ସୁଶାସନ ନିମନ୍ତେ ମୂଲ୍ୟବୋଧ ଓ ଆଧ୍ୟାତ୍ମିକତା ସଂପର୍କିତ ଆଲୋଚନା ଚକ୍ର ଅନୁଷ୍ଠିତ

Published: Apr 25, 2023, 5:42 pm IST

ଭୁବନେଶ୍ୱର: ଓଡିଶା ପର୍ଯ୍ୟଟନ ଉନ୍ନୟନ ନିଗମ ଏବଂ ପ୍ରଜାପିତା ବ୍ରହ୍ମାକୁମାରୀ ଈଶ୍ୱରୀୟ ବିଶ୍ୱବିଦ୍ୟାଳୟର ମିଳିତ ଆନୁକୂଲ୍ୟରେ ସୁଶାସନ ନିମନ୍ତେ ମୂଲ୍ୟବୋଧ ଓ ଆଧ୍ୟାତ୍ମିକତା ସଂପର୍କିତ ଆଲୋଚନା ଚକ୍ର ଓଟିଡିସି ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଛି।

ଏହି ଅବସରରେ ଓଟିଡିସି ଅଧ୍ୟକ୍ଷ ଡଃ ଲେନିନ ମହାନ୍ତି କହିଲେ ଯେ ପ୍ରତ୍ୟେକ ବ୍ୟକ୍ତି ନିଜର ଆଧ୍ୟାତ୍ମିକତା ଚେତନାକୁ ବ୍ୟାପକ କରିବା ହେଉଛି ଆଜିର ସମୟର ଆହ୍ୱାନ। ଗ୍ରାହକମାନଙ୍କୁ ଉନ୍ନତ ସେବା ଯୋଗାଇ ଦେବାରେ ଈଶ୍ୱରୀୟ ବିଶ୍ୱବିଦ୍ୟାଳୟର ଭଗିନୀମାନଙ୍କ ଦ୍ୱାରା ପ୍ରଦତ୍ତ ମାର୍ଗଦର୍ଶନ ସହାୟକ ହେବା ନେଇ ସେ ଆସ୍ଥାପ୍ରକଟ କରିଥିଲେ। ଏହି ଅବସରରେ ବ୍ରହ୍ମାକୁମାରୀ ଭଗିନୀମାନଙ୍କୁ ଧନ୍ୟବାଦ ଦେଇ ଡଃ ମହାନ୍ତି କହିଲେ ଯେ ଆଜିର ଆଲୋଚନା ଚକ୍ର ସକରାତ୍ମକ ପ୍ରଭାବ ପକାଇବାରେ ସହାୟକ ହେବ।

ଉକ୍ତ ଆଲୋଚନା ଚକ୍ରରେ ଅନ୍ୟମାନଙ୍କ ମଧ୍ୟରେ ଓଟିଡିସିର ଡିଭିଜନ ମ୍ୟାନେଜର ଶ୍ରୀ ଅଂଶୁମାନ ରଥ, ଶ୍ରୀ ଅଭିଜିତ ସ୍ୱାଇଁ, ଶ୍ରୀ ଆନନ୍ଦ ମହାପାତ୍ର, ଶ୍ରୀ ପ୍ରଶାନ୍ତ ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ। ଏହି ଅବସରରେ ବ୍ରହ୍ମକୁମାରୀ ଭଗିନୀମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା।

Related posts