Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ଅଧ୍ୟକ୍ଷଙ୍କ ବୌଦ୍ଧ ଓ ସୁବର୍ଣ୍ଣପୁର ଜିଲ୍ଲା ଗସ୍ତ
ଆଜିର ଖବର

ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ଅଧ୍ୟକ୍ଷଙ୍କ ବୌଦ୍ଧ ଓ ସୁବର୍ଣ୍ଣପୁର ଜିଲ୍ଲା ଗସ୍ତ

May 19, 2023No Comments3 Mins Read
Share Facebook Twitter LinkedIn Email WhatsApp Copy Link
ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ଅଧ୍ୟକ୍ଷଙ୍କ ବୌଦ୍ଧ ଓ ସୁବର୍ଣ୍ଣପୁର ଜିଲ୍ଲା ଗସ୍ତ

ଭୁବନେଶ୍ବର: ପଶ୍ଚିମ ଓଡ଼ିଶା ବିକାଶ ପରଷଦର ଅଧ୍ୟକ୍ଷ ଅସିତ କୁମାର ତ୍ରିପାଠୀ ଦିନିକିଆ ବୌଦ୍ଧ ଓ ସୁବର୍ଣ୍ଣପୁର ଜିଲ୍ଲା ଗସ୍ତରେ ଯାଇ ପରିଷଦ ପାଣ୍ଠିରେ ଚାଲିଥିବା ବିଭିନ୍ନ ଉନ୍ନୟନ କାର‌୍ୟ୍ୟର ସମୀକ୍ଷା କରିଛନ୍ତି। ଶ୍ରୀଯୁକ୍ତ ତ୍ରିପାଠୀ ବୌଦ୍ଧ ଜିଲ୍ଲାରେ ପହଞ୍ଚିବା ପରେ ଜିଲ୍ଲାପାଳ ସତ୍ୟରଂଜନ ସାହୁଙ୍କ ସମେତ ସମସ୍ତ ଜିଲ୍ଲାସ୍ତରୀୟ ଅଧିକାରୀ ତାଙ୍କୁ ସ୍ୱାଗତ ଜଣାଇଥିଲେ।

ପ୍ରଥମେ ସେ ଆର.ଏମ୍ .ସି ପରିସରରେ ଚାଲିଥିବା କୃଷକ ବଜାର ପ୍ରାଙ୍ଗଣରେ ଫଳ ଓ ପନିପରିବା ବିକ୍ରି କରୁଥିବା ଚାଷୀଙ୍କ ସହ ଆଲୋଚନା କରିଥିଲେ। ସରକାରଙ୍କ ଦ୍ୱାରା ଯୋଗାଇ ଦିଆଯାଇଥିବା ଭିତ୍ତିଭୂମିକୁ ନେଇ ବିକ୍ରେତାତଥା କ୍ରେତା ମାନେ ସନ୍ତୋଷ ବ୍ୟକ୍ତ କରିଥିଲେ । ପ୍ରତି ରବିବାର ଦିନ ଏହି ଠାରେ ବୁଣାକାର ବଜାର ବସୁଥିବା ଓ ବୌଦ୍ଧ ସମେତ ପାର୍ଶ୍ଵବର୍ତ୍ତୀ ଜିଲ୍ଲା ମାନଙ୍କରୁ ବୁଣାକାର ଏକତ୍ରିତ ହେବା ବିଷୟରେ ଉପସ୍ଥିତ ଚାଷୀ ତଥା ଅଧିକାରୀ ମାନେ ଅଧ୍ୟକ୍ଷ ଶ୍ରୀ ତ୍ରିପାଠୀଙ୍କୁ ଅବଗତ କରାଇଥିଲେ।

ପରେ ପରେ ଶ୍ରୀ ତ୍ରିପାଠୀ ବୌଦ୍ଧ ଜିଲ୍ଲା ସଦର ମହାକୁମାରେ ଦୁର୍ଗାଦେବୀ ତଥା ତ୍ରିନାଥ ବାବା ମିଶନ୍ ଶକ୍ତି ଗୋଷ୍ଠୀ ଦ୍ଵାରା ସଂଚାଳିତ ମିଲେଟ୍ ଶକ୍ତି କାଫେକୁ ପରିଦର୍ଶନରେ ଆସି ସଦସ୍ୟଙ୍କ ସହ କଥାବାର୍ତ୍ତା କରିଥିଲେ। ମିଲେଟ୍ ପ୍ରସ୍ତୁତ ଖାଦ୍ୟ ପ୍ରତି ଚାହିଦା ବଢୁଥିବା ବିଷୟରେ ସଦସ୍ୟ ମାନେ ତାଙ୍କୁ ଅବଗତ କରାଇଥିଲେ।

