୨୦୨୨-୨୩ ଆର୍ଥିକ ବର୍ଷ ଲାଗି ଭବିଷ୍ୟନିଧି ପାଣ୍ଠି ଇ-ଆକାଉଣ୍ଟ ସ୍ଲିପ୍‌ର ଶୁଭାରମ୍ଭ

Published: Apr 29, 2023, 10:50 am IST

ଭୁବନେଶ୍ୱର: ଆର୍ଥିକ ବର୍ଷ ୨୦୨୨-୨୩ ପାଇଁ ସରକାରୀ ଅନୁଦାନପ୍ରାପ୍ତ ଶିକ୍ଷାନୁଷ୍ଠାନ କର୍ମଚାରୀଙ୍କ ଭବିଷ୍ୟନିଧି ପାଣ୍ଠି ଇ-ଆକାଉଣ୍ଟ ସ୍ଲିପ୍‌ ପ୍ରଦାନ ବ୍ୟବସ୍ଥାର ଶୁଭାରମ୍ଭ ଲେଖା ନିୟନ୍ତ୍ରକ ଅଶୋକ କୁମାର ମହାନ୍ତିଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ହୋଇଯାଇଛି। ଲେଖା ନିୟନ୍ତ୍ରକଙ୍କ କାର୍ଯ୍ୟାଳୟର ସମ୍ମିଳନୀ କକ୍ଷରେ ଆୟୋଜିତ ଏହି ବୈଠକରେ ଅତିରିକ୍ତ ଲେଖା ନିୟନ୍ତ୍ରିକା ଶ୍ରୀମତୀ ଦିବାରାଣୀ ଦୋରାଙ୍କ ସମେତ କାର୍ଯ୍ୟାଳୟର ସମସ୍ତ ଅଧିକାରୀ ଓ କର୍ମଚାରୀ ଉପସ୍ଥିତ ରହିଥିଲେ।

ଏହି ଅବସରରେ ୪ ଜଣ ଶିକ୍ଷୟିତ୍ରୀ ଓ ଜଣେ କର୍ମଚାରୀଙ୍କୁ ୨୦୨୨-୨୩ ଆର୍ଥିକ ବର୍ଷ ଲାଗି ସେମାନଙ୍କର ଇ-ଆକାଉଣ୍ଟ ସ୍ଲିପ୍‌ ପ୍ରଦାନ କରାଯାଇଥିଲା।

କ୍ରମାଗତ ଭାବେ ଦୁଇ ବର୍ଷ ଧରି ଆର୍ଥିକ ବର୍ଷ ସମାପ୍ତ ହେବାର ମାତ୍ର ଏକମାସ ମଧ୍ୟରେ ଇ-ଆକାଉଣ୍ଟ ସ୍ଲିପ୍‌ ପ୍ରଦାନ କରାଯାଇପାରୁଛି ଯାହାକି କାର୍ଯ୍ୟାଳୟର ଦକ୍ଷତାକୁ ପରିପ୍ରକାଶ କରୁଛି । ବୈଷୟିକ ଜ୍ଞାନକୌଶଳ ଉପଯୋଗରେ ତ୍ରୟମାସିକ ଆକାଉଣ୍ଟ ଏକତ୍ରିକରଣ ସମ୍ପୂର୍ଣ୍ଣ ହେବା ହେତୁ ଏହି ସୁବିଧା ଉପଲବ୍ଧ କରାଯାଇପାରୁଛି। ଏତଦଦ୍ଵାରା ଅନୁ୍ୟନ ୫୪,୩୨୪ ଜିପିଏଫ୍‌ ହିତାଧିକାରୀ ଉପକୃତ ହୋଇପାରିବେ।

ସରକାରୀ ଅନୁଦାନ ପ୍ରାପ୍ତ ଶିକ୍ଷାନୁଷ୍ଠାନ କର୍ମଚାରୀଙ୍କ ଭବିଷ୍ୟନିଧି ପାଣ୍ଠିର ସୁପରିଚାଳନା ନିମନ୍ତେ ଏହା ସହାୟକ ହେବ। ସରକାରୀ ଅନୁଦାନପ୍ରାପ୍ତ ଶିକ୍ଷାନୁଷ୍ଠାନର ଜିପିଏଫ୍‌ ହିତାଧିକାରୀମାନେ ଲେଖା ନିୟନ୍ତ୍ରକଙ୍କ କାର୍ଯ୍ୟାଳୟରୱେବ୍‌ସାଇଟ୍‌ www.caodisha.nic.in କିମ୍ବା https://www.odishatreasury.gov.in/tpfcs/home.html ଲିଙ୍କ୍‌ରେ ଲଗ୍‌ଇନ୍‌ କରି ୨୦୨୨-୨୩ ଆର୍ଥିକ ବର୍ଷ ଲାଗି ନିଜ ନିଜର ଇ-ଆକାଉଣ୍ଟ ସ୍ଲିପ୍‌ ଡାଉନ୍‌ଲୋଡ୍‌ କରିପାରିବେ।

Related posts