Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»କୋଣାର୍କ ସୂର୍ଯ୍ୟ ମନ୍ଦିର ପରିଦର୍ଶନ କଲେ ଜି-୨୦ ଦେଶ ଓ ଅନ୍ତର୍ଜାତୀୟ ସଂଗଠନର ପ୍ରତିନିଧି
ଆଜିର ଖବର

କୋଣାର୍କ ସୂର୍ଯ୍ୟ ମନ୍ଦିର ପରିଦର୍ଶନ କଲେ ଜି-୨୦ ଦେଶ ଓ ଅନ୍ତର୍ଜାତୀୟ ସଂଗଠନର ପ୍ରତିନିଧି

May 16, 2023No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ୱର: ଭୁବନେଶ୍ୱର ଠାରେ ଚାଲିଥିବା ଜି୨୦ ସଂସ୍କୃତି କାର୍ଯ୍ୟଗୋଷ୍ଠୀର ଦ୍ୱୀତୀୟ ବୈଠକ ଅଧୀନରେ ଆଲୋଚନା ଅଧିବେଶନ ଆଜି ଶେଷ ହୋଇଛି। ଏଥିରେ ଅଂଶଗ୍ରହଣ କରିଥିବା ପ୍ରତିନିଧିମାନେ ସଂସ୍କୃତି କାର୍ଯ୍ୟଗୋଷ୍ଠୀ ଦ୍ୱାରା ନିର୍ଦ୍ଧାରଣ କରାଯାଇଥିବା ତୃତୀୟ ଏବଂ ଚତୁର୍ଥ ପ୍ରାଥମିକତା : ‘ସାଂସ୍କୃତିକ ଓ ସୃଜନଶୀଳ ଶିଳ୍ପର ପ୍ରୋତ୍ସାହନ ଏବଂ ସୃଜନଶୀଳ ଅର୍ଥବ୍ୟବସ୍ଥା’ ଏବଂ ‘ସଂସ୍କୃତିର ସୁରକ୍ଷା ଏବଂ ପ୍ରଚାରପ୍ରସାର ପାଇଁ ଡିଜିଟାଲ ପ୍ରଯୁକ୍ତିର ଉପଯୋଗ’ ବିଷୟବସ୍ତୁ ଉପରେ ଆଲୋଚନା କରିଥିଲେ।

ଆଲୋଚନାରେ ଭାଗ ନେଇଥିବା ପ୍ରତିନିଧିମାନେ ମୂଲ୍ୟବାନ ଦୃଷ୍ଟିକୋଣ ଉପସ୍ଥାପନ କରିଥିଲେ, ଯାହାକି ମୂର୍ତ୍ତ ରୂପ ନେବା ସହିତ କାର୍ଯ୍ୟଉନ୍ମୁଖି ସୁପାରିସ ଦିଗରେ ମାର୍ଗପ୍ରଶସ୍ତ କରିବ ବୋଲି ଆଶାବ୍ୟକ୍ତ କରାଯାଉଛି। ଆଲୋଚନାର ପ୍ରାପ୍ତ ପରିଣାମ କାର୍ଯ୍ୟକାରୀ ହୋଇପାରିଲେ ସାଂସ୍କୃତିକ କ୍ଷେତ୍ରରେ ପରିବର୍ତ୍ତନ ଆସିବା ସହିତ ବିଶ୍ୱସ୍ତରରେ ଏ ଦିଗରେ ନୀତି ନିର୍ଦ୍ଧାରଣ କରାଯାଇପାରିବ।

ଆଜି ଅନୁଷ୍ଠିତ ହୋଇଥିବା ଦୁଇଟି ଅଧିବେଶନରେ ଅତିଥିମାନେ ସେମାନଙ୍କର ବକ୍ତବ୍ୟ ରଖିଥିଲେ ଏବଂ ଏହାପରେ ତୃତୀୟ ଓ ଚତୁର୍ଥ ପ୍ରାଥମିକତା କ୍ଷେତ୍ରରେ ଏକ ଖୋଲା ଆଲୋଚନା ହୋଇଥିଲା। କେନ୍ଦ୍ର ସଂସ୍କୃତି ଓ ବୈଦେଶିକ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ମୀନାକ୍ଷୀ ଲେଖୀଙ୍କ ସ୍ୱତନ୍ତ୍ର ଅଭିଭାଷଣ ସହିତ ଦ୍ୱିତୀୟ ଅଧିବେଶନ ଶେଷ ହୋଇଥିଲା। ସମାପନ ଅଧିବେଶନରେ ସଂସ୍କୃତି କାର୍ଯ୍ୟଗୋଷ୍ଠୀ ଅଗ୍ରଗତି କରିବାର କାର୍ଯ୍ୟ ପ୍ରକ୍ରିୟା ସଂକ୍ରାନ୍ତରେ ବିବରଣୀ ଦିଆଯିବା ସହିତ ସମୟ ନିର୍ଦ୍ଧାରଣ କରାଯାଇଥିଲା।

