Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଦର୍ଶକମାନଙ୍କ ପାଇଁ ଆଜି ଜୀ ସାର୍ଥକ ହେଉଛି ଓଡ଼ିଶାର ନଂ-୧ ମନୋରଂଜନ ଚ୍ୟାନେଲ: ପ୍ରତିକ ସିଲ୍
ଆଜିର ଖବର

ଦର୍ଶକମାନଙ୍କ ପାଇଁ ଆଜି ଜୀ ସାର୍ଥକ ହେଉଛି ଓଡ଼ିଶାର ନଂ-୧ ମନୋରଂଜନ ଚ୍ୟାନେଲ: ପ୍ରତିକ ସିଲ୍

May 8, 2023No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ଵର: ସମ୍ପର୍କ ଗଢିବା କିଛି ବଡ କଥା ନୁହେଁ। ସମ୍ପର୍କରେ ଯୋଡି ହୋଇ ରହିବା ସବୁଠାରୁ ବଡ କଥା, ଠିକ୍ ଯେମିତି ଜୀ ସାର୍ଥକ ଯୋଡି ହୋଇ ରହିଛି ଓଡ଼ିଶାର ସମସ୍ତ ଦର୍ଶକଙ୍କ ସହ। ଜୀ ସାର୍ଥକ, ଓଡ଼ିଶାର ସବୁଠାରୁ ଅଗ୍ରଣୀ ଓ ଜନପ୍ରିୟ ଓଡିଆ ମନୋରଂଜନ ଚ୍ୟାନେଲ ତାର ଓଡିଆ ଦର୍ଶକମାନଙ୍କ ସହ ଦୀର୍ଘ ଦିନର ସୁସମ୍ପର୍କକୁ ମଜବୁତ କରିବା ପାଇଁ ସବୁବେଳେ ଚେଷ୍ଟାରତ, ସେଥିପାଇଁ ସର୍ବଦା ଦର୍ଶକଙ୍କୁ ନୂଆ ନୂଆ କାହାଣୀ ଓ ପାରିବାରିକ ଘଟଣାକୁ ନେଇ ଦର୍ଶକମାନଙ୍କ ମନୋରଞ୍ଜନ କରିଆସିଛି। ଓଡିଶାର ସାଂସ୍କୃତିକ ଐତିହ୍ୟରେ ଅନୁପ୍ରାଣୀତ ତଥା ଉତ୍କଳୀୟ ନାରୀର ବୈଶିଷ୍ଟ୍ୟ ଓ ଚମତ୍କାର ଗୁଣାବଳୀ ସହିତ ଅଦମ୍ୟ ମନୋବଳ ପ୍ରତିଫଳିତ ହେଉଥିବା ଚ୍ୟାନେଲର ଜନପ୍ରିୟ ଚରିତ୍ରଗୁଡିକ ଦର୍ଶକଙ୍କ ମନକୁ ପୁଣି ଜିତିବାରେ ସକ୍ଷମ ହୋଇଛି।

ଏହି ଚ୍ୟାନେଲର ଲକ୍ଷ୍ୟ ହେଉଛି ଦର୍ଶକମାନଙ୍କ ପାଇଁ ସର୍ବଦା ଭିନ୍ନ ଧରଣର ମନୋରଂଜନଭିତ୍ତିକ କାର୍ଯ୍ୟକ୍ରମ ଆଣିଦେବା। ସମ୍ପର୍କ ବନ୍ଧନରେ ବାନ୍ଧି ହେଉଥିବା ସରସ କାହାଣୀ ଏବଂ ସଦ୍ୟ ପରିବର୍ତ୍ତିତ ବ୍ରାଣ୍ଡ ପରିଚୟ, ଯାହାକି ଆଣିଦିଏ ଏକ ବର୍ଦ୍ଧିତ ଦର୍ଶକଙ୍କ ଅନୁଭୂତି – ଏହିସବୁ ମାଧ୍ୟମରେ ଏଇ ଚ୍ୟାନେଲର ଆଭିମୁଖ୍ୟ ହେଉଛି ଦର୍ଶକମାନଙ୍କ ସହିତ ସମ୍ପର୍କକକୁ ଆହୁରି ନିବିଡ କରିବା।

