Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ସ୍କିଲ୍ ଓଡ଼ିଶା କନ୍‌କ୍ଲେଭ୍‌ରେ ସୋଆ ଛାତ୍ରଛାତ୍ରୀଙ୍କୁ ୪ ଷ୍ଟାର୍ଟଅପ୍ ଆଇଡିଆ ପ୍ରସ୍ତୁତ
ଆଜିର ଖବର

ସ୍କିଲ୍ ଓଡ଼ିଶା କନ୍‌କ୍ଲେଭ୍‌ରେ ସୋଆ ଛାତ୍ରଛାତ୍ରୀଙ୍କୁ ୪ ଷ୍ଟାର୍ଟଅପ୍ ଆଇଡିଆ ପ୍ରସ୍ତୁତ

April 21, 2023No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ୱର: ଦୁର୍ଘଟଣା ଜନିତ ଅଗ୍ନିକାଣ୍ଡର ପ୍ରତିକାର ନିମନ୍ତେ ଏକ ଅଭିନବ ଷ୍ଟାର୍ଟଅପ୍ ଆଇଡିଆ ପ୍ରସ୍ତୁତ କରିଛନ୍ତି ଶିକ୍ଷା ଓ ଅନୁସନ୍ଧାନ (ସୋଆ)ର ଛାତ୍ରଛାତ୍ରୀ। ଏଠାରେ ଗୁରୁବାର ଆରମ୍ଭ ହୋଇଥିବା ୩ ଦିନିଆ ସ୍କିଲ୍ ଓଡ଼ିଶା କନ୍‌କ୍ଲେଭ୍‌ରେ ସୋଆ ପରିଚାଳିତ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନିକାଲ୍ ଏଜୁକେସନ୍ ଆଣ୍ଡ ରିସର୍ଚ୍ଚ (ଆଇଟିଇଆର)ର ଛାତ୍ରଛାତ୍ରୀମାନେ ଏହି ଅଭିନବ ଷ୍ଟାର୍ଟଅପ୍ ଚିନ୍ତାକୁ ପ୍ରଦର୍ଶନ କରିଛନ୍ତି।

ବାଣିଜ୍ୟ ଏବଂ ଶିଳ୍ପାନୁଷ୍ଠାନଗୁଡ଼ିକରେ ଅଗ୍ନିଜନିତ ଦୁର୍ଘଟଣାକୁ ରୋକିବା ସହିତ ସବୁ ପ୍ରକାର କ୍ଷତିକୁ ଏଡ଼ାଇବା ନିମନ୍ତେ ଛାତ୍ରଛାତ୍ରୀମାନେ ଏଭଳି ଏକ ଉପକରଣ ପ୍ରସ୍ତୁତ କରିଛନ୍ତି ଯାହାକି ନିଆଁ ଲାଗିବାର ଆଗୁଆ ସୂଚନା ପ୍ରଦାନ କରିପାରିବା ସହ ସ୍ୱୟଂକ୍ରିୟ ଭାବେ ବିଜୁଳି ସଂଯୋଗକୁ କାଟିପାରିବ ବୋଲି ଆଇଟିଇଆର୍‌ର ଆଡିସ୍‌ନାଲ୍ ଡିନ୍ (ଷ୍ଟୁଡେଂଟ ଆଫେୟାର୍ସ) ପ୍ରଫେସର ରେଣୁ ଶର୍ମା କହିଛନ୍ତି।

ଏହି କନ୍‌କ୍ଲେଭକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦ୍‌ଘାଟନ କରିଥିଲେ।

ସୋଆ ଫ୍ୟାବ୍ ଲାବ୍‌ର ଛାତ୍ରଛାତ୍ରୀମାନେ ଆଡ୍‌ଭାନ୍ସଡ ଆଲଗୋରିଥିମ୍ ଓ ହାର୍ଡୱେୟାର ଇକ୍ୟୁପ୍‌ମେଂଟ ବ୍ୟବହାର କରି ଏଭଳି ଏକ ଉପକରଣ ପ୍ରସ୍ତୁତ କରିଛନ୍ତି ବୋଲି ପ୍ରଫେସର ଶର୍ମା କହିଛନ୍ତି।

ଅଗ୍ନି ନିରାପତା କ୍ଷେତ୍ରରେ ଏହି ଟେକ୍ନୋଲୋଜି ଏକ ବଡ଼ ପରିବର୍ତନ ଆଣିବା ସହ ଅଗ୍ନି ଦୁର୍ଘଟଣା ଜନିତ ବିପଦକୁ କମାଇବାରେ ସହାୟକ ହେବ ବୋଲି ସେ କହିଛନ୍ତି।

ସେହିପରି ଛାତ୍ରଛାତ୍ରୀମାନେ ଆର୍ଟିଫିସିଆଲ୍ ଇନ୍‌ଟେଲିଜେନ୍ସ ଓ ଇନ୍‌ଫ୍ରାରେଡ୍ ଥର୍ମାଲ ଇମେଜିଂର ବ୍ୟବହାର କରି ଫସଲରେ ସୃଷ୍ଟି ହେଉଥିବା ରୋଗକୁ ଚିହ୍ନଟ କରିବା ନିମନ୍ତେ ‘ପ୍ଲାଂଟ ଆଏ’ ନାମକ ଏକ ରୋଗ ଚିହ୍ନଟକାରୀ ମଡେଲ୍ ପ୍ରସ୍ତୁତ କରିଛନ୍ତି।

