କାନିମୋଝିଙ୍କୁ ବଡ ଆଶସ୍ତି, ତାଙ୍କ ବିରୋଧରେ ହୋଇଥିବା ଆବେଦନକୁ ଖାରଜ କଲେ ସୁପ୍ରିମକୋର୍ଟ

Published: May 4, 2023, 1:46 pm IST

ନୂଆଦିଲ୍ଲୀ: ଡିଏମକେ ସାଂସଦ କାନିମୋଝି ସୁପ୍ରିମକୋର୍ଟଙ୍କଠାରୁ ଏକ ବଡ଼ ଆଶ୍ଵସ୍ତି ପାଇଛନ୍ତି। ୨୦୧୯ ଲୋକସଭା ନିର୍ବାଚନରେ ​​ତୁତିକୋରିନ ଆସନରୁ ତାଙ୍କ ନିର୍ବାଚନକୁ ଚ୍ୟାଲେଞ୍ଜ କରୁଥିବା ଆବେଦନକୁ ସୁପ୍ରିମକୋର୍ଟ ଖାରଜ କରିଦେଇଛନ୍ତି। ଏହାପୂର୍ବରୁ ତାଙ୍କ ବିରୋଧରେ ଦାଖଲ ହୋଇଥିବା ଆବେଦନକୁ ମଧ୍ୟ ମାଡ୍ରାସ ହାଇକୋର୍ଟ ଖାରଜ କରିଦେଇଥିଲେ।

କାନିମୋଝି କହିଛନ୍ତି ଯେ, ନାମାଙ୍କନପତ୍ର ଦାଖଲ ବେଳେ ସେ ତାଙ୍କ ସ୍ୱାମୀଙ୍କ ପ୍ୟାନ ନମ୍ବର ଉଲ୍ଲେଖ କରିନାହାଁନ୍ତି। ଯେତେବେଳେ ତାଙ୍କ ସ୍ୱାମୀ ସିଙ୍ଗାପୁରର ନାଗରିକ ଅଟନ୍ତି। ତାଙ୍କ ପାଖରେ ପାନ୍ କାର୍ଡ ମଧ୍ୟ ନାହିଁ।

Related posts