Categories
ଆଜିର ଖବର ରାଜ୍ୟ ଖବର

ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ଅଧ୍ୟକ୍ଷଙ୍କ ବୌଦ୍ଧ ଓ ସୁବର୍ଣ୍ଣପୁର ଜିଲ୍ଲା ଗସ୍ତ

ଭୁବନେଶ୍ବର: ପଶ୍ଚିମ ଓଡ଼ିଶା ବିକାଶ ପରଷଦର ଅଧ୍ୟକ୍ଷ ଅସିତ କୁମାର ତ୍ରିପାଠୀ ଦିନିକିଆ ବୌଦ୍ଧ ଓ ସୁବର୍ଣ୍ଣପୁର ଜିଲ୍ଲା ଗସ୍ତରେ ଯାଇ ପରିଷଦ ପାଣ୍ଠିରେ ଚାଲିଥିବା ବିଭିନ୍ନ ଉନ୍ନୟନ କାର‌୍ୟ୍ୟର ସମୀକ୍ଷା କରିଛନ୍ତି। ଶ୍ରୀଯୁକ୍ତ ତ୍ରିପାଠୀ ବୌଦ୍ଧ ଜିଲ୍ଲାରେ ପହଞ୍ଚିବା ପରେ ଜିଲ୍ଲାପାଳ ସତ୍ୟରଂଜନ ସାହୁଙ୍କ ସମେତ ସମସ୍ତ ଜିଲ୍ଲାସ୍ତରୀୟ ଅଧିକାରୀ ତାଙ୍କୁ ସ୍ୱାଗତ ଜଣାଇଥିଲେ।

ପ୍ରଥମେ ସେ ଆର.ଏମ୍ .ସି ପରିସରରେ ଚାଲିଥିବା କୃଷକ ବଜାର ପ୍ରାଙ୍ଗଣରେ ଫଳ ଓ ପନିପରିବା ବିକ୍ରି କରୁଥିବା ଚାଷୀଙ୍କ ସହ ଆଲୋଚନା କରିଥିଲେ। ସରକାରଙ୍କ ଦ୍ୱାରା ଯୋଗାଇ ଦିଆଯାଇଥିବା ଭିତ୍ତିଭୂମିକୁ ନେଇ ବିକ୍ରେତାତଥା କ୍ରେତା ମାନେ ସନ୍ତୋଷ ବ୍ୟକ୍ତ କରିଥିଲେ । ପ୍ରତି ରବିବାର ଦିନ ଏହି ଠାରେ ବୁଣାକାର ବଜାର ବସୁଥିବା ଓ ବୌଦ୍ଧ ସମେତ ପାର୍ଶ୍ଵବର୍ତ୍ତୀ ଜିଲ୍ଲା ମାନଙ୍କରୁ ବୁଣାକାର ଏକତ୍ରିତ ହେବା ବିଷୟରେ ଉପସ୍ଥିତ ଚାଷୀ ତଥା ଅଧିକାରୀ ମାନେ ଅଧ୍ୟକ୍ଷ ଶ୍ରୀ ତ୍ରିପାଠୀଙ୍କୁ ଅବଗତ କରାଇଥିଲେ।

ପରେ ପରେ ଶ୍ରୀ ତ୍ରିପାଠୀ ବୌଦ୍ଧ ଜିଲ୍ଲା ସଦର ମହାକୁମାରେ ଦୁର୍ଗାଦେବୀ ତଥା ତ୍ରିନାଥ ବାବା ମିଶନ୍ ଶକ୍ତି ଗୋଷ୍ଠୀ ଦ୍ଵାରା ସଂଚାଳିତ ମିଲେଟ୍ ଶକ୍ତି କାଫେକୁ ପରିଦର୍ଶନରେ ଆସି ସଦସ୍ୟଙ୍କ ସହ କଥାବାର୍ତ୍ତା କରିଥିଲେ। ମିଲେଟ୍ ପ୍ରସ୍ତୁତ ଖାଦ୍ୟ ପ୍ରତି ଚାହିଦା ବଢୁଥିବା ବିଷୟରେ ସଦସ୍ୟ ମାନେ ତାଙ୍କୁ ଅବଗତ କରାଇଥିଲେ।

ଏହାପରେ ଶ୍ରୀ ତ୍ରିପାଠୀ ବୌଦ୍ଧ ଜିଲ୍ଲାରେ ନିର୍ମାଣାଧୀନ ୩୦୦ ବେଡ଼ ବିଶିଷ୍ଟ ଅତ୍ୟାଧୁନିକ ଜିଲ୍ଲା ଚିକିତ୍ସାଳୟର ନିର୍ମାଣ କାର‌୍ୟ୍ୟ ପରିଦର୍ଶନ କରିଥିଲେ। ସି.ଡ଼ି.ଏମ୍ .ଓ ତଥା ନିର୍ମାଣକାରୀ ସଂସ୍ଥା ପ୍ରତିନିଧି ମାନେ ଅଗ୍ରଗତି ସମ୍ପର୍କରେ ସୂଚନା ଦେଇଥିଲେ। ସାତ ମହଲା ବିଶିଷ୍ଟ ହେବାକୁ ଥିବା ଏହି ଚିକିତ୍ସାଳୟ ନିର୍ମାଣରେ ୯୮ କୋଟି ଟଙ୍କା ଖର୍ଚ୍ଚ ହେବ।

୨୦୨୨ ମସିହା ଅଗଷ୍ଟ ମାସରେ ଆରମ୍ଭ ହୋଇଥିବା ଏହି ନିର୍ମାଣ କାର‌୍ୟ୍ୟ ୨୦୨୩ ମସିହା ଡିସେମ୍ବର୍ ମାସ ସୁଦ୍ଧା ସାରିବା ପାଇଁ ଲକ୍ଷ୍ୟ ରଖାଯାଇଛି। ଏଥି ସହ ସେ ପଶ୍ଚିମ ଓଡ଼ିଶା ବିକାଶ ପରଷଦର ଅନୁଦାନରୁ ଆଗାମୀ ଜୁନ୍ ମାସ ସୁଦ୍ଧା କାର‌୍ୟ୍ୟକ୍ଷମ ହେବାକୁ ଥିବା ୨୦ ବେଡ଼ ବିଶିଷ୍ଟ ଅତ୍ୟାଧୁନିକ କିଡ଼ନୀ ଡାଏଲିସିସ୍ ୟୁନିଟ୍ ପରିଦର୍ଶନ କରିଥିଲେ। କୋଭିଡ଼-୧୯ ପଦକ୍ଷେପ ସ୍ବରୂପ ଏହାର ନିର୍ମାଣ ପାଇଁ ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ପକ୍ଷରୁ ୧ କୋଟି ଟଙ୍କାର ସହାୟତା ଦିଆ ଯାଇଥିଲା।

ଶ୍ରୀ ତ୍ରିପାଠୀ ମେଡ଼ିକାଲ କର୍ମଚାରୀଙ୍କ ସହ ମଧ୍ୟ ଏହାର ସଫଳ କାର‌୍ୟ୍ୟକାରିତା ସମ୍ପର୍କରେ ଆଲୋଚନା କରିଥିଲେ। ପରେପରେ ସେ ନିର୍ମାଣାଧୀନ ସାଂସ୍କୃତିକ ପ୍ରେକ୍ଷାଳୟ ଓ ସ୍ପୋର୍ଟ୍ସ କମ୍ପ୍ଲେକ୍ସ ‘ପଶ୍ଚିମା ଭବନ’ ର ଅଗ୍ରଗତି ଅନୁଧ୍ୟାନ କରିଥିଲେ। ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ପକ୍ଷରୁ ସଂସ୍କୃତି ଓ କ୍ରୀଡ଼ାର ବିକାଶ ପାଇଁ ଏହି ପ୍ରକଳ୍ପକୁ ୫.୫ କୋଟି ଟଙ୍କାର ଅନୁଦାନ ଦିଆଯାଇଛି।

