ବିଜେପି ସାଂସଦ ରତନ ଲାଲ କାଟାରିଆଙ୍କ ଦେହାନ୍ତ: ପିଜିଆଇରେ ତ୍ୟାଗ କଲେ ଶେଷ ନିଶ୍ୱାସ

Published: May 18, 2023, 10:16 am IST

ନୂଆଦିଲ୍ଲୀ: ଦୀର୍ଘ ଦିନର ଅସୁସ୍ଥତା ପରେ ଅମ୍ବାଲାର ବିଜେପି ସାଂସଦ ରତନଲାଲ କାଟାରିଆରଙ୍କ ଦେହାନ୍ତ ହୋଇଛି। ଆଜି ସକାଳେ PGI ଚଣ୍ଡିଗଡ଼ରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ଗତକାଲି ହରିୟାଣା ମୁଖ୍ୟମନ୍ତ୍ରୀ ମନୋହର ଲାଲ ଖଟ୍ଟର ତାଙ୍କୁ ଡାକ୍ତରଖାନାରେ ଭେଟିଥିଲେ, ଆଜି ତାଙ୍କ ମୃତ୍ୟୁ ପରେ ରାଜ୍ୟରେ ସମର୍ଥକଙ୍କ ମଧ୍ୟରେ ଶୋକର ଲହରୀ ଖେଳିଯାଇଛି।

ହରିୟାଣାର ମୁଖ୍ୟମନ୍ତ୍ରୀ ଟୁଇଟ୍ କରି ତାଙ୍କ ମୃତ୍ୟୁକୁ ସମବେଦନା ଜଣାଇଛନ୍ତି। ପୂର୍ବତନ କେନ୍ଦ୍ର ମନ୍ତ୍ରୀ ତଥା ଅମ୍ବାଲା ସାଂସଦ ଶ୍ରୀ ରତନ ଲାଲ କାଟାରିଆଙ୍କ ଦେହାନ୍ତରେ ମୁଁ ଗଭୀର ଦୁଃଖିତ। ସମାଜର କଲ୍ୟାଣ ତଥା ହରିୟାଣାର ଲୋକଙ୍କ ଅଗ୍ରଗତି ପାଇଁ ସେ ସର୍ବଦା ସଂସଦରେ ସ୍ୱର ଉତ୍ତୋଳନ କରିଥିଲେ।

ତାଙ୍କ ବିୟୋଗ ରାଜନୀତିରେ ଏକ ଅପୂରଣୀୟ କ୍ଷତି। ଭଗବାନ ଅମର ଆତ୍ମାକୁ ତାଙ୍କର ପବିତ୍ର ପାଦରେ ସ୍ଥାନ ଦିଅନ୍ତୁ ଏବଂ ଏହି କଷ୍ଟ ସମୟରେ ପରିବାରକୁ ଶକ୍ତି ଦିଅନ୍ତୁ।

Related posts