Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଏକ ନମ୍ବର ସ୍ଥାନକୁ ଆହୁରି ସୁଦୃଢ଼ କଲା ଜିଓଫାଇବର: ଓଡ଼ିଶାରେ ଯୋଡ଼ିଲା ୨ ଲକ୍ଷରୁ ଅଧିକ ଘର
ଆଜିର ଖବର

ଏକ ନମ୍ବର ସ୍ଥାନକୁ ଆହୁରି ସୁଦୃଢ଼ କଲା ଜିଓଫାଇବର: ଓଡ଼ିଶାରେ ଯୋଡ଼ିଲା ୨ ଲକ୍ଷରୁ ଅଧିକ ଘର

May 16, 2023No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ୱର: ଏକ ଉଲ୍ଲେଖନୀୟ ସଫଳତା କ୍ରମେ, ଦେଶର ସବୁଠୁ ଲୋକପ୍ରିୟ ହାଇ-ସ୍ପିଡ୍ ଗୃହ ବ୍ରଡ୍‌ବ୍ୟାଣ୍ଡ୍ ସେବା ପ୍ରଦାନକାରୀ ଜିଓଫାଇବର୍ ଓଡ଼ିଶାରେ ୨ ଲକ୍ଷରୁ ଅଧିକ ଘରକୁ ଏହାର ହାଇ-ସ୍ପିଡ୍ ଓୟାରଲାଇନ୍ ବ୍ରଡ୍‌ବ୍ୟାଣ୍ଡ୍ ସେବା ସହ ଯୋଡ଼ିଛି। ଭାରତୀୟ ଟେଲିକମ୍ ନିୟାମକ କର୍ତୃପକ୍ଷ (ଟ୍ରାଇ) ପକ୍ଷରୁ ପ୍ରକାଶିତ ସଦ୍ୟତମ ଓୟାରଲାଇନ୍ ଉପଭୋକ୍ତା ତଥ୍ୟ ଅନୁଯାୟୀ ୨୦୨୩ ଫେବ୍ରୁଆରି ୨୮ ସୁଦ୍ଧା ୨.୦୨ ଲକ୍ଷ ଜିଓଫାଇବର ହାଇସ୍ପିଡ୍ ବ୍ରଡ୍‌ବ୍ୟାଣ୍ଡ୍ ଗ୍ରାହକଙ୍କ ସହିତ ରାଜ୍ୟର ଏକ ନମ୍ବର ହାଇ-ସ୍ପିଡ୍ ବ୍ରଡ୍‌ବ୍ୟାଣ୍ଡ୍ ସେବା ପ୍ରଦାନକାରୀ ଭାବେ ଜିଓ ଏହାର ସ୍ଥିତିକୁ ଆହୁରି ମଜଭୁତ କରିଛି। ରିଲାଏନ୍ସ ଜିଓ ଏକମାତ୍ର ଟେଲିକମ୍ ସେବା ପ୍ରଦାନକାରୀ ଭାବେ ୨୦୨୩ ଫେବ୍ରୁଆରିରେ ଓୟାରଲାଇନ୍ ଗ୍ରାହକ ଯୋଡ଼ିଥିବା ଟ୍ରାଇ ପକ୍ଷରୁ ପ୍ରକାଶିତ ତଥ୍ୟରୁ ଜଣାପଡ଼ିଛି। ୨୦୨୩ ଫେବ୍ରୁଆରି ଶେଷ ସୁଦ୍ଧା ଓଡ଼ିଶାରେ ମୋଟ ଓୟାରଲାଇନ୍ ଗ୍ରାହକ ସଂଖ୍ୟା ୩.୮୮ ଲକ୍ଷକୁ ବୃଦ୍ଧି ପାଇଛି।

ଜାତୀୟ ସ୍ତରରେ ମଧ୍ୟ ଜିଓ ୨୦୨୩ ଫେବ୍ରୁଆରିରେ ୧.୮୮ ଲକ୍ଷରୁ ଅଧିକ ନୂଆ ଓୟାରଲାଇନ ଗ୍ରାହକ ଯୋଡ଼ି ଦେଶର ଏକ ନମ୍ବର ଓୟାରଲାଇନ ସେବା ପ୍ରଦାନକାରୀ ଭାବେ ନିଜ ସ୍ଥିତିକୁ ଆହୁରି ସୁଦୃଢ଼ କରିଛି।