ଜିଲ୍ଲା ସମ୍ମେଳନ କକ୍ଷରେ ଜିଲ୍ଲାପାଳ ଓ ସମସ୍ତ ଜିଲ୍ଲା ବିଭାଗୀୟ ଅଧିକାରୀ ମାନଙ୍କ ସହ ବିଭିନ୍ନ ଉନ୍ନୟନମୂଳକ କାର‌୍ୟ୍ୟ ସମୀକ୍ଷା କରିଥିଲେ। ବିଶେଷ ରୂପେ କୃଷି,ମତ୍ସ୍ୟ ଓ ପ୍ରାଣୀସମ୍ପଦ ,ଅଣୁ କ୍ଷୁଦ୍ର ଓ ମାଧ୍ୟମ ଶିଳ୍ପ ଭିତ୍ତିକ ଉଦ୍ୟୋଗ ମାନ ତ୍ଵରାନ୍ୱିତ କରିବା ଉପରେ ସେ ଗୁରୁତ୍ୱ ଦେଇଥିଲେ।

ବିଭିନ୍ନ ବିଭାଗୀୟ ଅଧିକାରୀ ମାନେ ସାମନ୍ଵିତ ତଥା ଏକାଭିମୁଖୀ ଲକ୍ଷ୍ୟ ନେଇ ଉପଲବ୍ଧ ସମ୍ବଳର ସୁବିନିଯୋଗ ପୂର୍ବକ ଜନସାଧାରଣଙ୍କ ଆର୍ଥିକ ବିକାଶ ନିମନ୍ତେ ସେ ବୈଠକରେ ଆହ୍ବାନ ଦେଇଥିଲେ। ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲାପାଳ ସତ୍ୟରଂଜନ ସାହୁଙ୍କ ସମେତ ପଶ୍ଚିମ ଓଡ଼ିଶା ବିକାଶ ପରିଷଦର ମୁଖ୍ୟ କାର‌୍ୟ୍ୟନିର୍ବାହୀ ଅଧିକାରୀ ଡା. ଅଜିତ କୁମାର ମିଶ୍ର,ବୈଷୟିକ ପରାମର୍ଶଦାତା ଶ୍ରୀ ସୁନୀଲ କୁମାର ନାୟକ,ବିଶେଷଜ୍ଞ ସଦସ୍ୟ ଶ୍ରୀ ସୁବୋଧ କୁମାର ପ୍ରଧାନ, ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଦାରିଦ୍ର‌୍ୟାଭଞ୍ଜନ ମଦନ ମୋହନ ପାତ୍ର, ଉପଜିଲ୍ଳାପାଳ ଶ୍ରୀ ରବୀନ୍ଦ୍ରନାଥ କହଁର,ଜିଲ୍ଳା ମୁଖ୍ୟଚିକିତ୍ସା ଅଧିକାରୀ ଡା. ଜୟକୃଷ୍ଣ ମିଶ୍ର, ଜିଲ୍ଲା ଯୋଜନା ଓ ସମନ୍ୱୟ ଉପନିର୍ଦ୍ଦେଶକ ଶ୍ରୀ ଇମାନୁଏଲ ସୋରେନଙ୍କ ସମେତ ସମସ୍ତ ଜିଲ୍ଳାସ୍ତରୀୟ ଅଧିକାରୀମାନେ ଯୋଗଦେଇଥିଲେ ।

ଏହି ଅବସରରେ ଶ୍ରୀ ତ୍ରିପାଠୀ କଲେକ୍ଟୋରେଟ ପରିସରରେ ନବନିର୍ମିତ ମିଶନ୍ ଶକ୍ତି ଫିଟନେସ୍ ଓ ହାପିନେସ୍ କ୍ଳବ୍ ପରିଦର୍ଶନ କରିଥିଲେ। ଅପରାହ୍ନରେ ,ବୌଦ୍ଧ ଜିଲ୍ଲାପାଳଙ୍କ ସହ ଚନ୍ଦ୍ରପୁର ଗ୍ରାମସ୍ଥିତ ବୃହତ ଜଳାଶୟ ରାଜାବନ୍ଧ ପରିଦର୍ଶନ କରିଥିଲେ। ୩୦୦ ଏକର ପରିବ୍ୟାପ୍ତ ନୈସର୍ଗିକ ସୌନ୍ଦର‌୍ୟ୍ୟ ଭରା ଏହି ଜଳାଶୟ ଜରିଆରେ ଲୋକଙ୍କ ବିକାଶ ପାଇଁ ବିଭିନ୍ନ ଯୋଜନା ସମନ୍ୱୟରେ ପାଣ୍ଠି ବ୍ୟବସ୍ଥା ହୋଇ ବୋଲି ମତ ଦେବା ସହ ଗାଧୋଇବା ପାଇଁ ସୁରକ୍ଷିତ ପାହାଚ ତଥା ବଣଭୋଜି ପାଇଁ ପିଣ୍ଡି ନିର୍ମାଣ କରିବାକୁ ଜିଲ୍ଲାପାଳଙ୍କୁ ଶ୍ରୀ ତ୍ରିପାଠୀ ପରାମର୍ଶ ଦେଇଥିଲେ।

ବୌଦ୍ଦ ଜିଲ୍ଲା ଗସ୍ତ ସାରି ଶ୍ରୀ ତ୍ରିପାଠୀ ସୁବର୍ଣ୍ଣପୁର ଜିଲ୍ଲା ଗସ୍ତରେ ଯାଇ ଜାତୀୟ ରାଜପଥ-୫୭ ସମୀପବର୍ତ୍ତୀ ଝିଙ୍କି ଠାରେ ପରିଷଦ ପକ୍ଷରୁ ନିର୍ମାଣାଧୀନ ହସ୍ତତନ୍ତ ମଲ୍ ର ନିର୍ମାଣ କାର‌୍ୟ୍ୟ ପରିଦର୍ଶନ କରିଥିଲେ। ପାର୍ଶ୍ଵବର୍ତ୍ତୀ ଜଳ ଉତ୍ସର ବିକାଶ ସହ ବିସ୍ତୃତ କାର‌୍ୟ୍ୟ ବିବରଣୀ ଅନୁସାରେ ବିଭିନ୍ନ ବିଭାଗ ସହ ସମନ୍ୱୟ ରକ୍ଷା କରି ଏହାକୁ ଏକ ସମ୍ମିଳିତ ଯୋଜନା ରୂପେ ବିକଶିତ କରିବାକୁ ସେ ଉପସ୍ଥିତ ଭାରପ୍ରାପ୍ତ ଜିଲ୍ଲାପାଳଙ୍କୁ ପରାମର୍ଶ ଦେଇଥିଲେ।

ଅଧ୍ୟକ୍ଷଙ୍କ ପରିଦର୍ଶନ ସମୟରେ ପଶ୍ଚିମ ଓଡ଼ିଶା ବିକାଶ ପରିଷଦର ମୁଖ୍ୟ କାର‌୍ୟ୍ୟନିର୍ବାହୀ ଅଧିକାରୀ ଡଃ ଅଜିତ କୁମାର ମିଶ୍ର, ବୈଷୟିକ ପରାମର୍ଶଦାତା ଶ୍ରୀ ସୁନୀଲ କୁମାର ନାୟକ ସୁବର୍ଣ୍ଣପୁର ଜିଲ୍ଲାର ଅନ୍ୟ ଅଧିକାରୀ ବୃନ୍ଦ ତଥା ପଂଚାୟତିରାଜ ଅନୁଷ୍ଠାନର ନିର୍ବାଚିତ ପ୍ରତିନିଧିଗଣ ଉପସ୍ଥିତ ଥିଲେ।

Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

ଉଦ୍‌ଘାଟିତ ହେଲା ସର୍ବଭାରତୀୟ ଗୋପାଳନ ସମ୍ମିଳନୀ

ଭୁବନେଶ୍ୱର: ପଶ୍ଚିମ ଓଡ଼ିଶା ବିକାଶ ପରିଷଦର ଅଧ୍ୟକ୍ଷ ତଥା ମୁଖ୍ୟମନ୍ତ୍ରୀଙ୍କ ପ୍ରମୁଖ ପରାମର୍ଶଦାତା ଶ୍ରୀ ଅସିତ କୁମାର ତ୍ରିପାଠୀ ବଲାଙ୍ଗିର ଗସ୍ତରେ ଯାଇ ଆଜି ସେଠାରେ ଜିଲ୍ଲା ପ୍ରଶାସନ ଦ୍ୱାରା ଆୟୋଜିତ ସର୍ବଭାରତୀୟ ଗୋପାଳନ ସମ୍ମିଳନୀର ଶୁଭ ଉଦ୍‌ଘାଟନ କରିଛନ୍ତି।

