ଲଣ୍ଡାକୋର୍ଟ ରିଜର୍ଭ ଜଙ୍ଗଲରୁ ଗଛ କାଟିବା ଅଭିଯୋଗରେ ୮ ଗିରଫ, କୋର୍ଟ ଚାଲାଣ

Published: May 2, 2023, 8:08 pm IST

କନ୍ଦର୍ପ ବେହେରା

ରେଢ଼ାଖୋଲ: ସମ୍ବଲପୁର ଜିଲ୍ଲା ଗିରିଶ୍ଚନ୍ଦ୍ରପୁର ରେଞ୍ଜର ହିରାଲୋଇ ଗ୍ରାମ ନିକଟସ୍ଥ ଲଣ୍ଡାକୋର୍ଟ ଜଙ୍ଗଲରୁ ଗଛ କାଟିବା ଅଭିଯୋଗରେ ବନ ବିଭାଗ ୮ ଜଣଙ୍କୁ ଗିରଫ କରିବା ସହ ଆଜି କୋର୍ଟ ଚାଲାଣ କରିଥିବା ଏକ ପ୍ରେସ୍ ଇସ୍ତାହାରରେ ବନବିଭାଗ ଜଣାଇଛି।

ବନବିଭାଗ ସୂତ୍ରରୁ ପ୍ରକାଶ ଯେ, ନାକଟିଦେଉଳ ବ୍ଲକ୍ ଗିରିଶ୍ଚନ୍ଦ୍ରପୁର ରେଞ ଅଧିନସ୍ଥ ହିରାଲୋଇ ଗ୍ରାମ ନିକଟ ଲଣ୍ଡାକୋର୍ଟ ସଂରକ୍ଷିତ ଜଙ୍ଗଲକୁ ଗଛ କାଟିବା ପାଇଁ ୮ ଜଣ ବ୍ୟକ୍ତି ଯାଇଥିବା ବନବିଭାଗ କୌଣସି ସୂତ୍ରରୁ ଖବର ପାଇ ଚଢ଼ଉ କରିଥିଲା।

ଜଙ୍ଗଲ ମଧ୍ୟରୁ ସେମାନଙ୍କୁ ବନବିଭାଗ ମଧ୍ୟ ଧରିବାରେ ସଫଳ ହୋଇଥିଲା। ବନବିଭାଗ ଗିରଫ କରିଥିବା ବ୍ୟକ୍ତିମାନେ ହେଲେ ନାକଟିଦେଉଳ ଥାନା ମାରୱାଡ଼ିମୁଣ୍ଡା ଗ୍ରାମର ନୀଳମଣି ମୁଣ୍ଡା (୩୬), ଉପିନ୍ଦ୍ର ମୁଣ୍ଡା, ଜିତେନ୍ଦ୍ର ମୁଣ୍ଡା, କାଳନ୍ଦି ଚରଣ ମୁଣ୍ଡା ( ୨୯), କିସିଣ୍ଡା ଥାନା କଞ୍ଚନପୁର ଗ୍ରାମର ବିଶିକେସନ କିସାନ, ଭାସ୍କର କିସାନ, ଲିଙ୍ଗରାଜ କିସାନ୍ କିସିଣ୍ଡା ଥାନା ଚନ୍ଦ୍ରପୁର ଗ୍ରାମର ଗୁରୁଚରଣ ମୁଣ୍ଡା। ଏମାନଙ୍କୁ ବନବିଭାଗ ଗିରଫ କରି କୋର୍ଟ ଚାଲାଣ କରିଛି।

ସେମାନେ କାଟିଥିବା ୬ ଖଣ୍ଡ ଶାଳ ଗଣ୍ଡିକୁ ଜବତ କରିବା ସହ ଟାଙ୍ଗିଆ ୪ଟି, ମୋଟର ସାଇକେଲ ୨ଟି, ମୋବାଇଲ ଫୋନ୍ ୩ଟି, ସାଇକେଲ୍ ୩ଟି ଆଦି ଜବତ କରିଛି।

ବନବିଭାଗ କେସ୍ ନଂ ଓଆର୍ ୧୧ଜି ଅଫ୍ ୨୦୨୩-୨୪ ରେ ବନବିଭାଗ ଧାରା ୟୁଏସ୍ ୨୭ ( ୧)ଏ ,ବି (୨) ବି.ୟୁଏସ୍୫୬ ଅଫ୍ ଓଡ଼ିଶାବନବିଭାଗ ଆଇନ୍ ୧୯୭୨ ରେ କେସ୍ ରୁଜୁ ହୋଇଛି। ଏହି ଚଢ଼ଉରେ ଗିରିଶ୍ଚନ୍ଦ୍ରପୁର ଫରେଷ୍ଟର ପ୍ରବୀଣ କୁମାର ସାହୁ, ଫରେଷ୍ଟ ଗାର୍ଡ ଅନିଲ୍ ନାଏକ ଏବଂ ବନବିଭାଗ ଅନ୍ୟ କର୍ମଚାରିମାନେ ସାମିଲ୍ ହୋଇଥିଲେ।  ସେମାନଙ୍କୁ ଆଜି ରେଢ଼ାଖୋଲ ଏସ୍ ଡ଼ି ଜେ ଏମ୍ କୋର୍ଟରେ ହାଜର କରାଯାଇଥିବା ବନବିଭାଗ ପ୍ରକାଶ କରିଛି।

Related posts