
ନୂଆଦିଲ୍ଲୀ: କର୍ଣ୍ଣାଟକ ବିଧାନସଭା ନିର୍ବାଚନ ଫଳାଫଳ ସମ୍ପର୍କରେ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବରିଷ୍ଠ ବିଜେପି ନେତା ବିଏସ ୟେଦିୟୁରପ୍ପା ଏକ ବିବୃତ୍ତି ଦେଇଛନ୍ତି। ସେ କହିଛନ୍ତି ଯେ, ଆମେ ମତାଧିକାରକୁ ସମ୍ମାନ ଦେଉଛୁ। ବର୍ତ୍ତମାନ ଆମେ ବିରୋଧୀଙ୍କ ଭୂମିକା ତୁଲାଇବୁ ଏବଂ କର୍ମୀମାନଙ୍କ ସହିତ ବସି କେଉଁଠି ଭୁଲ ହେଲା, ତାହା ଉପରେ ମନ୍ଥନ କରିବୁ। ବିଜେପି କର୍ମୀମାନେ ସମ୍ପୂର୍ଣ୍ଣ ସଚ୍ଚୋଟତା ଏବଂ କଠିନ ପରିଶ୍ରମ କରିଛନ୍ତି।
ପୂର୍ବତନ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ବିଜୟ ଏବଂ ପରାଜୟ ବିଜେପି ପାଇଁ ବଡ଼ କଥା ନୁହେଁ। ଦୁଇଟି ଆସନରୁ ଆରମ୍ଭ କରି ବିଜେପି ଆଜି ସବୁଠୁ ବଡ ଦଳ ହୋଇପାରିଛି। କର୍ମୀମାନେ ଦୁଃଖ କରିବା ଆବଶ୍ୟକ ନୁହେଁ। ଆମେ ଆମର ପରାଜୟର ପୁନର୍ବିଚାର କରିବୁ। ଆମକୁ ଭୋଟ୍ ଦେଇଥିବାରୁ ଆମେ ଜନସାଧାରଣଙ୍କୁ ଧନ୍ୟବାଦ ଦେଉଛୁ। ପାର୍ଟି କର୍ମୀମାନେ ଏହି ଫଳାଫଳ ବିଷୟରେ ବିଚଳିତ ହେବା ଆବଶ୍ୟକ ନୁହେଁ।