ, ଅରୁଣ ବିଷୋୟୀ, ବାବୁ ବିଷୋୟୀ, ବିଜୟ ଗୌଡ଼ ଆହତ ହୋଇଥିଲେ । ସମସ୍ତ ଆହତକୁ ଉଦ୍ଧାର କରି ଚିକିତ୍ସା ନିମନ୍ତେ ଆସିକା ଡ଼ାକ୍ତରଖାନାରେ ଭର୍ତ୍ତି କରାଯିବା ପରେ ସେଠାରେ ତାଙ୍କର ଅବସ୍ଥା ସଙ୍କଟାପନ୍ନ ଥିବାରୁ ସେମାନଙ୍କୁ ବ୍ରହ୍ମପୁର ଏମ୍‌କେସିଜି ମେଡ଼ିକାଲ୍‌କୁ ସ୍ଥାନାନ୍ତରିତ କରାଯାଇଛି । ଧରାକୋଟ ପୋଲିସ୍ ଘଟଣାସ୍ଥଳରେ ପହଞ୍ଚି ଅନୁସନ୍ଧାନ ଜାରି ରଖିଛି ।

Categories
ଅନ୍ତରାଷ୍ଟ୍ରୀୟ ଆଜିର ଖବର

କ୍ବେଟ୍ଟାରେ ବିସ୍ଫୋରଣ : 7 ମୃତ, 21 ଆହତ

କାବୁଲ : କାବୁଲର କ୍ବେଟ୍ଟା ସହରରେ ସୋମବାର ଏକ ବିସ୍ଫୋରଣ ଘଟି 7 ଜଣଙ୍କର ପ୍ରାଣହାନି ଘଟିଥିବା ବେଳେ 21 ଜଣ ଆହତ ହୋଇଛନ୍ତି । ବିସ୍ଫୋରଣ ଘଟିଥିବା ନେଇ ବେଲୁଚିସ୍ତାନ ସରକାରଙ୍କ ମୁଖପାତ୍ର ଲିଆକତ୍‌ ଶାହଓ୍ବାନି ପ୍ରକାଶ କରିଛନ୍ତି । ନିହତ 7 ଜଣଙ୍କ ମଧ୍ୟରେ ଦୁଇ ଜଣ ପୋଲିସ୍‌ କର୍ମୀ ରହିଛନ୍ତି । କ୍ବେଟ୍ଟା ପ୍ରେସ୍ କ୍ଲବ୍‌ ନିକଟରେ ରହିଥିବା ଶାରାହ ଇ ଅଦାଲତରେ ଏହି ବିସ୍ଫୋରଣ ଘଟିଥିଲା । ଏହି ବିସ୍ଫୋରଣରେ ସମସ୍ତ ଆହତ ମାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ବିସ୍ଫୋରଣ ପରେ ପୋଲିସ୍‌ ପକ୍ଷରୁ ସର୍ଚ୍ଚ ଅପରେସନ୍‌ ମଜାରି ରହିଛି । (ଏଜେନ୍ସି)

Categories
ଆଜିର ଖବର ଜାତୀୟ ଖବର

ପଞ୍ଜାବରେ ନଗର କୀର୍ତ୍ତନ ସମୟରେ ବିସ୍ଫୋରଣ : 15 ମୃତ

ପଞ୍ଜାବରେ ନଗର କୀର୍ତ୍ତନ ସମୟରେ ବିସ୍ଫୋରଣ : 15 ମୃତ
ପଞ୍ଜାବ : ପଞ୍ଜାବର ଟାର୍ନ ଟରନ୍‌ରେ ଏକ ଭୟାବହ ବିସ୍ଫୋରଣ ଘଟିଛି । ଏହି ବିସ୍ଫୋରଣରେ 15 ଜଣ ଲୋକଙ୍କ ମୃତ୍ୟୁ ଘଟିଥିବା ବେଳେ 3 ଜଣ ଗୁରୁତର ଭାବରେ ଆହତ ହୋଇଛନ୍ତି । ନଗର କୀର୍ତ୍ତନ ଚାଲିଥିବା ସମୟରେ ଟ୍ରାକ୍ଟର ପଛପଟେ ବସି ଶ୍ରଦ୍ଧାଳୁ ଯାଉଥିବା ସମୟରେ ଏହି ବିସ୍ଫୋରଣ ଘଟିଥିଲା । ବିସ୍ଫୋରଣର ଭୟାବହତା ଏତେ ରହିଥିଲା କି ଘଟଣାସ୍ଥଳରେ 15 ଜଣଙ୍କର ପ୍ରାଣହାନି ଘଟିଥିଲା । 3 ଜଣ ଗୁରୁତର ଭାବରେ ଆମହତ ହୋଇଥିବା ବେଳେ ଆହତ ମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।