ଉଲ୍ଲେଖଯୋଗ୍ୟ, ସାରା ଓଡ଼ିଶାରେ ନିଜ ଉପସ୍ଥିତିକୁ ଆହୁରି ସମ୍ପ୍ରସାରିତ କରି ଜିଓଫାଇବର୍ ଏବେ ରାଜ୍ୟର ୩୯ରୁ ଅଧିକ ସହର ଓ ନଗରରେ ଉପଲବ୍ଧ ହୋଇଛି ଏବଂ ରାଜ୍ୟର ଅନ୍ୟ ପ୍ରମୁଖ ସହର ଓ ନଗରକୁ ଏହାର ସେବା ଦ୍ରୁତ ଗତିରେ ସମ୍ପ୍ରସାରଣ କରୁଛି। ସମ୍ପ୍ରତି ଜିଓଫାଇବର ସେବା ଉପଲବ୍ଧ ହୋଇଥିବା ସହରଗୁଡ଼ିକ ମଧ୍ୟରେ ରହିଛି ଭୁବନେଶ୍ୱର, କଟକ, ପୁରୀ, ଜଟଣୀ, ଅନୁଗୁଳ, ସମ୍ବଲପୁର, ରାଉରକେଲା, ଝାରସୁଗୁଡ଼ା, ବେଲପାହାଡ଼, ବ୍ରଜରାଜନଗର, ସୁନ୍ଦରଗଡ଼, ବଲାଙ୍ଗୀର, କେନ୍ଦୁଝର, ଭବାନୀପାଟଣା, କୋରାପୁଟ, ରାୟଗଡ଼ା, କେନ୍ଦ୍ରାପଡ଼ା, ଜଗତସିଂହପୁର, ଯାଜପୁର ରୋଡ୍‌, ଭଦ୍ରକ, ତାଳଚେର, ଖୋର୍ଦ୍ଧା, ବ୍ରହ୍ମପୁର, ବାଲେଶ୍ୱର, ଜୟପୁର, ରାଜଗାଙ୍ଗପୁର, ଢେଙ୍କାନାଳ, ସେମିଳିଗୁଡ଼ା, ବରଗଡ଼, ନବରଙ୍ଗପୁର, ଫୁଲବାଣୀ, ଜଳେଶ୍ୱର, ଛତ୍ରପୁର, ଘସିପୁରା, ବଡ଼ବିଲ, ବାରିପଦା, ଉମରକୋଟ, ପାରଳାଖେମୁଣ୍ଡି ଓ ସୋନପୁର।

ଜିଓଫାଇବର ସେବାର ଦ୍ରୁତ ଗତିରେ ସମ୍ପ୍ରସାରଣ ହଜାର ହଜାର ଗ୍ରାହକଙ୍କ ଆବଶ୍ୟକତା ପୂରଣ କରୁଛି ଯେଉଁଥିରେ ସାମିଲ ରହିଛନ୍ତି ବ୍ୟକ୍ତିଗତ ଘରଠାରୁ ଆରମ୍ଭ କରି କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ଏବଂ ବିଭିନ୍ନ କ୍ଷେତ୍ରର ପ୍ରଫେସନାଲ୍। ଅସୀମିତ ମନୋରଂଜନ, ଖବର, ସ୍ୱାସ୍ଥ୍ୟ ଓ ଶିକ୍ଷା ପ୍ଲାଟଫର୍ମ ପହଂଚାଇ ସେମାନଙ୍କୁ ସମୃଦ୍ଧ ଅନୁଭୂତି ପ୍ରଦାନ କରୁଛି ଜିଓଫାଇବର୍।

