
ଭୁବନେଶ୍ବର: ଗତକାଲି ଝାରସୁଗୁଡା ଉପନିର୍ବାଚନ ପାଇଁ ମତଦାନ ଶେଷ ହୋଇଛି। କାଭାଁ ଗଣ୍ଡଗୋଳ ବ୍ୟତିତ ଶାନ୍ତିଶୃଙ୍ଖଳାରେ ଏହି ମତଦାନ ଶେଷ ହୋଇଛି। ତେବେ ଗତକାଲି ଝାରସୁଗୁଡାରେ ସର୍ବାଧିକ ତାପମାତ୍ରା ପ୍ରବାହିତ ହୋଇଥିଲେ ମଧ୍ୟ ଭୋଟ ହାର ମଧ୍ୟ ବୃଦ୍ଧି ପାଇଛି। ଖରାରେ ଭୋଟରମାନେ ନିଜର ମତାଧିକାର ସାବ୍ୟସ୍ତ କରିବା ପାଇଁ ଆଗ୍ରହ ପ୍ରକାଶ କରିଥିବାର ଜଣାପଡିଛି।
ଓଡିଶା ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ସୂଚନା ଅନୁସାରେ ଗତକାଲି ୭୯.୨୧ ପ୍ରତିଶତ ଭୋଟିଂ ହୋଇଛି । ଏହି ଗଣତନ୍ତ୍ର ପକ୍ରିୟାରେ ମୋଟ ଏକ ଲକ୍ଷ ୫୧ ହଜାର ୩୫ ଜଣ ମତଦାନ କରିଛନ୍ତି। ସେମାନଙ୍କ ମଧ୍ୟରେ ୭୪ ହଜାର ୮ ଜଣ ପୁରୁଷ ଓ ୭୭ହଜାର ୨୦ଜଣ ମହିଳା ଭୋଟର ରହିଛନ୍ତି। ଭୋଟଦାନରେ ପୁରୁଷଙ୍କୁ ପଛରେ ପକାଇଛନ୍ତି ମହିଳା। ଆସନ୍ତା ୧୩ ତାରିଖରେ ଭୋଟ ଗଣତି କରାଯିବ।