Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଫୁ୍ୟଚର ରେଡି ଭାରତ – ଓଡ଼ିଶା ସଂସ୍କରଣ ଡଜିଟାଲ ଗଭର୍ଣ୍ଣାନ୍ସ ସମ୍ମିଳନୀ ଆୟୋଜିତ
ଆଜିର ଖବର

ଫୁ୍ୟଚର ରେଡି ଭାରତ – ଓଡ଼ିଶା ସଂସ୍କରଣ ଡଜିଟାଲ ଗଭର୍ଣ୍ଣାନ୍ସ ସମ୍ମିଳନୀ ଆୟୋଜିତ

May 19, 2023No Comments2 Mins Read
Share Facebook Twitter LinkedIn Email WhatsApp Copy Link
ଫୁ୍ୟଚର ରେଡି ଭାରତ - ଓଡ଼ିଶା ସଂସ୍କରଣ ଡଜିଟାଲ ଗଭର୍ଣ୍ଣାନ୍ସ ସମ୍ମିଳନୀ ଆୟୋଜିତ

ଭୁବନେଶ୍ୱର: ଆଜି ଇଲେଟ୍‌ସ ଏବଂ ମାଇକ୍ରୋସପଫ ଇଣ୍ଡିଆ ମିଳିତ ଆନୁକୂଲ୍ୟରେ ଭୁବନେଶ୍ୱରରେ ‘ଫୁ୍ୟଚର ରେଡି ଭାରତ – ଓଡ଼ିଶା ସଂସ୍କରଣ’ ଅନୁଷ୍ଠିତ ହୋଇଯାଇଛି।

ଉଦ୍‌ଘାଟନୀ ଉତ୍ସବରେ ବିଜ୍ଞାନ ଓ ବୈଷୟିକ ମନ୍ତ୍ରୀ ଶ୍ରୀ ଅଶୋକ ଚନ୍ଦ୍ର ପଣ୍ଡା, ମୁଖ୍ୟମନ୍ତ୍ରୀଙ୍କ ପ୍ରମୁଖ ଉପଦେଷ୍ଟା ଶ୍ରୀ ଅସିତ ତ୍ରିପାଠୀ, ଇଲେକେଫାନିକ୍ସ ଏବଂ ସୂଚନା ପ୍ରଯୁକ୍ତି ବିଦ୍ୟା ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀ ମନୋଜ କୁମାର ମିଶ୍ର, ସୂଚନା ଓ ପ୍ରଯୁକ୍ତିବିଦ୍ୟା ବିଭାଗର ଉପଦେଷ୍ଟା ଅନୁଭବ ପଟ୍ଟନାୟକ, ଇଲେଟ୍‌ସ ଟେକ୍ନୋମେଡ଼ିଆ ପ୍ରତିଷ୍ଠାତା ଡଃ. ରବି ଗୁପ୍ତା, ମାଇକ୍ରୋସପଫ ଇଣ୍ଡିଆ ନିର୍ଦ୍ଦେଶକ ଅଭିଷେକ ବୋଷ ଏବଂ ଅନ୍ୟ ପଦାଧିକାରୀମାନେ ଉପସ୍ଥିତ ଥିଲେ।

ଆଜିର ପ୍ରତିଯୋଗିତାମୂଳକ ଡିଜିଟାଲ୍‌ ଦୁନିଆରେ ବ୍ୟକ୍ତିବିଶେଷ ଓ ସମ୍ପ୍ରଦାୟର ବିକାଶ ପାଇଁ ଗୁଣାତ୍ମକ ଶିକ୍ଷାର ଉପଲବ୍ଧତା ଅତ୍ୟନ୍ତ ଜରୁରୀ। ଏହି ସମାବେଶର ମୁଖ୍ୟ ଶୀର୍ଷକ ଭାବେ “ରାଜ୍ୟରେ ଶିକ୍ଷାଦାନ ପ୍ରଣାଳୀ, ବୈଷୟିକ ଶିକ୍ଷା ଏବଂ ଅଭିବୃଦ୍ଧି’’ ବିଷୟରେ ଆଲୋକପାତ କରାଯାଇଥିଲା। ଶିକ୍ଷା କ୍ଷେତ୍ରରେ ସକାରାତ୍ମକ ପରିବର୍ତ୍ତନ ଆଣିବା ଏବଂ ଡିଜିଟାଲ୍‌ ଯୁଗର ଆହ୍ୱାନକୁ ନଜରରେ ରଖି ଛାତ୍ରଛାତ୍ରୀମାନଙ୍କ ପ୍ରସ୍ତୁତି ନିମନ୍ତେ କାର୍ଯ୍ୟପନ୍ଥା ନିର୍ଦ୍ଧାରଣ କରିବା ଏହି ଦିନିକିଆ କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ ଥିଲା।

ରାଜ୍ୟ ତଥା ରାଜ୍ୟ ବାହାରୁ ଅନେକ ଶିକ୍ଷାବିତ୍‌, ବୈଷୟିକ ବିଶେଷଜ୍ଞ ଏବଂ ପ୍ରତିଷ୍ଠିତ ବ୍ୟକ୍ତିି ଏହି ସମାବେଶରେ ଅଂଶଗ୍ରହଣ କରିଥିଲେ।ଏଥିରେ ଯୋଗ ଦେଇଥିବା ପ୍ରମୁଖ ଅତିଥିମାନେ ନିଜର ସୂଚନାତ୍ମକ ଓ ପ୍ରେରଣାଦାୟୀ ଚିନ୍ତାଧାରା ଉପସ୍ଥାପନ କରିଥିଲେ। ରାଜ୍ୟ ସରକାରଙ୍କ ପ୍ରତିଶ୍ରୁତିବଦ୍ଧତା ପାଇଁ ଓଡ଼ିଶା ଆଜି ଦେଶର ସର୍ବୋତ୍କୃଷ୍ଟ ବୈଷୟିକ କେନ୍ଦ୍ର ଭାବେ ସ୍ୱତନ୍ତ୍ର ପରିଚୟ ପାଇପାରିଛି।

