Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ନିରୂପଙ୍କ ଜୀବନରେ ଘୋଟି ଆସିଥିବା ଅନ୍ଧକାରକୁ ଦୂର କଲା ଓଡ଼ିଶା-ମୋ ପରିବାର
ଆଜିର ଖବର

ନିରୂପଙ୍କ ଜୀବନରେ ଘୋଟି ଆସିଥିବା ଅନ୍ଧକାରକୁ ଦୂର କଲା ଓଡ଼ିଶା-ମୋ ପରିବାର

April 25, 2023No Comments2 Mins Read
Share Facebook Twitter LinkedIn Email WhatsApp Copy Link
ନିରୂପଙ୍କ ଜୀବନରେ ଘୋଟି ଆସିଥିବା ଅନ୍ଧକାରକୁ ଦୂର କଲା ଓଡ଼ିଶା-ମୋ ପରିବାର

ଭୁବନେଶ୍ବର: ବଲାଙ୍ଗୀର ଜିଲ୍ଲା ପାଟନାଗଡ଼ ଅଞ୍ଚଳର ଜଣେ ୨୬ବର୍ଷିୟ ଯୁବକ ନୀରୂପ ସାହୁ ବୃତ୍ତିରେ ଜଣେ ଡ୍ରାଇଭର ଅଟନ୍ତି । ସେ ପରିବାରରେ ଏକମାତ୍ର ରୋଜଗାରକ୍ଷମ ସଦସ୍ୟ, ଯିଏକି ପ୍ରତିଦିନ ଗାଡ଼ି ଚଳାଇ ପାଞ୍ଚପ୍ରାଣୀ କୁଟୁମ୍ବଙ୍କ ପେଟ ପୋଷନ୍ତି ।

ନୀରୂପ ଗତ ଏପ୍ରିଲ ୧୦ତାରିଖରେ ଗାଡ଼ି ଚଲାଇ ଯାଉଥିବା ବେଳେ ହଠାତ୍ ଏକ ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲେ । ତାଙ୍କୁ ସଙ୍ଗେସଙ୍ଗେ ବାରିପଦାସ୍ଥିତ ପଣ୍ଡିତ ରଘୁନାଥ ମୁର୍ମୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ତାଙ୍କ ଗୋଡ଼ରେ ଗଭୀର ଆଘାତ ଲାଗିଥିବାରୁ ରକ୍ତ ବୋହିବା ବନ୍ଦ ହେଉନଥିବାରୁ ଡାକ୍ତର ତାଙ୍କୁ କଟକ ବଡ଼ ମେଡ଼ିକାଲ ସ୍ଥାନାନ୍ତର କରିବାକୁ ପରାମର୍ଶ ଦେଇଥିଲେ ।

ସେଠାରୁ ସେ କଟକ ବଡ଼ ମେଡ଼ିକାଲ ସ୍ଥାନାନ୍ତର ହୋଇଥିଲେ କିନ୍ତୁ ତାଙ୍କୁ ଉନ୍ନତମାନର ପ୍ଲାଷ୍ଟିକସର୍ଜରି ଚିକିତ୍ସା ଆବଶ୍ୟକ ଥିବାରୁ କୌଣସି ଏକ ଘରୋଇ ହସ୍ପିଟାଲକୁ ସ୍ଥାନାନ୍ତର ହେବା ପାଇଁ ପରାମର୍ଶ ଦିଆଯାଇଥିଲା ।

ପରିବାରବର୍ଗ ଅସହାୟ ହୋଇ ଓଡ଼ିଶା-ମୋ ପରିବାର ଆବାହକଙ୍କ ସହାୟତା ଲୋଡ଼ିଥିଲେ । ଆବାହକଙ୍କ ନିର୍ଦ୍ଦେଶକ୍ରମେ ଓଡ଼ିଶା-ମୋ ପରିବାର ହେଲ୍ପଡ଼େସ୍କ ସଂଯୋଜକ ରଶ୍ମୀ ରଞ୍ଜନ ପ୍ରଧାନ ପରିବାର ସହ ଯୋଗାଯୋଗ କରି ତାଙ୍କୁ ସମ୍ ହସ୍ପିଟାଲରେ ଭର୍ତ୍ତି କରାଇଥିଲେ । ତାଙ୍କୁ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ଅଧୀନରେ ଚିକିତ୍ସା କରାଇବା ପାଇଁ ଆବଶ୍ୟକୀୟ କାଗଜପତ୍ର ପୂରଣ ପ୍ରକ୍ରିୟାରେ ସାହାଯ୍ୟ କରିଥିଲେ ।