Categories
ଅନ୍ତରାଷ୍ଟ୍ରୀୟ ଆଜିର ଖବର

ୟୁଏଇ ସୀମାରେ ତୈଳ ଟ୍ୟାଙ୍କର ବିସ୍ଫୋରଣ, 2 ଭାରତୀୟ ନାବିକ ନିହତ

ନୂଆଦିଲ୍ଲୀ : ୟୁନାଇଟେଡ୍‌ ଆରବ ଏମିରେଟ୍‌ସ(ୟୁଏଇ) ସୀମାରେ ଏକ ତୈଳ ଟ୍ୟାଙ୍କରରେ ବିସ୍ଫୋରଣ ଘଟିଛି । ଏହି ବିସ୍ଫୋରଣରେ ଦୁଇ ଜଣ ଭାରତୀୟ ନାବିକ ପ୍ରାଣ ହରାଇଛନ୍ତି । ୟୁଏଇ ତଟରେ ଏକ ତୈଳ ଟ୍ୟାଙ୍କର ଯାଉଥିବା ଜାହାଜଟିରେ କୌଣସି କାରଣରୁ ବିସ୍ଫୋରଣ ଘଟିଥିଲା । ଜାହାଜରେ ସମୁଦାୟ 55 ଜଣ ବ୍ୟକ୍ତି ରହିଥିବା ବେଳେ ତନ୍ମଧ୍ୟରୁ 12 ଜଣ ଜାହାଜ କର୍ମଚାରୀ ରହିଛନ୍ତି । ବିସ୍ଫୋରଣ ପରେ ଦୁଇ ଜଣ ଭାରତୀୟ ନିହତ ହୋଇଥିବା ବେଳେ ଅନ୍ୟ ଦୁଇ ଜଣ ଗୁରୁତର ଅଛନ୍ତି । ବିସ୍ଫୋରଣ ପରେ ଉଦ୍ଧାର କାର୍ଯ୍ୟ ଜାରି ରହିଥିବା ବେଳେ ବର୍ତ୍ତମାନ ସୁଦ୍ଧା 10 ଜଣ ନିଖୋଜ ରହିଛନ୍ତି । (ଏଜେନ୍ସୀ)

Categories
ଅନ୍ତରାଷ୍ଟ୍ରୀୟ ଆଜିର ଖବର

ଆଫଗାନିସ୍ତାନରେ ବିସ୍ଫୋରଣ : 2 ଆମେରିକୀୟ ସୈନ୍ୟ ନିହତ

କାବୁଲ : ଆଫଗାନିସ୍ତାନରେ ଅବସ୍ଥାପିତ ଦୁଇ ଆମେରିକୀୟ ସୈନ୍ୟ ଏକ ବିସ୍ଫୋରଣରେ ପ୍ରାଣ ହରାଇଛନ୍ତି । ଏହି ବିସ୍ଫୋରଣରେ ଅନ୍ୟ ଦୁଇ ଜଣ ଆହତ ହୋଇଛନ୍ତି । କାନ୍ଦାହାରର ଦକ୍ଷିଣ ଆଫଗାନିସ୍ତାନରେ ଏହି ବିସ୍ଫୋରଣ ଘଟିଥିଲା । ଶନିବାର ଆମେରିକୀୟ ସେନା ପକ୍ଷରୁ ଏକ ସର୍ଚ୍ଚ ଅପରେସନ୍‌ କରାଯାଉଥିବା ବେଳେ ଏହି ବିସ୍ଫୋରଣ ଘଟିଥିଲା । ବିସ୍ଫୋରଣରେ ସ୍ଥାନୀୟ ଆଇଡି ବିସ୍ଫୋରକ ବ୍ୟବହାର କରାଯାଇଥିଲା । ଦୁଇ ଆହତଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଏହି ବିସ୍ଫୋରଣ ପାଇଁ ତାଲିବାନ ପକ୍ଷରୁ ନିଜକୁ ଦାୟୀ କରାଯାଇଛି । (ଏଜେନ୍ସୀ)