ବଲାଙ୍ଗିର ଏବେ ଗୋପାଳନ ଏବଂ ଦୁଗ୍ଧ ଉତ୍ପାଦନ କ୍ଷେତ୍ରରେ ଅଗ୍ରଣୀ ଜିଲ୍ଲା ଭାବେ ନିଜକୁ ପ୍ରତିପାଦିତ କରିପାରିଛି। ଗତ ଅକେଫାବର ମାସରେ ସଇଁତଳାଠାରେ ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ପାଣ୍ଠିରୁ କରାଯାଇଥିବା ବୃହତ୍‌ ଦୁଗ୍ଧ ଶୀତଳୀକରଣ କେନ୍ଦ୍ର ସ୍ଥାପନ ତା’ର ଏକ ଉଦାହରଣ।

ଏହି ଅବସରରେ ଉପସ୍ଥିତ ଦୁଗ୍ଧ ଚାଷୀମାନଙ୍କୁ ଉଦ୍‌ବୋଧନ ଦେଇ ଦୁଗ୍ଧ ଚାଷୀ, ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀ ଏବଂ ନିର୍ବାଚିତ ଜନପ୍ରତିନିଧିଗଣ ମିଳିତ ଭାବରେ ଦଳଗତ ମନୋଭାବ ନେଇ ଏ ଦିଗରେ କାର୍ଯ୍ୟକଲେ ସଫଳତା ନିଶ୍ଚୟ ମିଳିପାରିବ ବୋଲି କହିଥିଲେ। ବିଜୁ ଏକ୍ସପ୍ରେସ୍‌ କରିଡୋରର ଲାଭ ଉଠାଇବା ସହ କୃଷି ଉଦ୍ୟୋଗ, ଗୋପାଳନ, ଉଦ୍ୟାନ କୃଷି, ପିସିକଲଚର ଭଳି ଉଦ୍ୟୋଗରେ ବିକାଶ କରାଯାଇପାରିବ ବୋଲି ସେ ଆଶାପୋଷଣ କରିଥିଲେ।

ସଂପ୍ରତି ବଲାଙ୍ଗିର ଜିଲ୍ଲାରେ ଉତ୍ପାଦିତ ଦୁଗ୍ଧ ଓ ଦୁଗ୍ଧଜାତ ଉତ୍ପାଦର ପଡ଼ୋଶୀ ଜିଲ୍ଲାଗୁଡ଼ିକରେ ବିଶେଷ ଚାହିଦା ରହିଛି। ଦୁଗ୍ଧ ଉତ୍ପାଦନ ସଂସ୍ଥାଗୁଡ଼ିକର କ୍ଷମତାକୁ ଉଚିତ ମାର୍ଗରେ ପରିଚାଳିତ କରିପାରିଲେ ତାହା ପଶ୍ଚିମ ଓଡ଼ିଶାର ଲୋକଙ୍କୁ ପ୍ରକୃତରେ ସାମାଜିକ ଓ ଅର୍ଥନୈତିକ ଭାବେ ସଶକ୍ତ କରିପାରିବ ବୋଲି କହିଥିଲେ।

ସେ ଯୁବବର୍ଗଙ୍କୁ ଆହ୍ୱାନ ଜଣାଇ ସରକାରଙ୍କ ବିଭିନ୍ନ ବିକାଶମୂଳକ କାର୍ଯ୍ୟକ୍ରମର, ବିଶେଷ କରି, ସୂକ୍ଷ୍ମ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ପ୍ରତି ଆକର୍ଷିତ ହେବା ଏବଂ ବାହାରୁ ଆସୁଥିବା କମ୍ପାନୀଗୁଡ଼ିକ ସହ ସହବନ୍ଧିତ ହୋଇ ଲାଭାନ୍ୱିତ ହେବାକୁ ସେ ପରାମର୍ଶ ଦେଇଥିଲେ।

ଆଜିର ଏହି କାର୍ଯ୍ୟକ୍ରମରେ ଉତ୍ତରାଞ୍ଚଳ ରାଜସ୍ୱ ଆୟୁକ୍ତ ଶ୍ରୀ ସୁରେଶ ଚନ୍ଦ୍ର ଦଳେଇ, ବଲାଙ୍ଗିର ଜିଲ୍ଲାପାଳ ଶ୍ରୀ ଚଞ୍ଚଲ ରାଣା, ବିକେଏମ୍‌ ଦୁଗ୍ଧ ସଂଘର ଅଧ୍ୟକ୍ଷା ଶ୍ରୀମତୀ ସୀମା ପଟେଲ, ଜିଲ୍ଲା ପରିଷଦ ଅଧ୍ୟକ୍ଷା ଶ୍ରୀମତୀ ଦେବକୀ ସାହୁ, ଓମ୍‌ଫେଡ୍‌ର ପରିଚାଳନା ନିର୍ଦ୍ଦେଶକ ଶ୍ରୀ ଆଶିଷ ଚନ୍ଦ୍ର ସିହ୍ନା, ଡବ୍ଲୁ୍ୟଓଡିସିର ମୁଖ୍ୟ କାର୍ଯ୍ୟନିର୍ବାହୀ ଡ. ଅଜିତ କୁମାର ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ମୁଖ୍ୟମନ୍ତ୍ରୀଙ୍କ ପ୍ରମୁଖ ପରାମର୍ଶଦାତାଙ୍କୁ ସାକ୍ଷାତ କଲେ ଭିସୁଟ୍‌ର କୁଳପତି

ଭୁବନେଶ୍ୱର: ବୀର ସୁରେନ୍ଦ୍ର ସାଏ ବୈଷୟିକ ବିଶ୍ୱବିଦ୍ୟାଳୟର କୁଳପତି ପ୍ରାଧ୍ୟାପକ ବଂଶୀଧର ମାଝୀ ଆଜି ପୂର୍ବାହ୍ନରେ ମୁଖ୍ୟମନ୍ତ୍ରୀଙ୍କ ପ୍ରମୁଖ ପରାମର୍ଶଦାତା ତଥା ପଶ୍ଚିମ ଓଡ଼ିଶା ବିକାଶ ପରିଷଦର ଅଧ୍ୟକ୍ଷ ଶ୍ରୀ ଅସିତ କୁମାର ତ୍ରିପାଠୀଙ୍କୁ ସାକ୍ଷାତ କରି ନିକଟରେ ବିଶ୍ୱବିଦ୍ୟାଳୟ ପାଇଁ ସରକାର ନେଇଥିବା ପଦକ୍ଷେପ ପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇବା ସହ ଏହି ଉପକ୍ରମରେ ଶ୍ରୀ ତ୍ରିପାଠୀଙ୍କ ସହଯୋଗର ଭୂୟସୀ ପ୍ରଶଂସା କରିଥିଲେ ।

ପୂର୍ବତନ ଛାତ୍ର ଭାବେ ଶ୍ରୀ ବ୍ରହ୍ମାନନ୍ଦ ମିଶ୍ର ଓ ଶ୍ରୀ ବିମଳ କୁମାର ମିଶ୍ର କୁଳପତିଙ୍କ ସହ ଏହି ସାକ୍ଷାତବେଳେ ଉପସ୍ଥିତ ଥିଲେ । ବିଶ୍ୱବିଦ୍ୟାଳୟକୁ ୫-‘ଟି’ ଉପକ୍ରମ ମଧ୍ୟରେ ସାମିଲ କରିଥିବାରୁ ସେମାନେ ୫-‘ଟି’ ସଚିବ ଶ୍ରୀ ଭି. କାର୍ତ୍ତିକେୟନ୍‌ ପାଣ୍ଡିଆନ୍‌ଙ୍କୁ ମଧ୍ୟ ଧନ୍ୟବାଦ ଜଣାଇଥିଲେ । ଦଶହରା ଛୁଟି ପରେ ଏକ ଛାତ୍ର ପ୍ରତିନିଧି ମଣ୍ଡଳୀ ସହ ପୁରାତନ ବିଦ୍ୟାର୍ଥୀ ସ୍ୱତନ୍ତ୍ର ଭାବେ ମୁଖ୍ୟମନ୍ତ୍ରୀଙ୍କୁ ଭେଟି କୃତଜ୍ଞତା ଜଣାଇବେ ବୋଲି କୁଳପତି ପ୍ରାଧ୍ୟାପକ ମାଝୀ କହିଥିଲେ ।