ନିକଟରେ ଜିଓ ପକ୍ଷରୁ ମାସିକ ମାତ୍ର ୧୯୮ ଟଙ୍କାରେ ୧୦ ଏମ୍‌ବିପିଏସ୍‌ର ଅସୀମିତ ହୋମ୍ ବ୍ରଡ୍‌ବ୍ୟାଣ୍ଡ୍ ସହ ନୂଆ ବ୍ରଡ୍‌ବ୍ୟାଣ୍ଡ୍ “ବ୍ୟାକ୍‌-ଅପ୍ ପ୍ଲାନ୍‌’ ଘୋଷଣା କରାଯାଇଛି। ମାଗଣା ଲ୍ୟାଣ୍ଡ୍‌ଲାଇନ୍ ସଂଯୋଗ ଓ ଅସୀମିତ କଲିଂ ସୁବିଧା ସହିତ ଏହି ପ୍ଲାନ୍‌ରେ ଗ୍ରାହକମାନଙ୍କୁ ୧ କିମ୍ବା ୨ କିମ୍ବା ୭ ଦିନିଆ ବିକଳ୍ପରେ ସେମାନେ ଯେତବେଳେ ଚାହିଁବେ ସେମାନଙ୍କ ସ୍ପିଡ୍‌କୁ ୧୦ ଏମ୍‌ବିପିଏସ୍‌ରୁ ୩୦ କିମ୍ବା ୧୦୦ ଏମ୍‌ବିପିଏସ୍ ପର୍ଯ୍ୟନ୍ତ ବୃଦ୍ଧି କରିପାରିବାର ସୁବିଧା ପ୍ରଦାନ କରାଯାଉଛି। ୨୪ ଘଂଟିଆ ଭରସାଯୋଗ୍ୟ, ସର୍ବଦା ପ୍ରସ୍ତୁତ ବ୍ୟାକ୍‌-ଅପ୍ ସଂଯୋଗ ପ୍ରଦାନ କରି ଏହି ପ୍ଲାନ୍ ଅଣ ଭରସାଯୋଗ୍ୟ ବ୍ରଡ୍‌ବ୍ୟାଣ୍ଡ୍ ସଂଯୋଗ ଥିବା ଘରଗୁଡ଼ିକ ପାଇଁ ସହାୟକ ହୋଇଥିବା ବେଳେ ସଂଯୋଗ ହୋଇନଥିବା ଘରଗୁଡ଼ିକ ପାଇଁ ପରିବର୍ତନର ବାର୍ତାବହ ହୋଇଛି ଯାହା ଶିକ୍ଷା, କାର୍ଯ୍ୟ, ମନୋରଂଜନ ଏବଂ ଆହୁରି ଅନେକ କିଛି ପାଇଁ ନିରବଚ୍ଛିନ୍ନ ଅନୁଭୂତିକୁ ସକ୍ଷମ କରିଛି। ମାସିକ ମାତ୍ର ୧୦୦ କିମ୍ବା ୨୦୦ ଟଙ୍କା ଦେଇ ଗ୍ରାହକମାନେ ଜିଓ ସିନେମା ସହିତ ଲାଇଭ୍ ଓ ମାଗଣାରେ ଆଇପିଏଲ୍‌କୁ ମଲ୍‌ଟି କ୍ୟାମେରା ଆଙ୍ଗେଲ୍‌ରୁ ଦେଖିବା, ୫୫୦ରୁ ଅଧିକ ଲାଇଭ୍ ଟିଭି ଚ୍ୟାନେଲ୍‌, ୧୪ଟି ପର୍ଯ୍ୟନ୍ତ ଓଟିଟି ଆପ୍‌, ୟୁଟ୍ୟୁବ୍‌, ଗେମିଂ ଓ ଶତାଧିକ ଆପ୍‌କୁ ଉପଭୋଗ କରିବା ନେଇ ଅପ୍‌ଗ୍ରେଡ୍ ହୋଇପାରିବେ।

