Categories
ଆଜିର ଖବର

ମୋବାଇଲ ଫାଟି ତିନି ଗୁରୁତର

ସୁବର୍ଣ୍ଣପୁର ବିନିକାରେ ଏକ ଅଭାବନୀୟ ଘଟଣା ଘଟିଛି। ମୋବାଇଲ ଫାଟିବାରୁ ତିନି ଜଣ ବାଳକ ଗୁରୁତର ହୋଇପଡ଼ିଛନ୍ତି। ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି। ସମସ୍ତଙ୍କୁ ଡୁଙ୍ଗୁରିପାଲି ମେଡ଼ିକାଲରେ ଭର୍ତ୍ତି କରାଯାଇଛି। ଆଜି ସକାଳେ ଡୁଙ୍ଗୁରିପାଲି ଅନ୍ତର୍ଗତ ଅଡାକଷା ଗ୍ରାମର ତିନି ଜଣ ବାଳକ ଏକ ମୋବାଇଲରେ ଖେଳୁଥିଲେ। ଏହି ସମୟରେ ମୋବାଇଲ ଫାଟିଯିବାରୁ ପିଲାମାନେ ଗୁରୁତର ହୋଇପଡ଼ିଥିଲେ। ସମସ୍ତଙ୍କୁ ଡୁଙ୍ଗୁରିପାଲି ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ପିଲାମାନଙ୍କ ପରିଚୟ ଜଣାପଡ଼ି ନାହିଁ।

Categories
ଆଜିର ଖବର

ଚୀନ୍‌ରେ କାରଖାନାରେ ବିସ୍ଫୋରଣ ଘଟି ୭ ମୃତ

ଆଜି ଚୀନର ଜୀୟାଙ୍ଗସୁ ଅଞ୍ଚଳରେ ଏକ କାରଖାନାରେ ବିସ୍ଫୋରଣ ଘଟି ଘଟଣାସ୍ଥଳରେ ୭ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ, ଅନ୍ୟ ୫ ଜଣ ଗୁରୁତର ଆହତ ହୋଇଛନ୍ତି। ପ୍ରାଥମିକ ଆକଳନ ଅନୁଯାୟୀ, କାରଖାନାରେ ବ୍ୟବହାର କରାଯାଉଥିବା ଗ୍ୟାସ ଲିକ ହେବା ଫଳରେ ଏହି ବିସ୍ଫୋରଣ ଘଟିଥିଲା। ସକାଳ ପ୍ରାୟ ୭ଟାରେ ଏହି ବିସ୍ଫୋରଣ ହୋଇଥିବା ଜଣାପଡିଛି। କାରଖାନାରୁ ବାହାରୁଥିବା ବଳକା ସାମଗ୍ରୀ ରଖାଯାଇଥିବା ଷ୍ଟୋରରେ ବିସ୍ଫୋରଣ ଘଟିବା ଫଳରେ ଆହତ ୫ଜଣକୁ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।  ମାର୍ଚ୍ଚ ୨୧ରେ ଜୀୟାଙ୍ଗସୁ ଅଞ୍ଚଳରେ ଥିବା ଏକ ରାସାୟନିକ କାରଖାନାରେ ବିସ୍ଫୋରଣ ଘଟି ୭୮ଜଣଙ୍କ ମୃତ୍ୟୁ ହୋଇଥିଲା।