ଆଗାମୀ ୫ ବର୍ଷ ମଧ୍ୟରେ ତିନୋଟି ପର୍ଯ୍ୟାୟରେ ୨ ହଜାର କୋଟି ଅର୍ଥ ବ୍ୟୟ କରି ଏହାକୁ ଏକ ପୂର୍ଣ୍ଣାଙ୍ଗ ଗବେଷଣା ବିଶ୍ୱବିଦ୍ୟାଳୟ ଭାବେ ଗଢ଼ିତୋଳିବା ପାଇଁ ମାଷ୍ଟର ପ୍ଲାନ୍‌ କରାଯାଇଛି, ଯାହାକୁ ରାଜ୍ୟ ସରକାର ଅନୁମୋଦନ କରିଛନ୍ତି । ସେହିପରି ୨୦୩୦ ସୁଦ୍ଧା ଭିଏସ୍‌ଏସ୍‌ୟୁଟିକୁ ବହୁ ବିଭାଗୀୟ ଇଂଜିନିୟରିଂ ଏବଂ ଗବେଷଣା ବିଶ୍ୱବିଦ୍ୟାଳୟ ଭାବେ ବିକଶିତ କରାଯିବ । ଏଥି ସହ ବିଶ୍ୱବିଦ୍ୟାଳୟ ଅଧୀନରେ ୧୪ରୁ ଅଧିକ ବିଭାଗ ଖୋଲାଯିବା ସହ ୨୭ରୁ ଊଦ୍ଧ୍ୱର୍ ଉତ୍କର୍ଷ କେନ୍ଦ୍ର ଗଠନ କରାଯିବ ।

ଏହି ବିଶ୍ୱବିଦ୍ୟାଳୟକୁ ଯୁଗୋପଯୋଗୀ କରାଯାଇ ଅଧିକ ବ୍ୟବହାରିକ ବିଷୟରେ ପାଠ ପଢ଼ିବାର ବ୍ୟବସ୍ଥା କରାଯିବା ପାଇଁ ଯୋଜନା କରାଯାଇଛି । ଆଗାମୀ ୨୦୨୬ ସୁଦ୍ଧା ଏହି ବିଶ୍ୱବିଦ୍ୟାଳୟ ଅଧୀନରେ ପ୍ରାୟ ୧୦ ହଜାର ଛାତ୍ରଛାତ୍ରୀ ପଢ଼ିପାରିବେ ବୋଲି କୁଳପତି ଶ୍ରୀ ମାଝୀ ଏହି ସାକ୍ଷାତ ସମୟରେ ପ୍ରକାଶ କରିଛନ୍ତି ।

Categories
Hockey Worldcup23 ଆଜିର ଖବର ରାଜ୍ୟ ଖବର

ମୁଖ୍ୟମନ୍ତ୍ରୀଙ୍କ ପ୍ରମୁଖ ପରାମର୍ଶଦାତାଙ୍କର ବଣାଇ ହକି ଷ୍ଟାଡିୟମ୍‌ ସହ ବିକାଶମୂଳକ କାର୍ଯ୍ୟ ପରିଦର୍ଶନ

ଭୁବନେଶ୍ୱର: ପଶ୍ଚିମ ଓଡ଼ିଶା ବିକାଶ ପରିଷଦର ଅଧ୍ୟକ୍ଷ ତଥା ମୁଖ୍ୟମନ୍ତ୍ରୀଙ୍କ ପ୍ରମୁଖ ପରାମର୍ଶଦାତା ଶ୍ରୀ ଅସିତ କୁମାର ତ୍ରିପାଠୀ ଜିଲ୍ଲା ଗସ୍ତର ତୃତୀୟ ଦିନରେ ସୁନ୍ଦରଗଡ଼ ଜିଲ୍ଲା ଗସ୍ତ କରିଛନ୍ତି । ସେ ସେଠାରେ ବିଭିନ୍ନ ପ୍ରକଳ୍ପ ସହ ଜିଲ୍ଲାର ଝିରଡ଼ାପାଲିଠାରେ ନିର୍ମାଣାଧୀନ ଭାରୀ ମୋଟର ଯାନ ଡ୍ରାଇଭିଂ ତାଲିମ କେନ୍ଦ୍ର ବୁଲି ଦେଖିଥିଲେ ।

ଜିଲ୍ଲା ଖଣିଜ ପାଣ୍ଠି ଅନୁଦାନ ଅର୍ଥ ୫୫ କୋଟି ଟଙ୍କା ବ୍ୟୟ ଅଟକଳରେ ଏନ୍‌ବିସିସି ଦ୍ୱାରା କରାଯାଉଥିବା ଏହି ପ୍ରକଳ୍ପର ନିର୍ମାଣ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ଆଉ ତିନିମାସ ମଧ୍ୟରେ ଏହା ପୂର୍ଣ୍ଣାଙ୍ଗ ଭାବେ କାର୍ଯ୍ୟକ୍ଷମ ହେବ ବୋଲି ଅନୁମାନ କରାଯାଉଛି ।

ଏହା କାର୍ଯ୍ୟକ୍ଷମ ହେଲେ ଭାରୀ ମୋଟର ଯାନ ଚାଳନା ଦକ୍ଷତା ତାଲିମ କ୍ଷେତ୍ରରେ ଏକ ମାଇଲ ଖୁଣ୍ଟ ହେବ । ଶ୍ରୀ ତ୍ରିପାଠୀ ବଣାଇ ବ୍ଲକ୍‌ର ବଇଦପାଲିସ୍ଥିତ ବାଳିକା ସରକାରୀ ଉଚ୍ଚ ବିଦ୍ୟାଳୟ ଯାଇ ସେଠାରେ ୫-‘ଟି’ ଉପକ୍ରମରେ କରାଯାଉଥିବା ରୂପାନ୍ତରଣ କାର୍ଯ୍ୟ ପରିଦର୍ଶନ କରିଥିଲେ ।

ସେଠାରେ ସେ ସ୍ମାର୍ଟ ଶ୍ରେଣୀଗୃହ, ବିଜ୍ଞାନାଗାର, ପାଠାଗାର, କମ୍ପୁ୍ୟଟର ଲାବ୍‌ ଇତ୍ୟାଦି ବୁଲି ଦେଖିବା ସମୟରେ ଛାତ୍ରୀ ଓ ଶିକ୍ଷକଶିକ୍ଷୟିତ୍ରୀଙ୍କ ସହ ଭାବବିନିମୟବେଳେ ବିଦ୍ୟାଳୟ ରୂପାନ୍ତରଣ କାର୍ଯ୍ୟ ଏକ ଅନୁକୂଳ ଶୈକ୍ଷିକ ବାତାବରଣ ସୃଷ୍ଟି କରିଥିବା କହି ଛାତ୍ରୀମାନେ ତାଙ୍କର ସନ୍ତୋଷ ବ୍ୟକ୍ତ କରିଥିଲେ ।

ଏହା ପରେ ଇଡ଼୍‌କୋ ଦ୍ୱାରା ବଣାଇରେ ୧୦ କୋଟି ଟଙ୍କା ବ୍ୟୟ ଅଟକଳରେ ଚାଲିଥିବା ସିନ୍ଥେଟିକ୍‌ ହକି ତାଲିମ କେନ୍ଦ୍ର ନିର୍ମାଣ କାର୍ଯ୍ୟ ବୁଲିଦେଖି କାର୍ଯ୍ୟର ମାନ ବିଷୟରେ ସେଠାରେ ଅବସ୍ଥପିତ ଡିଭିଜନାଲ ମୁଖ୍ୟଙ୍କ ସହ ବାର୍ତ୍ତାଳାପ କରିଥିଲେ ।

Categories
ଆଜିର ଖବର ରାଜ୍ୟ ଖବର

ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ଅଧ୍ୟକ୍ଷଙ୍କ ଆଠମଲ୍ଲିକ ଗସ୍ତ, ବିଭିନ୍ନ ପ୍ରକଳ୍ପର କଲେ ଶିଳାନ୍ୟାସ

