ଆଲୋଡ଼ନ ସୃଷ୍ଟି କଲା ଗୌତମ ଗମ୍ଭୀରଙ୍କ ନୂଆ ଟୁଇଟ୍: ବିରାଟ କୋହଲିଙ୍କ ବିତର୍କ ସହିତ ରହିଛି ସମ୍ପର୍କ

Published: May 4, 2023, 9:29 am IST

ନୂଆଦିଲ୍ଲୀ: ଲକ୍ଷ୍ନୌ ସୁପର ଜଏଣ୍ଟସ୍ ପରାମର୍ଶଦାତା ଗୌତମ ଗମ୍ଭୀରଙ୍କ ଏକ ଟୁଇଟ୍ ସୋସିଆଲ ମିଡିଆରେ ଆଲୋଡ଼ନ ସୃଷ୍ଟି କରିଛି। ତାଙ୍କର ଏହି ଟ୍ୱିଟର ବିରାଟ କୋହଲିଙ୍କ ସହ ବିତର୍କ ସହିତ ସପର୍କ ରହିଛି। ବାସ୍ତବରେ ବିରାଟଙ୍କ ସହ ବିତର୍କ ପ୍ରସଙ୍ଗରେ ଏକ ବଡ଼ ଗଣମାଧ୍ୟମ ସଂଗଠନର ଆଙ୍କର୍ ଗୌତମ ଗମ୍ଭୀରଙ୍କୁ କଡ଼ା ସମାଲୋଚନା କରିଥିଲେ। ଗୌତମ ଗମ୍ଭୀର ଏହି ବିଷୟରେ ପାଲଟା ଆକ୍ରମଣ କରିଛନ୍ତି।

ଗୌତମ ଗମ୍ଭୀର ତାଙ୍କ ଟ୍ୱିଟରେ କାହାର ନାମ ରଖି ନାହାଁନ୍ତି, କିନ୍ତୁ ସେ ଯାହା ଲେଖିଛନ୍ତି ତାହା ପରେ କ୍ରିକେଟ୍ ପ୍ରଶଂସକମାନେ ଗମ୍ଭୀର କାହା ବିଷୟରେ କହୁଛନ୍ତି ତାହା ବୁଝିପାରୁଛନ୍ତି। ଗୌତମ ଗମ୍ଭୀର ତାଙ୍କ ଟ୍ୱିଟରେ ଲେଖିଛନ୍ତି ଯେ, ‘ଚାପ ଦର୍ଶାଇ ଦିଲ୍ଲୀ କ୍ରିକେଟରୁ ଯେଉଁ ବ୍ୟକ୍ତି ପଳାୟନ କରିଥିଲା, ସେହି ବ୍ୟକ୍ତି ବର୍ତ୍ତମାନ କ୍ରିକେଟ୍ ଚିନ୍ତା ପାଇଁ ଟଙ୍କା ନେଇ ଖବର ବିକ୍ରୟ କରିବାକୁ ଆଗ୍ରହୀ ଅଛନ୍ତି। ଏହା ହେଉଛି କଳିଯୁଗ, ଯେଉଁଠାରେ ପଳାତକମାନେ ସେମାନଙ୍କର କୋର୍ଟ ଚଳାନ୍ତି।

ଗମ୍ଭୀର ଏହା ଟ୍ୱିଟ୍ କରିବା ମାତ୍ରେ କ୍ରିକେଟ୍ ପ୍ରଶଂସକମାନେ ଇଣ୍ଡିଆ ଟିଭି ଆଙ୍କର୍ ରଜତ ଶର୍ମାଙ୍କ ସେହି ଭିଡିଓ ପୋଷ୍ଟ କରିବା ଆରମ୍ଭ କରିଥିଲେ ଯେଉଁଥିରେ ରଜତ ଶର୍ମା ବିରାଟ କୋହଲିଙ୍କ ସହ ବିତର୍କ ପ୍ରସଙ୍ଗରେ ଗୌତମ ଗମ୍ଭୀରଙ୍କୁ ଅହଂକାରୀ ବୋଲି କହିଥିଲେ। ରଜତ ଶର୍ମା ଏହା ମଧ୍ୟ କହିଥିଲେ ଯେ, ବିରାଟ କୋହଲିଙ୍କ ଲୋକପ୍ରିୟତା ଗୌତମ ଗମ୍ଭୀରଙ୍କୁ ବ୍ୟଥିତ କରୁଛି। ପ୍ରକାଶ ଯେ, ରଜତ ଶର୍ମା ଦୀର୍ଘ ଦିନ ଧରି ଇଣ୍ଡିଆ ଟିଭିରେ ପ୍ରସିଦ୍ଧ ସାକ୍ଷାତକାର ଶୋ ‘ଆପକି ଅଦାଲତ’ ଚଳାଉଥିଲେ। ସେ ଦିଲ୍ଲୀ ଏବଂ ଜିଲ୍ଲା କ୍ରିକେଟ୍ ଆସୋସିଏସନ୍ (ଡିଡିସିଏ) ର ମୁଖ୍ୟ ମଧ୍ୟ ରହିଛନ୍ତି। ନଭେମ୍ବର ୨୦୧୯ରେ ସେ ତାଙ୍କ ପଦରୁ ଇସ୍ତଫା ଦେଇଥିଲେ।

ଉଲ୍ଲଖ ଥାଉ କି ଗତ ସୋମବାର ଦିନ ଆଇପିଏଲରେ ଲକ୍ଷ୍ନୌ ସୁପର ଜିଆଣ୍ଟସ୍ ଏବଂ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ମଧ୍ୟରେ ମ୍ୟାଚ୍ ଏକ ବଡ଼ ଝଗଡା ସହିତ ଶେଷ ହୋଇଥିଲା। ଏହି ମ୍ୟାଚର ଶେଷ ଓଭର ସମୟରେ ପ୍ରଥମେ ବିରାଟ କୋହଲି ଏଲଏସଜିର ନବୀନ-ଉଲ-ହକଙ୍କ ସହ ମୁହାଁମୁହିଁ ହୋଇଥିଲେ ଏବଂ ଯେତେବେଳେ ଅମିତ ମିଶ୍ର ଏହି ବିତର୍କରେ ଯୋଗ ଦେଇଥିଲେ ସେତେବେଳେ ବିରାଟ ଏହି ବରିଷ୍ଠ ଭାରତୀୟ ଖେଳାଳିଙ୍କ ସାମ୍ନାରେ ମଧ୍ୟ କଠୋର ଆଭିମୁଖ୍ୟ ଗ୍ରହଣ କରିଥିଲେ। ବିରାଟଙ୍କ ଏହି ଆଚରଣରେ କ୍ରୋଧିତ ହୋଇ ଲକ୍ଷ୍ନୌ ଦଳର ପରାମର୍ଶଦାତା ଗୌତମ ଗମ୍ଭୀର ରାଗି ଯାଇଥିଲେ ଏବଂ ପରେ କୋହଲିଙ୍କ ସହ ତାଙ୍କର ଅନେକ ଯୁକ୍ତିତର୍କ ହୋଇଥିଲା। ଗତ ଦୁଇ ଦିନ ହେବ ଏହି ପ୍ରସଙ୍ଗ ହେଡଲାଇନରେ ରହିଆସିଛି।

Related posts