Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଗୋପବନ୍ଧୁ ପ୍ରଶାସନିକ ଏକାଡେମୀରେ ଭାରତୀୟ ଆର୍ଥିକ ସେବା ଅଧିକାରୀଙ୍କ ପ୍ରଶିକ୍ଷଣ ଆରମ୍ଭ
ଆଜିର ଖବର

ଗୋପବନ୍ଧୁ ପ୍ରଶାସନିକ ଏକାଡେମୀରେ ଭାରତୀୟ ଆର୍ଥିକ ସେବା ଅଧିକାରୀଙ୍କ ପ୍ରଶିକ୍ଷଣ ଆରମ୍ଭ

May 8, 2023No Comments3 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ଵର: ଭାରତ ସରକାରଙ୍କ ଅର୍ଥନୈତିକ ବ୍ୟାପାର ବିଭାଗ ପକ୍ଷରୁ ‘ବିକାଶ ପ୍ରଶାସନ’ ସଂପର୍କରେ ଓଡିଶାରେ ପ୍ରଶିକ୍ଷଣ ନେବାକୁ ଆସିଥିବା ୨୦୨୩ ବ୍ୟାଚ୍ ର ୫ଜଣ ଭାରତୀୟ ଆର୍ଥିକ ସେବା ଅଧିକାରୀଙ୍କ ପାଇଁ ପ୍ରଶିକ୍ଷଣ ଆଜିଠାରୁ ଆରମ୍ଭ ହୋଇଛି। ଭୁବନେଶ୍ୱରସ୍ଥିତ ଗୋପବନ୍ଧୁ ପ୍ରଶାସନିକ ଏକାଡେମୀରେ ୬ ସପ୍ତାହ ଧରି ଅନୁଷ୍ଠିତ ହେବାକୁ ଥିବା ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମକୁ ଆଜି ଏକାଡେମୀର ମହାନିର୍ଦ୍ଦେଶକ ରାଜ କୁମାର ଶର୍ମା ଉଦ୍ ଘାଟନ କରିଥିଲେ। ଗୋପବନ୍ଧୁ ଏକାଡେମୀ ଅଫ୍ ଆଡମିନିଷ୍ଟ୍ରେସନ୍ ସେହି ଅଳ୍ପ କିଛି ଅନୁଷ୍ଠାନ ମଧ୍ୟରୁ ଅନ୍ୟତମ, ଯେଉଁମାନଙ୍କୁ ଆଇଇଏସ୍ ପ୍ରୋବେସନରମାନଙ୍କୁ ସେମାନଙ୍କର ମୌଳିକ ତାଲିମ ଶେଷ ହେବା ପରେ ଏଭଳି ପ୍ରଶିକ୍ଷଣ ପାଇଁ ଚୟନ କରିଥାଏ।

ଏକାଡେମୀରେ ପ୍ରଶିକ୍ଷଣ ନେଉଥିବା ଏହି ବ୍ୟାଚରେ ୪ ଜଣ ମହିଳା ଓ ଜଣେ ପୁରୁଷଙ୍କ ସମେତ ୫ ଜଣ ଆଇଇଏସ୍ ଅଫିସର ପ୍ରଶିକ୍ଷାର୍ଥୀ ରହିଛନ୍ତି। ସେମାନେ ଭାରତର ଚାରିଟି ଭିନ୍ନ ଭିନ୍ନ ରାଜ୍ୟ ଯଥା ବିହାର, ରାଜସ୍ଥାନ, ଉତ୍ତରାଖଣ୍ଡ ଓ ଉତ୍ତରପ୍ରଦେଶ ଏବଂ ଗୋଟିଏ କେନ୍ଦ୍ରଶାସିତ ଅଞ୍ଚଳ ଅର୍ଥାତ୍ ଦିଲ୍ଲୀରୁ ଆସିଛନ୍ତି। ଏହି ଆଇଇଏସ୍ ଅଧିକାରୀମାନେ ଓଡ଼ିଶାର ବିଭିନ୍ନ ଜିଲ୍ଲାରେ କ୍ଷେତ୍ରସ୍ତରରେ ପ୍ରୋବେସନରୀ ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ନିଜକୁ ସାମିଲ କରିବେ।

ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମକୁ ଉଦ୍ ଘାଟନ କରି ଶ୍ରୀ ଶର୍ମା ପ୍ରଶିକ୍ଷାର୍ଥୀମାନଙ୍କୁ ରାଜ୍ୟର ସର୍ବୋଚ୍ଚ ପ୍ରଶାସନିକ ପ୍ରଶିକ୍ଷଣ ଅନୁଷ୍ଠାନ ଗୋପବନ୍ଧୁ ଏକାଡେମୀକୁ ସ୍ୱାଗତ କରିଥିଲେ। ବିକାଶ କ୍ଷେତ୍ରରେ ପ୍ରଶାସନର ସହାୟକ ଭାବରେ ଆବଶ୍ୟକ ସଠିକ୍ ମନୋଭାବ, ଦକ୍ଷତା ଏବଂ କୌଶଳ ସୃଷ୍ଟି କରିବା ଲକ୍ଷ୍ୟ ନେଇ ବର୍ତ୍ତମାନ ଏବଂ ନୂତନ ପିଢ଼ିର ପ୍ରଶାସନିକ କର୍ମଚାରୀମାନଙ୍କୁ ପ୍ରଶିକ୍ଷଣ ଦେବା ପାଇଁ ଏହି ଅନୁଷ୍ଠାନର ଦାୟିତ୍ୱ ସଂପର୍କରେ ସେ ଗୁରୁତ୍ୱାରୋପ କରିଥିଲେ। ଓଡିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦକ୍ଷ ନେତୃତ୍ୱ, ପ୍ରଶାସନ ଏବଂ ଦୂରଦୃଷ୍ଟି ବଳରେ ଗତ ଦୁଇ ଦଶନ୍ଧି ମଧ୍ୟରେ ରାଜ୍ୟ ସୁଶାସନ କ୍ଷେତ୍ରରେ କିଭଳି ଅଗ୍ରଗତି କରିଛି, ସେ ବିଷୟରେ ସେ ସଂକ୍ଷିପ୍ତ ଭାବରେ ଅବଗତ କରାଇଥିଲେ।

ଗତ ଦଶନ୍ଧି ମଧ୍ୟରେ ଜାତୀୟ ଅର୍ଥନୀତି ତୁଳନାରେ ଓଡ଼ିଶାର ଅର୍ଥନୀତି ଦ୍ରୁତ ଅଭିବୃଦ୍ଧି କରିଛି। ଓଡ଼ିଶାରେ ଅନେକ କ୍ଷେତ୍ରରେ ବ୍ୟବସାୟ ପାଇଁ ସହଜ ଓ ଅତ୍ୟାଧୁନିକ ବ୍ୟବସ୍ଥା ରହିଛି ବୋଲି ଶ୍ରୀ ଶର୍ମା ପ୍ରକାଶ କରିଥିଲେ। ସ୍ୱଚ୍ଛତା, ଟିମ୍ ୱାର୍କ, ଟେକ୍ନୋଲୋଜି ଏବଂ ସମୟାନୁସାରେ କାର୍ଯ୍ୟକରି ଶାସନରେ ପରିବର୍ତ୍ତନ ଆଣିବା ଲକ୍ଷ୍ୟ ନେଇ କାର୍ଯ୍ୟକାରୀ କରାଯାଉଥିବା ‘୫ଟି’ ମଡେଲ ବିଷୟରେ ମଧ୍ୟ ଶ୍ରୀ ଶର୍ମା ଉଲ୍ଲେଖ କରିଥିଲେ। ଓଡ଼ିଶା ସରକାର ‘ମୋ ସରକାର’ର କ୍ରୀୟାଶୀଳ ମତାମତ ବ୍ୟବସ୍ଥା ଜରିଆରେ ଲୋକାଭିମୁଖୀ ଶାସନ ସୁନିଶ୍ଚିତ କରିବାରେ ସକ୍ଷମ ହୋଇଛନ୍ତି, ଯାହା ଦ୍ୱାରା ସରକାର ସିଧାସଳଖ ନାଗରିକଙ୍କ କଥା ଶୁଣିବା ସହ ଆବଶ୍ୟକ ସେବା ଯୋଗାଣକୁ ସୁନିଶ୍ଚିତ କରିବାକୁ ସକ୍ଷମ ହୋଇପାରୁଛନ୍ତି।