ଭୁବନେଶ୍ୱର: ପଶ୍ଚିମ ଓଡ଼ିଶା ବିକାଶ ପରିଷଦର ଅଧ୍ୟକ୍ଷ ତଥା ମୁଖ୍ୟମନ୍ତ୍ରୀଙ୍କ ପ୍ରମୁଖ ପରାମର୍ଶଦାତା ଶ୍ରୀ ଅସିତ କୁମାର ତ୍ରିପାଠୀ ଅନୁଗୋଳ ଜିଲ୍ଲାର ଆଠମଲ୍ଲିକ ଅଞ୍ଚଳ ଗସ୍ତ କରି ସେଠାରେ ବିଭିନ୍ନ ବିକାଶମୂଳକ ପ୍ରକଳ୍ପଗୁଡ଼ିକୁ ବୁଲି ଦେଖିଛନ୍ତି। ଏଥି ସହିତ ସେ କେତେକ ପ୍ରକଳ୍ପର ଶିଳାନ୍ୟାସ କରିଛନ୍ତି, ସେଥିରେ ଆଠମଲ୍ଲିକଠାରେ ବହୁପ୍ରତିକ୍ଷିତ ପ୍ରେକ୍ଷାଳୟର ଶିଳାନ୍ୟାସ ଅନ୍ତର୍ଭୁକ୍ତ।

ଏହା ଆଗାମୀ ଦିନରେ ସାମାଜିକ ଓ ସାଂସ୍କୃତିକ କାର୍ଯ୍ୟକ୍ରମ ସକାଶେ ଏକ ପ୍ରମୁଖ କେନ୍ଦ୍ର ଭାବେ ପରିଗଣିତ ହେବ। ବହୁଦିନରୁ ଏଥି ପାଇଁ ସ୍ଥାନୀୟ ଜନସାଧାରଣ ଦାବି କରିଆସୁଥିଲେ। ତା’ପରେ ମଞ୍ଜୋରଠାରେ ୨ କୋଟି ଟଙ୍କା ବ୍ୟୟ ଅଟକଳରେ ନିର୍ମିତ ହେବାକୁ ଥିବା ମଞ୍ଜୋର ଇକୋ-ପାର୍କର ଶିଳାନ୍ୟାସ କରାଯାଇଥିଲା।

ଏହି ଅବସରରେ ସେ ସେଠାରେ ଉପସ୍ଥିତ ଜନସାଧାରଣଙ୍କୁ ଉଦ୍‌ବୋଧନ ଦେଇ ଏହି ଇକୋ-ପାର୍କର ସ୍ଥାନୀୟ ଲୋକଙ୍କ ସାମାଜିକ-ଆର୍ଥିକ ବିକାଶ ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ନେବା ସହ ଆଗାମୀ ଦିନରେ ଏହା ଏକ ଗୁରୁତ୍ୱପୂର୍ଣ୍ଣ ପର୍ଯ୍ୟଟନସ୍ଥଳୀ ଭାବେ ବିକଶିତ ହୋଇପାରିବ ବୋଲି କହିଥିଲେ। ଏହା ସ୍ଥାନୀୟ ଲୋକଙ୍କୁ ନୂଆ ଜୀବିକା ସୃଷ୍ଟିର ସୁଯୋଗ ପ୍ରଦାନ କରିବ।

ଏହାପରେ ଶ୍ରୀ ତ୍ରିପାଠୀ ମଞ୍ଜୋରସ୍ଥିର ମଧ୍ୟମ ଜଳସେଚନ ପ୍ରକଳ୍ପକୁ ସ୍ଥାନୀୟ ବିଧାୟକ ଶ୍ରୀ ରମେଶ ଚନ୍ଦ୍ର ସାଏ, ଜଳସେଚନ ବିଭାଗ ମୁଖ୍ୟଯନ୍ତ୍ରୀ, ଜିଲ୍ଲାପାଳ ଅନୁଗୋଳ ଏବଂ ଅନ୍ୟାନ୍ୟ ବରିଷ୍ଠ ଅଧିକାରୀଗଣଙ୍କ ଗହଣରେ ବୁଲି ଦେଖିଥିଲେ। ପରେ ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ପ୍ରଦତ୍ତ ଅର୍ଥରେ ନିର୍ମିତ କିଶୋର ନଗର ଯୁକ୍ତ-୩ ଡିଗ୍ରୀ ମହାବିଦ୍ୟାଳୟର ନବନିର୍ମିତ ଉପରମହଲା ଶ୍ରେଣୀ ଗୃହର ଶୁଭ ଉଦ୍‌ଘାଟନ କରିଥିଲେ।

ଏଥି ସହିତ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ପ୍ରକାରେ ଆଠମଲ୍ଲିକ ଉପଖଣ୍ଡର ୩ଟି ମହାବିଦ୍ୟାଳୟ ଏବଂ ୧୩ଟି ଉଚ୍ଚବିଦ୍ୟାଳୟ ନାମରେ ପ୍ରସ୍ତୁତ ଜମିପଟ୍ଟା ସଂପୃକ୍ତ ଅନୁଷ୍ଠାନଗୁଡ଼ିକୁ ପ୍ରଦାନ କରାଯାଇଥିଲା।

ଏହି ଗସ୍ତର ବିଭିନ୍ନ କାର୍ଯ୍ୟକ୍ରମରେ ବିଧାୟକ ଶ୍ରୀ ରମେଶ ଚନ୍ଦ୍ର ସାଏ, ଜିଲ୍ଲା ପରିଷଦ ଅଧ୍ୟକ୍ଷା ଶ୍ରୀମତୀ ବବିତା ପ୍ରଧାନ, ଆଠମଲ୍ଲିକ ବ୍ଲକ୍‌ ଅଧ୍ୟକ୍ଷ ଶ୍ରୀ ଦୁଃଶାସନ ରାଉଳ, ପଶ୍ଚିମ ଓଡ଼ିଶା ବିକାଶ ପରିଷଦର ମୁଖ୍ୟ ନିର୍ବାହୀ ଅଧିକାରୀ ଶ୍ରୀ ଅଜିତ କୁମାର ମିଶ୍ର, ଅନୁଗୋଳ ଜିଲ୍ଲାପାଳ ଶ୍ରୀ ସିଦ୍ଧାର୍ଥ ଶଙ୍କର ସ୍ୱାଇଁଙ୍କ ସମେତ ବହୁ ବରିଷ୍ଠ ଅଧିକାରୀ ଓ ପ୍ରତିନିଧି ଉପସ୍ଥିତ ଥିଲେ ।

Categories
ବିଶେଷ ଖବର ବ୍ୟବସାୟ

ଖୋର୍ଦ୍ଧା ଜିଲ୍ଲାର ଏମ୍‌ଏସ୍‌ଏମ୍‌ଇ କ୍ଷେତ୍ରରେ ରହିଥିବା ସମସ୍ୟା ସମାଧାନ ପାଇଁ ‘ଇଣ୍ଡଷ୍ଟ୍ରି କେୟାର’ ବୈଠକ

ଭୁବନେଶ୍ୱର: ଖୋର୍ଦ୍ଧା ଜିଲ୍ଲାରେ ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ପ୍ରତିଷ୍ଠା ଦିଗରେ ରହିଥିବା ସମସ୍ୟାର ସମାଧାନ ସକାଶେ ଆଜି ଗୀତଗୋବିନ୍ଦ ସଦନଠାରେ ‘ଇଣ୍ଡଷ୍ଟ୍ରି କେୟାର’ ବୈଠକ ଅନୁଷ୍ଠିତ ହୋଇଯାଇଛି। ମୁଖ୍ୟମନ୍ତ୍ରୀଙ୍କ ପ୍ରମୁଖ ପରାମର୍ଶଦାତା ଶ୍ରୀ ଅସିତ କୁମାର ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ବୈଠକରେ ୮୭ ଜଣ ଉଦ୍ୟୋଗୀ ଯୋଗଦେଇ ସେମାନେ ସମ୍ମୁଖୀନ ହେଉଥିବା ସମସ୍ୟାଗୁଡ଼ିକ ସଂପର୍କରେ ମୁହାଁମୁହିଁ ଆଲୋଚନା କରିଥିଲେ ।