ଆଲୋଚନା ଅଧିବେଶନ ପରେ ଜି-୨୦ ସଦସ୍ୟ ରାଷ୍ଟ୍ର, ନିମନ୍ତ୍ରିତ ରାଷ୍ଟ୍ର ଏବଂ ବିଭିନ୍ନ ଅନ୍ତର୍ଜାତୀୟ ସଂଗଠନର ପ୍ରତିନିଧିମାନେ ୟୁନେସ୍କୋ ବିଶ୍ୱ ଐତିହ୍ୟସ୍ଥଳୀ କୋଣାର୍କ ସୂର୍ଯ୍ୟ ମନ୍ଦିର ପରିଦର୍ଶନ କରିଥିଲେ। କୋଣାର୍କ ମନ୍ଦିର ନିକଟରେ ଥିବା ଇଣ୍ଡିଆନ୍ ଅଏଲ କର୍ପୋରେସନର ସଂଗ୍ରହାଳୟ ଏବଂ ବ୍ୟାଖ୍ୟାନ କେନ୍ଦ୍ରକୁ ମଧ୍ୟ ବିଦେଶୀ ଅତିଥିମାନେ ବୁଲି ଦେଖିଥିଲେ। କୋଣାର୍କ ମନ୍ଦିରର ସ୍ଥାପତ୍ୟ କଳା ସେମାନଙ୍କୁ ପ୍ରଭାବିତ କରିଥିଲା।

ବିଦେଶାଗତ ଅତିଥିଙ୍କ ପାଇଁ ଏହି ଅବସରରେ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା। ସେମାନେ କଳାକାରମାନଙ୍କ ଦ୍ୱାରା ପରିବେଷିତ ‘ଗୋଟିପୁଅ’ ନୃତ୍ୟ ଦେଖି ଅଭିଭୂତ ହୋଇଥିଲେ। କେନ୍ଦ୍ର ମନ୍ତ୍ରୀ ମୀନାକ୍ଷୀ ଲେଖୀ ନୃତ୍ୟ ପରିବେଷଣ କରିଥିବା କଳାକାରମାନଙ୍କୁ ସମ୍ବର୍ଦ୍ଧିତ କରିଥିଲେ।

ଏହି ଅବସରରେ କେନ୍ଦ୍ର ସଂସ୍କୃତି ଏବଂ ବୈଦେଶିକ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ମୀନାକ୍ଷୀ ଲେଖୀ ଉପସ୍ଥିତ ଥିଲେ। ଗଣମାଧ୍ୟମକୁ ସମ୍ବୋଧିତ କରି ଶ୍ରୀମତୀ ଲେଖୀ କହିଥିଲେ ଯେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ଭାରତକୁ ଜି-୨୦ ଅଧ୍ୟକ୍ଷତା ଦାୟିତ୍ୱ ମିଳିଛି। ଭାରତର ବିଶେଷତ୍ୱ ବିଶ୍ୱ ଆଗରେ ପ୍ରଦର୍ଶନ କରିବା ଲାଗି ଆମ ପାଖରେ ଏକ ସୁଯୋଗ ରହିଛି । ଭାରତର ଐତିହ୍ୟ, ସଂସ୍କୃତି, ପ୍ରାଚୀନ ଜୀବନଶୈଳୀ ସମ୍ପର୍କରେ ଅଧିକରୁ ଅଧିକ ପ୍ରଚାରପ୍ରସାର କରିବା ଲାଗି ଲକ୍ଷ୍ୟ ରଖାଯାଇଛି। ସ୍ୱାଧୀନତାର ଅମୃତକାଳରେ ଭାରତ ନୂଆ ଶିଖର ଛୁଇଁବା ଦିଗରେ ଅଗ୍ରସର ହେଉଛି। କେନ୍ଦ୍ର ମନ୍ତ୍ରୀ ଆହୁରି କହିଥିଲେ ଯେ, ପ୍ରାଚୀନ କାଳରୁ ଭାରତରେ ବିଜ୍ଞାନ ଓ ଧର୍ମର ଅଦ୍ଭୂତ ସମନ୍ୱୟ ରହିଆସିଛି। କୋଣାର୍କ ମନ୍ଦିର ଏହାର ଏକ ପ୍ରତୀକ। ଜି୨୦ ବୈଠକରେ ଯୋଗ ଦେବାକୁ ଆସିଥିବା ବିଦେଶୀ ଅତିଥିମାନେ ଏହି ତଥ୍ୟ ବିଷୟରେ ଅବଗତ ହୋଇପାରିଛନ୍ତି।