୬ ସପ୍ତାହ ଧରି ପ୍ରଶିକ୍ଷଣ ମଡ୍ୟୁଲ୍ ରେ ଇନ୍ ଡୋର ଏକାଡେମିକ୍ ଏବଂ ଆଉଟଡୋର୍ ଏକ୍ସଟ୍ରା-ଏକାଡେମିକ୍ ଅଧିବେଶନ ରହିଛି। ନିଜର ବୌଦ୍ଧିକ ଅନୁସନ୍ଧାନକୁ ସୁଦୃଢ କରିବା ସହିତ ପାଠ୍ୟକ୍ରମରେ ବିଭିନ୍ନ ତଥ୍ୟ ସଂଗ୍ରହ, ବିଶ୍ଳେଷଣ ପଦ୍ଧତି ଓ ସମନ୍ୱୟ ଉପରେ ମଧ୍ୟ ଧ୍ୟାନ ଦିଆଯିବ। ଭାରତବର୍ଷର ଅଧିକାଂଶ ଜନସାଧାରଣ ଗ୍ରାମରେ ବସବାସ କରୁଥିବାରୁ , ଗ୍ରାମସ୍ତରରେ ବିକାଶ ପାଇଁ ପ୍ରଶାସନ ଲୋକମାନଙ୍କ ନିକଟରେ ପହଞ୍ଚାଇବା ପାଇଁ ପ୍ରଶିକ୍ଷଣରେ ଅଧିକ ଗୁରୁତ୍ୱ ଦିଆଯାଇଛି।

ପ୍ରଶିକ୍ଷାର୍ଥୀ ଅଧିକାରୀମାନଙ୍କୁ ବିଭିନ୍ନ ଜିଲ୍ଲାରେ ବିଶେଷ କରି ରାଜ୍ୟର ଜନଜାତି ବହୁଳ ଜିଲ୍ଲାରେ ଏକାଧିକ ବିଭାଗ ଦ୍ୱାରା କ୍ଷେତ୍ରସ୍ତରରେ କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ଉନ୍ନୟନ ମଡେଲ ଗୁଡିକ ଦେଖିବାକୁ ମିଳିବ। ଆଉଟଡୋର କାର୍ଯ୍ୟକଳାପ ପାଇଁ ଏକାଡେମୀ କଳିଙ୍ଗ ଷ୍ଟାଡିୟମ ଏବଂ ଭୁବନେଶ୍ୱର କ୍ଲବ ସହ ସଂଯୋଗ କରାଯାଇଛି। ଉକ୍ତ ପ୍ରଶିକ୍ଷଣକୁ ସୁରୁଖୁରୁରେ ପରିଚାଳନା ପାଇଁ ଅଧିକାରୀମାନଙ୍କୁ ସମସ୍ତ ସମ୍ଭବ ସହଯୋଗ ଯୋଗାଇ ଦେବାକୁ ଶ୍ରୀ ଶର୍ମା ପ୍ରତିଶ୍ରୁତି ଦେଇଥିଲେ।

