Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ପାରସ୍ପରିକ ସହଭାଗିତା ନେଇ ସୋଆ ଏବଂ ୟୁଏସ୍‌ଟି ପ୍ରଡକ୍ଟ ଇଞ୍ଜିନିୟରିଂ ମଧ୍ୟରେ ବୁଝାମଣା ସ୍ୱାକ୍ଷରିତ
ଆଜିର ଖବର

ପାରସ୍ପରିକ ସହଭାଗିତା ନେଇ ସୋଆ ଏବଂ ୟୁଏସ୍‌ଟି ପ୍ରଡକ୍ଟ ଇଞ୍ଜିନିୟରିଂ ମଧ୍ୟରେ ବୁଝାମଣା ସ୍ୱାକ୍ଷରିତ

April 25, 2023No Comments1 Min Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ୱର: ପାରସ୍ପରିକ ସହଭାଗିତା ନିମନ୍ତେ ଶିକ୍ଷା ଓ ଅନୁସନ୍ଧାନ (ସୋଆ) ଏବଂ ଆଇଟି ସର୍ଭିସେସ୍ ଓ ସଲ୍ୟୁସନ୍ସ କ୍ଷେତ୍ରରେ କାର୍ଯ୍ୟରତ ଥିବା କମ୍ପାନୀ ୟୁଏସ୍‌ଟି ପ୍ରଡକ୍ଟ ଇଞ୍ଜିନିୟରିଂ ମଧ୍ୟରେ ସୋମବାର ଏଠାରେ ଏକ ବୁଝାମଣା ସ୍ୱାକ୍ଷରିତ ହୋଇଛି।

ଏହି ବୁଝାମଣାଟି ସୋଆର ପ୍ରୋ- ଭାଇସ୍ ଚାନ୍‌ସେଲର ପ୍ରଫେସର ଶିତିକଣ୍ଠ ମିଶ୍ର ଏବଂ ୟୁଏସ୍‌ଟି ପ୍ରଡକ୍ଟ ଇଞ୍ଜିନିୟରିଂର ସଭାପତି ଶ୍ରୀ ଏସ୍‌. ରାମପ୍ରସାଦଙ୍କ ମଧ୍ୟରେ ସ୍ୱାକ୍ଷରିତ ହୋଇଛି।

ବୁଝାମଣା ଅନୁଯାୟୀ ସୋଆ ଛାତ୍ରଛାତ୍ରୀମାନଙ୍କର ଶିଳ୍ପ ଭିତିକ ପ୍ରଶିକ୍ଷଣ ତଥା ୟୁଏସ୍‌ଟି ପ୍ରଡକ୍ଟ ଇଞ୍ଜିନିୟରିଂର ଗ୍ରୁପ୍ କମ୍ପାନୀଗୁଡ଼ିକୁ ସୋଆର ଛାତ୍ରଛାତ୍ରୀମାନେ ପରିଦର୍ଶନ କରିବା ନିମନ୍ତେ କମ୍ପାନୀ ବ୍ୟବସ୍ଥା କରିବ। ସେହିପରି ବୈଷୟିକ ଜ୍ଞାନ କୌଶଳ ଏବଂ ଘରୋଇ ଆବଶ୍ୟକତା କ୍ଷେତ୍ରରେ ଅଧିକ ଜ୍ଞାନ ପ୍ରଦାନ ନିମନ୍ତେ ୟୁଏସଟି ପ୍ରଡକ୍ଟ ଇଞ୍ଜିନିୟରିଂ ବକ୍ତୃତା ଆୟୋଜନ କରିବେ।