ଆସନ୍ତାକାଲି ଜି୨୦ ସଂସ୍କୃତି କାର୍ଯ୍ୟଗୋଷ୍ଠୀ ଦ୍ୱିତୀୟ ବୈଠକ ବିଧିବଦ୍ଧ ଭାବେ ଶେଷ ହେବ। ବିଦେଶାଗତ ଅତିଥିମାନେ ଭୁବନେଶ୍ୱର ଛାଡ଼ିବା ପୂର୍ବରୁ ସକାଳେ ଉଦୟଗିରି ଗୁମ୍ଫା ବୁଲି ଦେଖିବେ। ସଂସ୍କୃତି କ୍ଷେତ୍ରରେ ରହିଥିବା ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଏବଂ ଦୀର୍ଘସ୍ଥାୟୀ ବିକାଶରେ ଏହାର ଗୁରୁତ୍ୱପୂର୍ଣ୍ଣ ଭୂମିକା ସମ୍ପର୍କରେ ଆଲୋଚନା କରିବା ଲାଗି ସଂସ୍କୃତି କାର୍ଯ୍ୟଗୋଷ୍ଠୀ ବୈଠକ ଏକ ସମାବେଶୀ ଏବଂ ସହଭାଗୀ ମଞ୍ଚ ଯୋଗାଇ ଦେଇଛି। ସାଂସ୍କୃତିକ ବିବିଧତା କ୍ଷେତ୍ରରେ ବୈଶ୍ୱିକ ସହଭାଗିତା ଏବଂ ସମାବେଶିତା ଓ ଦୀର୍ଘସ୍ଥାୟିତ୍ୱ କ୍ଷେତ୍ରରେ ଏହାର ଭୂମିକାକୁ ପ୍ରୋତ୍ସାହନ ଦେବା ଏହି ବୈଠକର ଉଦ୍ଦେଶ୍ୟ।

ଜି୨୦ ସଂସ୍କୃତି କାର୍ଯ୍ୟଗୋଷ୍ଠୀ ଭୁବନେଶ୍ୱର
Share. Facebook Twitter LinkedIn Email WhatsApp Copy Link

Related Posts

ବ୍ରିକ୍ସରେ ଗର୍ଜିଲା ଇରାନ! ଆମେରିକା-ଇସ୍ରାଏଲକୁ ପେଜେଶକିୟାନଙ୍କ କଡ଼ା ଜବାବ

September 13, 2026

ATMରୁ ଫଟା ନୋଟ୍ ବାହାରିଲେ ଚିନ୍ତା ନାହିଁ! ବ୍ୟାଙ୍କ ଦେବ ଟଙ୍କା, ଜାଣନ୍ତୁ ବଦଳାଇବାର ସମ୍ପୂର୍ଣ୍ଣ ନିୟମ

September 13, 2026

ଯୁବକଙ୍କୁ ଛୁରାମାଡ଼, ଗୁରୁତର ଅବସ୍ଥାରେ ଭୁବନେଶ୍ୱର ସ୍ଥାନାନ୍ତର

September 13, 2026

ସମ୍ବଲପୁରରେ ଅପରାଧୀ ଇରଫାନକୁ ପୁଲିସ ଏନକାଉଣ୍ଟର

September 13, 2026
Latest News

ୟୁଏସ୍ ଓପନ୍‌ ଫାଇନାଲ୍‌: ଟାଇଟଲ୍‌ ଲଢ଼େଇରେ ମୁହାଁମୁହିଁ ହେବେ ଜ୍ୱେରେଭ୍‌ ଏବଂ ଶେଲ୍ଟନ୍‌

September 13, 2026

ବ୍ରିକ୍ସରେ ଗର୍ଜିଲା ଇରାନ! ଆମେରିକା-ଇସ୍ରାଏଲକୁ ପେଜେଶକିୟାନଙ୍କ କଡ଼ା ଜବାବ

September 13, 2026

ଆସନ୍ତୁ ଜାଣିବା ସୂର୍ଯ୍ୟମୁଖୀ ମଞ୍ଜି ଆମ ଶରୀର ପାଇଁ କେତେ ଉପକାରୀ

September 13, 2026

ATMରୁ ଫଟା ନୋଟ୍ ବାହାରିଲେ ଚିନ୍ତା ନାହିଁ! ବ୍ୟାଙ୍କ ଦେବ ଟଙ୍କା, ଜାଣନ୍ତୁ ବଦଳାଇବାର ସମ୍ପୂର୍ଣ୍ଣ ନିୟମ

September 13, 2026

ଯୁବକଙ୍କୁ ଛୁରାମାଡ଼, ଗୁରୁତର ଅବସ୍ଥାରେ ଭୁବନେଶ୍ୱର ସ୍ଥାନାନ୍ତର

September 13, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.