Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଆଲୋଡ଼ନ ସୃଷ୍ଟି କଲା ଗୌତମ ଗମ୍ଭୀରଙ୍କ ନୂଆ ଟୁଇଟ୍: ବିରାଟ କୋହଲିଙ୍କ ବିତର୍କ ସହିତ ରହିଛି ସମ୍ପର୍କ
ଆଜିର ଖବର

ଆଲୋଡ଼ନ ସୃଷ୍ଟି କଲା ଗୌତମ ଗମ୍ଭୀରଙ୍କ ନୂଆ ଟୁଇଟ୍: ବିରାଟ କୋହଲିଙ୍କ ବିତର୍କ ସହିତ ରହିଛି ସମ୍ପର୍କ

May 4, 2023No Comments2 Mins Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ: ଲକ୍ଷ୍ନୌ ସୁପର ଜଏଣ୍ଟସ୍ ପରାମର୍ଶଦାତା ଗୌତମ ଗମ୍ଭୀରଙ୍କ ଏକ ଟୁଇଟ୍ ସୋସିଆଲ ମିଡିଆରେ ଆଲୋଡ଼ନ ସୃଷ୍ଟି କରିଛି। ତାଙ୍କର ଏହି ଟ୍ୱିଟର ବିରାଟ କୋହଲିଙ୍କ ସହ ବିତର୍କ ସହିତ ସପର୍କ ରହିଛି। ବାସ୍ତବରେ ବିରାଟଙ୍କ ସହ ବିତର୍କ ପ୍ରସଙ୍ଗରେ ଏକ ବଡ଼ ଗଣମାଧ୍ୟମ ସଂଗଠନର ଆଙ୍କର୍ ଗୌତମ ଗମ୍ଭୀରଙ୍କୁ କଡ଼ା ସମାଲୋଚନା କରିଥିଲେ। ଗୌତମ ଗମ୍ଭୀର ଏହି ବିଷୟରେ ପାଲଟା ଆକ୍ରମଣ କରିଛନ୍ତି।

ଗୌତମ ଗମ୍ଭୀର ତାଙ୍କ ଟ୍ୱିଟରେ କାହାର ନାମ ରଖି ନାହାଁନ୍ତି, କିନ୍ତୁ ସେ ଯାହା ଲେଖିଛନ୍ତି ତାହା ପରେ କ୍ରିକେଟ୍ ପ୍ରଶଂସକମାନେ ଗମ୍ଭୀର କାହା ବିଷୟରେ କହୁଛନ୍ତି ତାହା ବୁଝିପାରୁଛନ୍ତି। ଗୌତମ ଗମ୍ଭୀର ତାଙ୍କ ଟ୍ୱିଟରେ ଲେଖିଛନ୍ତି ଯେ, ‘ଚାପ ଦର୍ଶାଇ ଦିଲ୍ଲୀ କ୍ରିକେଟରୁ ଯେଉଁ ବ୍ୟକ୍ତି ପଳାୟନ କରିଥିଲା, ସେହି ବ୍ୟକ୍ତି ବର୍ତ୍ତମାନ କ୍ରିକେଟ୍ ଚିନ୍ତା ପାଇଁ ଟଙ୍କା ନେଇ ଖବର ବିକ୍ରୟ କରିବାକୁ ଆଗ୍ରହୀ ଅଛନ୍ତି। ଏହା ହେଉଛି କଳିଯୁଗ, ଯେଉଁଠାରେ ପଳାତକମାନେ ସେମାନଙ୍କର କୋର୍ଟ ଚଳାନ୍ତି।

Man who ran away from Delhi Cricket citing “pressure” seems over eager to sell paid PR as concern for cricket! यही कलयुग़ है जहां ‘भगोड़े’ अपनी ‘अदालत’ चलाते हैं।

— Gautam Gambhir (@GautamGambhir) May 3, 2023

ଗମ୍ଭୀର ଏହା ଟ୍ୱିଟ୍ କରିବା ମାତ୍ରେ କ୍ରିକେଟ୍ ପ୍ରଶଂସକମାନେ ଇଣ୍ଡିଆ ଟିଭି ଆଙ୍କର୍ ରଜତ ଶର୍ମାଙ୍କ ସେହି ଭିଡିଓ ପୋଷ୍ଟ କରିବା ଆରମ୍ଭ କରିଥିଲେ ଯେଉଁଥିରେ ରଜତ ଶର୍ମା ବିରାଟ କୋହଲିଙ୍କ ସହ ବିତର୍କ ପ୍ରସଙ୍ଗରେ ଗୌତମ ଗମ୍ଭୀରଙ୍କୁ ଅହଂକାରୀ ବୋଲି କହିଥିଲେ। ରଜତ ଶର୍ମା ଏହା ମଧ୍ୟ କହିଥିଲେ ଯେ, ବିରାଟ କୋହଲିଙ୍କ ଲୋକପ୍ରିୟତା ଗୌତମ ଗମ୍ଭୀରଙ୍କୁ ବ୍ୟଥିତ କରୁଛି। ପ୍ରକାଶ ଯେ, ରଜତ ଶର୍ମା ଦୀର୍ଘ ଦିନ ଧରି ଇଣ୍ଡିଆ ଟିଭିରେ ପ୍ରସିଦ୍ଧ ସାକ୍ଷାତକାର ଶୋ ‘ଆପକି ଅଦାଲତ’ ଚଳାଉଥିଲେ। ସେ ଦିଲ୍ଲୀ ଏବଂ ଜିଲ୍ଲା କ୍ରିକେଟ୍ ଆସୋସିଏସନ୍ (ଡିଡିସିଏ) ର ମୁଖ୍ୟ ମଧ୍ୟ ରହିଛନ୍ତି। ନଭେମ୍ବର ୨୦୧୯ରେ ସେ ତାଙ୍କ ପଦରୁ ଇସ୍ତଫା ଦେଇଥିଲେ।

