Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଲୋକାର୍ପଣ ହେଲା ଚଳଚ୍ଚିତ୍ର ‘ଟି’ ର ଟ୍ରେଲର, ୨୫ ମେ’ରେ ମୁକ୍ତିଲାଭ
ଆଜିର ଖବର

ଲୋକାର୍ପଣ ହେଲା ଚଳଚ୍ଚିତ୍ର ‘ଟି’ ର ଟ୍ରେଲର, ୨୫ ମେ’ରେ ମୁକ୍ତିଲାଭ

May 16, 2023No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ଵର: ଚଳଚ୍ଚିତ୍ର “ଟି” ର ଟ୍ରିଜର ରିଲିଜ ପରେ ଭୁବନେଶ୍ୱର ସ୍ଥିତ ସିନେପଲିସ୍ ଠାରେ ଏକ ବର୍ଣ୍ଣାଢ୍ୟ ପରିବେଶ ମଧ୍ୟରେ ଟ୍ରେଲର ରିଲିଜ ହୋଇଯାଇଛି। ଏହି ଟ୍ରେଲର ରିଲିଜ ଅବସରରେ ଓଲିଉଡ଼ ସିନେ ଇଣ୍ଡଷ୍ଟ୍ରି ର ବହୁ ଖ୍ୟାତନାମା ନିର୍ଦ୍ଦେଶକ, ଅଭିନେତା, ଅଭିନେତ୍ରୀ ତଥା ଅନେକ ସିନେ ସମୀକ୍ଷକ ଯୋଗଦେଇଥିଲେ। ଟ୍ରିଜର ଦେଖି ଯେଉଁମାନେ ଚଳଚ୍ଚିତ୍ର ସମ୍ପର୍କ ରେ ସୁଚିନ୍ତିତ ମତାମତ ଦେଇଥିଲେ ସେମାନଙ୍କୁ ମଧ୍ୟ ଟ୍ରେଲର ଦେଖିବା ପାଇଁ ଆମନ୍ତ୍ରଣ କରାଯାଇଥିଲା।

ଟ୍ରାନ୍ସଜେଣ୍ଡରଙ୍କ ଜୀବନ କାହାଣୀକୁ ନେଇ ନିର୍ମିତ ଓଡ଼ିଆ ଚଳଚ୍ଚିତ୍ର ‘ଟି’ କୁ ୟୁ/ଏ ସାର୍ଟିଫିକେଟ ମିଳିଯିବା ପରେ ପ୍ରଯୋଜନା ସଂସ୍ଥା ତଥା ଦର୍ଶକଙ୍କ ମନ ଆନନ୍ଦିତ ହୋଇଥିଲା।

ତେବେ ସୂଚନାଯୋଗ୍ୟ ଯେ ; ପାନୋରମା ମ୍ୟୁଜିକ ଏବଂ ସ୍ଟୁଡ଼ିଓ ପ୍ରଥମ ଥର ପାଇଁ ଓଡ଼ିଆ ଚଳଚ୍ଚିତ୍ର “ଟି” ସହିତ ମିଳିତ ଭାବରେ ପ୍ରଚାର ପ୍ରସାର କରୁଛନ୍ତି। ଯେଉଁଥିରେ କି ଟିଜର, ଟ୍ରେଲର ଏବଂ ଫିଲ୍ମ ର ଗୀତ ଗୁଡିକ ଦେଖିବାକୁ ପାଇବେ।

ଟ୍ରେଲର ଲୋକାର୍ପଣ ଉତ୍ସବରେ କିନ୍ନର ମେଘନା ସାହୁ, କିନ୍ନର ସମୀକ୍ଷା, ଅଭିନେତା ଦେବାଶିଷ ସାହୁ (ଦେବ୍), ରଣବୀର କଲସୀ, ସହପ୍ରଯୋଜକ ମନବୀର ସିଂ କଲସୀ, ସହପ୍ରଯୋଜକ ହିମାଦ୍ରି ତନୟ ଦାସ, ନିର୍ଦ୍ଦେଶକ ଜିତେଶ କୁମାର ପରିଡା ଓ ପ୍ରଣୟ ଜେଠୀ ପ୍ରମୁଖ ଉପସ୍ଥିତ ଥିଲେ।

