ରାହୁଲ ଗାନ୍ଧୀଙ୍କ ପରେ ଆଉ ଜଣେ ସାଂସଦଙ୍କ ରଦ୍ଦ ହେବ ଲୋକସଭା ସଦସ୍ୟତା!, ୪ ବର୍ଷ ଦଣ୍ଡିତ କଲେ କୋର୍ଟ

Published: Apr 29, 2023, 4:49 pm IST
parliament

ନୂଆଦିଲ୍ଲୀ: ଅପହରଣ ଓ ହତ୍ୟା ମାମଲାରେ ଗ୍ୟାଙ୍ଗଷ୍ଟର-ରାଜନେତା ମୁଖତାର୍ ଅନସାରୀଙ୍କୁ ଦୋଷୀ ସାବ୍ୟସ୍ତ କରାଯାଇ ୧୦ ବର୍ଷ କାରାଦଣ୍ଡରେ ଦଣ୍ଡିତ ହେବାର କିଛି ଘଣ୍ଟା ପରେ ଉତ୍ତରପ୍ରଦେଶର ସାଂସଦ-ବିଧାୟକ କୋର୍ଟ ତାଙ୍କ ଭାଇ ଏବଂ ବହୁଜନ ସମାଜ ପାର୍ଟି ସାଂସଦ ଅଫଜଲ ଅନସାରୀଙ୍କୁ ମଧ୍ୟ ୪ ବର୍ଷ ଦଣ୍ଡାଦେଶ ଶୁଣାଇଛନ୍ତି। ବିଜେପି ବିଧାୟକ କୃଷ୍ଣାନନ୍ଦ ରାୟଙ୍କ ହତ୍ୟା ମାମଲାରେ ଉଭୟ ଭାଇଙ୍କୁ ଅପହରଣ ଓ ହତ୍ୟା ମାମଲାରେ ଅଭିଯୁକ୍ତ କରାଯାଇଥିଲା।

ଦଣ୍ଡାଦେଶ ପରେ ଅଫଜଲ ଅନସାରୀଙ୍କ ଲୋକସଭା ସଦସ୍ୟତା ବାତିଲ ବୋଲି ବିବେଚନା କରାଯାଏ, କାରଣ ସଂସଦର ନିୟମ ଅନୁଯାୟୀ, ଯେକୌଣସି ସଦସ୍ୟଙ୍କୁ ଦୁଇ କିମ୍ବା ଅଧିକ ବର୍ଷ ଜେଲ ଦଣ୍ଡାଦେଶ ଶୁଣାଗଲେ ତାଙ୍କର ସ୍ଵତଃ ଲୋକସଭା ସଦସ୍ଯତା ରଦ୍ଦ ହୋଇଥାଏ। ୨୦୧୯ ମାନହାନି ମାମଲାରେ ଦୋଷୀ ସାବ୍ୟସ୍ତ ହେବା ପରେ ଦୁଇ ବର୍ଷ ଜେଲ ଦଣ୍ଡାଦେଶ ପାଇ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଏହି ନିୟମ ଅନୁଯାୟୀ ସଂସଦର ସଦସ୍ୟତା ହରାଇଛନ୍ତି।

ଏହାପୂର୍ବରୁ ଆଜି ସ୍ୱର୍ଗତ ବିଜେପି ବିଧାୟକ କୃଷ୍ଣାନନ୍ଦ ରାୟଙ୍କ ପତ୍ନୀ କହିଛନ୍ତି ଯେ, ଉତ୍ତରପ୍ରଦେଶରେ ମାଫିଆର ଶାସନ ଶେଷ ହୋଇଛି ଏବଂ ସେ ନ୍ୟାୟପାଳିକା ଉପରେ ବିଶ୍ୱାସ ରଖିଛନ୍ତି। ୨୦୦୫ ମସିହାରେ ଗଜୀପୁରରେ କୃଷ୍ଣାନନ୍ଦ ରାୟଙ୍କୁ ମୁଖତାର ଅନସାରୀ ଏବଂ ତାଙ୍କ ଭାଇ ଅଫଜଲ ଅନସାରୀ ହତ୍ୟା କରିଥିବା ଅଭିଯୋଗ ହୋଇଥିଲା।

Related posts