Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ନୂଆ କୃଷି ଜ୍ଞାନକୌଶଳ ଉଦ୍ଭାବନ କଲେ ଆଇସିଏଆର-ସିଆଇଡବ୍ଲୁଏର ବୈଜ୍ଞାନିକ ଦଳ
ଆଜିର ଖବର

ନୂଆ କୃଷି ଜ୍ଞାନକୌଶଳ ଉଦ୍ଭାବନ କଲେ ଆଇସିଏଆର-ସିଆଇଡବ୍ଲୁଏର ବୈଜ୍ଞାନିକ ଦଳ

April 18, 2023No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ୱର: ଜନସଂଖ୍ୟା ବୃଦ୍ଧି, ସହରୀକରଣ ଏବଂ ଶିଳ୍ପ ବିକାଶ କାରଣରୁ କୃଷି ଉପଯୋଗୀ ଭୂମି ସଙ୍କୁଚିତ ହୋଇଚାଲିଛି। ଗ୍ରାମୀଣ ପରିବାରର ଜୀବନଜୀବିକା ମୁଖ୍ୟତଃ କୃଷି ଏବଂ ଆନୁସଙ୍ଗିକ କାର୍ଯ୍ୟକଳାପ ଉପରେ ନିର୍ଭରଶୀଳ। ଭାରତର ପୂର୍ବ ପ୍ରାନ୍ତରେ ଥିବା ଅଧିକାଂଶ ଗ୍ରାମରେ ଲୋକମାନଙ୍କର ଘର ପଛପଟେ ଛୋଟ ଖଣ୍ଡେ ଜମି ଥାଏ। ଏଭଳି ଭୂମିହୀନ ଚାଷୀ ପରିବାର ପାଇଁ ଆହାର ବିବିଧତା ସୁନିଶ୍ଚିତ କରିବା ଏବଂ ପରିବାର ଲୋକଙ୍କ ପୋଷଣ ସୁରକ୍ଷା ଉଦ୍ଦେଶ୍ୟରେ ଭୁବନେଶ୍ୱର ସ୍ଥିତି ଆଇସିଏଆର-ସିଆଇଡବ୍ଲୁଏର ବୈଜ୍ଞାନିକମାନଙ୍କ ଦଳ ଏକ ଅଭିନବ ଜ୍ଞାନକୌଶଳ ବିକଶିତ କରିଛନ୍ତି। ‘‘ଛତୁ ଓ କୁକ୍କୁଟପାଳନ ସହିତ ପନିପରିବା ଉତ୍ପାଦନ ପାଇଁ ମହିଳା ଅନୁକୂଳ ବହୁମୁଖି ସମନ୍ୱିତ ଭର୍ଟିକାଲ ନ୍ୟୁଟ୍ରି-ଫାର୍ମିଂ ପ୍ରଣାଳୀ’’ (ଆଇଭିଏନଏଫଏସ) ନାମକ ଏହି ଜ୍ଞାନକୌଶଳକୁ ଆଇସିଏଆର-ସିଏଡବ୍ଲୁଏର ବୈଜ୍ଞାନିକ ଡକ୍ଟର ତାନିଆ ସେଠ, ଡକ୍ଟର ଅରୁଣ କୁମାର ପଣ୍ଡା ଏବଂ ଇଞ୍ଜିନିୟର ଚୈତ୍ରାଳୀ ଶଶାଙ୍କ ମହାତ୍ରେଙ୍କ ଦଳ ଉଦ୍ଭାବନ କରିଛନ୍ତି।

ଆଇଭିଏନଏଫଏସ ଜ୍ଞାନକୌଶଳ ମାଧ୍ୟମରେ ଚାଷ କରି କମ ଆୟ ବର୍ଗର ପରିବାରଗୁଡ଼ିକ ପୋଷକ ତତ୍ତ୍ୱଯୁକ୍ତ ପନିପରିବା, ଛତୁ, ଅଣ୍ଡା ଓ ମାଂସ ଉତ୍ପାଦନ କରିପାରିବେ ଏବଂ ସେମାନଙ୍କର ଭିଟାମିନ, ଖଣିଜସାର, ଉଦ୍ଭିଦ ପୋଷଣ ଆବଶ୍ୟକତା ପୂରଣ କରିପାରିବେ। ଏହା ମଧ୍ୟ ଜଳବାୟୁ ପରିବର୍ତ୍ତନ ବିପଦ ପ୍ରତି ମହିଳା ଚାଷୀମାନଙ୍କ ସହନଶୀଳତାକୁ ବଢ଼ାଇବ। ଗରିବ ଚାଷୀ ପରିବାରମାନେ ସେମାନଙ୍କ ବଳକା ଉତ୍ପାଦିତ ସାମଗ୍ରୀକୁ ବିକ୍ରି କରି ଆୟର ଏକ ସହାୟକ ଉତ୍ସ ମଧ୍ୟ ପାଇପାରିବେ।

