Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଶାରୀରିକ ଶିକ୍ଷା ଶିକ୍ଷକମାନଙ୍କର ରାଜ୍ୟସ୍ତରୀୟ ପ୍ରଶିକ୍ଷଣ ଶିବିର ଉଦଘାଟିତ
ଆଜିର ଖବର

ଶାରୀରିକ ଶିକ୍ଷା ଶିକ୍ଷକମାନଙ୍କର ରାଜ୍ୟସ୍ତରୀୟ ପ୍ରଶିକ୍ଷଣ ଶିବିର ଉଦଘାଟିତ

April 25, 2023No Comments1 Min Read
Share Facebook Twitter LinkedIn Email WhatsApp Copy Link
ଶାରୀରିକ ଶିକ୍ଷା ଶିକ୍ଷକମାନଙ୍କର ରାଜ୍ୟସ୍ତରୀୟ ପ୍ରଶିକ୍ଷଣ ଶିବିର ଉଦଘାଟିତ

ଭୁବନେଶ୍ୱର: କଳିଙ୍ଗ ଷ୍ଟାଡ଼ିୟମ ଭୁବନେଶ୍ୱରଠାରେ ଶାରୀରିକ ଶିକ୍ଷା ଶିକ୍ଷକମାନଙ୍କର ରାଜ୍ୟସ୍ତରୀୟ ପ୍ରଶିକ୍ଷଣ ଶିବିର ଉଦଘାଟିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କର ଶିକ୍ଷା ପରାମର୍ଶଦାତା ଶ୍ରୀ ଉପେନ୍ଦ୍ର ନାଥ ତ୍ରିପାଠୀ ମୁଖ୍ୟ ଅତିଥି ଭାବେ ଯୋଗଦାନ କରି ଶାରୀରିକ ଶିକ୍ଷାର ବୃହତ ପରିସର ତଥା ଛାତ୍ରଛାତ୍ରୀଙ୍କର ବ୍ୟକ୍ତିତ୍ୱର ପୂର୍ଣ୍ଣାଙ୍ଗ ବିକାଶରେ ଶାରୀରିକ ଶିକ୍ଷାର ମହତ୍ତ୍ୱ ସଂପର୍କରେ ଆଲୋକପାତ କରିଥିଲେ।

ଶ୍ରୀ ତ୍ରିପାଠୀ, ଓଡ଼ିଶା ସରକାର ବିଦ୍ୟାଳୟ ସ୍ତରରେ ଶାରୀରିକ ଶିକ୍ଷାକୁ ଗୁରୁତ୍ୱ ଦେଉଥିବା କଥା ପ୍ରକାଶ କରିବା ସହିତ ଅଧିକରୁ ଅଧିକ ଛାତ୍ରଛାତ୍ରୀମାନଙ୍କୁ ଶାରୀରିକ ଶିକ୍ଷା ସଂପର୍କିତ କାର୍ଯ୍ୟକ୍ରମରେ ସାମିଲ କରିବାକୁ ଉପସ୍ଥିତ ଶାରୀରିକ ଶିକ୍ଷକମାନଙ୍କୁ ଆହ୍ୱାନ ଦେଇଥିଲେ।

ଅନ୍ୟପକ୍ଷରେ ଓସେପାର ରାଜ୍ୟ ପ୍ରକଳ୍ପ ନିର୍ଦ୍ଦେଶକ ଶ୍ରୀ ଅନୁପମ ସାହା, ଓଡ଼ିଶାରେ ବିଦ୍ୟାଳୟ ରୂପାନ୍ତରଣ ଅବସରରେ ଶାରୀରିକ ଶିକ୍ଷା ଶିକ୍ଷକମାନଙ୍କୁ ଯୁଗ ଉପଯୋଗୀ ପ୍ରଶିକ୍ଷଣର ଆବଶ୍ୟକତା ଉପରେ ନିଜର ମତ ରଖିବା ସହିତ ଉପସ୍ଥିତ ଶାରୀରିକ ଶିକ୍ଷା ଶିକ୍ଷକମାନଙ୍କୁ ବିଦ୍ୟାଳୟ ସ୍ତରରେ ଅଧିକ ଆନ୍ତରିକତା ସହ କାର୍ଯ୍ୟ କରିବାକୁ ଉସିାହିତ କରିଥିଲେ। ଶ୍ରୀ ସାହା ଆସନ୍ତା ଦିନରେ ମଧ୍ୟ ଏହି ପ୍ରଶିକ୍ଷଣ କାର୍ଯ୍ୟ ପର୍ଯ୍ୟାୟକ୍ରମେ ଚାଲୁ ରହିବ ବୋଲି ସୂଚନା ଦେଇଥିଲେ।