ଦେଶର ଅଗ୍ରଣୀ ବୈଷୟିକ ଅନୁଷ୍ଠାନମାନେ ବୈଷେୟିକ ଶିକ୍ଷା କ୍ଷେତ୍ରରେ ଓଡ଼ିଶାକୁ ପ୍ରମୁଖ ରାଜ୍ୟ ଭାବେ ମାନ୍ୟତା ପ୍ରଦାନ କରିଛନ୍ତି ((Odisha-Skill Capital of Tech World))। ଏହା ବ୍ୟତୀତ ଓଡ଼ିଶାର ବୈଷୟିକ ଶିକ୍ଷାକ୍ଷେତ୍ରରେ ହୋଇଥିବା ଉନ୍ନତି ସାମୂହିକ ନୁହେଁ ବରଂ ଏହା ଉଲ୍ଲେଖନୀୟ ରୂପାନ୍ତରଣ ((Transformation)) ବୋଲି ପ୍ରମୁଖ ଶାସନ ସଚିବ ଶ୍ରୀ ମନୋଜ କୁମାର ମିଶ୍ର ତାଙ୍କ ଅଭିଭାଷଣରେ ଉଲ୍ଲେଖ କରିଥିଲେ।

ମାଇକ୍ରୋସଫଫ ଇଣ୍ଡିଆର ବିଶେଷଜ୍ଞ ସ୍ୱାତୀ କୌଶଲ ସମସ୍ତଙ୍କ ପାଇଁ ଉପଲବ୍ଧ ଶିକ୍ଷାରେ ପ୍ରଯୁକ୍ତିବିଦ୍ୟାର ଭୂମିକା ଉପରେ ଏକ ଆକର୍ଷଣୀୟ ଉପସ୍ଥାପନା କରିଥିଲେ। ଏହି ଉପସ୍ଥାପନାରେ ସେ ବିବିଧ ଦକ୍ଷତା ଥିବା ବ୍ୟକ୍ତିମାନଙ୍କୁ ସଶକ୍ତ କରିବା କ୍ଷେତ୍ରରେ ପ୍ରଯୁକ୍ତିବିଦ୍ୟାର ଭୂମିକା ଉପରେ ଆଲୋକପାତ କରିଥିଲେ।

ଏହି କର୍ମଶାଳାରେ ୪ ଗୋଟି ଶୀର୍ଷକରେ ଆଲୋଚନା କରାଯାଇଥିଲା। ଏଥିରେ ୧୫ରୁ ଊଦ୍ଧ୍ୱର୍ ବକ୍ତା ସେମାନଙ୍କର ଅଭିଜ୍ଞତା ଉପସ୍ଥାପନ କରିଥିଲେ।ବକ୍ତାମାନଙ୍କ ମଧ୍ୟରେ ଏନ୍‌ଆଇସି, ଓଡ଼ିଶାର ଉପମହାନିର୍ଦ୍ଦେଶକ ଡ. ଆର.କେ.ଦାସ, ଓକେସିଏଲ୍‌ର ଏମ୍‌ଡି ମନୋରଞ୍ଜନ ପୁଥାଲ ପ୍ରମୁଖ ଉପସ୍ଥିତ ଥିଲେ।

ମନୋଜ କୁମାର ମିଶ୍ର
Share. Facebook Twitter LinkedIn Email WhatsApp Copy Link

Related Posts

ଅଧା ହେଲା ପିଏମଙ୍କ କାରକେଡ ଗାଡି ସଂଖ୍ୟା

May 13, 2026

ମୁଲାୟମ ସିଂହ ଯାଦବଙ୍କ ସାନ ପୁଅ ପ୍ରତୀକ ଯାଦବଙ୍କ ମୃତ୍ୟୁ

May 13, 2026

ଆଜିଠାରୁ ମହଙ୍ଗା ହେଲା ସୁନା ଓ ରୁପା

May 13, 2026

ଭୟଙ୍କର ସଡ଼କ ଦୁର୍ଘଟଣା: ଜଣେ ମୃତ, ଦୁଇ ଗୁରୁତର

May 13, 2026
Latest News

ଅଧା ହେଲା ପିଏମଙ୍କ କାରକେଡ ଗାଡି ସଂଖ୍ୟା

May 13, 2026

ମୁଲାୟମ ସିଂହ ଯାଦବଙ୍କ ସାନ ପୁଅ ପ୍ରତୀକ ଯାଦବଙ୍କ ମୃତ୍ୟୁ

May 13, 2026

ଆଜିଠାରୁ ମହଙ୍ଗା ହେଲା ସୁନା ଓ ରୁପା

May 13, 2026

ଭୟଙ୍କର ସଡ଼କ ଦୁର୍ଘଟଣା: ଜଣେ ମୃତ, ଦୁଇ ଗୁରୁତର

May 13, 2026

ପ୍ରଥମ ୧୦ ଦିନରେ ଜାମ୍ମୁ-ଶ୍ରୀନଗର ବନ୍ଦେ ଭାରତ ଏକ୍ସପ୍ରେସ୍‌ରେ ଯାତ୍ରା କଲେ ପ୍ରାୟ ୪୫,୦୦୦ ଯାତ୍ରୀ

May 13, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.