ହେଲିକପ୍ଟରର କକପିଟ୍ ୱିଣ୍ଡୋକୁ ଧକ୍କା ଦେଲା ପକ୍ଷୀ, ଅଳ୍ପକେ ବର୍ତ୍ତିଲେ କଂଗ୍ରେସ ନେତା

Published: May 2, 2023, 5:43 pm IST

ନୂଆଦିଲ୍ଲୀ: କଂଗ୍ରେସର କର୍ଣ୍ଣାଟକ ପ୍ରଦେଶ ସଭାପତି ଡି.କେ ଶିବକୁମାରଙ୍କ ହେଲିକପ୍ଟର ଆଜି ଅପରାହ୍ନରେ ହିନ୍ଦୁସ୍ତାନ ଏରୋନେଟିକ୍ସ ଲିମିଟେଡର ବିମାନବନ୍ଦରରେ ଜରୁରୀକାଳୀନ ଅବତରଣ କରିଛି। ବାସ୍ତବରେ ହେଲିକପ୍ଟରର କକ୍ପିଟ୍ ୱିଣ୍ଡୋ ସହିତ ଏକ ପକ୍ଷୀ ଧକ୍କା ହୋଇଥିଲା। ଏହା ପରେ ହେଲିକପ୍ଟରକୁ ଜରୁରୀକାଳୀନ ପରିସ୍ଥିତିରେ ଅବତରଣ କରାଯାଇଥିଲା। କଂଗ୍ରେସ ନେତା ଶିବକୁମାର କୋଲାର ଜିଲ୍ଲାର ମୁଲବଗଲର ଏକ ସାଧାରଣ ସଭାରେ ଯୋଗଦେବାକୁ ଯାଉଥିଲେ।

ଏହି ଘଟଣା ସମ୍ପର୍କରେ ଡି.କେ ଶିବକୁମାର ଏକ ଟ୍ୱିଟ କରିଛନ୍ତି। ଯେଉଁଥିରେ ସେ ଲେଖିଛନ୍ତି ଯେ, ‘ମୁଲବଗଲକୁ ଯିବା ବାଟରେ ଆମର ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଥିଲା, ଯେଉଁଥିରେ ମୋର ସାଥୀ ଯାତ୍ରୀମାନେ ଆହତ ହୋଇଥିଲେ। ସମସ୍ତ ଜନତାଙ୍କ ଶୁଭେଚ୍ଛା ଯୋଗୁଁ ମୁଁ ସୁରକ୍ଷିତ, ଏବଂ ଜରୁରୀ ଅବତରଣ କରିବା ପାଇଁ ପାଇଲଟଙ୍କୁ ଧନ୍ୟବାଦ ଜଣାଉଛି। ବର୍ତ୍ତମାନ ରାସ୍ତା ପଥରେ ମୁଲବଗଲକୁ ଯାତ୍ରା କରୁଥିବା ସେ କହିଛନ୍ତି।

Related posts