ଜୀ-ସାର୍ଥକର ଫିଲ୍ମ, ଧାରାବାହିକ ଓ ବିଭିନ୍ନ ପ୍ରତିଯୋଗିତା ମୂଳକ କାର୍ଯକ୍ରମ ସବୁବେଳେ ଦର୍ଶକଙ୍କ ମନକୁ ଛୁଇଁଛି। ଯେପରିକି ‘ସୁନା ଝିଅ’, ‘ତୁ ଖରା ମୁଁ ଛାଇ’ ଏବଂ ‘ଖୁସିର ଛୁଙ୍କ’ ପରି ମେଗା ଧାରାବାହିକ ହେଉ କି ଡାନ୍ସ ଓଡ଼ିଶା ଡାନ୍ସ ଓ ରଜ କୁଇନ୍ ପରି ପ୍ରତିଯୋଗିତା ମୂଳକ କାର୍ଯକ୍ରମ ମାଧ୍ୟମରେ ଜୀ-ସାର୍ଥକ ସବୁବେଳେ ଦର୍ଶକଙ୍କ ମନକୁ ଛୁଇଁଛି।

ବିଗତ କିଛି ବର୍ଷ ମଧ୍ୟରେ ଜୀ ସାର୍ଥକ ତାର ଜନପ୍ରିୟ ଓ ପ୍ରଧାନ କାର୍ଯକ୍ରମଗୁଡିକ ଯେପରି ଝିଲୀ, ମୁଁ ବି ବିଜୟିନୀ, ସୁନା ଝିଅ ସାଙ୍ଗକୁ ଦିଦି ନଂ ୧, ସାରେଗାମାପା ଏବଂ ଆହୁରି ଅନେକଗୁଡିଏ ଫର୍ମାଟକୁ ନେଇ ନିଜର ପ୍ରାଧାନ୍ୟ ଯଥେଷ୍ଟ ବଢ଼ାଇଛି। ଜୀ ସାର୍ଥକର ଫିକସନ ଓ ନନଫିକସନ ଶୋ’ ଗୁଡିକର ଉତ୍ତମ ମିକ୍ସ ତିଆରି ଓ ସଂଗ୍ରହ, ଯାହା ଦର୍ଶକମାନଙ୍କ ମଧ୍ୟରେ ଅନବରତ ବ୍ୟାପକ ଜନପ୍ରିୟତା ସୃଷ୍ଟି କରି ଆସୁଛି।