ଏହାପରେ ଶ୍ରୀ ତ୍ରିପାଠୀ ବୌଦ୍ଧ ଜିଲ୍ଲାରେ ନିର୍ମାଣାଧୀନ ୩୦୦ ବେଡ଼ ବିଶିଷ୍ଟ ଅତ୍ୟାଧୁନିକ ଜିଲ୍ଲା ଚିକିତ୍ସାଳୟର ନିର୍ମାଣ କାର‌୍ୟ୍ୟ ପରିଦର୍ଶନ କରିଥିଲେ। ସି.ଡ଼ି.ଏମ୍ .ଓ ତଥା ନିର୍ମାଣକାରୀ ସଂସ୍ଥା ପ୍ରତିନିଧି ମାନେ ଅଗ୍ରଗତି ସମ୍ପର୍କରେ ସୂଚନା ଦେଇଥିଲେ। ସାତ ମହଲା ବିଶିଷ୍ଟ ହେବାକୁ ଥିବା ଏହି ଚିକିତ୍ସାଳୟ ନିର୍ମାଣରେ ୯୮ କୋଟି ଟଙ୍କା ଖର୍ଚ୍ଚ ହେବ।

୨୦୨୨ ମସିହା ଅଗଷ୍ଟ ମାସରେ ଆରମ୍ଭ ହୋଇଥିବା ଏହି ନିର୍ମାଣ କାର‌୍ୟ୍ୟ ୨୦୨୩ ମସିହା ଡିସେମ୍ବର୍ ମାସ ସୁଦ୍ଧା ସାରିବା ପାଇଁ ଲକ୍ଷ୍ୟ ରଖାଯାଇଛି। ଏଥି ସହ ସେ ପଶ୍ଚିମ ଓଡ଼ିଶା ବିକାଶ ପରଷଦର ଅନୁଦାନରୁ ଆଗାମୀ ଜୁନ୍ ମାସ ସୁଦ୍ଧା କାର‌୍ୟ୍ୟକ୍ଷମ ହେବାକୁ ଥିବା ୨୦ ବେଡ଼ ବିଶିଷ୍ଟ ଅତ୍ୟାଧୁନିକ କିଡ଼ନୀ ଡାଏଲିସିସ୍ ୟୁନିଟ୍ ପରିଦର୍ଶନ କରିଥିଲେ। କୋଭିଡ଼-୧୯ ପଦକ୍ଷେପ ସ୍ବରୂପ ଏହାର ନିର୍ମାଣ ପାଇଁ ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ପକ୍ଷରୁ ୧ କୋଟି ଟଙ୍କାର ସହାୟତା ଦିଆ ଯାଇଥିଲା।

ଶ୍ରୀ ତ୍ରିପାଠୀ ମେଡ଼ିକାଲ କର୍ମଚାରୀଙ୍କ ସହ ମଧ୍ୟ ଏହାର ସଫଳ କାର‌୍ୟ୍ୟକାରିତା ସମ୍ପର୍କରେ ଆଲୋଚନା କରିଥିଲେ। ପରେପରେ ସେ ନିର୍ମାଣାଧୀନ ସାଂସ୍କୃତିକ ପ୍ରେକ୍ଷାଳୟ ଓ ସ୍ପୋର୍ଟ୍ସ କମ୍ପ୍ଲେକ୍ସ ‘ପଶ୍ଚିମା ଭବନ’ ର ଅଗ୍ରଗତି ଅନୁଧ୍ୟାନ କରିଥିଲେ। ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ପକ୍ଷରୁ ସଂସ୍କୃତି ଓ କ୍ରୀଡ଼ାର ବିକାଶ ପାଇଁ ଏହି ପ୍ରକଳ୍ପକୁ ୫.୫ କୋଟି ଟଙ୍କାର ଅନୁଦାନ ଦିଆଯାଇଛି।

ଜିଲ୍ଲା ସମ୍ମେଳନ କକ୍ଷରେ ଜିଲ୍ଲାପାଳ ଓ ସମସ୍ତ ଜିଲ୍ଲା ବିଭାଗୀୟ ଅଧିକାରୀ ମାନଙ୍କ ସହ ବିଭିନ୍ନ ଉନ୍ନୟନମୂଳକ କାର‌୍ୟ୍ୟ ସମୀକ୍ଷା କରିଥିଲେ। ବିଶେଷ ରୂପେ କୃଷି,ମତ୍ସ୍ୟ ଓ ପ୍ରାଣୀସମ୍ପଦ ,ଅଣୁ କ୍ଷୁଦ୍ର ଓ ମାଧ୍ୟମ ଶିଳ୍ପ ଭିତ୍ତିକ ଉଦ୍ୟୋଗ ମାନ ତ୍ଵରାନ୍ୱିତ କରିବା ଉପରେ ସେ ଗୁରୁତ୍ୱ ଦେଇଥିଲେ।

