Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଓଡିଶା ରାଜଭବନରେ ମହାରାଷ୍ଟ୍ର ଓ ଗୁଜୁରାଟ ସ୍ଥାପନା ଦିବସ ପାଳିତ
ଆଜିର ଖବର

ଓଡିଶା ରାଜଭବନରେ ମହାରାଷ୍ଟ୍ର ଓ ଗୁଜୁରାଟ ସ୍ଥାପନା ଦିବସ ପାଳିତ

May 2, 2023No Comments2 Mins Read
Share Facebook Twitter LinkedIn Email WhatsApp Copy Link
ଓଡିଶା ରାଜଭବନରେ ମହାରାଷ୍ଟ୍ର ଓ ଗୁଜୁରାଟ ସ୍ଥାପନା ଦିବସ ପାଳିତ

ଭୁବନେଶ୍ୱର: ପ୍ରଧାନମନ୍ତ୍ରୀଙ୍କ ‘ଏକ ଭାରତ ଶ୍ରେଷ୍ଠ ଭାରତ’ ଗଠନ ଲକ୍ଷ୍ୟରେ ପ୍ରତି ରାଜ୍ୟରେ ଅନ୍ୟ ରାଜ୍ୟମାନଙ୍କର ସ୍ଥାପନା ଦିବସ ପାଳନ ପରିପ୍ରେକ୍ଷୀରେ ରାଜଭବନଠାରେ ଆଜି ମହାରାଷ୍ଟ୍ର ଓ ଗୁଜୁରାଟ ରାଜ୍ୟ ସ୍ଥାପନା ଦିବସ ପାଳିତ ହୋଇଯାଇଛି।

ଏହି ଉପଲକ୍ଷେ ରାଜଭବନର ଅଭିଷେକ ହଲ୍‌ରେ ଆୟୋଜିତ ଏକ ଭାବବିନିମୟ କାର୍ଯ୍ୟକ୍ରମରେ ଯୋଗଦେଇ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଏଥିରେ ଉପସ୍ଥିତ ଥିବା ଓଡ଼ିଶା ଗୁଜୁରାଟ ସମାଜ ଓ ମହାରାଷ୍ଟ୍ର ମଣ୍ଡଳ, ଓଡ଼ିଶାର କର୍ମକର୍ତ୍ତା ଓ ସଦସ୍ୟସଦସ୍ୟାମାନଙ୍କୁ ସ୍ଥାପନା ଦିବସର ଅଭିନନ୍ଦନ ଓ ଶୁଭେଚ୍ଛା ଜଣାଇଥିଲେ।

ନିଜ ଉଦ୍‌ବୋଧନରେ ରାଜ୍ୟପାଳ ଏପରି କାର୍ଯ୍ୟକ୍ରମ ଦ୍ୱାରା ଅନ୍ୟ ରାଜ୍ୟର ସଂସ୍କୃତି, ପରମ୍ପରା ଓ ଜନଜୀବନ ସଂପର୍କରେ ଅଧିକ ଜ୍ଞାନ ଆହରଣ ଫଳରେ ରାଜ୍ୟ-ରାଜ୍ୟ ମଧ୍ୟରେ ଉତ୍ତମ ବୁଝାମଣା ଓ ସଂପର୍କ ବୃଦ୍ଧି ପାଇବ ଓ ଏହା ଭାରତର ଏକତା ଓ ଅଖଣ୍ଡତାକୁ ସୁଦୃଢ଼ କରିବ ବୋଲି କହିଥିଲେ।

ମହାରାଷ୍ଟ୍ର ଓ ଗୁଜୁରାଟର ରାଷ୍ଟ୍ରର ପ୍ରଗତି ଓ ବିକାଶରେ ଯଥେଷ୍ଟ ଅବଦାନ ରହିଛି ଓ ସ୍ଥାପନା ଦିବସରେ ରାଜ୍ୟ ଓ ରାଷ୍ଟ୍ରର ସମ୍ମାନ ଓ ଗୌରବ ବୃଦ୍ଧି ପାଇଁ ନୂତନ ସଂକଳ୍ପ ନେବାକୁ ସେ କହିଥିଲେ। ରାଜ୍ୟପାଳ ଉଭୟ ମହାରାଷ୍ଟ୍ର ମଣ୍ଡଳ ଓ ଗୁଜୁରାଟୀ ସମାଜର ଓଡ଼ିଶାରେ କାର୍ଯ୍ୟ ଓ କାର୍ଯ୍ୟକ୍ରମ ସହିତ ରାଜ୍ୟର ବିଭିନ୍ନ କ୍ଷେତ୍ରରେ ସେମାନଙ୍କର ସକି୍ରୟ ଅଂଶଗ୍ରହଣକୁ ପ୍ରଶଂସା କରିଥିଲେ।

ଆଗାମୀ ଦିନରେ ରାଜ୍ୟପାଳ ଜନସାଧାରଣଙ୍କ ସେବାରେ ନିଜର କାର୍ଯ୍ୟକ୍ରମକୁ ବ୍ୟାପକ କରିବାକୁ କହିଥିଲେ । ଉଭୟ ସଂଗଠନ ସେମାନଙ୍କ ରାଜ୍ୟରେ କାର୍ଯ୍ୟକାରୀ ହେଉଥିବା ଉତ୍ତମ ଯୋଜନା ଓ କାର୍ଯ୍ୟକ୍ରମ ଓଡ଼ିଶାରେ ଗ୍ରହଣ କରାଯିବାକୁ ଓ ଏଠାରେ ଥିବା ସଫଳ ଯୋଜନା ସେମାନଙ୍କ ରାଜ୍ୟରେ କାର୍ଯ୍ୟକାରୀ କରିବାକୁ ପ୍ରସ୍ତାବ ଦେବାକୁ ରାଜ୍ୟପାଳ ସେମାନଙ୍କୁ କହିଥିଲେ। ଏପରି ଭାବବିନିମୟ କାର୍ଯ୍ୟକ୍ରମ ଭବିଷ୍ୟତରେ ଅଧିକ ଆୟୋଜନ କରାଯିବ ବୋଲି ମଧ୍ୟ ରାଜ୍ୟପାଳ କହିଥିଲେ।

