ରାହୁଲ ଗାନ୍ଧୀଙ୍କୁ ପୁଣି ଝଟକା: ନିଷ୍ପତ୍ତି ସୁରକ୍ଷିତ ରଖିଲେ ଗୁଜୁରାଟ ହାଇକୋର୍ଟ

Published: May 2, 2023, 5:55 pm IST

ନୂଆଦିଲ୍ଲୀ: ବରିଷ୍ଠ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ଗୁଜୁରାଟ ହାଇକୋର୍ଟ ଆଶ୍ଵସ୍ତି ଦେବାକୁ ମନା କରି ଦେଇଛନ୍ତି। ମୋଦୀ ଉପନାମ ସମ୍ବନ୍ଧରେ ସୁରଟ କୋର୍ଟ ଦେଇଥିବା ଦଣ୍ଡ ବିରୋଧରେ ରାହୁଲ ଗାନ୍ଧୀ ହାଇକୋର୍ଟରେ ପହଞ୍ଚିଥିଲେ। ସୂଚନାନୁସାରେ, ରାହୁଲ ଗାନ୍ଧୀଙ୍କ ଆବେଦନ ଶୁଣାଣି ସମୟରେ ଗୁଜୁରାଟ ହାଇକୋର୍ଟ କହିଛନ୍ତି ଯେ, ତାଙ୍କୁ କୌଣସି ପ୍ରକାରେ ଆଶ୍ଵସ୍ତି ଦିଆଯାଇପାରିବ ନାହିଁ। ଗ୍ରୀଷ୍ମ ଛୁଟି ପରେ ଆମେ ଏହି ବିଷୟରେ ଏକ ରାୟ ଦେବୁ। ରାହୁଲ ଗାନ୍ଧୀ ସୁରଟ କୋର୍ଟର ନିଷ୍ପତ୍ତି ବିରୋଧରେ ଏପ୍ରିଲ ୨୫ ଟାରିଖରେ ଗୁଜରାଟ ହାଇକୋର୍ଟରେ ଆବେଦନ କରିଥିଲେ।

ପ୍ରକାଶ ଯେ, ସୁରଟ କୋର୍ଟର ଏହି ନିଷ୍ପତ୍ତି ପରେ ରାହୁଲ ଗାନ୍ଧୀଙ୍କ ସଂସଦ ସଦସ୍ୟତା ରଦ୍ଦ ହୋଇଛି। ସଂସଦର ସଦସ୍ୟତା ବାତିଲ ହେବାର କିଛି ଦିନ ପରେ ରାହୁଲ ଗାନ୍ଧୀଙ୍କୁ ଦିଲ୍ଲୀରେ ତାଙ୍କ ସରକାରୀ ବଙ୍ଗଳା ଖାଲି କରିବାକୁ ପଡିଥିଲା। ବଙ୍ଗଳା ଖାଲି କରୁଥିବାବେଳେ ରାହୁଲ ଗାନ୍ଧୀ କହିଥିଲେ ଯେ, ସେ କେବଳ ସତ୍ୟ କହିବାର ମୂଲ୍ୟ ଦେଉଛନ୍ତି ଏବଂ ଭବିଷ୍ୟତରେ ମଧ୍ୟ ସେ ସମାନ ସତ୍ୟ କହିବା ଜାରି ରଖିବେ।

Related posts