ସମ୍ ଅଲ୍ଟିମେଟ୍‌ରେ ଆନ୍ତର୍ଜାତୀୟ ନର୍ସେସ୍ ଦିବସ

Published: May 13, 2023, 7:25 pm IST

ଭୁବନେଶ୍ୱର: ସମ୍ ଅଲ୍ଟିମେଟ୍ ମେଡିକେୟାରରେ ଶୁକ୍ରବାର ଆନ୍ତର୍ଜାତିକ ନର୍ସେସ୍ ଦିବସ ପାଳିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ସମ୍ମମ୍‌ର ସିଇଓ ଡକ୍ଟର ଶ୍ୱେତପଦ୍ମା ଦାଶ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ନର୍ସମାନେ ସ୍ୱାସ୍ଥ୍ୟସେବା କ୍ଷେତ୍ରରେଏକ ଅବିଚ୍ଛେଦ୍ୟ ଅଙ୍ଗ ବୋଲି କହିଥିଲେ। ସେମାନେ ସେବା କ୍ଷେତ୍ରରେ ପ୍ରମୁଖ ଭୂମିକା ଗ୍ରହଣ କରିଥାନ୍ତି। ନର୍ସମାନେ ରୋଗୀଙ୍କୁ ଦେଉଥିବା ନିଃସ୍ୱାର୍ଥପର ତଥା ଉତ୍ସର୍ଗୀକୃତ ସେବାକୁ ସମସ୍ତଙ୍କୁ ସ୍ୱୀକାର କରିବାକୁ ପଡିବ ବୋଲି ସେ କହିଥିଲେ। ସମ୍ ଅଲ୍ଟିମେଟ୍‌ର ନର୍ସମାନେ ସେବା ଦ୍ୱାରା ରୋଗୀଙ୍କ ହୃଦୟ ଜିତି ପାରୁଛନ୍ତି ବୋଲି ଡକ୍ଟର ଦାଶ କହିଥିଲେ।

କାର୍ଯ୍ୟକ୍ରମରେ ସମ୍ମମ୍‌ର ଚିଫ୍ ଅଫ୍ ମେଡିକାଲ୍ ସର୍ଭିସେସ୍ (ସିଏମ୍‌ଏସ୍‌) ଡାକ୍ତର (ବ୍ରିଗେଡିୟର୍‌) ବିରାଜ ମୋହନ ମିଶ୍ର ଓ ଚିଫ୍ ଅଫ୍ ନର୍ସିଂ ସର୍ଭିସେସ୍ ଏନ୍‌. ଆୟେଶା ଉପସ୍ଥିତ ଥିଲେ। ନର୍ସମାନେ ସେବା ପାଇଁ ମହମବତୀ ଧରି ଫ୍ଲୋରେନ୍ସ ନାଇଟିଙ୍ଗେଲ୍‌ଙ୍କ ନାମରେ ସଂକଳ୍ପ ନେଇଥିଲେ। ସମ୍ମମ୍‌ର ନର୍ସମାନେ ଆଂଚଳିକ ବେଶଭୂଷାରେ ଏକ ଫ୍ୟାଶନ୍ ଶୋ’ରେ ସାମିଲ ହୋଇଥିଲେ। ଏହି ଅବସରରେ ଏକ କେକ୍ କଟାଯାଇଥିଲା। ନର୍ସମାନେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ।

ଶେଷରେ କ୍ଲିନିକାଲ୍ ଇନ୍‌ଷ୍ଟ୍ରକ୍ଟର ପଦ୍ମ କୁମାର ଧନ୍ୟବାଦ ଅର୍ପଣ କରିଥିଲେ।

Related posts