Categories
ଅନ୍ତରାଷ୍ଟ୍ରୀୟ ଆଜିର ଖବର

ସୋମାଲିଆରେ କାର୍‌ ବୋମା ବିସ୍ଫୋରଣ : 20ରୁ ଅଧିକ ମୃତ

ନୂଆଦିଲ୍ଲୀ, 28/12 : ସୋମାଲିଆରେ ଏକ କାର ବୋମା ବିସ୍ଫୋରଣରରେ 20 ରୁ ଅଧିକ ଲୋକଙ୍କର ପ୍ରାଣହାନି ଘଟିଛି । ସୋମାଲିଆର ରାଜଧାନୀ ମୋଡିଗାସୁରେ ଶନିବାର ଦିନ ଏହି ବିସ୍ଫୋରଣ ଘଟିଛି । ଏହି ବିସ୍ଫୋରଣରେ ଆହୁରି 30ରୁ 40 ଜଣ ବ୍ୟକ୍ତି ଆହତ ହୋଇଛନ୍ତି । ଆହତ ମାନଙ୍କୁ ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ବେଳେ ଆହତଙ୍କ ମଧ୍ୟରୁ ଏକାଧିକଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି । ବିସ୍ଫୋରଣ ନିମନ୍ତେ କୌଣସି ଆତଙ୍କୀ ସଙ୍ଗଠନ ନିଜକୁ ଦାୟୀ କରିନଥିବା ବେଳେ ବିସ୍ଫୋରଣର ତଦନ୍ତ ଜାରି ରହିଛି ବୋଲି ପୋଲିସ୍‌ ଅଧିକାରୀ ଇବ୍ରାହିମ ମହମ୍ମଦ ପ୍ରକାଶ କରିଛନ୍ତି । (ଏଜେନ୍ସୀ)

Categories
ଆଜିର ଖବର

ଚୀନ୍‌ ବାଣ କାରଖାନାରେ ବିସ୍ଫୋରଣ: 7 ମୃତ, 13 ଆହତ

ନୂଆଦିଲ୍ଲୀ,6/12: ଚୀନ୍‌ର ଏକ ବାଣ କାରଖାନାରେ ବିସ୍ଫୋରଣ ଘଟି 7 ଜଣଙ୍କର ପ୍ରାଣହାନି ଘଟିଥିବା ବେଳେ 13 ଜଣ ଆହତ ହୋଇଛନ୍ତି । ଚୀନ୍‌ର ହୁନାନ୍‌ ପ୍ରଦେଶରେ ଗୁରୁବାର ଏହି ବିସ୍ଫୋରଣ ଘଟିଥିଲା । ଅନୈତିକ ଭାବରେ ଏହି ବାଣ କାରଖାନାରୁ ବାଣ ଉତ୍ପାଦନ କରାଯାଉଥିବା ବେଳେ ଏହି ବିସ୍ଫୋରଣ ଘଟିଥିଲା । ଜାନୁୟାରୀ 25ରେ ଚୀନ୍‌ ନୂତନ ବର୍ଷ ପାଳନ ପୂର୍ବରୁ ପ୍ରବଳ ବାଣ ତିଆରି ହେଉଥିବା ବେଳେ ଏହି ବିସ୍ଫୋରଣ ଘଟିଥିବା ଜଣାପଡିଛି । ଆହତ ମାନଙ୍କୁ ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି କରାଯିବା ସହିତ ବାଣ କାରଖାନାକୁ ସିଲ୍‌ କରିଦିଆଯାଇଛି । ଏହା ସହିତ ବିସ୍ଫୋରଣର ତଦନ୍ତ ନିର୍ଦ୍ଦେଶ ଦିଆଯାଇଛି । (ଏଜେନ୍ସୀ)

