Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଜୀ-ସାର୍ଥକରେ ସନ୍ଧ୍ୟା ୬:୩୦ ରେ ପ୍ରସାରିତ ‘ମୁଁ ବି ବିଜୟିନୀ’ରେ ଆସିଲା ନୂଆ ମୋଡ଼
ଆଜିର ଖବର

ଜୀ-ସାର୍ଥକରେ ସନ୍ଧ୍ୟା ୬:୩୦ ରେ ପ୍ରସାରିତ ‘ମୁଁ ବି ବିଜୟିନୀ’ରେ ଆସିଲା ନୂଆ ମୋଡ଼

May 14, 2023No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ଵର: କାହାଣୀ ଆରମ୍ଭ ହୋଇଥିଲା ସ୍ତୁତି ମହାରଥୀଙ୍କ ପାଖରୁ, ଜଣେ ଏମ୍. ଏଲ.ଏ ଯିଏ ଇନ୍ଦ୍ରଜିତ ମହାରଥୀ ଠାରୁ ପ୍ରତିଶୋଧ ନେବାକୁ ସର୍ବଦା ପ୍ରୟାସରତ। ୨୦ ବର୍ଷ ଧରି ସ୍ତୁତି ଦୁଇ ପୁଅ ବୈଭବ ଓ କ୍ରୀଷ୍ଣାକୁ ନିଜେ ପାଳୁଥାଏ। ସମୟକ୍ରମେ ଦୁଇ ଜଣ ବଡ ହେଉଛନ୍ତି ଓ ବୈଭବ ବାହା ହେଉଛି ଲୋକପ୍ରିୟ ସମ୍ବାଦିକ ନନ୍ଦନ ମହାପାତ୍ରଙ୍କ ଝିଅ ଦେବିକା ମହାପତ୍ରକୁ। କିନ୍ତୁ ବିବାହ ପୂର୍ବରୁ ଦେବିକା ବୈଭବର ସାନ ଭାଇ କାହ୍ନା ଦୁହେଁ ଦୁହିଁଙ୍କୁ ଭଲ ପାଉଥିଲେ ହେଲେ କାହ୍ନାର ଆକ୍ରମଣାତ୍ମକ ଚରିତ୍ର ପାଇଁ ତା ଠାରୁ ଦେବିକା ଦୁରେଇଗଲା ହେଲେ ପରିସ୍ଥିତିରେ ପଡ଼ି ବୈଭବ କୁ ବିବାହ କରିଛି। କାହାଣୀର ଅଗ୍ରଗତି ହୋଇଛି ଓ କାହ୍ନା ଦେବିକା ଠାରୁ ପ୍ରତିଶୋଧ ନେବା ପାଇଁ ଦେବିକାର ସାନ ଭଉଣୀ ରାଧିକାକୁ ନିଜ ପ୍ରେମ ଜାଲରେ ଫସାଇଚି। ଏବେ ଦେବିକା କେମିତି ରକ୍ଷା କରିବ ନିଜ ଭଉଣୀ ରାଧିକାକୁ କଣକୁ କାହ୍ନାର ମାୟାଜାଲରୁ? ଅନ୍ୟପଟେ ପ୍ରତିଶୋଧର ନିଆଁ ରେ ଜଳୁଥିବା ସ୍ତୁତି କେମିତି ଇନ୍ଦ୍ରଜିତ ମହାରଥୀ ଠାରୁ ପ୍ରତିଶୋଧ ନେବ? ଦେବିକା ଓ ରାଧିକା କଣ ସ୍ତୁତିର ସାହାରା ହେବେ ? କିପରି ଉଭୟ ଭଉଣୀ ସ୍ତୁତିଙ୍କ ସାହାଯ୍ୟରେ ଇନ୍ଦ୍ରଜିତଙ୍କଠାରୁ ପ୍ରତିଶୋଧ ନେବେ ତାହା ହୋଇଛି ‘ମୁଁ ବି ବିଜୟିନୀ’ର ବିଷୟ ବସ୍ତୁ।