ଉଲ୍ଲଖ ଥାଉ କି ଗତ ସୋମବାର ଦିନ ଆଇପିଏଲରେ ଲକ୍ଷ୍ନୌ ସୁପର ଜିଆଣ୍ଟସ୍ ଏବଂ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ମଧ୍ୟରେ ମ୍ୟାଚ୍ ଏକ ବଡ଼ ଝଗଡା ସହିତ ଶେଷ ହୋଇଥିଲା। ଏହି ମ୍ୟାଚର ଶେଷ ଓଭର ସମୟରେ ପ୍ରଥମେ ବିରାଟ କୋହଲି ଏଲଏସଜିର ନବୀନ-ଉଲ-ହକଙ୍କ ସହ ମୁହାଁମୁହିଁ ହୋଇଥିଲେ ଏବଂ ଯେତେବେଳେ ଅମିତ ମିଶ୍ର ଏହି ବିତର୍କରେ ଯୋଗ ଦେଇଥିଲେ ସେତେବେଳେ ବିରାଟ ଏହି ବରିଷ୍ଠ ଭାରତୀୟ ଖେଳାଳିଙ୍କ ସାମ୍ନାରେ ମଧ୍ୟ କଠୋର ଆଭିମୁଖ୍ୟ ଗ୍ରହଣ କରିଥିଲେ। ବିରାଟଙ୍କ ଏହି ଆଚରଣରେ କ୍ରୋଧିତ ହୋଇ ଲକ୍ଷ୍ନୌ ଦଳର ପରାମର୍ଶଦାତା ଗୌତମ ଗମ୍ଭୀର ରାଗି ଯାଇଥିଲେ ଏବଂ ପରେ କୋହଲିଙ୍କ ସହ ତାଙ୍କର ଅନେକ ଯୁକ୍ତିତର୍କ ହୋଇଥିଲା। ଗତ ଦୁଇ ଦିନ ହେବ ଏହି ପ୍ରସଙ୍ଗ ହେଡଲାଇନରେ ରହିଆସିଛି।

ଗୌତମ ଗମ୍ଭୀର ବିରାଟ କୋହଲି
Share. Facebook Twitter LinkedIn Email WhatsApp Copy Link

Related Posts

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମାନବ-କୈନ୍ଦ୍ରିକ ଏଆଇ ଯାତ୍ରା

February 23, 2026

ଭାରତୀୟ ବାୟୁସେନାର ବଡ଼ କାର୍ଯ୍ୟାନୁଷ୍ଠାନ: ବନ୍ଦ ହେଲା ତେଜସ୍ ଲଢ଼ୁଆ ବିମାନର ଉଡ଼ାଣ

February 23, 2026

ଜାତୀୟ ମୁଦ୍ରୀକରଣ ପାଇପଲାଇନ୍‌ ୨.୦ର ଶୁଭାରମ୍ଭ କଲେ କେନ୍ଦ୍ର ଅର୍ଥମନ୍ତ୍ରୀ

February 23, 2026

ଗଞ୍ଜାମରେ ଜନଗଣନା–୨୦୨୭ ର ‘ହାଉସ୍ ଲିଷ୍ଟିଙ୍ଗ ଓ ହାଉସିଂ ସେନସସ୍’ ସମ୍ପର୍କିତ ପ୍ରଶିକ୍ଷଣ କାର୍ଯ୍ୟକ୍ରମ

February 23, 2026
Latest News

ରଣପୁର ବ୍ଲକ ପରିସରରେ ଜିଲ୍ଲାପାଳଙ୍କ ଜନଶୁଣାଣୀ କାର୍ଯ୍ୟକ୍ରମ

February 23, 2026

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମାନବ-କୈନ୍ଦ୍ରିକ ଏଆଇ ଯାତ୍ରା

February 23, 2026

ଭାରତୀୟ ବାୟୁସେନାର ବଡ଼ କାର୍ଯ୍ୟାନୁଷ୍ଠାନ: ବନ୍ଦ ହେଲା ତେଜସ୍ ଲଢ଼ୁଆ ବିମାନର ଉଡ଼ାଣ

February 23, 2026

ଜାତୀୟ ମୁଦ୍ରୀକରଣ ପାଇପଲାଇନ୍‌ ୨.୦ର ଶୁଭାରମ୍ଭ କଲେ କେନ୍ଦ୍ର ଅର୍ଥମନ୍ତ୍ରୀ

February 23, 2026

ଗଞ୍ଜାମରେ ଜନଗଣନା–୨୦୨୭ ର ‘ହାଉସ୍ ଲିଷ୍ଟିଙ୍ଗ ଓ ହାଉସିଂ ସେନସସ୍’ ସମ୍ପର୍କିତ ପ୍ରଶିକ୍ଷଣ କାର୍ଯ୍ୟକ୍ରମ

February 23, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.