Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ବାଲୁଗାଁରେ ଜମି ଦେବାକୁ କହି ୧୫ ଲକ୍ଷର ଠକେଇ, ଅଭିଯୁକ୍ତଙ୍କୁ ଗିରଫ କଲା ଖଲ୍ଲିକୋଟ ପୁଲିସ
ଆଜିର ଖବର

ବାଲୁଗାଁରେ ଜମି ଦେବାକୁ କହି ୧୫ ଲକ୍ଷର ଠକେଇ, ଅଭିଯୁକ୍ତଙ୍କୁ ଗିରଫ କଲା ଖଲ୍ଲିକୋଟ ପୁଲିସ

May 15, 2023No Comments1 Min Read
Share Facebook Twitter LinkedIn Email WhatsApp Copy Link

ଖଲ୍ଲିକୋଟ/ବାଲୁଗାଁ: ଜମି ଦେବାକୁ କହି ୧୫ ଲକ୍ଷ ଟଙ୍କା ଠକି ନେଇଥିବା ଅଭିଯୁକ୍ତକୁ ଗିରଫ କରିଛି ଖଲ୍ଲିକୋଟ ପୁଲିସ। ସୂଚନା ଅନୁଯାୟୀ, ବାଲୁଗାଁ ଘୁମୁଶର ପଦର ଗ୍ରାମର ମୁରଲୀଧର ତରେଇ ଖଲ୍ଲିକୋଟ ଥାନା ଲଙ୍ଗଳେଶ୍ୱର ଗ୍ରାମର ଲକ୍ଷ୍ମୀନାରାୟଣ ସାହୁଙ୍କ ପରିବାର ସହ ପ୍ରଥମେ ସୁସମ୍ପର୍କ ସ୍ଥାପନ କରିଥିଲେ। ପରେ ଲକ୍ଷ୍ମୀନାରାୟଣଙ୍କୁ ମୁରଲୀଧର କହିଥିଲେ ଯେ, ମୋର ପୁଅ ଇଞ୍ଜିନିୟରିଂ ପାଠ ପଢ଼ିବ ଏବଂ ଝିଅ ବିବାହ କରିବା ପାଇଁ ଟଙ୍କା ଦରକାର ଅଛି। ମୋର ଗୋଟିଏ ଜାଗା ଅଛି, ଟଙ୍କା ଦେଲେ ତୁମ ନାମରେ ରେଜିଷ୍ଟ୍ରି କରିଦେବି ବୋଲି ମୁରଲୀଧର ତରେଇ କହିଥିଲେ। ତାଙ୍କ କଥାରେ ବିଶ୍ୱାସ କରି ଲକ୍ଷ୍ମୀନାରାୟଣ ମାର୍ଚ୍ଚ ୧୩ ତାରିଖ ୨୦୨୧ରେ ଚୁକ୍ତି କରି ୧୫ ଲକ୍ଷ ଟଙ୍କା ଦେଇଥିଲେ। ତା’ପରଠାରୁ ଜମି ରେଜିଷ୍ଟ୍ରେସନ କରିବାକୁ କହିଲେ ନାନା ବାହାନା ଦେଖାଇ ସମୟ ଗଡ଼ାଇ ଚାଲିଲେ ମୁରଲୀଧର।

ଗ୍ରାମର କିଛି ଭଦ୍ରବ୍ୟକ୍ତିଙ୍କୁ ସାଙ୍ଗରେ ନେଇ ଲକ୍ଷ୍ମୀନାରାୟଣ ବାଲୁଗାଁ ମୁରଲୀଧରଙ୍କ ଗ୍ରାମକୁ ଯାଇଥିଲେ। ସେଠାରେ ପରିବାର ଲୋକେ ନାନା ଧମକ ଦେଇ ଗାଁରୁ ତଡ଼ିଦେଲେ। ଶେଷରେ ଅନ୍ୟ ଉପାୟ ନପାଇ ଭେଜିପୁଟ ଫାଣ୍ଡିରେ ଏତଲା ଦାଖଲ କରିଥିଲେ ଲକ୍ଷ୍ମୀନାରାୟଣ।