ଦର୍ଶକମାନଙ୍କ ପାଇଁ ଆଜି ଜୀ ସାର୍ଥକ ହେଉଛି ନଂ-୧ ଓଡ଼ିଆ ଜିଇସି ଚ୍ୟାନେଲ ଏବଂ ଭାରତର ଅନ୍ୟତମ ସଫଳ ଆଞ୍ଚଳିକ ଜିଇସି ଚ୍ୟାନେଲ। ଜୀ ସାର୍ଥକର ଚିଫ୍ ଚ୍ୟାନେଲ ଅଫିସର ପ୍ରତିକ ସିଲ୍ କହିଛନ୍ତି ଯେ, “ଜୀ ସାର୍ଥକର ବ୍ରାଣ୍ଡ ଏବଂ କଣ୍ଟେଣ୍ଟ ସବୁବେଳେ ପ୍ରଗତିଶୀଳ ଓ ସାଂସ୍କୃତିକ ମୂଳ ଚିନ୍ତାଧାରା ଉପରେ ପର୍ଯ୍ୟବଶିତ। ଆମେ ସର୍ବଦା ଦର୍ଶକମାନଙ୍କୁ କେନ୍ଦ୍ରରେ ରଖିଥାଉ। ଆମେ ଖୁସି ଅନୁଭୂତି କରୁଅଛୁ କି ଦର୍ଶକଙ୍କ ମନ ମନମୁତାବକ ନିରନ୍ତର ମନୋରଂଜନ ଦେଇପାରିଛୁ। ଆଗାମୀ ଦିନରେ ଆମ ଦର୍ଶକମଣ୍ଡଳୀଙ୍କ ପାଇଁ ଆମେ ଆଣିବୁ ଭିନ୍ନ ଓ ଉନ୍ନତ ମାନର ଅନେକ ନୂଆ କାହାଣୀ ଓ ପ୍ରତିଯୋଗିତା ମୂଳକ କାର୍ଯକ୍ରମ। ଦର୍ଶକଙ୍କ ଏହି ପରି ଭଲ ପାଇବା ଆମକୁ ଆମର ଦର୍ଶକ ଅନୁଭୂତି ବଢ଼ାଇବା ସହିତ ଦର୍ଶକମଣ୍ଡଳୀଙ୍କ ସହ ଆମର ସମ୍ପର୍କକୁ ଆହୁରି ଘନିଷ୍ଠ କରିବ।”

ଜୀ ସାର୍ଥକ
Share. Facebook Twitter LinkedIn Email WhatsApp Copy Link

Related Posts

ରାଶିଫଳ: ସେପ୍ଟେମ୍ବର ୧୪ ତାରିଖରେ ଏହି ପାଞ୍ଚୋଟି ରାଶି ପାଇଁ ରହିଛି ବିପଦ

September 14, 2026

ମଣିପୁରରେ ପୁଣି ରକ୍ତର ଛିଟା: ଦୁ ଆକ୍ରମଣରେ ୪ ମୃତ, ମହିଳା ଓ ନବଜାତକୁ ବି ଛାଡ଼ିଲେନି ଆତଙ୍କୀ!

September 13, 2026

କଟକ ସିଡିଏ ସେକ୍ଟର-୧୩ରେ ମହିଳାଙ୍କୁ ହତ୍ୟା

September 13, 2026

ଓରାଙ୍ଗଉଟାନ ଶିଶୁଙ୍କ ଚିକିତ୍ସା ଓ ସୁରକ୍ଷା ପାଇଁ ଗଠିତ ହେଲା ବୈଷୟିକ କମିଟି

September 13, 2026
Latest News

ରାଶିଫଳ: ସେପ୍ଟେମ୍ବର ୧୪ ତାରିଖରେ ଏହି ପାଞ୍ଚୋଟି ରାଶି ପାଇଁ ରହିଛି ବିପଦ

September 14, 2026

ଫାଇନାଲରେ ଶ୍ରୀଲଙ୍କାକୁ ପରାସ୍ତ କରି ୮ମ ଥର ପାଇଁ ମହିଳା ଏସିଆ କପ୍ ଜିତିଲା ଭାରତ

September 13, 2026

ମଣିପୁରରେ ପୁଣି ରକ୍ତର ଛିଟା: ଦୁ ଆକ୍ରମଣରେ ୪ ମୃତ, ମହିଳା ଓ ନବଜାତକୁ ବି ଛାଡ଼ିଲେନି ଆତଙ୍କୀ!

September 13, 2026

କଟକ ସିଡିଏ ସେକ୍ଟର-୧୩ରେ ମହିଳାଙ୍କୁ ହତ୍ୟା

September 13, 2026

ଭାରତରେ ଆକ୍ରମଣ ପାଇଁ ଷଡ଼ଯନ୍ତ୍ର ରଚିଥିଲା ଓସାମା: ସିଆଇଏର ଗୁପ୍ତ ତଥ୍ୟରୁ ବଡ଼ ଖୁଲାସା

September 13, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.