ବିଭିନ୍ନ ଚଳଚ୍ଚିତ୍ର ମହୋତ୍ସବରେ ଉଚ୍ଚ ପ୍ରଶଂସା ସହିତ ଅନେକ ସାର୍ଟିଫିକେଟ ହାତେଇଥିବା ଚଳଚ୍ଚିତ୍ର ‘ଟି’। ଟ୍ରାନ୍ସଜେଣ୍ଡର ଙ୍କୁ ନେଇ ସର୍ବଭାରତୀୟ ସ୍ତରରେ ଛୋଟ ପରଦାରେ ପୂର୍ବରୁ ପରିକଳ୍ପନା ହୋଇଥିବା ବେଳେ ପ୍ରଥମ ଥର ପାଇଁ ନିର୍ଦ୍ଦେଶକ ଜିତେଶ କୁମାର ପରିଡା ବଡ଼ ପରଦା ପାଇଁ ପରିକଳ୍ପନା କରିଛନ୍ତି ଏବଂ କିନ୍ନର ମାନଙ୍କ ସଂଘର୍ଷମୟ ଜୀବନ କାହାଣୀକୁ ନେଇ ଚଳଚ୍ଚିତ୍ର ‘ଟି’ ନିର୍ମାଣ କରିଛନ୍ତି। ପୂର୍ବରୁ ଓଲିଉଡ଼ର ବିଭିନ୍ନ ଖଳନାୟକ ଭୂମିକାରେ ଅଭିନୟ କରୁଥିବା ଅଭିନେତା ଦେବାଶିଷ ସାହୁ (ଦେବ୍) ମେଘନା ସାହୁ ଚରିତ୍ରରେ ନଜର ଆସିବେ। ତାଙ୍କ ବ୍ୟତୀତ ଉଷସୀ ମିଶ୍ର, ହର ରଥ, ରଣବୀର କଲସି ଓ ପ୍ରସନ୍ନଜିତ ମହାପାତ୍ର ପ୍ରମୁଖ ଅଭିନୟ କରିଛନ୍ତି।

ତେବେ ‘ଟି’ ଆସନ୍ତା ମେ ୨୫ ତାରିଖ ରେ ସମଗ୍ର ରାଜ୍ୟର ପ୍ରାୟ ତିରିଶ ଟି ପ୍ରେକ୍ଷାଳୟ ରେ ମୁକ୍ତିଲାଭ କରିବାକୁ ଯାଉଛି। ଚଳଚ୍ଚିତ୍ର “ଟି” ର ଟିଜର ଦେଖିଥିବା ଦର୍ଶକ ତଥା ମିଡ଼ିଆ ବନ୍ଧୁ ମାନଙ୍କ ମନରେ ଥିବା ଆଗ୍ରହକୁ ଆଖିରେ ରଖି ପ୍ରଯୋଜକ ତଥା ନିର୍ଦ୍ଦେଶକ ଏକ ବଡ଼ ପରଦାରେ ଟ୍ରେଲର ଲୋକାର୍ପଣ ପାଇଁ ମନସ୍ଥ କରିଥିଲେ। ସମାଜ ପାଇଁ ଅନେକ ଶିକ୍ଷଣୀୟ ବାର୍ତ୍ତା ବହନ କରୁଛି ଚଳଚ୍ଚିତ୍ର “ଟି”। ତେଣୁ ସମସ୍ତ ସିନେପ୍ରେମୀ ଚଳଚ୍ଚିତ୍ର ‘ଟି’ କୁ ଦେଖିବା ଉଚିତ ବୋଲି ଚଳଚ୍ଚିତ୍ରର ପ୍ରଚାର ପ୍ରସାର ଦାୟିତ୍ୱ ରେ ଥିବା ମିଡ଼ିଆ ପ୍ଲାନର ମୁଖ୍ୟ ପ୍ରଣୟ ଜେଠୀ କହିଛନ୍ତି।

