କୁସ୍ତିଯୋଦ୍ଧାମାନଙ୍କ ଜାରି ରହିଛି ଧାରଣା: ବ୍ରିଜ ଭୂଷଣଙ୍କ ବିରୋଧରେ ୨ ଟି ମାମଲା ରୁଜୁ କଲା ପୋଲିସ

Published: Apr 29, 2023, 11:30 am IST

ନୂଆଦିଲ୍ଲୀ: ଦେଶର ଶୀର୍ଷ ରେସଲରଙ୍କ ଦ୍ୱାରା ଯୌନ ନିର୍ଯାତନା ଅଭିଯୋଗ ଆସିବା ପରେ ଦିଲ୍ଲୀ ପୋଲିସ ରେସଲିଂ ଫେଡେରେସନ୍ ଅଫ୍ ଇଣ୍ଡିଆ (ଡବ୍ଲୁଏଫ୍ଆଇ) ମୁଖ୍ୟ ବ୍ରିଜ ଭୂଷଣ ଶରଣ ସିଂଙ୍କ ବିରୋଧରେ ଦୁଇଟି ମାମଲା ରୁଜୁ କରିଛି। ବଜରଙ୍ଗ ପୁନିଆ, ସାକ୍ସି ମଲିକ ଏବଂ ବିନେଶ ଫୋଗଟଙ୍କ ସହ କୁସ୍ତିଯୋଦ୍ଧାମାନେ ଦିଲ୍ଲୀର ଜନ୍ତର ମନ୍ତ୍ରରରେ ବିରୋଧ ପ୍ରଦର୍ଶନ କରୁଛନ୍ତି। ଏହା ମଧ୍ୟରେ ଅମିତ ଶାହାଙ୍କ ଗୃହ ମନ୍ତ୍ରଣାଳୟ ଅଧୀନରେ କାର୍ଯ୍ୟ କରୁଥିବା ଦିଲ୍ଲୀ ପୋଲିସ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶର ଦୁଇ ଘଣ୍ଟା ପରେ ଦୁଇଟି ମାମଲା ପଞ୍ଜୀକୃତ କରିଛି।

ଯୌନ ଉତ୍ପୀଡ଼ନ ଅଭିଯୋଗରେ ତାଙ୍କ ବିରୋଧରେ ପୋଲିସ ମାମଲା ପଞ୍ଜିକରଣ କରିବାକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକୁ ବିଜେପି ସାଂସଦ ବ୍ରିଜ ଭୂଷଣ ଶରଣ ସିଂ ସ୍ୱାଗତ କରିଛନ୍ତି। ସେ ଗଣମାଧ୍ୟମକୁ କହିଛନ୍ତି ଯେ, ଦିଲ୍ଲୀର ଜନ୍ତର ମନ୍ତ୍ରରରେ ଧାରଣାରେ ବସିବା ପୂର୍ବରୁ କୁସ୍ତିଯୋଦ୍ଧାମାନେ ଏହି ଘଟଣାର ତଦନ୍ତ ପାଇଁ ଗଠିତ କମିଟିର ରିପୋର୍ଟକୁ ଅପେକ୍ଷା କରିବା ଉଚିତ୍।

ବ୍ରିଜ ଭୂଷଣ ଶରଣ ସିଂ କହିଛନ୍ତି ଯେ, “ନ୍ୟାୟପାଳିକାର ନିଷ୍ପତ୍ତିରେ ମୁଁ ଖୁସି। ଦିଲ୍ଲୀ ପୋଲିସ ଏହି ଅଭିଯୋଗର ତଦନ୍ତ କରିବ ଏବଂ ମୁଁ ସେମାନଙ୍କ ସହ ସବୁ ପ୍ରକାର ସହଯୋଗ କରିବାକୁ ପ୍ରସ୍ତୁତ ଅଛି। ଏହି ଦେଶର ନ୍ୟାୟପାଳିକାଠାରୁ କେହି ବଡ଼ ନୁହଁନ୍ତି।

Related posts