Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଖାଦ୍ୟ ସୁରକ୍ଷା ଆଇନ ଅଧୀନରେ ଓଡ଼ିଶା ସରକାରଙ୍କୁ ସବସିଡି ଯୋଗାଣ ପ୍ରସଙ୍ଗରେ କେନ୍ଦ୍ରର ସ୍ପଷ୍ଟୀକରଣ
ଆଜିର ଖବର

ଖାଦ୍ୟ ସୁରକ୍ଷା ଆଇନ ଅଧୀନରେ ଓଡ଼ିଶା ସରକାରଙ୍କୁ ସବସିଡି ଯୋଗାଣ ପ୍ରସଙ୍ଗରେ କେନ୍ଦ୍ରର ସ୍ପଷ୍ଟୀକରଣ

May 9, 2023No Comments2 Mins Read
Share Facebook Twitter LinkedIn Email WhatsApp Copy Link
ଭାରତର ବହୁମୁଖି ମିଶନ
81 କୋଟି ନାଗରିକଙ୍କ ପାଇଁ ଖାଦ୍ୟ ଓ ପୋଷଣ ସୁନିଶ୍ଚିତ କରୁଛି ଭାରତର ବହୁମୁଖି ମିଶନ

ନୂଆଦିଲ୍ଲୀ: ଖାଦ୍ୟ ସୁରକ୍ଷା ଆଇନ ଅଧୀନରେ ଓଡ଼ିଶା ସରକାରଙ୍କୁ ସବ୍ସିଡି ଯୋଗାଣ ବିଳମ୍ବିତ ହେବାକୁ ନେଇ କେନ୍ଦ୍ର ସରକାରଙ୍କ ଖାଦ୍ୟ ଓ ସାଧାରଣ ବଣ୍ଟନ ବିଭାଗ ପକ୍ଷରୁ ସ୍ପଷ୍ଟୀକରଣ ଦିଆଯାଇଛି।

୧- ବିଭାଗ ପକ୍ଷରୁ କୁହାଯାଇଛି ଯେ, ଦେଶର ପ୍ରାୟ ୮୦ କୋଟି ହିତାଧିକାରୀଙ୍କ ଖାଦ୍ୟ ସୁରକ୍ଷା ସୁନିଶ୍ଚିତ କରିବା ଲାଗି ଭାରତ ସରକାରଙ୍କ ଖାଦ୍ୟ ଓ ସାଧାରଣ ବଣ୍ଟନ ବିଭାଗ ଜାତୀୟ ଖାଦ୍ୟ ସୁରକ୍ଷା ଆଇନ ୨୦୧୩ କାର୍ଯ୍ୟକାରୀ କରୁଛି। ଯୋଜନାର କାର୍ଯ୍ୟକାରିତା ପାଇଁ ରାଜ୍ୟ ସରକାରଙ୍କ ପାଣ୍ଠି ଆବଶ୍ୟକତା ପୂରଣ କରିବା ଲାଗି ବିଭାଗ ପକ୍ଷରୁ ରାଜ୍ୟମାନଙ୍କୁ ଖାଦ୍ୟ ସବସିଡି ଜାରି କରାଯାଏ। ଏହି ଉଦ୍ଦେଶ୍ୟ ଲାଗି, ସମ୍ପୃକ୍ତ ରାଜ୍ୟ ସରକାରମାନଙ୍କ ସହିତ ବୁଝାମଣାପତ୍ର (ଏମଓୟୁ) ସ୍ୱାକ୍ଷରିତ ହୋଇଛି ଏବଂ ଏମଓୟୁରେ ଦିଆଯାଇଥିବା ସର୍ତ୍ତାବଳୀଗୁଡ଼ିକୁ ରାଜ୍ୟ ସରକାରମାନେ ପାଳନ କରିବାର ଆବଶ୍ୟକତା ରହିଛି। ପ୍ରଚଳିତ ମାର୍ଗଦର୍ଶିକା, ଅସ୍ଥାୟୀ ଖର୍ଚ୍ଚ ପତ୍ରିକା, ଓପନିଂ ଓ କ୍ଲୋଜିଂ ବାଲାନ୍ସ ଷ୍ଟକ, କ୍ରୟ, ଏନଏଫଏସଏ ଏବଂ ଅନ୍ୟ କଲ୍ୟାଣମୂଳକ ଯୋଜନା ଅଧୀନରେ ଖାଦ୍ୟଶସ୍ୟର ଆବଣ୍ଟନ ଓ ବିତରଣ, ଏଫସିଆଇ ରିକନସିଏଲେସନ ବା ତଥ୍ୟ ମେଳ କରାଯିବା, ଉପଯୋଗିତା ପ୍ରମାଣପତ୍ର ଆଦିକୁ ଆଧାର କରି ଖାଦ୍ୟ ସବସିଡି ବାବଦରେ ମିଳିବାକୁ ଥିବା ଅର୍ଥରାଶି ହିସାବ କରାଯାଇଥାଏ।