ଅନ୍ୟ ଏକ ଷ୍ଟାର୍ଟ ଅପ୍ ଯାହାକି ଆର୍ଟିଫିସିଆଲ୍ ଇନ୍‌ଟେଲିଜେନ୍ସ ମାଧ୍ୟମରେ ଟ୍ରାଫିକ ସିଗ୍ନାଲ୍ ଏବଂ ଭର୍ଚୁଆଲ୍ ପରିବେଶ କ୍ଷେତ୍ରରେ ଟ୍ରାଫିକ୍ ନିୟନ୍ତ୍ରଣରେ ସହାୟକ ହେବ ତାହା ମଧ୍ୟ ଏହି କନ୍‌କ୍ଲେଭ୍‌ରେ ଛାତ୍ରଛାତ୍ରୀମାନେ ପ୍ରଦର୍ଶିତ କରିଥିଲେ।

ପ୍ଲାଂଟ ଆଏ ଏକ ରୋଗ ଚିହ୍ନଟକାରୀ ଯନ୍ତ୍ର ଯାହାକି କୀଟମାନଙ୍କ ଉପସ୍ଥିତିର ସତର୍କ ସୂଚନା ଦେଇଥାଏ ଏବଂ ଏହାର ଆଗୁଆ ଚିହ୍ନଟ, ନିରାକରଣ ଏବଂ ସଠିକ୍ ପଦକ୍ଷେପ ନେବା ନିମନ୍ତେ ସହାୟକ ହୋଇଥାଏ।

ହି କନ୍‌କ୍ଲେଭ୍‌ରେ ଆଇଟିଇଆର୍‌ର ନିର୍ଦ୍ଦେଶକ ପ୍ରଫେସର ମାନସ କୁମାର ମଲିକ୍ ଏବଂ ଆସିଷ୍ଟାଂଟ ପ୍ରଫେସର ସତୀଶ କୁମାର ସାମଲ୍ ଉପସ୍ଥିତ ଥିଲେ।

ସୋଆ ଛାତ୍ରଛାତ୍ରୀ
Share. Facebook Twitter LinkedIn Email WhatsApp Copy Link

Related Posts

ପରିବାରକୁ ବନ୍ଧକ ରଖି ୨୫ ଲକ୍ଷରୁ ଅଧିକ ଟଙ୍କାର ସୁନା-ରୁପା ଲୁଟ୍

June 6, 2026

ଧାନ ସଂଗ୍ରହ କାର୍ଯ୍ୟ ସୁଚାରୁ ଭାବେ କରିବା ପାଇଁ ଚାଉଳ ମିଲିଂ ଖର୍ଚ୍ଚ ୨ ଗୁଣ ବୃଦ୍ଧି କଲେ ମୁଖ୍ୟମନ୍ତ୍ରୀ

June 6, 2026

ITDA ସହକାରୀ ନିର୍ବାହୀ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ଚଢ଼ାଉ

June 6, 2026

ଓଡ଼ିଶାରେ ଏସଆଇଆର ଅଭିଯାନରେ ୪୩.୪୭ ପ୍ରତିଶତ ପରିଗଣନା ଫର୍ମ ବଣ୍ଟନ ଶେଷ

June 6, 2026
Latest News

ପରିବାରକୁ ବନ୍ଧକ ରଖି ୨୫ ଲକ୍ଷରୁ ଅଧିକ ଟଙ୍କାର ସୁନା-ରୁପା ଲୁଟ୍

June 6, 2026

ଧାନ ସଂଗ୍ରହ କାର୍ଯ୍ୟ ସୁଚାରୁ ଭାବେ କରିବା ପାଇଁ ଚାଉଳ ମିଲିଂ ଖର୍ଚ୍ଚ ୨ ଗୁଣ ବୃଦ୍ଧି କଲେ ମୁଖ୍ୟମନ୍ତ୍ରୀ

June 6, 2026

ITDA ସହକାରୀ ନିର୍ବାହୀ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ଚଢ଼ାଉ

June 6, 2026

ଓଡ଼ିଶାରେ ଏସଆଇଆର ଅଭିଯାନରେ ୪୩.୪୭ ପ୍ରତିଶତ ପରିଗଣନା ଫର୍ମ ବଣ୍ଟନ ଶେଷ

June 6, 2026

ଇରାନ ଯୁଦ୍ଧ ମଧ୍ୟରେ ଭାରତ ପାଇଁ ଖୁସି ଖବର!: ଆଣ୍ଡାମାନରେ ଆବିଷ୍କୃତ ହେଲା ବିଶାଳ ଗ୍ୟାସ୍ ରିଜର୍ଭ 

June 6, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.