ଏହି ଅବସରରେ ସୋଆ ନିର୍ଦ୍ଦେଶକ ପ୍ରଫେସର ମାନସ କୁମାର ମଲ୍ଲିକ, ସୋଆ ପରିଚାଳିତ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନିକାଲ୍ ଏଜୁକେସନ୍ ଆଣ୍ଡ ରିସର୍ଚ୍ଚ (ଆଇଟିଇଆର)ର ଡିନ୍ ପ୍ରଫେସର ପି.କେ. ସାହୁ, ଆଡିସ୍‌ନାଲ୍ ଡିନ୍ ଏକାଡେମିକ୍ସ ପ୍ରଫେସର ଡି.ଏନ୍ ଥାଟୋଇ, କମ୍ପ୍ୟୁଟର ସାଇନ୍‌ସ ଆଣ୍ଡ ଇଞ୍ଜିନିୟରିଂ (ସିଏସ୍‌ଇ) ବିଭାଗର ମୁଖ୍ୟ ପ୍ରଫେସର ଦେବାହୁତି ମିଶ୍ର, କମ୍ପ୍ୟୁଟର ସାଇନ୍ସ ଆଣ୍ଡ ଇନ୍‌ଫରମେସନ୍ ଟେକ୍ନୋଲୋଜି (ସିଏସ୍‌ଆଇଟି) ବିଭାଗର ମୁଖ୍ୟ ପ୍ରଫେସର ଅଜିତ ନାୟକ, ଡାଟା ସାଇନ୍ସ ବିଭାଗର କୋଅର୍ଡିନେଟର୍ ପ୍ରଫେସର ମନୋରଞ୍ଜନ ପାଢ଼ି ଏବଂ ପ୍ଲେସ୍‌ମେଂଟ ବିଭାଗର ଆଡିସ୍‌ନାଲ୍ ଡିନ୍ ପ୍ରଫେସର ଆର୍‌.କେ. ହୋତା ପ୍ରମୁଖ ଉପସ୍ଥିତ ଥିଲେ।

ବୁଝାମଣା ସ୍ୱାକ୍ଷରିତ ସୋଆ
Share. Facebook Twitter LinkedIn Email WhatsApp Copy Link

Related Posts

ଆସନ୍ତାକାଲି ଓଡ଼ିଶା ଗସ୍ତରେ ଆସିବେ ପ୍ରଧାନମନ୍ତ୍ରୀ

June 19, 2026

ଦୁଇ-ତୃତୀୟାଂଶ ସଂଖ୍ୟା ଗରିଷ୍ଠତା ଆଡ଼କୁ NDA: ଜାଣନ୍ତୁ ବିରୋଧୀ ଦଳର ସଂଖ୍ୟା

June 19, 2026

NEET ପରୀକ୍ଷା ପାଇଁ ଡ୍ରେସ୍ କୋଡ୍ ଲାଗୁ: ମାର୍ଗଦର୍ଶିକା ଜାରି କଲା NTA

June 19, 2026

କେଏଲ ରାହୁଲଙ୍କ ଭୂମିକା ଉପରେ ଚିନ୍ତା: ଗମ୍ଭୀର ପ୍ରଶ୍ନ ଉଠାଇଲେ ପୂର୍ବତନ ଚୟନକର୍ତ୍ତା

June 19, 2026
Latest News

ଆସନ୍ତାକାଲି ଓଡ଼ିଶା ଗସ୍ତରେ ଆସିବେ ପ୍ରଧାନମନ୍ତ୍ରୀ

June 19, 2026

ଦୁଇ-ତୃତୀୟାଂଶ ସଂଖ୍ୟା ଗରିଷ୍ଠତା ଆଡ଼କୁ NDA: ଜାଣନ୍ତୁ ବିରୋଧୀ ଦଳର ସଂଖ୍ୟା

June 19, 2026

ଆମେରିକା-ଚୀନ୍-କେନ୍ଦ୍ରିକ “G2” ବ୍ୟବସ୍ଥାକୁ କଡ଼ା ବିରୋଧ କଲେ ଜନ୍ ବୋଲ୍ଟନ୍: ଟ୍ରମ୍ଫଙ୍କୁ ଦେଲେ ଚେତାବନୀ

June 19, 2026

NEET ପରୀକ୍ଷା ପାଇଁ ଡ୍ରେସ୍ କୋଡ୍ ଲାଗୁ: ମାର୍ଗଦର୍ଶିକା ଜାରି କଲା NTA

June 19, 2026

କେଏଲ ରାହୁଲଙ୍କ ଭୂମିକା ଉପରେ ଚିନ୍ତା: ଗମ୍ଭୀର ପ୍ରଶ୍ନ ଉଠାଇଲେ ପୂର୍ବତନ ଚୟନକର୍ତ୍ତା

June 19, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.