ପ୍ରାରମ୍ଭରେ ଗୋପବନ୍ଧୁ ପ୍ରଶାସନିକ ଏକାଡେମୀର ଅତିରିକ୍ତ କମିଶନର ତଥା ପାଠ୍ୟକ୍ରମ ନିର୍ଦ୍ଦେଶକ (କୋର୍ସ ଡାଇରେକ୍ଟର) ଡ. ହିମାଂଶୁ ଭୂଷଣ ପଣ୍ଡା ପ୍ରଶିକ୍ଷଣ ପାଠ୍ୟକ୍ରମ ସମ୍ପର୍କରେ ଅବଗତ କରାଇଥିଲେ ଓ ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ।

କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଡେପୁଟି ଡାଇରେକ୍ଟର ଜେନେରାଲ୍ (ପ୍ରଶାସନ) ଡ. ପ୍ରତାପ କୁମାର ମିଶ୍ର, ଏକାଡେମୀର ଯୁଗ୍ମ କମିଶନର ତଥା ପ୍ରଶିକ୍ଷଣ କାର୍ଯ୍ୟକ୍ରମର ଉପ ପାଠ୍ୟକ୍ରମ ସଂଯୋଜକ ଡଃ. ମମତାରାଣୀ ନାୟକ ପ୍ରମୁଖ ଉପସ୍ଥିତ ଥିଲେ।

ଭାରତ ସରକାର
Share. Facebook Twitter LinkedIn Email WhatsApp Copy Link

Related Posts

ଆଜି ଅକ୍ଟୋବର ୧୯ ତାରିଖ ରବିବାର: ସାବଧାନ ରୁହନ୍ତୁ ଏହି ରାଶିର ବ୍ୟକ୍ତି

October 19, 2025

ବିହାର ନିର୍ବାଚନ: ଏହି ଆସନରେ ଚିରାଗ ପାସୱାନଙ୍କ ଦଳୀୟ ପ୍ରାର୍ଥୀଙ୍କ ନାମାଙ୍କନ ରଦ୍ଦ

October 18, 2025

ଦୀପାବଳି ଉପଲକ୍ଷେ ବିଏସଏନଏଲ୍ ର ସ୍ଵତନ୍ତ୍ର ଅଫର

October 18, 2025

Nuapada Bypoll: ନୂଆପଡା ଉପନିର୍ବାଚନ ପାଇଁ କଂଗ୍ରେସରୁ ପ୍ରାର୍ଥୀପତ୍ର ଦାଖଲ କଲେ ଘାସିରାମ

October 18, 2025
Latest News

ଆଜି ଅକ୍ଟୋବର ୧୯ ତାରିଖ ରବିବାର: ସାବଧାନ ରୁହନ୍ତୁ ଏହି ରାଶିର ବ୍ୟକ୍ତି

October 19, 2025

ନବରାତ୍ରିରେ କିଣାକିଣି ହେଲା ଆକାଶଛୁଆଁ: ଦୀପାବଳିରେ ଐତିହାସିକ କାରବାର ପାଇଁ କ୍ଷେତ୍ର ପ୍ରସ୍ତୁତ

October 18, 2025

ଜିଏସଟି ବଚତ୍‌ ଉତ୍ସବକୁ ନେଇ ଆୟୋଜିତ ସାମ୍ବାଦିକ ସମ୍ମିଳନୀକୁ ସମ୍ବୋଧିତ କଲେ ୩ କେନ୍ଦ୍ର ମନ୍ତ୍ରୀ

October 18, 2025

ବିହାର ନିର୍ବାଚନ: ଏହି ଆସନରେ ଚିରାଗ ପାସୱାନଙ୍କ ଦଳୀୟ ପ୍ରାର୍ଥୀଙ୍କ ନାମାଙ୍କନ ରଦ୍ଦ

October 18, 2025

ଦୀପାବଳି ଉପଲକ୍ଷେ ବିଏସଏନଏଲ୍ ର ସ୍ଵତନ୍ତ୍ର ଅଫର

October 18, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.