
ନୂଆଦିଲ୍ଲୀ: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଆଜି ଶ୍ରମ ବିଭାଗର ଅଧିକାରୀଙ୍କ ସହ ଏକ ବୈଠକ କରି ଶ୍ରମିକମାନଙ୍କ ପାଇଁ ଘର ଏବଂ ହଷ୍ଟେଲ (ଆଶ୍ରୟସ୍ଥଳୀ) ବ୍ୟବସ୍ଥା କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏକ ଟୁଇଟ୍ ଜରିଆରେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ କହିଛି ଯେ, ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଆଜି ଶ୍ରମ ବିଭାଗ ସହିତ ଏକ ଗୁରୁତ୍ୱପୂର୍ଣ୍ଣ ସମୀକ୍ଷା ବୈଠକ କରିଥିଲେ। ଦିଲ୍ଲୀରେ ପଞ୍ଜୀକୃତ ହୋଇଥିବା ୧୩ ଲକ୍ଷ ଶ୍ରମିକଙ୍କ ପାଇଁ ସରକାରୀ ସୁବିଧା ତଥା ଯୋଜନା ଉପଲବ୍ଧ କରାଇବା ପାଇଁ ମୁଖ୍ୟମନ୍ତ୍ରୀ ବିଭାଗକୁ ନିର୍ଦ୍ଦେଶ ଦେଇଛନ୍ତି।
ବୈଠକରେ ନିମ୍ନଲିଖିତ ପଏଣ୍ଟ ଉପରେ ନିଷ୍ପତ୍ତି ନିଆଗଲା-
– ସମସ୍ତ ଶ୍ରମିକଙ୍କୁ ବସ୍ ରେ ମାଗଣା ଯାତ୍ରା ପାଇଁ ବାର୍ଷିକ DTC (ଦିଲ୍ଲୀ ପରିବହନ ନିଗମ) ପାସ୍ ଦିଆଯିବ।
– ଶ୍ରମିକମାନଙ୍କ ରହିବା ପାଇଁ ଘର ଏବଂ ହଷ୍ଟେଲଗୁଡିକର ବ୍ୟବସ୍ଥା।
– ସମସ୍ତ ଶ୍ରମିକଙ୍କ ପିଲାମାନଙ୍କ ପାଇଁ ମାଗଣା କୋଚିଂର ବ୍ୟବସ୍ଥା।
– ସମସ୍ତ ଶ୍ରମିକଙ୍କୁ ESI ଯୋଜନା ଏବଂ ଗୋଷ୍ଠୀ ବୀମା ଦିଆଯିବ।
– ସମସ୍ତ ଶ୍ରମିକଙ୍କୁ ଟୁଲ୍କିଟ୍ ଦିଆଯିବ ଏବଂ ସେମାନଙ୍କ ପାଇଁ ଦକ୍ଷତା ବିକାଶ କାର୍ଯ୍ୟକ୍ରମ ଏକ ବୃହତ ସ୍ତରରେ ଚାଲିବ।