ବିଶେଷଭାବେ କୋଭିଡ୍‌ ପରବର୍ତ୍ତୀ ସମୟରେ ପ୍ରଭାବିତ ଉଦ୍ୟୋଗଗୁଡ଼ିକ କିପରି ପୁଣିଥରେ ସ୍ୱାଭାବିକ ଭାବେ କାର୍ଯ୍ୟକ୍ଷମ ହୋଇପାରିବ ସେ ନେଇ ବିଭିନ୍ନ ଦିଗ ଉପରେ ଆଲୋଚନା କରାଯାଇଥିଲା। ଉଦ୍ୟୋଗ ନିମନ୍ତେ ଆବଶ୍ୟକତା ରହୁଥିବା ବିଦ୍ୟୁତ ଯୋଗାଣ, ବ୍ୟାଙ୍କଋଣ, ଅନ୍ତଃକରଣର ବିକାଶ ପ୍ରଭୃତି ସମ୍ବନ୍ଧରେ ବ୍ୟକ୍ତିଗତ ଭାବେ ଉଦ୍ୟୋଗୀମାନଙ୍କ ସହ କଥାବାର୍ତ୍ତା କରି ସମସ୍ୟାର ସମାଧାନ କରାଯାଇଥିଲା।

ଏହା ବ୍ୟତିତ ଅନ୍ୟାନ୍ୟ ସମସ୍ୟାଗୁଡ଼ିକ ଉପରେ ମଧ୍ୟ ଦୃଷ୍ଟି ନିକ୍ଷେପ କରାଯାଇଥିଲା। ଆଜିର ଏହି ବୈଠକରେ ଏମ୍‌ଏସ୍‌ଏମ୍‌ଇ ବିଭାଗ ପ୍ରମୁଖ ଶାସନ ସଚିବ ଶ୍ରୀମତୀ ରଞ୍ଜନା ଚୋପ୍ରା, ଇଡ୍‌କୋର ପରିଚାଳନା ନିର୍ଦ୍ଦେଶକ ଶ୍ରୀ ଭୂପେନ୍ଦ୍ର ସିଂ ପୁନିଆ, ଶ୍ରମ କମିଶନର ଶ୍ରୀ ତିରୁମାଲା ନାଏକ, ଏମ୍‌ଏସ୍‌ଏମ୍‌ଇ ବିଭାଗର ବରିଷ୍ଠ ଅଧିକାରୀ ରାଜ୍ୟସ୍ତରୀୟ ବ୍ୟାଙ୍କର୍ସ କମିଟି ସଦସ୍ୟ ଉପସ୍ଥିତ ଥିବାବେଳେ ଶିଳ୍ପ ନିର୍ଦ୍ଦେଶକ ମହମ୍ମଦ ସାଦ୍ଦିକ ଆଲାମ୍‌ ଏହି କାର୍ଯ୍ୟକ୍ରମର ସଂଯୋଜନା କରିଥିଲେ। ପୂର୍ବରୁ ଅନୁରୂପ କାର୍ଯ୍ୟକ୍ରମ ୧୫ଟି ଜିଲ୍ଲାରେ ଅନୁଷ୍ଠିତ ହୋଇସାରିଛି।

Categories
ଆଜିର ଖବର ରାଜ୍ୟ ଖବର

ନୂଆପଡ଼ା ଜିଲ୍ଲା ଗସ୍ତରେ ପଶ୍ଚିମ ଓଡ଼ିଶା ବିକାଶ ପରିଷଦର ଅଧ୍ୟକ୍ଷ, ଗ୍ରାମାଞ୍ଚଳ ଅର୍ଥନୀତି ଉପରେ ଗୁରୁତ୍ବ

ଭୁବନେଶ୍ୱର: ଗ୍ରାମାଞ୍ଚଳରେ ଅର୍ଥନୀତିର ଉନ୍ନତି ସକାଶେ କୁକୁଡ଼ା ପାଳନ ପ୍ରମୁଖ ବେଉସା ହୋଇପାରିବ ବୋଲି ପଶ୍ଚିମ ଓଡ଼ିଶା ବିକାଶ ପରିଷଦର ଅଧ୍ୟକ୍ଷ ତଥା ମୁଖ୍ୟମନ୍ତ୍ରୀଙ୍କ ପ୍ରମୁଖ ପରାମର୍ଶଦାତା ଶ୍ରୀ ଅସିତ କୁମାର ତ୍ରିପାଠୀ ପଶ୍ଚିମ ଓଡ଼ିଶା ଗସ୍ତରେ ନୂଆପଡ଼ାଠାରେ ଏହା ପ୍ରକାଶ କରିଛନ୍ତି । ବିଶେଷ ଭାବେ ନୂଆପଡ଼ା ଜିଲ୍ଲା ଏ କ୍ଷେତ୍ରରେ ଅଧିକ ଲାଭାନ୍ୱିତ ହୋଇପାରିବ ବୋଲି ସେ ମତବ୍ୟକ୍ତ କରିଛନ୍ତି ।

ନୂଆପଡ଼ା ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷଠାରେ ଆୟୋଜିତ ସମୀକ୍ଷା ବୈଠକରେ ଶ୍ରୀ ତ୍ରିପାଠୀ ଜିଲ୍ଲାରେ କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟକ୍ରମର ସମୀକ୍ଷା କରିଥିଲେ । ମରୁଡ଼ି ପ୍ରପୀଡ଼ିତ ନୂଆପଡ଼ା ଜିଲ୍ଲାରେ ପୂର୍ବାପେକ୍ଷା ଏବେ ଅନେକ ପରିବର୍ତ୍ତନ ଆସିଛି । ଜିଲ୍ଲାରେ କୃଷି, ଗମନାଗମନ, ଟେଲି ଯୋଗାଯୋଗ, ବିଦ୍ୟୁତ ଯୋଗାଣ, ଶିକ୍ଷା, ସ୍ୱାସ୍ଥ୍ୟ ପ୍ରଭୃତି କ୍ଷେତ୍ରରେ ଅନେକ ବିକାଶ ହୋଇଛି ।

ବିଶେଷ ଭାବେ ସ୍ଥାନୀୟ ମୃର୍ତ୍ତିକା କପାଚାଷ ପାଇଁ ପ୍ରକୃଷ୍ଟ ଥିବାବେଳେ ଜିଲ୍ଲାରେ ବର୍ତ୍ତମାନ ୪୬ଟି କୁକୁଡ଼ା ଫାର୍ମ ଗଢ଼ି ଉଠିଥିବା ଏକ ଭଲ ଖବର ବୋଲି ସେ କହିଥିଲେ । ତା’ଛଡ଼ା ଉଦ୍ୟାନକୃଷି, ମାଛଚାଷ, ପ୍ରାଣୀପାଳନ ଆଦି ଗ୍ରାମାଞ୍ଚଳରେ ବସବାସ କରୁଥିବା କ୍ଷୁଦ୍ର ଚାଷୀ, ନାମମାତ୍ର ଚାଷୀଙ୍କ ପାଇଁ ଅର୍ଥକରୀ ବେଉସା ହୋଇପାରିବ । ସେହିପରି ସୂର୍ଯ୍ୟମୁଖୀ ଚାଷକୁ ବ୍ୟାପକ ଭାବେ କରିବା ପାଇଁ ସ୍ଥାନୀୟ ଚାଷୀଙ୍କୁ ଉତ୍ସାହିତ କରିବା ପାଇଁ ସେ ଉଦ୍ୟାନକୃଷି ବିଭାଗକୁ ପ୍ରବର୍ତ୍ତାଇଥିଲେ । ଏବେ ଜୈବିକ ଫସଲ ବିକ୍ରିବଟାର ଚାହିଦା ରହିଥିବା ହେତୁ ଚାଷୀଙ୍କୁ ଏ ଦିଗରେ ପ୍ରୋତ୍ସାହିତ କରାଯିବାର ଆବଶ୍ୟକତା ଉପରେ ସେ ଗୁରୁତ୍ୱାରୋପ କରିଥିଲେ ।