ଜିତେଶ କୁମାର ଫିଲ୍ମଜ ଓ ଆର ଆର ମୋସନ ପିକ୍ଚର୍ସ ର ପ୍ରଯୋଜନା ତଥା ବିଘ୍ନହର୍ତ୍ତା ମୁଭିଜ, ମୋହିତ କୁମାର ପୁରୀ, ହିମାଦ୍ରି ତନୟ ଦାସ ସହ ପ୍ରଯୋଜନା ଏବଂ ଥମ୍ରିତା ମୋହନ ଶମ୍ଭୁତି, ସୋମା କିରଣ ଜେନା, ରାଜଶ୍ରୀ ମହାପାତ୍ରଙ୍କ ମିଳିତ ପ୍ରଯୋଜନାରେ ନିର୍ମିତ ହୋଇଛି ଚଳଚ୍ଚିତ୍ର ‘ଟି’।

ଆଜି ଟ୍ରେଲର ରିଲିଜ ଅବସରରେ ଚଳଚ୍ଚିତ୍ର ରିଲିଜ ପୂର୍ବରୁ ମିଡ଼ିଆ ବନ୍ଧୁ ମାନଙ୍କ ନିମନ୍ତେ ପ୍ରଥମଥର ପାଇଁ ପ୍ରେକ୍ଷାଳୟ ରେ ସ୍ୱତନ୍ତ୍ର ପ୍ରଦର୍ଶନ ହେବ ବୋଲି ପ୍ରଯୋଜକ ତଥା ନିର୍ଦ୍ଦେଶକ ଜିତେଶ କୁମାର ପରିଡା ପୁଣି ଥରେ ସୁନିଶ୍ଚିତ କରିଛନ୍ତି।

'ଟି' ମୁକ୍ତିଲାଭ ଲୋକାର୍ପଣ
Share. Facebook Twitter LinkedIn Email WhatsApp Copy Link

Related Posts

ସୁରକ୍ଷା ବାହିନୀକୁ ବଡ଼ ସଫଳତା: ତୃତୀୟ ଆତଙ୍କବାଦୀର ମୃତଦେହ ଉଦ୍ଧାର

February 22, 2026

ବାଂଲାଦେଶକୁ ପରାସ୍ତ କରି ଲଗାତାର ଦ୍ୱିତୀୟ ଥର ପାଇଁ ଏସିଆ କପ୍ ଜିତିଲା ଭାରତ

February 22, 2026

ଓଡିଆ ଗଣମାଧ୍ୟମ ଜଗତରେ ସାମିଲ ହେଲେ ପୂର୍ବତନ ମୁଖ୍ୟ ଶାସନ ସଚିବ ବିଜୟ ପଟ୍ଟନାୟକ

February 22, 2026

ଇଚ୍ଛାପୁରରେ ୨୨ତମ ବିଶ୍ୱଶାନ୍ତି ଶୈବଯାଗ ଓ ଏକଲକ୍ଷ ଆଠ ଦୀପ ମହାଯଜ୍ଞ 

February 22, 2026
Latest News

ସୁରକ୍ଷା ବାହିନୀକୁ ବଡ଼ ସଫଳତା: ତୃତୀୟ ଆତଙ୍କବାଦୀର ମୃତଦେହ ଉଦ୍ଧାର

February 22, 2026

ଦେଶର ପ୍ରଥମ ନମୋ ଭାରତ ରାପିଡ୍ ରେଳ ଏବଂ ଦିଲ୍ଲୀ-ମେରଠ ନମୋ ଭାରତ କରିଡର ଲୋକାର୍ପଣ

February 22, 2026

ବାଂଲାଦେଶକୁ ପରାସ୍ତ କରି ଲଗାତାର ଦ୍ୱିତୀୟ ଥର ପାଇଁ ଏସିଆ କପ୍ ଜିତିଲା ଭାରତ

February 22, 2026

ପୋଖରୀରୁ ଯୁବକଙ୍କ ମୃତଦେହ ଉଦ୍ଧାର

February 22, 2026

ଇଣ୍ଡିଆ ଏଆଇ ଷ୍ଟାକ୍: ପ୍ରଯୁକ୍ତିରେ ସଶକ୍ତ ଭବିଷ୍ୟତ

February 22, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.