ବିଭିନ୍ନ ବିଭାଗୀୟ ଅଧିକାରୀ ମାନେ ସାମନ୍ଵିତ ତଥା ଏକାଭିମୁଖୀ ଲକ୍ଷ୍ୟ ନେଇ ଉପଲବ୍ଧ ସମ୍ବଳର ସୁବିନିଯୋଗ ପୂର୍ବକ ଜନସାଧାରଣଙ୍କ ଆର୍ଥିକ ବିକାଶ ନିମନ୍ତେ ସେ ବୈଠକରେ ଆହ୍ବାନ ଦେଇଥିଲେ। ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲାପାଳ ସତ୍ୟରଂଜନ ସାହୁଙ୍କ ସମେତ ପଶ୍ଚିମ ଓଡ଼ିଶା ବିକାଶ ପରିଷଦର ମୁଖ୍ୟ କାର‌୍ୟ୍ୟନିର୍ବାହୀ ଅଧିକାରୀ ଡା. ଅଜିତ କୁମାର ମିଶ୍ର,ବୈଷୟିକ ପରାମର୍ଶଦାତା ଶ୍ରୀ ସୁନୀଲ କୁମାର ନାୟକ,ବିଶେଷଜ୍ଞ ସଦସ୍ୟ ଶ୍ରୀ ସୁବୋଧ କୁମାର ପ୍ରଧାନ, ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଦାରିଦ୍ର‌୍ୟାଭଞ୍ଜନ ମଦନ ମୋହନ ପାତ୍ର, ଉପଜିଲ୍ଳାପାଳ ଶ୍ରୀ ରବୀନ୍ଦ୍ରନାଥ କହଁର,ଜିଲ୍ଳା ମୁଖ୍ୟଚିକିତ୍ସା ଅଧିକାରୀ ଡା. ଜୟକୃଷ୍ଣ ମିଶ୍ର, ଜିଲ୍ଲା ଯୋଜନା ଓ ସମନ୍ୱୟ ଉପନିର୍ଦ୍ଦେଶକ ଶ୍ରୀ ଇମାନୁଏଲ ସୋରେନଙ୍କ ସମେତ ସମସ୍ତ ଜିଲ୍ଳାସ୍ତରୀୟ ଅଧିକାରୀମାନେ ଯୋଗଦେଇଥିଲେ ।

ଏହି ଅବସରରେ ଶ୍ରୀ ତ୍ରିପାଠୀ କଲେକ୍ଟୋରେଟ ପରିସରରେ ନବନିର୍ମିତ ମିଶନ୍ ଶକ୍ତି ଫିଟନେସ୍ ଓ ହାପିନେସ୍ କ୍ଳବ୍ ପରିଦର୍ଶନ କରିଥିଲେ। ଅପରାହ୍ନରେ ,ବୌଦ୍ଧ ଜିଲ୍ଲାପାଳଙ୍କ ସହ ଚନ୍ଦ୍ରପୁର ଗ୍ରାମସ୍ଥିତ ବୃହତ ଜଳାଶୟ ରାଜାବନ୍ଧ ପରିଦର୍ଶନ କରିଥିଲେ। ୩୦୦ ଏକର ପରିବ୍ୟାପ୍ତ ନୈସର୍ଗିକ ସୌନ୍ଦର‌୍ୟ୍ୟ ଭରା ଏହି ଜଳାଶୟ ଜରିଆରେ ଲୋକଙ୍କ ବିକାଶ ପାଇଁ ବିଭିନ୍ନ ଯୋଜନା ସମନ୍ୱୟରେ ପାଣ୍ଠି ବ୍ୟବସ୍ଥା ହୋଇ ବୋଲି ମତ ଦେବା ସହ ଗାଧୋଇବା ପାଇଁ ସୁରକ୍ଷିତ ପାହାଚ ତଥା ବଣଭୋଜି ପାଇଁ ପିଣ୍ଡି ନିର୍ମାଣ କରିବାକୁ ଜିଲ୍ଲାପାଳଙ୍କୁ ଶ୍ରୀ ତ୍ରିପାଠୀ ପରାମର୍ଶ ଦେଇଥିଲେ।