ଅଭିଯୋଗ ପାଇ ଖଲ୍ଲିକୋଟ ଥାନାରେ କେସ୍ ନଂ-୩୪୪/୨୦୨୩ରେ ମାମଲା ରୁଜୁ ହୋଇଥିଲା। ଆଇଆଇସି ଜଗନ୍ନାଥ ମଲ୍ଲିକଙ୍କ ନିର୍ଦ୍ଦେଶକ୍ରମେ ଭେଜିପୁଟ ଫାଣ୍ଡି ଅଧିକାରୀ ଦେବାଶିଷ ମିଶ୍ର ଘଟଣାର ତଦନ୍ତ ଆରମ୍ଭ କରିଥିଲେ। ଏତଲା ଦାଖଲ ହେବାର ମାତ୍ର ୪ ଘଣ୍ଟା ପରେ ବାଲୁଗାଁ ଘୁମୁସର ପଦର ଗ୍ରାମକୁ ପୁଲିସ ଯାଇଥିଲେ। ସେଠାରେ ପରିବାର ଲୋକଙ୍କ ପ୍ରବଳ ବିରୋଧ ସତ୍ତ୍ୱେ କୌଶଳ କ୍ରମେ ମୁରଲୀଧର ତରେଇକୁ ଫାଣ୍ଡି ଅଧିକାରୀ ଦେବାଶିଷ ମିଶ୍ର ଉଠାଇ ଆଣିଥିଲେ। ପରେ ଅଭିଯୁକ୍ତ ମୁରଲୀଧର ତରେଇକୁ ବିଭିନ୍ନ ଦଫାରେ ଗିରଫ କରି କୋର୍ଟ ଚାଲାଣ କରିଛି ପୁଲିସ।

ଅଭିଯୁକ୍ତ ଗିରଫ ବାଲୁଗାଁ
Share. Facebook Twitter LinkedIn Email WhatsApp Copy Link

Related Posts

ନଭେମ୍ବର ୨ରୁ ଶ୍ରୀକ୍ଷେତ୍ରରେ ମହାପଞ୍ଚୁକ ବ୍ରତ: ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ ପାଇଁ ବିଶେଷ ପଦକ୍ଷେପ

October 31, 2025

ମୁମ୍ବାଇରେ ଅନୁଷ୍ଠିତ ଇଣ୍ଡିଆ ମେରିଟାଇମ୍ ସପ୍ତାହ 2025 ରେ ଶ୍ରେଷ୍ଠ ଷ୍ଟଲ୍ ସମ୍ମାନ ହାସଲ କଲା ଓଡ଼ିଶା

October 31, 2025

ସବୁ ସ୍କୁଲରେ ତୃତୀୟ ଶ୍ରେଣୀରୁ ପ୍ରଚଳନ କରାଯିବ ଏଆଇ ଉପରେ ପାଠ୍ୟକ୍ରମ 

October 31, 2025

ଆଜି ଅକ୍ଟୋବର ୩୧ ତାରିଖ ଶୁକ୍ରବାର ଦିନ କ’ଣ ରହିଛି ଆପଣଙ୍କର ରାଶିଫଳ? ଜାଣନ୍ତୁ

October 31, 2025
Latest News

ନଭେମ୍ବର ୨ରୁ ଶ୍ରୀକ୍ଷେତ୍ରରେ ମହାପଞ୍ଚୁକ ବ୍ରତ: ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ ପାଇଁ ବିଶେଷ ପଦକ୍ଷେପ

October 31, 2025

ମୁମ୍ବାଇରେ ଅନୁଷ୍ଠିତ ଇଣ୍ଡିଆ ମେରିଟାଇମ୍ ସପ୍ତାହ 2025 ରେ ଶ୍ରେଷ୍ଠ ଷ୍ଟଲ୍ ସମ୍ମାନ ହାସଲ କଲା ଓଡ଼ିଶା

October 31, 2025

ସବୁ ସ୍କୁଲରେ ତୃତୀୟ ଶ୍ରେଣୀରୁ ପ୍ରଚଳନ କରାଯିବ ଏଆଇ ଉପରେ ପାଠ୍ୟକ୍ରମ 

October 31, 2025

ଆଜି ଅକ୍ଟୋବର ୩୧ ତାରିଖ ଶୁକ୍ରବାର ଦିନ କ’ଣ ରହିଛି ଆପଣଙ୍କର ରାଶିଫଳ? ଜାଣନ୍ତୁ

October 31, 2025

ଅଷ୍ଟ୍ରେଲିଆର ସ୍ଵପ୍ନକୁ ଧୂଳିସାତ କଲା ଭାରତ: ବିଶ୍ୱ ରେକର୍ଡ ସହ ବିଶ୍ଵକପ ଫାଇନାଲରେ ପହଞ୍ଚିଲା ଟିମ ଇଣ୍ଡିଆ

October 30, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.