ଗ୍ରାହକମାନେ ମାତ୍ର ୯୯ ଟଙ୍କା ଦେଇ ଯେକୌଣସି ଜିଓ ରିଟେଲର କିମ୍ବା ପାର୍ଟନରଙ୍କ ନିକଟରୁ କିମ୍ବା ୬୦୦୦୮ ୬୦୦୦୮କୁ କଲ୍ କରି କିମ୍ବା  ହସକ୍ଟ.ମକ୍ଟଜ୍ଞ/ଲସଭରକ୍ସକୁ ପରିଦର୍ଶନ କରି ଜିଓଫାଇବର ବ୍ରଡ୍‌ବ୍ୟାଣ୍ଡ୍ ବ୍ୟାକ୍‌ଅପ୍ ପ୍ଲାନ୍‌ର ବୁକିଂ କରିପାରିବେ।

ଓଡିଶା ଜିଓଫାଇବର
Share. Facebook Twitter LinkedIn Email WhatsApp Copy Link

Related Posts

ସୃଷ୍ଟି ହେଲା ୨୦୮୦ ନୂତନ ପଦବୀ, ଓଆଇଏସଏଫ ପାଇଁ ଆଉ ଦୁଇ ବାଟାଲିଅନକୁ ମୁଖ୍ୟମନ୍ତ୍ରୀଙ୍କ ମଞ୍ଜୁରୀ

July 23, 2025

କାଶିନଗରଠାରେ ନବନିର୍ମିତ ଗ୍ରାମ ନ୍ୟାୟାଳୟର ନୂତନ ଅଟ୍ଟାଳିକାକୁ ଉଦଘାଟନକଲେ ହାଇକୋର୍ଟର ମୁଖ୍ୟ ବିଚାରପତି

July 23, 2025

ଏନସିଇଆରଟି ପାଠ୍ୟପୁସ୍ତକରୁ ପାଇକ ବିଦ୍ରୋହ ବାଦ ପଡ଼ିବା ପ୍ରସଙ୍ଗ: ସ୍ପଷ୍ଟ କଲେ ରାଜ୍ୟ ଗଣଶିକ୍ଷା ମନ୍ତ୍ରୀ

July 23, 2025

‘ଶୋଇବା ପୂର୍ବରୁ ଶ୍ରୀ ରାମଚରିତମାନସର ଶ୍ଳୋକ ପାଠ କରନ୍ତୁ’: ତାଲିମ ନେଉଥିବା ପୋଲିସଙ୍କୁ ନିର୍ଦ୍ଦେଶ

July 23, 2025
Latest News

ସୃଷ୍ଟି ହେଲା ୨୦୮୦ ନୂତନ ପଦବୀ, ଓଆଇଏସଏଫ ପାଇଁ ଆଉ ଦୁଇ ବାଟାଲିଅନକୁ ମୁଖ୍ୟମନ୍ତ୍ରୀଙ୍କ ମଞ୍ଜୁରୀ

July 23, 2025

କାଶିନଗରଠାରେ ନବନିର୍ମିତ ଗ୍ରାମ ନ୍ୟାୟାଳୟର ନୂତନ ଅଟ୍ଟାଳିକାକୁ ଉଦଘାଟନକଲେ ହାଇକୋର୍ଟର ମୁଖ୍ୟ ବିଚାରପତି

July 23, 2025

ଏନସିଇଆରଟି ପାଠ୍ୟପୁସ୍ତକରୁ ପାଇକ ବିଦ୍ରୋହ ବାଦ ପଡ଼ିବା ପ୍ରସଙ୍ଗ: ସ୍ପଷ୍ଟ କଲେ ରାଜ୍ୟ ଗଣଶିକ୍ଷା ମନ୍ତ୍ରୀ

July 23, 2025

‘ଶୋଇବା ପୂର୍ବରୁ ଶ୍ରୀ ରାମଚରିତମାନସର ଶ୍ଳୋକ ପାଠ କରନ୍ତୁ’: ତାଲିମ ନେଉଥିବା ପୋଲିସଙ୍କୁ ନିର୍ଦ୍ଦେଶ

July 23, 2025

ସଂଯୁକ୍ତ ରାଷ୍ଟ୍ର ସୁରକ୍ଷା ପରିଷଦରେ ପୁଣି ପାକିସ୍ତାନର କାଶ୍ମୀର ପ୍ରେମ: କଡ଼ା ପ୍ରହାର କଲା ଭାରତ

July 23, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.