ମାଣ୍ଡିଆ ଚାଷର ଭଲ ରେକର୍ଡ ଥିବା ହେତୁ ନୂଆପଡ଼ା ଜିଲ୍ଲାରେ ମାଣ୍ଡିଆ ପ୍ରକ୍ରିୟାକରଣ ଉପରେ ଧ୍ୟାନ କେନ୍ଦ୍ରିତ କରାଯାଉଥିବା ସେ ପ୍ରକାଶ କରିଥିଲେ । ବିଜୁ ଏକ୍ସପ୍ରେସ୍‌ େୱ ଜିଲ୍ଲା ପାଇଁ ବରଦାନ ପାଲଟିବ । ଏହି ରାସ୍ତାର ଉଭୟ ପାଶ୍ୱର୍ରେ ଏମ୍‌ଏସ୍‌ଏମ୍‌ଇ ପାର୍କ, ଶିଳ୍ପାଞ୍ଚଳ ଗଢ଼ିଉଠିଲେ ଜିଲ୍ଲାର ଅର୍ଥନୀତିରେ ପ୍ରଭୂତ ଉନ୍ନତି ସାଧନ ହେବା ସହିତ ସ୍ଥାନୀୟ ଲୋକେ କର୍ମସଂସ୍ଥାନ ପାଇପାରିବେ ବୋଲି ସେ ଉଲ୍ଲେଖ କରିଥିଲେ । ଏଥିପାଇଁ କେତେକ ଗଠନମୂଳକ କାର୍ଯ୍ୟକ୍ରମ ହାତକୁ ନିଆଯାଇ ଇଡ୍‌କୋ ତରଫରୁ ୧୦ଟି ସ୍ଥାନ ଚିହ୍ନଟ କରାଯାଇଥିବା ସେ ଦର୍ଶାଇଥିଲେ ।

ଜିଲ୍ଲାରେ ପର୍ଯ୍ୟଟନର ପର୍ଯ୍ୟାପ୍ତ ସୁଯୋଗ ରହିଥିବାରୁ ଏସବୁ ସ୍ଥାନଗୁଡ଼ିକର ଭିତ୍ତିଭୂମି ବିକାଶକୁ ପ୍ରାଧାନ୍ୟ ଦିଆଯାଇଛି । ଜିଲ୍ଲାକୁ ବାହାର ପର୍ଯ୍ୟଟକ କିପରି ଆସିପାରିବେ ସେଥିପାଇଁ ଅନେକ ପଦକ୍ଷେପ ନିଆଯାଉଥିବା ସେ କହିଥିଲେ । ପତୋରା ଡ୍ୟାମ୍‌ଠାରେ ନେଚର କ୍ୟାମ୍ପ୍‌ ପ୍ରତିଷ୍ଠା ଏବଂ ତିଖାଲିଠାରେ ବୋଟିଂ ସୁବିଧା ଯୋଗାଇ ଦିଆଯିବ ବୋଲି ସେ ସାମ୍ବାଦିକମାନଙ୍କୁ କହିଥିଲେ । ଏଥି ପାଇଁ ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ତରଫରୁ ଆବଶ୍ୟକୀୟ ପାଣ୍ଠିର ବ୍ୟବସ୍ଥା କରାଯିବ ବୋଲି ସେ ପ୍ରତିଶ୍ରୁତି ଦେଇଥିଲେ ।

ତାଙ୍କର ଗସ୍ତ କାଳରେ ସେ ବିଜୁ ଏକ୍ସପ୍ରେସ୍‌ ୱେ ନିର୍ମାଣର ଅଗ୍ରଗତି ପରିଦର୍ଶନ କରିବା ସହ ତିଖାଲି ଲୋୟର ଇନ୍ଦ୍ର ଜଳସେଚନ ପ୍ରକଳ୍ପ, ସେଠାରେ ଥିବା ୱାଚ୍‌ ଟାୱାର, ସ୍ପିଲ୍‌ୱେ, ଡ୍ୟାମ୍‌ହେଡ୍‌, ଉଦ୍ୟାନ ପ୍ରଭୃତି ବୁଲି ଦେଖିଥିଲେ । ପରେ ସେ ଖଡ଼ିଆଳ ନିକଟସ୍ଥ ବାଦୀଗାଆଁଠାରେ ନିର୍ମିତ ସରକାରୀ ଆଇଟିଆଇ ପରିଦର୍ଶନ କରିଥିଲେ । ତାଙ୍କ ଗସ୍ତ ସମୟରେ ସେ ସ୍ଥାନୀୟ ଚାଷୀ, ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟାମାନଙ୍କ ସହ ଆଲୋଚନା କରି ସ୍ଥାନୀୟ ସମସ୍ୟାଗୁଡ଼ିକ ସଂପର୍କରେ ଅବଗତ ହୋଇଥିଲେ । ତାଙ୍କର ଏହି ଚାରିଦିନିଆ ଗସ୍ତରେ ସେ ସମ୍ବଲପୁର, ବରଗଡ଼ ଓ ନୂଆପଡ଼ାର ବିଭିନ୍ନ ସ୍ଥାନ ପରିଦର୍ଶନ କରିଛନ୍ତି ।

Categories
ବିଶେଷ ଖବର ବ୍ୟବସାୟ

ପାରାଦ୍ୱୀପର ପ୍ଲାଷ୍ଟିକ୍‌ ପାର୍କ ପରିଦର୍ଶନ କଲେ ରାଜ୍ୟ ସରକାରଙ୍କ ଏକ ଉଚ୍ଚସ୍ତରୀୟ ଟିମ୍‌

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀଙ୍କ ପ୍ରମୁଖ ପରାମର୍ଶଦାତା ତଥା ପଶ୍ଚିମ ଓଡ଼ିଶା ବିକାଶ ପରିଷଦର ଅଧ୍ୟକ୍ଷ ଶ୍ରୀ ଅସିତ କୁମାର ତ୍ରିପାଠୀଙ୍କ ନେତୃତ୍ୱରେ ଏକ ଉଚ୍ଚସ୍ତରୀୟ ଟିମ୍‌ ଦୁଇଦିନିଆ ଜଗତସିଂହପୁର ଜିଲ୍ଲା ଗସ୍ତରେ ପାରାଦ୍ୱୀପ ଯାଇ ଆଜି ସିଜୁଠାରେ ଇଡ଼୍‌କୋ ଲ୍ୟାଣ୍ଡ ଏବଂ ପ୍ଲାଷ୍ଟିକ୍‌ ପାର୍କ ପରିଦର୍ଶନ କରିଥିଲେ ।

ଏହି ଟିମ୍‌ ପାରାଦ୍ୱୀପର ଅଫିସର୍ସ କ୍ଲବ୍‌ଠାରେ ଜଗତସିଂହପୁର ଜିଲ୍ଲା ପ୍ରଶାସନ ଓ ଇଡ୍‌କୋ ଦ୍ୱାରା ଶିଳ୍ପ ସଂସ୍ଥା କର୍ମକର୍ତ୍ତା, ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗର ଉଦ୍ୟୋଗୀମାନଙ୍କ ସହିତ ଆୟୋଜିତ ବୈଠକରେ ଯୋଗଦେଇଥିଲେ । ପାରାଦ୍ୱୀପ ତଥା ଜଗତସିଂହପୁର ଜିଲ୍ଲାରେ ଥିବା ବୃହତ୍‌ ଶିଳ୍ପ, ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ଶିଳ୍ପ ସଂସ୍ଥାରେ ଥିବା ବିଭିନ୍ନ ମୌଳିକ ସମସ୍ୟା ଓ ଏହାର ସମାଧାନ ନିମନ୍ତେ ଶିଳ୍ପସଂସ୍ଥା କର୍ମକର୍ତ୍ତା, ସରକାରୀ ବିଭାଗୀୟ ଅଧିକାରୀମାନଙ୍କ ସହିତ ବ୍ୟାପକ ଆଲୋଚନା କରାଯାଇ ସମସ୍ୟାର ସମାଧାନ ନିମନ୍ତେ ପଦକ୍ଷେପ ଗ୍ରହଣ କରାଯାଇଥିଲା । ଏଥିରେ ବୃହତ୍‌ ଶିଳ୍ପ ସଂସ୍ଥାମାନଙ୍କରେ ଥିବା ବିଭିନ୍ନ ସମସ୍ୟା ସଂପର୍କରେ ମଧ୍ୟ ଆଲୋଚନା ହୋଇଥିଲା ।