ମହାରାଷ୍ଟ୍ର ମଣ୍ଡଳ ଓ ଗୁଜୁରାଟୀ ସମାଜର କର୍ମକର୍ତ୍ତା ଓ ସଭ୍ୟସଭ୍ୟା, ସେମାନଙ୍କ ପରିବାର ରାଜ୍ୟପାଳଙ୍କୁ ସେମାନଙ୍କର ପରିଚୟ ପ୍ରଦାନ କରିବା ସହ ଓଡ଼ିଶାରେ ରହିବା ଭିତରେ ସାମାଜିକ ଓ ସାଂସ୍କୃତିକ କାର୍ଯ୍ୟକ୍ରମରେ ସାମିଲ ହେବାର ସୁଯୋଗ ଓ ସୁଖଦ ଅନୁଭୂତି ଓ ରାଜ୍ୟ ଏବଂ ରାଜ୍ୟବାସୀଙ୍କ ସହ ଆତ୍ମୀୟତା ସଂପର୍କରେ ବର୍ଣ୍ଣନା କରିଥିଲେ ।

ଏହି ଅବସରରେ ମହାରାଷ୍ଟ୍ର ମଣ୍ଡଳ ଓ ଗୁଜୁରାଟୀ ସମାଜ ରାଜ୍ୟପାଳଙ୍କୁ ସମ୍ବର୍ଦ୍ଧିତ କରିଥିଲେ।
ଏହି କାର୍ଯ୍ୟକ୍ରମରେ ରାଜ୍ୟପାଳଙ୍କ ପ୍ରମୁଖ ସଚିବ ଶ୍ରୀ ଶାଶ୍ୱତ ମିଶ୍ରଙ୍କ ସହ ରାଜଭବନର ଅନ୍ୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ ।

ରାଜ୍ୟପାଳ
Share. Facebook Twitter LinkedIn Email WhatsApp Copy Link

Related Posts

ଅଗ୍ନିବୀରମାନଙ୍କ ପାଇଁ ବଡ଼ ଘୋଷଣା କରିବେ ସରକାର?: ପ୍ରସ୍ତୁତି ଆରମ୍ଭ କଲା ଗୃହ ମନ୍ତ୍ରାଳୟ

February 3, 2026

ଇଣ୍ଡିଆ ଏଆଇ ଇମ୍ପାକ୍ଚ ସମିଟ୍ ୨୦୨୬: ୩୫,୦୦୦ ଟପିଲା ପଞ୍ଜୀକରଣ ସଂଖ୍ୟା

February 3, 2026

ଯନ୍ତ୍ରପାତି, ଟୁଲକିଟ୍ ଏବଂ ମାର୍ଜିନ୍ ମନି ସବସିଡି ବଣ୍ଟନ କଲେ ଖଦି ଏବଂ ଗ୍ରାମୋଦ୍ୟୋଗ ଆୟୋଗର ଅଧ୍ୟକ୍ଷ

February 3, 2026

ସ୍ଵୟଂ ସହାୟକ ଗୋଷ୍ଠୀଙ୍କୁ ୧୯୭ କୋଟିରୁ ଊର୍ଦ୍ଧ୍ୱ ସୁଧ ଫେରସ୍ତ କଲେ ଉପମୁଖ୍ୟମନ୍ତ୍ରୀ

February 3, 2026
Latest News

ବର୍ତ୍ତମାନ କେଉଁ ଦେଶ ଉପରେ ରହିଛି ସର୍ବାଧିକ ଆମେରିକା ଶୁଳ୍କ: କେଉଁଠି ଭାରତର ସ୍ଥାନ?

February 3, 2026

ଆଡମିଟ୍ କାର୍ଡ ଜାରି କଲା CBSE: ଦଶମ ଏବଂ ଦ୍ୱାଦଶ ଛାତ୍ରଛାତ୍ରୀମାନେ ତୁରନ୍ତ କରନ୍ତୁ ଡାଉନଲୋଡ୍

February 3, 2026

ଅଗ୍ନିବୀରମାନଙ୍କ ପାଇଁ ବଡ଼ ଘୋଷଣା କରିବେ ସରକାର?: ପ୍ରସ୍ତୁତି ଆରମ୍ଭ କଲା ଗୃହ ମନ୍ତ୍ରାଳୟ

February 3, 2026

୫୦୦% ଶୁଳ୍କ ଧମକ ଦେଇଥିବା ଆମେରିକା ନେତା, ଏବେ ଭାରତ ଉପରେ କହିଲେ…

February 3, 2026

U19 ବିଶ୍ୱକପ୍ ସେମିଫାଇନାଲ୍‌ରେ ଆଫଗାନିସ୍ତାନକୁ ଭେଟିବ ଭାରତ: କେଉଁଠାରେ ଦେଖିବେ ଲାଇଭ୍ ଷ୍ଟ୍ରିମିଂ

February 3, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.