Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଲଣ୍ଡାକୋର୍ଟ ରିଜର୍ଭ ଜଙ୍ଗଲରୁ ଗଛ କାଟିବା ଅଭିଯୋଗରେ ୮ ଗିରଫ, କୋର୍ଟ ଚାଲାଣ
ଆଜିର ଖବର

ଲଣ୍ଡାକୋର୍ଟ ରିଜର୍ଭ ଜଙ୍ଗଲରୁ ଗଛ କାଟିବା ଅଭିଯୋଗରେ ୮ ଗିରଫ, କୋର୍ଟ ଚାଲାଣ

May 2, 2023No Comments1 Min Read
Share Facebook Twitter LinkedIn Email WhatsApp Copy Link

କନ୍ଦର୍ପ ବେହେରା

ରେଢ଼ାଖୋଲ: ସମ୍ବଲପୁର ଜିଲ୍ଲା ଗିରିଶ୍ଚନ୍ଦ୍ରପୁର ରେଞ୍ଜର ହିରାଲୋଇ ଗ୍ରାମ ନିକଟସ୍ଥ ଲଣ୍ଡାକୋର୍ଟ ଜଙ୍ଗଲରୁ ଗଛ କାଟିବା ଅଭିଯୋଗରେ ବନ ବିଭାଗ ୮ ଜଣଙ୍କୁ ଗିରଫ କରିବା ସହ ଆଜି କୋର୍ଟ ଚାଲାଣ କରିଥିବା ଏକ ପ୍ରେସ୍ ଇସ୍ତାହାରରେ ବନବିଭାଗ ଜଣାଇଛି।

ବନବିଭାଗ ସୂତ୍ରରୁ ପ୍ରକାଶ ଯେ, ନାକଟିଦେଉଳ ବ୍ଲକ୍ ଗିରିଶ୍ଚନ୍ଦ୍ରପୁର ରେଞ ଅଧିନସ୍ଥ ହିରାଲୋଇ ଗ୍ରାମ ନିକଟ ଲଣ୍ଡାକୋର୍ଟ ସଂରକ୍ଷିତ ଜଙ୍ଗଲକୁ ଗଛ କାଟିବା ପାଇଁ ୮ ଜଣ ବ୍ୟକ୍ତି ଯାଇଥିବା ବନବିଭାଗ କୌଣସି ସୂତ୍ରରୁ ଖବର ପାଇ ଚଢ଼ଉ କରିଥିଲା।

ଜଙ୍ଗଲ ମଧ୍ୟରୁ ସେମାନଙ୍କୁ ବନବିଭାଗ ମଧ୍ୟ ଧରିବାରେ ସଫଳ ହୋଇଥିଲା। ବନବିଭାଗ ଗିରଫ କରିଥିବା ବ୍ୟକ୍ତିମାନେ ହେଲେ ନାକଟିଦେଉଳ ଥାନା ମାରୱାଡ଼ିମୁଣ୍ଡା ଗ୍ରାମର ନୀଳମଣି ମୁଣ୍ଡା (୩୬), ଉପିନ୍ଦ୍ର ମୁଣ୍ଡା, ଜିତେନ୍ଦ୍ର ମୁଣ୍ଡା, କାଳନ୍ଦି ଚରଣ ମୁଣ୍ଡା ( ୨୯), କିସିଣ୍ଡା ଥାନା କଞ୍ଚନପୁର ଗ୍ରାମର ବିଶିକେସନ କିସାନ, ଭାସ୍କର କିସାନ, ଲିଙ୍ଗରାଜ କିସାନ୍ କିସିଣ୍ଡା ଥାନା ଚନ୍ଦ୍ରପୁର ଗ୍ରାମର ଗୁରୁଚରଣ ମୁଣ୍ଡା। ଏମାନଙ୍କୁ ବନବିଭାଗ ଗିରଫ କରି କୋର୍ଟ ଚାଲାଣ କରିଛି।

ସେମାନେ କାଟିଥିବା ୬ ଖଣ୍ଡ ଶାଳ ଗଣ୍ଡିକୁ ଜବତ କରିବା ସହ ଟାଙ୍ଗିଆ ୪ଟି, ମୋଟର ସାଇକେଲ ୨ଟି, ମୋବାଇଲ ଫୋନ୍ ୩ଟି, ସାଇକେଲ୍ ୩ଟି ଆଦି ଜବତ କରିଛି।