ନୂଆ ବର୍ଷରେ ଜୀ-ସାର୍ଥକରେ ଆରମ୍ଭ ହୋଇଥିବା ଆଧୁନିକ କ୍ଲାସିକ୍ ପ୍ରେମ କାହାଣୀ ସହିତ ଜଡିତ ଏକ ପ୍ରତିଶୋଧର କାହାଣୀ ହୋଇଛି ଦର୍ଶକଙ୍କ ପ୍ରିୟ ଓ ଧାରାବାହିକ ‘ମୁଁ ବି ବିଜୟିନୀ’। ଏହି ନୂଆ ଧରଣର କାହାଣୀ ଯେଉଁଥିରେ ରହିଛି ଯୁବ ପିଢ଼ିର ପ୍ରେମ ଭିତ୍ତିକ କଥା ଆଉ ରହିଛି ଭରପୁର ପ୍ରତିଶୋଧ। ଏହି ଯୁବ ପିଢ଼ିରେ ନାୟିକା ଭାବେ ଦେଖା ଦେଇଛନ୍ତି ସୁଶ୍ରୀ ଓ ସିମ୍ରନ, ନାୟକ ଭାବେ ଆକାଶ ଏବଂ ବିଜୟ l ବୈଭବ ଚରିତ୍ରରେ ଆକାଶ, କାହ୍ନା ଚରିତ୍ରରେ ବିଜୟ ଏବଂ ନାୟିକା ସୁଶ୍ରୀ ଚରିତ୍ରରେ ଦେବୀକା, ସିମ୍ରନ ଚରିତ୍ରରେ ରାଧିକା।  ଅଭିନେତ୍ରୀ ଦୀପିକା ତ୍ରିପାଠୀ ଙ୍କ ବଳିଷ୍ଠ ଭୂମିକା କାହାଣୀକୁ ଏକ ଭିନ୍ନ ସ୍ତରକୁ ନେଇଛି।
ଧାରାବାହିକ ମୁଁ ବି ଵିଜୟିନୀ ପ୍ରତ୍ୟେକ ସୋମବାରରୁ ଶନିବାର ଜୀସାର୍ଥକ ଚ୍ୟାନେଲ୍‌ରେ ସନ୍ଧ୍ୟା ୬.୩୦ମିନିଟ୍ ରେ ପ୍ରସାରିତ ହୋଇ ବେଶ୍ ଲୋକପ୍ରିୟତା ସାଉଁଟି ସାରିଛି।

'ମୁଁ ବି ବିଜୟିନୀ' ଜୀ ସାର୍ଥକ
Share. Facebook Twitter LinkedIn Email WhatsApp Copy Link

Related Posts

ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ପହିଲି ଭୋଗ ନୀତି ସ୍ୱତନ୍ତ୍ର: ଜାଣନ୍ତୁ କ’ଣ ରହିଛି ଏହାର ପରମ୍ପରା?

December 16, 2025

ଆଜି ୧୬ ତାରିଖ ମଙ୍ଗଳବାରରେ ସାତୋଟି ରାଶିର ବ୍ୟକ୍ତିମାନେ ରୁହନ୍ତୁ ସାବଧାନ

December 16, 2025

ସୋଆ ପକ୍ଷରୁ ପଠାଣି ସାମନ୍ତଙ୍କ ୧୯୦ତମ ଜନ୍ମଜୟନ୍ତୀ ପାଳିତ

December 15, 2025

୨୭ତମ ଖୋର୍ଦ୍ଧା ଜିଲ୍ଲା ଭାରତ ସ୍କାଉଟ୍ ଗାଇଡ୍ କ୍ୟାମ୍ପୋରି ଉଦଘାଟିତ

December 15, 2025
Latest News

ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ପହିଲି ଭୋଗ ନୀତି ସ୍ୱତନ୍ତ୍ର: ଜାଣନ୍ତୁ କ’ଣ ରହିଛି ଏହାର ପରମ୍ପରା?

December 16, 2025

ଆଜି ୧୬ ତାରିଖ ମଙ୍ଗଳବାରରେ ସାତୋଟି ରାଶିର ବ୍ୟକ୍ତିମାନେ ରୁହନ୍ତୁ ସାବଧାନ

December 16, 2025

ଗଞ୍ଜାମ ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ ଯୁଗ୍ମ ଜନ ଶୁଣାଣି

December 15, 2025

ସୋଆ ପକ୍ଷରୁ ପଠାଣି ସାମନ୍ତଙ୍କ ୧୯୦ତମ ଜନ୍ମଜୟନ୍ତୀ ପାଳିତ

December 15, 2025

୨୭ତମ ଖୋର୍ଦ୍ଧା ଜିଲ୍ଲା ଭାରତ ସ୍କାଉଟ୍ ଗାଇଡ୍ କ୍ୟାମ୍ପୋରି ଉଦଘାଟିତ

December 15, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.