Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ସୋଆରେ ସ୍କୁଲ୍ ଛାତ୍ରଛାତ୍ରୀଙ୍କ ପାଇଁ ଚାଲିଥିବା ୧୦ ଦିନିଆ ସମର୍‌ କ୍ୟାମ୍ପ ଉଦ୍‌ଯାପିତ
ଆଜିର ଖବର

ସୋଆରେ ସ୍କୁଲ୍ ଛାତ୍ରଛାତ୍ରୀଙ୍କ ପାଇଁ ଚାଲିଥିବା ୧୦ ଦିନିଆ ସମର୍‌ କ୍ୟାମ୍ପ ଉଦ୍‌ଯାପିତ

May 15, 2023No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ୱର: ଗ୍ରୀଷ୍ମକାଳୀନ ଛୁଟି ସମୟରେ ସ୍କୁଲ୍ ଛାତ୍ରଛାତ୍ରୀଙ୍କୁ କ୍ରୀଡା କ୍ଷେତ୍ରରେ ଅଧିକ ପ୍ରୋତ୍ସାହିତ କରିବାର ଲକ୍ଷ୍ୟ ନେଇ ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପକ୍ଷରୁ ଆୟୋଜିତ ହୋଇଥିବା ୧୦ ଦିନିଆ ସମର କ୍ୟାମ୍ପ ରବିବାର ଉଦ୍‌ଯାପିତ ହୋଇଯାଇଛି। ମେ ୫ ତାରିଖରେ ସୋଆ କ୍ୟାମ୍ପସ-୨ ସ୍ପୋର୍ଟସ୍ କମ୍ପେ୍ଲକ୍ସରେ ଏହି ସମର କ୍ୟାମ୍ପର ଶୁଭାରମ୍ଭ ହୋଇଥିବା ବେଳେ ପଂଚମ ରୁ ଦଶମ ଶ୍ରେଣୀ ମଧ୍ୟରେ ଅଧ୍ୟୟନ କରୁଥିବା ପ୍ରାୟ ୧୩୦ ଜଣ ଛାତ୍ରଛାତ୍ରୀ ଏହି କ୍ୟାମ୍ପରେ ସାମିଲ୍ ହୋଇଥିଲେ।

ଉଦ୍‌ଯାପନୀ କାର୍ଯ୍ୟକ୍ରମରେ ସୋଆ କୁଳପତି ପ୍ରଫେସର ପ୍ରଦୀପ୍ତ କୁମାର ନନ୍ଦ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଛାତ୍ରଛାତ୍ରୀମାନଙ୍କୁ ଉତ୍ସାହିତ କରିଥିଲେ। ପିଲାମାନେ ଖୁସିରେ ରହିବା ସବୁଠାରୁ ବଡ ଜିନିଷ ବୋଲି କହିବା ସହ ସେମାନଙ୍କ ସହିତ ବାର୍ତାଳପ ମାଧ୍ୟମରେ ସେମାନେ ଏହି କ୍ୟାମ୍ପକୁ ଆସି ଖୁସି କି ନାହିଁ ବୋଲି ପ୍ରଶ୍ନ କରିଥିଲେ। ଉତ୍ତରରେ ଛାତ୍ରଛାତ୍ରୀମାନେ କ୍ୟାମ୍ପକୁ ଆସି ଖୁବ ଖୁସି ବୋଲି କହିଥିଲେ। ସେହିପରି ଆର୍ନ୍ତଜାତିକ କରାଟେ ପ୍ରତିଯୋଗୀ କୁମାରୀ ଭ୍ୟାଲିନା ଭ୍ୟାଲେଂଟିନା ସମ୍ମାନିତ ଅତିଥି ଭାବେ ଯୋଗଦେଇ ପିଲାମାନଙ୍କୁ ନିଜର ପରିଚୟ ସୃଷ୍ଟି କରିବା ସହ ଦେଶ ପାଇଁ ସଫଳତା ଆଣିବା ନିମନ୍ତେ ଆହ୍ୱାନ ଦେଇଥିଲେ।