୨- ଓଡ଼ିଶା ସରକାରଙ୍କ ସହିତ ସ୍ୱାକ୍ଷରିତ ବୁଝାମଣାପତ୍ର ଅନୁଯାୟୀ, କେନ୍ଦ୍ର ଖାଦ୍ୟ ଓ ସାଧାରଣ ବଣ୍ଟନ ବିଭାଗ (ଡିଏଫପିଡି) ପକ୍ଷରୁ ଗ୍ରହଣୀୟ ଖାଦ୍ୟ ସବସିଡି ନିୟମିତ ଭାବେ ରାଜ୍ୟ ସରକାରଙ୍କୁ ଜାରି କରାଯାଉଛି। ଲକ୍ଷ୍ୟ ଆଧାରିତ ସାର୍ବଜନୀନ ବିତରଣ ପ୍ରଣାଳୀ (ଟିପିଡିଏସ)/ଅନ୍ୟ କଲ୍ୟାଣକାରୀ ଯୋଜନା (ଓଡବ୍ଲୁଏସ) ଅଧୀନରେ ଡିଏଫପିଡି ପରିବର୍ତ୍ତନୀୟ ଖର୍ଚ୍ଚର ୯୫% ପର୍ଯ୍ୟନ୍ତ ଏବଂ ସ୍ଥାୟୀ ଖର୍ଚ୍ଚର ୧୦୦% ପର୍ଯ୍ୟନ୍ତ ଖାଦ୍ୟଶସ୍ୟ ବିତରଣ ଉପରେ ରାଜ୍ୟ ସରକାରଙ୍କ ଖର୍ଚ୍ଚକୁ ଭରଣା କରିଥାଏ। ଡିଏଫପିଡି/ଏଫସିଆଇ ନିରୀକ୍ଷଣ ଦଳ ଦ୍ୱାରା ଦିଆଯାଇଥିବା ସୂଚନା ଅନୁଯାୟୀ, ନିମ୍ନମାନର ଖାଦ୍ୟଶସ୍ୟ ପରିମାଣକୁ କାଟି ଦେବା ପରେ ଖାଦ୍ୟ ସବସିଡି ଜାରି କରାଯାଏ।

୩- ଗତ ଚାରି ବର୍ଷ ଧରି, ସବୁ ରାଜ୍ୟ ଅନ୍ନବିତରଣ ପୋର୍ଟାଲରେ ସେମାନଙ୍କର ସଦ୍ୟତମ ବିତରଣ ତଥ୍ୟ ଦାଖଲ କରିବା ସହିତ ତଦନୁଯାୟୀ, ପୋର୍ଟାଲର ତଥ୍ୟ ସହିତ ମେଳ କରିବା ପରେ ନିଜ ସବସିଡି ଦାବି ଦାଖଲ କରିଛନ୍ତି। ଅନ୍ନବିତରଣ ପୋର୍ଟାଲରେ ରାଜ୍ୟ ସରକାରଙ୍କ ଦ୍ୱାରା ଦାବି କରାଯାଇଥିବା ବିତରଣ ତଥ୍ୟ ଏହି ପୋର୍ଟାଲରେ ଥିବା ତଥ୍ୟ ସହିତ ମେଳ ନଖାଇବା, ଚୂଡ଼ାନ୍ତ କରିବା ଲାଗି ଅଡିଟ୍ ହୋଇଥିବା ଏକାଉଣ୍ଟ ତଥ୍ୟ ଦାଖଲ କରାନଯିବା, ଗୁଣବତ୍ତା ସହ ଜଡ଼ିତ କାରଣକୁ ନେଇ ବିଭାଗ ଅସ୍ଥାୟୀ ରୂପରେ କିଛି ପରିମାଣର ସବସିଡି ଅର୍ଥରାଶି ଜାରି କରିବା ଉପରେ ରୋକ୍ ଲଗାଇଛି। ସବୁ ରାଜ୍ୟ ପାଇଁ ଏହି ସମାନ ବ୍ୟବସ୍ଥା ଗ୍ରହଣ କରାଯାଇଛି।