Categories
ଆଜିର ଖବର

ସୁଦାନ ଟାଇଲ ଫ୍ୟାକ୍ଟ୍ରିରେ ବିସ୍ଫୋରଣ , 23 ମୃତ

ସୁଦାନ,4/12: ସୁଦାନର ଏକ ଟାଇଲ ଫ୍ୟାକ୍ଟ୍ରୀରେ ବିସ୍ଫୋରଣ ଘଟି 23 ଜଣଙ୍କ ପ୍ରାଣହାନି ଘଟିଛି । ମଙ୍ଗଳବାର ଘଟିଥିବା ଏହି ବିସ୍ଫୋରଣରେ ଅନ୍ୟ 130 ଜଣ ଆହତ ହୋଇଛନ୍ତି । ଏକ ତୈଳବାହୀ ଟ୍ୟାଙ୍କର ଫ୍ୟାକ୍ଟ୍ରିକୁ ଧକ୍କା ଦେବାରୁ ଏହି ବିସ୍ଫୋରଣ ଘଟିଥିଲା । ସୁଦାନର ରାଜଧାନୀ ଖାରତୌମ୍‌ରେ ମଙ୍ଗଳବାର ଏହି ଘଟଣା ଘଟିଥିଲା । ଗ୍ୟାସ୍‌ ଟ୍ୟାଙ୍କରଟି ଗ୍ୟାସ୍‌ ଅନଲୋଡ୍‌ କରୁ୍ଥିବା ସମୟରେ ଏହି ବିସ୍ଫୋରଣ ଘଟିଥିଲା । ଖରତୌମ୍‌ରେ ରହିଥିବା 5ଟି ଡାକ୍ତରଖାନାରେ ସମସ୍ତ ଆହତ ମାନଙ୍କୁ ଭର୍ତ୍ତି କରାଯାଇଛି । ବିସ୍ଫୋରଣର କାରଣ ଜାଣିବା ନିମନ୍ତେ ସରକାରଙ୍କ ପକ୍ଷରୁ ଏକ ତଦନ୍ତ କମିଟି ଗଠନ କରାଯାଇଛି । (ଏଜେନ୍ସୀ)

Categories
ଆଜିର ଖବର

ଇରାକ୍‌ରେ ବିସ୍ଫୋରଣ : 6ମୃତ,17 ଆହତ

ବାଗଦାଦ,27/11: ଇରାକର ରାଜଧାନୀ ବାଗଦାଦରେ ଏକ ଭୟଙ୍କର ବିସ୍ଫୋରଣ ଘଟିଛି । ଏହି ବିସ୍ଫୋରଣରେ 6 ଜଣଙ୍କ ପ୍ରାଣହାନି ଘଟିଥିବା ବେଳେ 17 ଜଣ ଆହତ ହୋଇଛନ୍ତି । ଏକ ମୋଟର ସାଇକେଲ ବୋମା ରଖାଯାଇ ଏହି ବିସ୍ଫୋରଣ କରାଯାଇଥିଲା । ଦକ୍ଷିଣ ପଶ୍ଚିମ ବାଗ୍‌ଦାଦର ଅଲ ବାଲାଦିୟତ୍‌ ଅଞ୍ଚଳରେ ଏହି ବିସ୍ଫୋରଣ ଘଟିଥିଲା । ଗୋଟେ ପରେ ଗୋଟେ ତିନୋଟି ବୋମା ବିସ୍ଫୋରଣ ଘଟିଥିଲା । ଆହତ ମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ବିସ୍ଫୋରଣରେ ବ୍ୟବହୃତ ବିସ୍ଫୋରକ ସମ୍ବନ୍ଧରେ କୌଣସି ସୂଚନା ନଥିବା ବେଳେ ପୋଲିସ୍‌ ପକ୍ଷରୁ ତଦନ୍ତ ଜାରି ରହିଛି । ଆଇଏସ୍‌ଆଇଏସ୍‌ ପକ୍ଷରୁ ଏହି ବିସ୍ଫୋରଣ ପାଇଁ ନିଜକୁ ଦାୟୀ କରାଯାଇଛି ।