କାର୍ଯ୍ୟକ୍ରମରେ ଛାତ୍ରମଙ୍ଗଳ ଡ଼ିନ୍ ପ୍ରଫେସର ଜ୍ୟୋତିରଞ୍ଜନ ଦାସ ଯୋଗଦେଇ ପିଲାମାନେ ସତ୍ ପଥରେ ଯିବା ସହ ସଫଳତା ହାସଲ କରିବା ଉପରେ ଗୁରୁତ୍ୱ ଦେଇଥିଲେ। ସୋଆର ଏହି ସମର କ୍ୟାମ୍ପରେ ଭବିଷ୍ୟତରେ ୧୦୦୦ ପିଲା ସାମିଲ୍ ହେବେ ବୋଲି ସେ ଆଶା ପ୍ରକାଶ କରିଥିଲେ।

ଏହି ଅବସରରେ ସୋଆର ସ୍ପୋର୍ଟସ ଅଫିସର ସୁନିତା ବର୍ମା ସ୍ୱାଗତ ଭାଷଣ ଦେବା ସହ କ୍ୟାମ୍ପ ସମ୍ପର୍କିତ ତଥ୍ୟ ଉପସ୍ଥାପନ କରିଥିଲେ। ଏହି କ୍ୟାମ୍ପରେ ସାମିଲ୍ ହୋଇଥିବା ଛାତ୍ରଛାତ୍ରୀମାନଙ୍କ ମଧ୍ୟରୁ ବୀଣାଭାରତୀ ବିଦ୍ୟାମନ୍ଦିରର ଏବଂ ଏସ.ଓ.ଏସ ଭିଲେଜର ଅଧିକ ସଂଖ୍ୟକ ଛାତ୍ରଛାତ୍ରୀ ସାମିଲ୍ ହୋଇଥିବାରୁ ବୀଣାଭାରତୀର ପ୍ରଧାନ ଆଚାର୍ଯ୍ୟା ଶ୍ରୀମତୀ ଦିପ୍ତିମୟୀ ସାମନ୍ତରାୟ ଏବଂ ଏସ.ଓ.ଏସ ଭିଲେଜର ଆସିଷ୍ଟାଂଟ ଭିଲେଜ ଡାଇରେକ୍ଟର ଶ୍ରୀକ୍ରିଷ୍ଣା ନନ୍ଦଗିରିଙ୍କୁ ସ୍ୱତନ୍ତ୍ର ଭାବେ ସମ୍ମାନିତ କରାଯାଇଥିଲା।

ସେହିପରି ସାମିଲ ହୋଇଥିବା ସମସ୍ତ ୧୩୦ ଜଣ ଛାତ୍ରଛାତ୍ରୀଙ୍କୁ ଅତିଥି ମାନେ ମାନପତ୍ର ଓ ଉପହାର ପ୍ରଦାନ କରିଥିଲେ।