ଗୁଜରାଟର ଜଣେ ପ୍ରଗତିଶୀଳ ଉଦ୍ୟୋଗୀ ଜାପାନ ସାହାଙ୍କ ସେଣ୍ଟ୍ରିଫଗାଲ ପ୍ରଡକ୍ଟସ୍‌ ସଂସ୍ଥା ଆଇସିଏଆର-ସିଆଇଡବ୍ଳୁଏର ଏହି ଜ୍ଞାନକୌଶଳ ପାଇଁ ଲାଇସେନ୍ସ ହାସଲ କରିବା ନିମନ୍ତେ ପ୍ରସ୍ତାବ ଦେଇଛି। ୧୭ ଏପ୍ରିଲ, ୨୦୨୩ରେ ଆଇଭିଏନଏଫଏସ ଜ୍ଞାନକୌଶଳ ସମ୍ପର୍କରେ ଉପରୋକ୍ତ ଉଦ୍ୟୋଗୀଙ୍କୁ ପ୍ରଶିକ୍ଷଣ ଦିଆଯାଇଛି। ଆଇଭିଏନଏଫଏସ ଜ୍ଞାନକୌଶଳ ହସ୍ତାନ୍ତର ପାଇଁ ଆଇସିଏଆର-ସିଆଇଡବ୍ଲଏ, ଭୁବନେଶ୍ୱର ଏବଂ ସେଣ୍ଟ୍ରିଫଗାଲ ପ୍ରଡକ୍ଟସ୍‌, ଗୁଜରାଟ ମଧ୍ୟରେ ଏକ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି। ଏହି କାର୍ଯ୍ୟକ୍ରମରେ ଆଇସିଏଆର-ସିଆଇଡବ୍ଲଏ, ଭୁବନେଶ୍ୱର ନିର୍ଦ୍ଦେଶିକା ଡକ୍ଟର ମୃଦୁଳା ଦେବୀ ଉପସ୍ଥିତ ରହିବା ସହିତ ଆଇଭିଏନଏଫଏସ ଜ୍ଞାନକୌଶଳକୁ ପ୍ରତିଷ୍ଠିତ କରାଇବା ସକାଶେ ସବୁ ପ୍ରକାର ସହାୟତା ପାଇଁ ଆଶ୍ୱାସନା ଦେଇଛନ୍ତି।

ଆଇସିଏଆର ସିଆଇଡବ୍ଲୁଏ
Share. Facebook Twitter LinkedIn Email WhatsApp Copy Link

Related Posts

କଟକରେ ଜଗଦଗୁରୁ କୃପାଳୁ ବିଶ୍ୱବିଦ୍ୟାଳୟ ଉଦଘାଟନ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

August 3, 2026

ବାଙ୍କିପୁର ସମେତ ଦୁଇ ଆସନରେ ପରାଜୟ ପରେ ଆସିଲା ବିଜେପିର ପ୍ରଥମ ପ୍ରତିକ୍ରିୟା

August 3, 2026

ପେଟ୍ରୋଲ ଓ ଡିଜେଲ ରପ୍ତାନି ଉପରେ ବଢ଼ିଲା ୱିଣ୍ଡଫଲ୍ ଟ୍ୟାକ୍ସ, ଘରୋଇ ଦର ଅପରିବର୍ତ୍ତିତ

August 3, 2026

ବିକେପିପିଇଆର୍ ପ୍ରକଳ୍ପ ପ୍ରସ୍ତାବକୁ ରାଜ୍ୟସ୍ତରୀୟ କମିଟିର ଅନୁମୋଦନ

August 3, 2026
Latest News

କଟକରେ ଜଗଦଗୁରୁ କୃପାଳୁ ବିଶ୍ୱବିଦ୍ୟାଳୟ ଉଦଘାଟନ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

August 3, 2026

ବାଙ୍କିପୁର ସମେତ ଦୁଇ ଆସନରେ ପରାଜୟ ପରେ ଆସିଲା ବିଜେପିର ପ୍ରଥମ ପ୍ରତିକ୍ରିୟା

August 3, 2026

ପେଟ୍ରୋଲ ଓ ଡିଜେଲ ରପ୍ତାନି ଉପରେ ବଢ଼ିଲା ୱିଣ୍ଡଫଲ୍ ଟ୍ୟାକ୍ସ, ଘରୋଇ ଦର ଅପରିବର୍ତ୍ତିତ

August 3, 2026

ବିକେପିପିଇଆର୍ ପ୍ରକଳ୍ପ ପ୍ରସ୍ତାବକୁ ରାଜ୍ୟସ୍ତରୀୟ କମିଟିର ଅନୁମୋଦନ

August 3, 2026

ଏମ୍ସ ଭୁବନେଶ୍ୱରର ଚମକ “ଅଙ୍ଗ ପ୍ରତିରୋପଣରେ ଉଦୀୟମାନ ସରକାରୀ ପ୍ରତିଷ୍ଠାନ” ଭାବରେ ସମ୍ମାନିତ

August 3, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.