ବୌଦ୍ଦ ଜିଲ୍ଲା ଗସ୍ତ ସାରି ଶ୍ରୀ ତ୍ରିପାଠୀ ସୁବର୍ଣ୍ଣପୁର ଜିଲ୍ଲା ଗସ୍ତରେ ଯାଇ ଜାତୀୟ ରାଜପଥ-୫୭ ସମୀପବର୍ତ୍ତୀ ଝିଙ୍କି ଠାରେ ପରିଷଦ ପକ୍ଷରୁ ନିର୍ମାଣାଧୀନ ହସ୍ତତନ୍ତ ମଲ୍ ର ନିର୍ମାଣ କାର‌୍ୟ୍ୟ ପରିଦର୍ଶନ କରିଥିଲେ। ପାର୍ଶ୍ଵବର୍ତ୍ତୀ ଜଳ ଉତ୍ସର ବିକାଶ ସହ ବିସ୍ତୃତ କାର‌୍ୟ୍ୟ ବିବରଣୀ ଅନୁସାରେ ବିଭିନ୍ନ ବିଭାଗ ସହ ସମନ୍ୱୟ ରକ୍ଷା କରି ଏହାକୁ ଏକ ସମ୍ମିଳିତ ଯୋଜନା ରୂପେ ବିକଶିତ କରିବାକୁ ସେ ଉପସ୍ଥିତ ଭାରପ୍ରାପ୍ତ ଜିଲ୍ଲାପାଳଙ୍କୁ ପରାମର୍ଶ ଦେଇଥିଲେ।

ଅଧ୍ୟକ୍ଷଙ୍କ ପରିଦର୍ଶନ ସମୟରେ ପଶ୍ଚିମ ଓଡ଼ିଶା ବିକାଶ ପରିଷଦର ମୁଖ୍ୟ କାର‌୍ୟ୍ୟନିର୍ବାହୀ ଅଧିକାରୀ ଡଃ ଅଜିତ କୁମାର ମିଶ୍ର, ବୈଷୟିକ ପରାମର୍ଶଦାତା ଶ୍ରୀ ସୁନୀଲ କୁମାର ନାୟକ ସୁବର୍ଣ୍ଣପୁର ଜିଲ୍ଲାର ଅନ୍ୟ ଅଧିକାରୀ ବୃନ୍ଦ ତଥା ପଂଚାୟତିରାଜ ଅନୁଷ୍ଠାନର ନିର୍ବାଚିତ ପ୍ରତିନିଧିଗଣ ଉପସ୍ଥିତ ଥିଲେ।

ଅସିତ କୁମାର ତ୍ରିପାଠୀ
Share. Facebook Twitter LinkedIn Email WhatsApp Copy Link

Related Posts

ଆଇଆଇଟି ବମ୍ବେରେ ‘ଭାରତ ଇନୋଭେଟ୍ସ ଡିପ୍-ଟେକ୍ ପ୍ରି-ସମିଟରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

March 22, 2026

ଅହମ୍ମଦାବାଦରେ ଓଡ଼ିଆ ପ୍ରବାସୀ ସମ୍ମିଳନୀ ‘ଓଡ଼ିଶା ପର୍ବ’ର ଦ୍ବିତୀୟ ଦିନ,ଯୋଗ ଦେଲେ ଉପମୁଖ୍ୟମନ୍ତ୍ରୀ

March 22, 2026

ଦେଶରେ ତୈଳ, ଗ୍ୟାସ ବିଦ୍ୟୁତ ଶକ୍ତିର ସ୍ଥିତି ସଂପର୍କରେ ସମୀକ୍ଷା କଲେ ପ୍ରଧାନମନ୍ତ୍ରୀ ମୋଦି

March 22, 2026

ରାଜ୍ୟ ସ୍ତରୀୟ ବିଶ୍ୱ ଜଳ ଦିବସ ସମାରୋହ ୨୦୨୬ ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ

March 22, 2026
Latest News

ଆଇଆଇଟି ବମ୍ବେରେ ‘ଭାରତ ଇନୋଭେଟ୍ସ ଡିପ୍-ଟେକ୍ ପ୍ରି-ସମିଟରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

March 22, 2026

ଭାରତୀୟ ରେଳବାଇ ଲୋକୋ ଓ ଟ୍ରାଫିକ୍ କର୍ମଚାରୀଙ୍କ ବର୍ଦ୍ଧିତ ଭତ୍ତାରେ ହେଲା ସଂଶୋଧନ

March 22, 2026

ଅହମ୍ମଦାବାଦରେ ଓଡ଼ିଆ ପ୍ରବାସୀ ସମ୍ମିଳନୀ ‘ଓଡ଼ିଶା ପର୍ବ’ର ଦ୍ବିତୀୟ ଦିନ,ଯୋଗ ଦେଲେ ଉପମୁଖ୍ୟମନ୍ତ୍ରୀ

March 22, 2026

ଦେଶରେ ତୈଳ, ଗ୍ୟାସ ବିଦ୍ୟୁତ ଶକ୍ତିର ସ୍ଥିତି ସଂପର୍କରେ ସମୀକ୍ଷା କଲେ ପ୍ରଧାନମନ୍ତ୍ରୀ ମୋଦି

March 22, 2026

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନୂଆ ରେକର୍ଡ, ଶାସନ କ୍ଷମତା ଶୀର୍ଷରେ ରହିବାର ହେଲା ୮,୯୩୧ ଦିନ

March 22, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.