
ଭୁବନେଶ୍ୱର: ରାଜ୍ୟ ସରକାର ବଡ଼ ନିଷ୍ପତ୍ତି ନେଇଛନ୍ତି। ରାଜ୍ୟରେ ଗ୍ରୀଷ୍ମ ପ୍ରବାହକୁ ଦେଖି ସରକାର ଏକ ବଡ ଘୋଷଣା କରିଛନ୍ତି। ରାଜ୍ୟ ସରକାର ଆଗୁଆ ଗ୍ରୀଷ୍ମକାଳୀନ ଛୁଟି ଘୋଷଣା କରିଛନ୍ତି। ଆସନ୍ତାକାଲି ଠାରୁ ରାଜ୍ୟର ସମସ୍ତ ବିଦ୍ୟାଳୟ ବନ୍ଦ ରହିବ। ପ୍ରଥମରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ସମସ୍ତ ସ୍କୁଲ୍ ବନ୍ଦ ରଖିବାକୁ ରାଜ୍ୟ ସରକାର ଘୋଷଣା କରିଛନ୍ତି।
ତେବେ ଗ୍ରୀଷ୍ମକାଳୀନ ଛୁଟି କେତେ ଦିନ ରହିବ, ସେନେଇ ଖୁବଶୀଘ୍ର ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ନିଷ୍ପତ୍ତି ନେବ। ପ୍ରକାଶ ଯେ, ପ୍ରଚଣ୍ଡ ଗରମ ଯୋଗୁଁ ରାଜ୍ୟ ସରକାର ଗତକାଲି ଏବଂ ଆଜି ପାଇଁ ସ୍କୁଲ ଛୁଟି ଘୋଷଣା କରିଥିଲେ। କିନ୍ତୁ ତାପମାତ୍ରା ବଢୁଥିବାରୁ ରାଜ୍ୟ ସରକାର ଆସନ୍ତାକାଲି ଠାରୁ ଖରା ଛୁଟି ଘୋଷଣା କରିବାକୁ ନିଷ୍ପତ୍ତି ନେଲେ। ଏଥିସହ ପ୍ରି-ସ୍କୁଲ ଓ ଅଙ୍ଗନବାଡ଼ି କେନ୍ଦ୍ରଗୁଡ଼ିକ ମଧ୍ୟ ଛୁଟି ଘୋଷଣା ହୋଇଥିଲା।