Categories
ଆଜିର ଖବର

ଫାଲଗାମରେ ବିସ୍ଫୋରଣ : ୨ ମୃତ, ୮ ଆହତ

ଅନନ୍ତନାଗର ଫାଲଗାମରେ ଏକ ଡଙ୍ଗାରେ ବିସ୍ଫୋରଣ ଘଟି ୨ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୮ ଜଣ ଆହତ ହୋଇଛନ୍ତି। ଫାଲଗାମର ଲିଡ୍ଡର ନଦୀରେ ରହିଥିବା ଏକ ଡଙ୍ଗାରେ ଏହି ଆକ୍ରମଣ ଘଟିଥିଲା। ମଙ୍ଗଳବାର ସନ୍ଧ୍ୟା ସମୟରେ ଏହି ବିସ୍ଫୋରଣ ଘଟିଥିଲା। ୧୮ ଦିନ ପୂର୍ବରୁ ଘଟିଥିବା ସମାନ ଶୈଳୀର ବିସ୍ଫୋରଣରେ ଜଣେ ସ୍ଥାନୀୟ ଗାଇଡ୍‌ଙ୍କର ପ୍ରାଣହାନି ଘଟିଥିଲା। ଉକ୍ତ ଗାଇଡଙ୍କ ସ୍ମୃତିରେ ଅନୁଷ୍ଠିତ ହେଉଥିବା ଡଙ୍ଗାଚାଳନା ପ୍ରତିଯୋଗିତାରେ ଏହି ବିସ୍ଫୋରଣ ଘଟିଥଲା। ଏହି ବିସ୍ଫୋରଣରେ ଜଣେ ପ୍ରତିଯୋଗୀ ଏବଂ ଜଣେ ପର୍ଯ୍ୟଟନ ବିଭାଗ କର୍ମଚାରୀ ନିହତ ହୋଇଥିଲେ। ପ୍ରତିଯୋଗୀ ଜଣକ ରେସାଇର ସଞ୍ଜନା ହୋଇଥିବା ବେଳେ ପର୍ଯ୍ୟଟନ ବିଭାଗ କର୍ମଚାରୀ ଜଣକ ଉଧମପୁରର ରିଙ୍କୁ ରାଜା ବୋଲି ଜଣାପଡିଛି। ମୃତକଙ୍କ ପରିବାରକୁ ୨ ଲକ୍ଷ ଟଙ୍କାର ଆର୍ଥିକ ସହାୟତା ଘୋଷଣା କରିଛନ୍ତି ରାଜ୍ୟପାଳ ସତ୍ୟପାଲ ମଲ୍ଲିକ୍‌।

Categories
ଆଜିର ଖବର

ଆଇଇଡି ବିସ୍ଫୋରଣରେ ୧୧ ଯବାନ ଆହତ

ଝାଡ଼ଖଣ୍ଡ ଷଢାଇକଳାର ଅନ୍ତର୍ଗତ କୁଚାଇରେ ମାଓବାଦୀମାନେ ଖଞ୍ଜି ଥିବା ଆଇଇଡି ବିସ୍ଫୋରଣ ହୋଇଛି। ଏଥିରେ ୧୧ଜଣ ଯବାନ ଆହତ ହୋଇଛନ୍ତି। ସମସ୍ତ ଯବାନଙ୍କୁ ରାଞ୍ଚିକୁ ସ୍ଥାନାନ୍ତର କରାଯାଇଛି। ସେମାନଙ୍କ ମଧ୍ୟରୁ ତିନି ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ଥିବା ସୂଚନା ମିଳିଛି। ମଙ୍ଗଳବାର ଭୋର ପ୍ରାୟ ୪ଟା ୫୦ ସମୟରେ ଝାଡ଼ଖଣ୍ଡ ପୋଲିସ ଓ ୨୦୯ର କୋବ୍ରାବାଟାଲିୟନ୍‌ର ଯବାନମାନେ ମିଳିତ ସ୍ପେଶାଲ ଅପରେସନ୍‌ରେ ବାହାରିଥିଲେ। ଷଢାଇକଳାର କୁଚାଇ ନିକଟରେ ମାଓବାଦୀମାନେ ପୂର୍ବରୁ ଖଞ୍ଜିଥିବା ଆଇଇଡି ବିସ୍ଫୋରଣ ହୋଇଥିଲା। ଏହି ବିସ୍ଫୋରଣରେ କୋବ୍ରା ବାଟାଲିୟନ୍‌ର ୮ଜଣ ଓ ୩ ଜଣ ପୋଲିସ ଆହତ ହୋଇଛନ୍ତି। ଘଟଣା ପରେ ସଂପୃକ୍ତ ଅଞ୍ଚଳକୁ ଘେରା ବନ୍ଦୀ କରି ସର୍ଚ୍ଚ ଅପରେସନ୍‌ କରାଯାଉଛି।