ବନବିଭାଗ କେସ୍ ନଂ ଓଆର୍ ୧୧ଜି ଅଫ୍ ୨୦୨୩-୨୪ ରେ ବନବିଭାଗ ଧାରା ୟୁଏସ୍ ୨୭ ( ୧)ଏ ,ବି (୨) ବି.ୟୁଏସ୍୫୬ ଅଫ୍ ଓଡ଼ିଶାବନବିଭାଗ ଆଇନ୍ ୧୯୭୨ ରେ କେସ୍ ରୁଜୁ ହୋଇଛି। ଏହି ଚଢ଼ଉରେ ଗିରିଶ୍ଚନ୍ଦ୍ରପୁର ଫରେଷ୍ଟର ପ୍ରବୀଣ କୁମାର ସାହୁ, ଫରେଷ୍ଟ ଗାର୍ଡ ଅନିଲ୍ ନାଏକ ଏବଂ ବନବିଭାଗ ଅନ୍ୟ କର୍ମଚାରିମାନେ ସାମିଲ୍ ହୋଇଥିଲେ।  ସେମାନଙ୍କୁ ଆଜି ରେଢ଼ାଖୋଲ ଏସ୍ ଡ଼ି ଜେ ଏମ୍ କୋର୍ଟରେ ହାଜର କରାଯାଇଥିବା ବନବିଭାଗ ପ୍ରକାଶ କରିଛି।

କୋର୍ଟ ଚାଲାଣ ଗିରିଶ୍ଚନ୍ଦ୍ରପୁର ରେଞ୍ଜ ପ୍ରେସ୍ ଇସ୍ତାହାର
Share. Facebook Twitter LinkedIn Email WhatsApp Copy Link

Related Posts

ଶିକ୍ଷକ ସମାଜ ପ୍ରତି ସରକାରଙ୍କର ବୈମାତୃକ ମନୋଭାବ: ସମନ୍ୱୟ ସମିତି

August 22, 2026

୬୨,୫୦୦ କୋଟିର ମୋବାଇଲ ଉତ୍ପାଦନ ଯୋଜନାର ବିଜ୍ଞପ୍ତି ପ୍ରକାଶ କଲେ ସରକାର

August 22, 2026

ଚିନିର ବର୍ଦ୍ଧିତ ମୂଲ୍ୟ ନିୟନ୍ତ୍ରଣ ଏବଂ ପର୍ଯ୍ୟାପ୍ତ ଉପଲବ୍ଧତା ସୁନିଶ୍ଚିତ କରିବା ପାଇଁ ସରକାରଙ୍କ ପଦକ୍ଷେପ

August 22, 2026

ସିଲିଗୁଡ଼ିରେ ତିନୋଟି ନୂତନ ଆଇନ ଉପରେ ଆୟୋଜିତ ପ୍ରଦର୍ଶନୀକୁ ଉଦ୍‌ଘାଟନ କଲେ ଗୃହମନ୍ତ୍ରୀ

August 22, 2026
Latest News

ଶିକ୍ଷକ ସମାଜ ପ୍ରତି ସରକାରଙ୍କର ବୈମାତୃକ ମନୋଭାବ: ସମନ୍ୱୟ ସମିତି

August 22, 2026

୬୨,୫୦୦ କୋଟିର ମୋବାଇଲ ଉତ୍ପାଦନ ଯୋଜନାର ବିଜ୍ଞପ୍ତି ପ୍ରକାଶ କଲେ ସରକାର

August 22, 2026

ଚିନିର ବର୍ଦ୍ଧିତ ମୂଲ୍ୟ ନିୟନ୍ତ୍ରଣ ଏବଂ ପର୍ଯ୍ୟାପ୍ତ ଉପଲବ୍ଧତା ସୁନିଶ୍ଚିତ କରିବା ପାଇଁ ସରକାରଙ୍କ ପଦକ୍ଷେପ

August 22, 2026

ସିଲିଗୁଡ଼ିରେ ତିନୋଟି ନୂତନ ଆଇନ ଉପରେ ଆୟୋଜିତ ପ୍ରଦର୍ଶନୀକୁ ଉଦ୍‌ଘାଟନ କଲେ ଗୃହମନ୍ତ୍ରୀ

August 22, 2026

ବେଲଗୁଣ୍ଠାରେ ମାନବିକତା: ହଜିଯାଇଥିବା ୨ ଭରି ସୁନା ମଙ୍ଗଳସୂତ୍ର ଫେରାଇଲେ ଔଷଧ ଦୋକାନୀ

August 22, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.