ପୂର୍ବତନ CJI ରଂଜନ ଗୋଗୋଇଙ୍କ ବିରୋଧରେ ୧ କୋଟି ମାନହାନୀ ମାମଲା: ଜାଣନ୍ତୁ କାରଣ

Published: May 11, 2023, 3:57 pm IST

ନୂଆଦିଲ୍ଲୀ: ଆସାମରେ ଅବସ୍ଥିତ ଜଣେ ସାମାଜିକ କାର୍ଯ୍ୟକର୍ତ୍ତା ଏବଂ ଏନଜିଓର ଜଣେ ଅଧିକାରୀଙ୍କ ଦ୍ଵାରା ଭାରତର ପୂର୍ବତନ ପ୍ରଧାନ ବିଚାରପତି ରଂଜନ ଗୋଗୋଇଙ୍କ ବିରୋଧରେ ମାନହାନି ମକଦ୍ଦମା ଦାୟର କରାଯାଇଛି। ନ୍ୟାସନାଲ ରେଜିଷ୍ଟର ଅଫ୍ ସିଟିଜେନ୍ସ (ଏନଆରସି) ପ୍ରସଙ୍ଗରେ ତାଙ୍କ ଆତ୍ମଜୀବନୀରେ କିଛି ଭୁଲ କଥା କୁହାଯାଇଛି ବୋଲି ଏହି ମାମଲାରେ ଦାବି କରାଯାଇଛି।

ପୂର୍ବତନ ପ୍ରଧାନ ବିଚାରପତି ରଂଜନ ଗୋଗୋଇଙ୍କ ବିରୋଧରେ ଅଭିଜିତ୍ ଶର୍ମା ମାମଲା ଦାୟର କରିଛନ୍ତି। ଆବେଦନକାରୀ ଅଭିଜିତ୍ ଶର୍ମା ଗୁଆହାଟୀର କାମରୂପ (ମେଟ୍ରୋ) ଜିଲ୍ଲା ତଥା ସିଭିଲ୍ ଜଜ୍ କୋର୍ଟରେ ଗୋଗୋଇଙ୍କ ବିରୋଧରେ ୧ କୋଟି ଟଙ୍କା ମାନହାନି ମକଦ୍ଦମା ଦାୟର କରିଛନ୍ତି। ଏହା ସହିତ ସେ ପୂର୍ବତନ CJI ଙ୍କ ଆତ୍ମଜୀବନୀ ‘ଜଷ୍ଟିସ୍ ଫର ଦ ଜଜ୍’ ଉପରେ ମଧ୍ୟ ପ୍ରତିବନ୍ଧକ ଲଗାଇବାକୁ ଦାବି କରିଛନ୍ତି। ଆସାମ ପବ୍ଲିକ୍ ୱାର୍କର ଏନଜିଓର ସଭାପତି ଶ୍ରୀଯୁକ୍ତ ଶର୍ମା ରାଜ୍ୟରେ ଏନଆରସି ସହ ଜଡିତ ବିଭିନ୍ନ ପ୍ରସଙ୍ଗରେ ସ୍ୱର ଉତ୍ତୋଳନ କରିଛନ୍ତି।

ସୂଚନା ଅନୁଯାୟୀ, ରଂଜନ ଗୋଗୋଇଙ୍କ ଆତ୍ମଜୀବନୀରେ ଅନେକ ଜିନିଷ ଉଲ୍ଲେଖ କରାଯାଇଛି। ରାମ ଜନ୍ମଭୂମୀ-ବାବ୍ରି ମସଜିଦ ମାମଲାରେ ଖଣ୍ଡପୀଠର ଐତିହାସିକ ରାୟ ପରେ ଗୋଗୋଇ ମଧ୍ୟ ପାର୍ଟିକୁ ସୂଚିତ କରିଛନ୍ତି। ସେ ତାଙ୍କ ଆତ୍ମଜୀବନୀରେ ଲେଖିଛନ୍ତି ଯେ, ନଭେମ୍ବର ୯ ତାରିଖ ୨୦୧୯ରେ ରାମ ଜନ୍ମଭୂମୀ-ବାବ୍ରି ମସଜିଦ ଉପରେ ଐତିହାସିକ ରାୟ ପରେ ମୁଁ ସେହି ଖଣ୍ଡିପୀଠର ଅନ୍ୟ ବିଚାରପତିମାନଙ୍କୁ ହୋଟେଲ ତାଜ ମାନସିଂହକୁ ରାତ୍ରୀ ଭୋଜନ ପାଇଁ ନେଇଥିଲି।

Related posts