ତୃତୀୟ ବର୍ଷ ପାଇଁ ଏହି ସମର କ୍ୟାମ୍ପ ସୋଆରେ ଆୟୋଜନ କରାଯାଇଛି। ଏହି କ୍ୟାମ୍ପରେ ଭଲିବଲ୍‌, ବାସ୍କେଟ ବଲ୍‌, ଟେବୁଲ୍ ଟେନିସ, ଟେନିସ୍ ଓ କ୍ରିକେଟ୍ ଭଳି କ୍ରୀଡାରେ ଛାତ୍ରଛାତ୍ରୀମାନଙ୍କୁ ପ୍ରଶିକ୍ଷଣ ଦିଆଯାଇଥିଲା। ପ୍ରତ୍ୟେକ ଦିନ ଅପରାହ୍ନ ୪ ଟାରୁ ୬ ଟା ପର୍ଯ୍ୟନ୍ତ ଏହି କ୍ୟାମ୍ପ ଚାଲିଥିଲା। ଏହି କ୍ୟାମ୍ପରେ କୋଚ ପ୍ରିୟମ୍ ମଲ୍ଲିକ କ୍ରିକେଟ୍ ପ୍ରଶିକ୍ଷଣ ଦେଉଥିବା ବେଳେ ସହୀଦ ହୁସେନ ଟେବୁଲ ଟେନିସ, ଉର୍ବଶୀ ମଲ୍ଲିକ ବାସ୍କେଟ ବଲ, ବରେଶ ମିଶ୍ର ଭଲିବଲ ଓ ସୁବ୍ରତ ନାୟକ ଟେନିସର ପ୍ରଶିକ୍ଷଣ ଦେଇଥିଲେ।

ଉଦ୍‌ଯାପନୀ କାର୍ଯ୍ୟକ୍ରମ ଶେଷରେ ଜୁନିୟର ସ୍ପୋର୍ଟସ ଅଫିସର ପ୍ରିୟମ୍ ମଲ୍ଲିକ ଧନ୍ୟବାଦ ଅର୍ପଣ କରିଥିଲେ।

ଗ୍ରୀଷ୍ମକାଳୀନ ଛୁଟି ସୋଆ
Share. Facebook Twitter LinkedIn Email WhatsApp Copy Link

Related Posts

ରେଳପଥ ବଢ଼ିଲେ ବଦଳିବ ଅର୍ଥନୀତି! ମୟୂରଭଞ୍ଜରେ ନୂଆ ସଂଯୋଗକୁ ନେଇ ଆଶା

September 13, 2026

ପଥୁରିଆରେ ଦୁଇ ବାଇକ ମୁହାଁମୁହିଁ ଧକ୍କା: ୧ ମୃତ, ୧ ଗୁରୁତର

September 13, 2026

ରାଶିଫଳ: ସେପ୍ଟେମ୍ବର ୧୩ ତାରିଖରେ ପାଞ୍ଚୋଟି ରାଶିକୁ ମିଳିବ ଶକ୍ତିଶାଳୀ ସହଯୋଗ

September 13, 2026

BRICS ଘୋଷଣାନାମାକୁ ଖୁର୍ସିଦଙ୍କ ସବୁଜ ସଙ୍କେତ, ମୋଦୀ-ଜିନପିଙ୍ଗ ବୈଠକକୁ ନେଇ ବଡ଼ ଆଶା

September 12, 2026
Latest News

ରେଳପଥ ବଢ଼ିଲେ ବଦଳିବ ଅର୍ଥନୀତି! ମୟୂରଭଞ୍ଜରେ ନୂଆ ସଂଯୋଗକୁ ନେଇ ଆଶା

September 13, 2026

ପଶ୍ଚିମବଙ୍ଗରେ ସ୍ଥାପନ ହେବ ଡିଆରଡିଓର ନୂଆ କ୍ଷେପଣାସ୍ତ୍ର ପରୀକ୍ଷଣ କେନ୍ଦ୍ର

September 13, 2026

ଚୀନ୍‌ର ଦ୍ୱିତୀୟ ସର୍ବାଧିକ ଶକ୍ତିଶାଳୀ ନେତା କାଇ କି’

September 13, 2026

ବ୍ରିକ୍ସ ସହଯୋଗର ଦୁଇ ଦଶନ୍ଧି ପୂର୍ତ୍ତି ଅବସରରେ ସ୍ମାରକ ଡାକ ଟିକଟ ଉନ୍ମୋଚନ

September 13, 2026

ପଥୁରିଆରେ ଦୁଇ ବାଇକ ମୁହାଁମୁହିଁ ଧକ୍କା: ୧ ମୃତ, ୧ ଗୁରୁତର

September 13, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.