୪- ବିଗତ ଚାରି ବର୍ଷ ମଧ୍ୟରେ ଓଡ଼ିଶାକୁ ୩୦,୨୮୫.୯୨ କୋଟି ଟଙ୍କା ଜାରି କରାଯାଇଛି। ନିକଟରେ ରାଜ୍ୟକୁ ୨୦୮୪.୯୦ କୋଟି ଟଙ୍କା ରାଜ୍ୟକୁ ଯୋଗାଇ ଦିଆଯାଇଥିବା କେନ୍ଦ୍ର ଖାଦ୍ୟ ଓ ସାଧାରଣ ବଣ୍ଟନ ବିଭାଗ କହିଛି।

ଓଡିଶା ସରକାର ଭାରତ ସରକାର
Share. Facebook Twitter LinkedIn Email WhatsApp Copy Link

Related Posts

ଭାରତ ଉପରେ ଶୁଳ୍କ ହ୍ରାସ କଲା ଆମେରିକା: ମୋଦିଙ୍କ ସହ ଫୋନ୍ କଲ୍ ପରେ ଟ୍ରମ୍ପଙ୍କ ବଡ ଘୋଷଣା

February 2, 2026

ଇଗ୍ନୋର ନାମଲେଖା ଓ ପୁନଃପଞ୍ଜୀକରଣ ଅବଧି ୧୫ ଫେବୃଆରୀ ପର୍ଯ୍ୟନ୍ତ ବୃଦ୍ଧି

February 2, 2026

ବଜେଟରେ ରେଳ ବିକାଶ ପାଇଁ ଏଥର ଓଡିଶାକୁ ମିଳିଲା କେତେ ? କହିଲେ ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ

February 2, 2026

ଓଡ଼ିଶା ଗସ୍ତରେ ତେଲଙ୍ଗାନା ଗଣମାଧ୍ୟମ ପ୍ରତିନିଧି ଦଳ: ପିଆଇବି ଏଡିଜିଙ୍କ ସହ କଲେ ମତବିନିମୟ

February 2, 2026
Latest News

ଭାରତ ଉପରେ ଶୁଳ୍କ ହ୍ରାସ କଲା ଆମେରିକା: ମୋଦିଙ୍କ ସହ ଫୋନ୍ କଲ୍ ପରେ ଟ୍ରମ୍ପଙ୍କ ବଡ ଘୋଷଣା

February 2, 2026

ଇଗ୍ନୋର ନାମଲେଖା ଓ ପୁନଃପଞ୍ଜୀକରଣ ଅବଧି ୧୫ ଫେବୃଆରୀ ପର୍ଯ୍ୟନ୍ତ ବୃଦ୍ଧି

February 2, 2026

ବଜେଟରେ ରେଳ ବିକାଶ ପାଇଁ ଏଥର ଓଡିଶାକୁ ମିଳିଲା କେତେ ? କହିଲେ ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ

February 2, 2026

ଓଡ଼ିଶା ଗସ୍ତରେ ତେଲଙ୍ଗାନା ଗଣମାଧ୍ୟମ ପ୍ରତିନିଧି ଦଳ: ପିଆଇବି ଏଡିଜିଙ୍କ ସହ କଲେ ମତବିନିମୟ

February 2, 2026

ଭୁବନେଶ୍ବରରେ ପହଞ୍ଚିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀ କଲେ ସ୍ବାଗତ

February 2, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.