ନିରୂପଙ୍କ ଗୋଡ଼ରେ ଗଭୀର ଆଘାତ ଲାଗିଥିବାରୁ ଡାକ୍ତର ତାଙ୍କ ଗୋଡ଼ କାଟିଦେଇଥିଲେ । ଅସ୍ତ୍ରୋପଚାର ସମୟରେ, ତାଙ୍କର ହିମୋଗ୍ଲୋବିନର ମାତ୍ରା କମିଆସିବାରୁ ତାଙ୍କ ପାଇଁ B+ve ରକ୍ତର ଜରୁରୀ ଆବଶ୍ୟକତା ଥିଲା, ଯାହା ରଶ୍ମୀ ଯୋଗାଡ଼ କରି ଦେଇଥିଲେ । ଚିକିତ୍ସା ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ରଶ୍ମୀ, ରୋଗୀ ଏବଂ ତାଙ୍କ ପରିବାର ସଦସ୍ୟଙ୍କୁ ଆବଶ୍ୟକୀୟ ସହାୟତା ଯୋଗାଇ ଦେଇଥିଲେ ।

ତାଙ୍କ ଗୋଡ଼ କଟିଯାଇଥିବାରୁ, ସେ ମାନସିକ ସ୍ତରରେ ସମ୍ପୂର୍ଣ୍ଣ ଭାଙ୍ଗିପଡ଼ିଛନ୍ତି । ତାଙ୍କୁ ଆଗାମୀ ଦିନରେ ଓଡ଼ିଶା-ମୋ ପରିବାର ପକ୍ଷରୁ ଏକ କୃତ୍ରିମ ଗୋଡ଼ ଯୋଗାଇ ଦିଆଯିବ ବୋଲି ମଧ୍ୟ ପ୍ରତିଶ୍ରୁତି ଦିଆଯାଇଛି । ସେ ଅତି ଶୀଘ୍ର ସୁସ୍ଥ ହୋଇ ଘରକୁ ଫେରିବେ ବୋଲି ଡାକ୍ତର ସୂଚନା ଦେଇଛନ୍ତି ।  ନିରୂପଙ୍କୁ ତାଙ୍କ ଅସୁବିଧା ସମୟରେ ସହଯୋଗର ହାତ ବଢାଇ ଥିବାରୁ ପରିବାରବର୍ଗ ମାନ୍ୟବର ମୁଖ୍ୟମନ୍ତ୍ରୀ ଏବଂ ଓଡ଼ିଶା-ମୋ ପରିବାରକୁ ଅଶେଷ ଧନ୍ୟବାଦ ଜଣାଇଛନ୍ତି ।

ଓଡିଶା ମୋ ପରିବାର
Share. Facebook Twitter LinkedIn Email WhatsApp Copy Link

Related Posts

କାହ୍ନା ଚାରିଟେବୁଲ ଟ୍ରଷ୍ଟ ଓ ସକ୍ଷୀ ଅନୁଷ୍ଠାନ ପକ୍ଷରୁ ସାମୁହିକ ବିବାହ କାର୍ଯ୍ୟକ୍ରମ

February 21, 2026

IND vs SA ମ୍ୟାଚ୍ ପୂର୍ବରୁ ଚିନ୍ତାଜନକ ଖବର: ଅଭ୍ୟାସ ସମୟରେ ଆହତ ହେଲେ ଭାରତୀୟ ବୋଲର

February 21, 2026

ବିଶ୍ୱକପ୍ ର ସୁପର ୮ ପର୍ଯ୍ୟାୟ: ଆଜି ପାକିସ୍ତାନ-ନ୍ୟୁଜିଲାଣ୍ଡ ମ୍ୟାଚ୍ ରେ ବର୍ଷା ସମ୍ଭାବନା

February 21, 2026

ଦିଲ୍ଲୀରେ ଆତଙ୍କବାଦୀ ଆକ୍ରମଣ ଯୋଜନା: ଟାର୍ଗେଟରେ ଚାନ୍ଦନୀ ଚୌକ

February 21, 2026
Latest News

କାହ୍ନା ଚାରିଟେବୁଲ ଟ୍ରଷ୍ଟ ଓ ସକ୍ଷୀ ଅନୁଷ୍ଠାନ ପକ୍ଷରୁ ସାମୁହିକ ବିବାହ କାର୍ଯ୍ୟକ୍ରମ

February 21, 2026

IND vs SA ମ୍ୟାଚ୍ ପୂର୍ବରୁ ଚିନ୍ତାଜନକ ଖବର: ଅଭ୍ୟାସ ସମୟରେ ଆହତ ହେଲେ ଭାରତୀୟ ବୋଲର

February 21, 2026

ବିଶ୍ୱକପ୍ ର ସୁପର ୮ ପର୍ଯ୍ୟାୟ: ଆଜି ପାକିସ୍ତାନ-ନ୍ୟୁଜିଲାଣ୍ଡ ମ୍ୟାଚ୍ ରେ ବର୍ଷା ସମ୍ଭାବନା

February 21, 2026

ଦିଲ୍ଲୀରେ ଆତଙ୍କବାଦୀ ଆକ୍ରମଣ ଯୋଜନା: ଟାର୍ଗେଟରେ ଚାନ୍ଦନୀ ଚୌକ

February 21, 2026

ଭୁବନେଶ୍ୱରରେ ଖୋଲିବ ‘ଭିଏଫଏସ ଗ୍ଲୋବାଲ ଭିସା ଆପ୍ଲିକେସନ ସେଣ୍ଟର’: ଧର୍ମେନ୍ଦ୍ର ପ୍ରଧାନ

February 21, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.