ପୋଖରୀରେ ବୁଡି ନାବାଳକର ମୃତ୍ୟୁ

Published: Apr 30, 2023, 11:21 am IST

କୈଳାଶ ଚନ୍ଦ୍ର ଚୌଧୁରୀ

ବ୍ରହ୍ମପୁର: ଭଞ୍ଜନଗର ଉପଖଣ୍ଡ ତାରାସିଂ ଥାନା ଗାଲେରୀ ଫାଣ୍ଡି ଅନ୍ତର୍ଗତ ହରିଗଡ ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟି ଜଣେ ନାବାଳକର ମୃତ୍ୟୁ ଘଟିଛି।

ଘଟଣାରୁ ପ୍ରକାଶ ଯେ, ନିକଟସ୍ଥ କ୍ରୁପାଟୀ ଗ୍ରାମର ଭଗବାନ କଟାରୀ ନାମକ ୧୫ ବର୍ଷୀୟ ବାଳକ ନିଜ ପରିବାର ସହ ହରିଗଡ ଗ୍ରାମର ବଡବାପାଙ୍କ ଘରକୁ ଭୋଜି ଖାଇବାକୁ ଯାଇଥିଲେ। ଅପରାହ୍ନରେ ଭଗବାନ ଶୌଚ ପାଇଁ ଗାଁ ପୋଖରୀକୁ ଯାଇଥିଲେ ଓ ସେଠାରେ ଗୋଡ଼ ଖସି ବୁଡି ଯାଇଥିବା ଦେଖି ଗାଁ ଲୋକେ ଉଦ୍ଧାର କରି ଚିକିତ୍ସା ନିମନ୍ତେ ଗାଲେରୀ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ସେଠାରେ ଡାକ୍ତର ତାକୁ ମୃତ ଘୋଷଣା କରିଥିଲେ।

ଖବର ପାଇ ପୋଲିସ ପହଞ୍ଚି ଶବକୁ ଜବତ କରି ବ୍ୟବଚ୍ଛେଦ ପାଇଁ ଭଞ୍ଜନଗର ଡାକ୍ତରଖାନା କୁ ପଠାଇଥିଲେ ଓ ଶବ ବ୍ୟବଚ୍ଛେଦ ପରେ ପରିବାରକୁ ହସ୍ତାନ୍ତର କରିଛି ଓ କେଶ୍ ନଂ ୫/୨୩ ଅନୁଯାୟୀ ଏକ ଅପମୃତ୍ୟୁ ମାମଲା ରୁଜୁ କରାଯାଇଛି ବୋଲି ଫାଣ୍ଡି ଅଧିକାରୀ ଭାଗିରଥି ନାୟକ ସୁଚନା ଦେଇଛନ୍ତି।

Related posts