Categories
ଆଜିର ଖବର

ଫ୍ରାନ୍ସର ଲିଓନ୍‌ରେ ବିସ୍ଫୋରଣ, ୧୩ରୁ ଅଧିକ ଆହତ

ଫ୍ରାନ୍ସର ଲିଓନ୍‌ରେ ଏକ ପାର୍ସଲ ବୋମା ବିସ୍ଫୋରଣ ଘଟିଛି। ଫ୍ରାନ୍ସର ଦକ୍ଷିଣପୂର୍ବ ଭାଗର ପ୍ରେସିଡେନ୍ସିଆଲ୍‌ ଷ୍ଟ୍ରିଟ୍‌ରେ ଏହି ବିସ୍ଫୋରଣ ଘଟିଥିଲା। ବିସ୍ଫୋରଣରେ ୧୩ରୁ ଅଧିକ ବ୍ୟକ୍ତି ଆହତ ହୋଇଛନ୍ତି। ଦେଶର ନିର୍ବାଚନ ଅନୁଷ୍ଠିତ ହେବାର ଦୁଇ ଦିନ ପୂର୍ବରୁ ଏହି ବିସ୍ଫୋରଣକୁ ନିନ୍ଦା କରିଛନ୍ତି ରାଷ୍ଟ୍ରପତି ଏମାନୁଏଲ୍‌ ମାକ୍ରନ୍‌। ଜଣେ ୩୦ବର୍ଷୀୟ ବ୍ୟକ୍ତି ଏହି ବିସ୍ଫୋରଣରେ ସମ୍ପୃକ୍ତ ଥିବା ଜଣା ପଡିଛି। ବିସ୍ଫୋରଣର ଠିକ୍‌ ପୂର୍ବରୁ ଉକ୍ତ ଯୁବକଙ୍କୁ ସିସିଟିଭିରେ ଦେଖିବାକୁ ମିଳିଛି। ଆହତଙ୍କ ମଧ୍ୟରୁ ୧୩ ଜଣ ଗୁରୁତର ରହିଥିବା ବେଳେ ସମସ୍ତଙ୍କୁ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଏକ ବେକରୀ କାଉଣ୍ଟର ସମ୍ମୁଖରେ ଏକ ବିସ୍ଫୋରଣ ଘଟିଥିଲା। ବିସ୍ଫୋରଣରେ ନିକଟସ୍ଥ ଘର ଗୁଡିକର କାଚ ଭାଙ୍ଗି ଯାଇଛି। କୌଣସି ଆତଙ୍କୀ ସଙ୍ଗଠନ ଏନେଇ ନିଜକୁ ଦାୟୀ କରି ନଥିବା ବେଳେ ଅପରାଧୀଙ୍କ ବିପକ୍ଷରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ରାଷ୍ଟ୍ରପତି ମାକ୍ରନ୍‌ ସୂଚନା ଦେଇଛନ୍ତି।

Categories
ଆଜିର ଖବର

ବିଧାୟକଙ୍କ ଘର ସାମ୍ନାରେ ବିସ୍ଫୋରଣ : 1 ମୃତ

ବେଙ୍ଗାଲୁରୁର ଜଣେ ବିଧାୟକଙ୍କ ଘର ସାମ୍ନାରେ ବିସ୍ଫୋରଣ ଘଟି ଜଣଙ୍କର ମୃତ୍ୟୁ ଘଟିଛି। ବେଙ୍ଗାଲୁରୁର ରାଜେଶ୍ବରୀ ନଗର ବିଧାୟକ ମୁନି ରତ୍ନାଙ୍କ ସରକାରୀ ବାସଭବନ ସମ୍ମୁଖରେ ଏହି ବିସ୍ଫୋରଣ ଘଟିଛି। ରବିବାର ସକାଳେ ଘଟିଥିବା ଏହି ବିସ୍ଫୋରଣ ଜଣେ ସ୍ଥାନୀୟ ବାସିନ୍ଦାଙ୍କ ପ୍ରାଣହାନି ଘଟିଛି। ବିସ୍ଫୋରଣ ସମୟରେ ରାସ୍ତା ଦେଇ ଯାଉଥିଲେ ଭେଙ୍କଟେଶ ନାମକ ଉକ୍ତ ଯୁବକ। ବିସ୍ଫୋରଣରେ ସ୍ଥାନୀୟ କିଛି ଘରର କାଚ ଭାଙ୍ଗି ଯାଇଥିବା ବେଳେ ବିସ୍ଫୋରଣର କାରଣ ସମ୍ପର୍କରେ ଅନୁଧ୍ୟାନ ଚାଲିଛି। ଘଟଣାସ୍ଥଳକୁ ପୋଲିସ ଘେରାରେ ରଖାଯାଇଛି ବୋଲି ପୋଲିସ୍‌ କମିଶନର ଟି ସୁନୀଲ କୁମାର ସୂଚନା ଦେଇଛନ୍ତି।