ଏହି କାର୍ଯ୍ୟକ୍ରମରେ ଓଡ଼ିଶାର କେନ୍ଦ୍ରୀୟ ରାଜସ୍ୱ ଜୋନର ୧୦ଗୋଟି ଜିଲ୍ଲାରୁ ଆସିଥିବା ୧୦୦ ଜଣ ପ୍ରଶିକ୍ଷାର୍ଥୀ (ପିଇଟି) ଭାଗ ନେଇଛନ୍ତି। ଚଳିତ ଖରାଛୁଟି ମଧ୍ୟରେ ୧୮୮୦ ଜଣ ପିଇଟି ଶିକ୍ଷକଙ୍କୁ ପ୍ରଶିକ୍ଷଣ ପ୍ରଦାନ କରାଯିବ। ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ରାଜ୍ୟ ସରକାରଙ୍କର କ୍ରୀଡା ଓ ଯୁବସେବା ବିଭାଗର ପ୍ରଶିକ୍ଷିତ ପ୍ରଶିକ୍ଷାର୍ଥୀମାନେ ପ୍ରଶିକ୍ଷଣ ପ୍ରଦାନ କରୁଅଛନ୍ତି।

ପରିଶେଷରେ ଓସେପାର ଅତିରିକ୍ତ ନିର୍ଦ୍ଦେଶକ ଶ୍ରୀ ଭଗବାନ ବେହେରା ସମସ୍ତଙ୍କୁ ସହଯୋଗ ପାଇଁ ଧନ୍ୟବାଦ ଅର୍ପଣ କରିଥିଲେ। ଉକ୍ତ କାର୍ଯ୍ୟକ୍ରମକୁ ଓସେପାର ଯୁଗ୍ମ ନିର୍ଦ୍ଦେଶକ ଶ୍ରୀ ସରୋଜ କୁମାର ବେହେରା ଓ ଉପ-ନିର୍ଦ୍ଦେଶକ ଶ୍ରୀ ମହେଶ୍ୱର ସାହୁ ପରିଚାଳନା କରିଥିଲେ।

Share. Facebook Twitter LinkedIn Email WhatsApp Copy Link

Related Posts

କେନ୍ଦ୍ର ସରକାରଙ୍କ ନିଷ୍ପତ୍ତି ବିରୋଧରେ ଇଣ୍ଡିଆ ମେଣ୍ଟ: ସିଜେଆଇ ଙ୍କୁ ଚିଠି ଲେଖିଲେ ୨୩ଟି ଦଳ

June 30, 2026

ତିନି ବର୍ଷ ପାଇଁ ନିଯୁକ୍ତ ହେବେ HDFC ବ୍ୟାଙ୍କର ନୂତନ ଅଧ୍ୟକ୍ଷ: ଜାଣନ୍ତୁ ସେ  କିଏ?

June 30, 2026

ଅନୁଗୋଳରେ ବେଆଇନ୍ ବନ୍ଧୁକ କାରଖାନା ଠାବ, ୨ ଭାଇ ଗିରଫ

June 30, 2026

ଆଜିଠାରୁ ଅଣସର ଦର୍ଶନ: ବ୍ରହ୍ମଗିରିରେ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି ପ୍ରଭୁ ଅଲାରନାଥ

June 30, 2026
Latest News

କେନ୍ଦ୍ର ସରକାରଙ୍କ ନିଷ୍ପତ୍ତି ବିରୋଧରେ ଇଣ୍ଡିଆ ମେଣ୍ଟ: ସିଜେଆଇ ଙ୍କୁ ଚିଠି ଲେଖିଲେ ୨୩ଟି ଦଳ

June 30, 2026

ତିନି ବର୍ଷ ପାଇଁ ନିଯୁକ୍ତ ହେବେ HDFC ବ୍ୟାଙ୍କର ନୂତନ ଅଧ୍ୟକ୍ଷ: ଜାଣନ୍ତୁ ସେ  କିଏ?

June 30, 2026

“ଶାନ୍ତି ଦୂତ”ର ଖୋଲିବ ମୁଖା: ପାକିସ୍ତାନ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ପାଇଁ ଭାରତର ବଡ଼ ଯୋଜନା

June 30, 2026

ଅନୁଗୋଳରେ ବେଆଇନ୍ ବନ୍ଧୁକ କାରଖାନା ଠାବ, ୨ ଭାଇ ଗିରଫ

June 30, 2026

ଆଜିଠାରୁ ଅଣସର ଦର୍ଶନ: ବ୍ରହ୍ମଗିରିରେ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି ପ୍ରଭୁ ଅଲାରନାଥ

June 30, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.