ଭୁବନେଶ୍ବର: ରାଜ୍ୟକୁ ପୁଣି ଫେରିଛି ତାତି, କିଛି ଦିନ ବ୍ୟବଧାନ ପରେ ଏବେ ଦୁଇଦିନ ଧରି ରାଜ୍ୟର ତାପମାତ୍ର ୪୦ ଡ଼ିଗ୍ରୀ ଉପରେ ରହୁଛି। ଫଳରେ ସାଧାରଣ ଜୀବନଯାତ୍ରା ବାଧାପ୍ରାପ୍ତ ହେବାରେ ଲାଗିଛି। ଭୁବନେଶ୍ବର ପାଣିପାଗ ବିଭାଗ ଅନୁସାରେ ଆଜି ଦିନ ୨ ଟା ସୁଦ୍ଧା ୩ଟି ସହରର ତାପମାତ୍ରା ୪୦ ଡ଼ିଗ୍ରୀ ଉପରେ ରହିଥିଲା।
ଆଜି ଦିନ ୨ ଟା ସୁଦ୍ଧା ରେକର୍ଡ ତାପମାତ୍ରା ଝାରସୁଗୁଡା: ୪୨.୨ ଡ଼ିଗ୍ରୀ, ସମ୍ବଲପୁର: ୪୧.୨ ଡ଼ିଗ୍ରୀ, ହୀରାକୁଦ: ୪୦ ଡ଼ିଗ୍ରୀ, ଚାନ୍ଦବାଲି: ୩୮.୬ ଡ଼ିଗ୍ରୀ, ଭୁବନେଶ୍ୱର: ୩୮.୨ ଡ଼ିଗ୍ରୀ, ବାଲେଶ୍ୱର: ୩୬ ଡ଼ିଗ୍ରୀ, ପୁରୀ: ୩୪ ଡ଼ିଗ୍ରୀ, ଗୋପାଳପୁର: ୩୩.୬ ଡ଼ିଗ୍ରୀ, ପାରାଦ୍ୱୀପ: ୩୨.୬ ଡ଼ିଗ୍ରୀ, କେନ୍ଦୁଝର: ୨୮.୮ ଡ଼ିଗ୍ରୀ ତାପମାତ୍ରା ରହିଛି।
Tags: ଭୁବନେଶ୍ବର ପାଣିପାଗ