ଏହି ବୈଠକରେ ଶିଳ୍ପ ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀ ହେମନ୍ତ କୁମାର ଶର୍ମା ଏହି ଗସ୍ତର ଆଭିମୁଖ୍ୟ ସଂପର୍କରେ କହିଥିଲେ । ପରେ ଜିଲ୍ଲାସ୍ତରୀୟ କୃଷି ଅଧିକାରୀ, ମତ୍ସ୍ୟ ଓ ପ୍ରାଣୀସଂପଦ ଅଧିକାରୀ ଓ ପର୍ଯ୍ୟଟନ ଅଧିକାରୀଙ୍କ ସହ ଆଲୋଚନା ହୋଇଥିଲା । ଅପରାହ@ରେ ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗର ଶିଳ୍ପୋଦ୍ୟୋଗୀମାନଙ୍କ ସହିତ ବିଭିନ୍ନ ସମସ୍ୟା ଓ ଏହାର ସମାଧାନ ସଂପର୍କରେ ପାରସ୍ପରିକ ଆଲୋଚନା ହୋଇଥିଲା ।

ବୈଠକରେ ଏମ୍‌ଏସ୍‌ଏମ୍‌ଇ ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀ ସତ୍ୟବ୍ରତ ସାହୁ ଯୋଗଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ । ପରେ ଆୟୋଜିତ ସମ୍ବାଦଦାତା ସମ୍ମିଳନୀରେ ଯୋଗଦେଇ ମୁଖ୍ୟମନ୍ତ୍ରୀଙ୍କ ପ୍ରମୁଖ ପରାମର୍ଶଦାତା ଶ୍ରୀ ତି୍ରପାଠୀ କହିଲେ ଯେ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ କ୍ରମେ ଓଡ଼ିଶାର ଶିଳ୍ପ କ୍ଷେତ୍ରର ବିକାଶ ପାଇଁ ତାଙ୍କ ଅଧ୍ୟକ୍ଷତାରେ ପ୍ରମୁଖ ଶାସନ ସଚିବ, ଏମ୍‌ଏସ୍‌ଏମ୍‌ଇ, ପ୍ରମୁଖ ଶାସନ ସଚିବ ଶିଳ୍ପ ବିଭାଗ, ଶିଳ୍ପ ନିର୍ଦ୍ଦେଶକ, ଏମ୍‌ଡି ଇପିକଲ୍‌, ଏମ୍‌ଡି ଇଡ୍‌କୋଙ୍କକୁ ନେଇ ଗଠିତ ଟିମ୍‌ ସହିତ ବୃହତ୍‌, ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ କର୍ମକର୍ତ୍ତାଙ୍କ ସହ ପାରସ୍ପରିକ ଆଲୋଚନା ହୋଇଛି ।

ପାରାଦ୍ୱୀପ ଭାରତବର୍ଷର ପୁରାତନ ଦ୍ୱିତୀୟ ବୃହତ୍ତମ ବନ୍ଦର ଏବଂ ଦେଶର ପ୍ରଗତିର ମୁଖଶାଳା । ପାରାଦ୍ୱୀପଠାରେ ଇଫ୍‌କୋ, ପିପିଏଲ୍‌ ଭଳି ବୃହତ୍‌ ଶିଳ୍ପସଂସ୍ଥାର ବ୍ୟାପକ ପ୍ରସାରଣ ହେବାକୁ ଯାଉଛି । ଆଗକୁ ଜେ.ଏସ୍‌.ଡବ୍ଲୁ୍ୟର ଷ୍ଟିଲ୍‌ ପ୍ଲାଣ୍ଟ, ଏସାର ଭଳି ବୃହତ୍‌ ପ୍ରକଳ୍ପ ସହିତ ଆର୍ସେଲ ମିତଲ୍‌ର ମେଗା ପ୍ରକଳ୍ପ ପ୍ରତିଷ୍ଠା ହେବାକୁ ଯାଉଛି । ଓଡ଼ିଶା ସରକାରଙ୍କ ତରଫରୁ ପ୍ରମୁଖ ଶିଳ୍ପ ସଂସ୍ଥାମାନଙ୍କ ପାଇଁ ଜମି ଓ ବିଦୁ୍ୟତ ଯୋଗାଣ, ଜଳଯୋଗାଣ, ଗମନାଗମନ କ୍ଷେତ୍ରରେ ବ୍ୟାପକ ଉନ୍ନତି କରାଯିବ । ଶିଳ୍ପସଂସ୍ଥାମାନଙ୍କ ଦ୍ୱାରା ରାଜ୍ୟ ଓ ଦେଶର ଅର୍ଥନୀତିରେ ବିକାଶ ହେବ ।

ଏହି ବୈଠକରେ ଶିଳ୍ପ ନିର୍ଦ୍ଦେଶକ ମହମ୍ମଦ ସିଦ୍ଦିକ୍‌ ଆଲାମ୍‌, ଇପିକଲ୍‌ ଏମ୍‌ଡି ଶ୍ରୀ ଭୂପେନ୍ଦ୍ର ସିଂହ ପୁନିଆ, ଜଗତସିଂହପୁର ଜିଲ୍ଲାପାଳ ଶ୍ରୀମତୀ ପାରୁଲ ପଟୱାରୀ ପ୍ରମୁଖ ଯୋଗଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ । ଗତକାଲି ସନ୍ଧ୍ୟାରେ ଶ୍ରୀ ତି୍ରପାଠୀ ପାରାଦ୍ୱୀପ ପୋର୍ଟ ଟ୍ରଷ୍ଟ ଅଧ୍ୟକ୍ଷ ଓ ଭାରତୀୟ ତୈଳ ନିଗମ କର୍ତ୍ତୃପକ୍ଷଙ୍କ ସହ ବୈଠକରେ ଯୋଗଦେଇଥିଲେ ।

Categories
ବିଶେଷ ଖବର ବ୍ୟବସାୟ

ଆଜି ଆରମ୍ଭ ହେବ ଏଗ୍ରି-କନ୍‌କ୍ଲେଭ୍‌ ୨୦୨୧, ଯୋଗଦେବେ ନାମୀଦାମୀ ୫୦ଟି କଂପାନୀ

ଭୁବନେଶ୍ୱର:  ଲୋକସେବା ଭବନସ୍ଥିତ ନୂତନ କନ୍‌ଭେନ୍‌ସନ୍‌ ହଲଠାରେ ଏଗ୍ରି-କନ୍‌କ୍ଲେଭ୍‌ ୨୦୨୧ ଆୟୋଜିତ ହେବ । ଏଥିରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଭିଡ଼ିଓ କନ୍‌ଫରେନ୍ସ ମାଧ୍ୟମରେ ଯୋଗଦେବାର କାର୍ଯ୍ୟକ୍ରମ ସ୍ଥିର କରାଯାଇଛି । ଏହି କନ୍‌କ୍ଲେଭ୍‌ରେ ଦେଶର ଅନେକ ବଡ଼ ବଡ଼ କମ୍ପାନୀ ଯୋଗଦେବେ ।

ଏ ନେଇ ମୁଖ୍ୟମନ୍ତ୍ରୀଙ୍କ ପ୍ରମୁଖ ପରାମର୍ଶଦାତା ତଥା ପଶ୍ଚିମ ଓଡ଼ିଶା ବିକାଶ ପରିଷଦର ଅଧ୍ୟକ୍ଷ ଶ୍ରୀ ଅସିତ କୁମାର ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ଆୟୋଜିତ ବୈଠକରେ ୫୦ଟି ବଡ଼ କମ୍ପାନୀ ଅଂଶଗ୍ରହଣ ପାଇଁ ସ୍ୱୀକୃତି ପ୍ରଦାନ କରିଥିବାବେଳେ ୨୪ଟି କମ୍ପାନୀ ଅନ୍‌ଲାଇନ୍‌ ମାଧ୍ୟମରେ ନାମ ପଂଜୀକୃତ କରିସାରିଥିବା ଜଣାପଡ଼ିଛି । ଏଥି ସହିତ ୪୧ଟି ସଂସ୍ଥା ୱେବଲିଙ୍କ୍‌ ଯୋଗେ ତାଙ୍କର ଯୋଗଦାନର ସ୍ୱୀକୃତି ଦେଇଥିବା ପ୍ରକାଶ ।

ଓଡ଼ିଶାରେ କାର୍ଯ୍ୟ କରୁଥିବା ସମସ୍ତ କୃଷିଭିତ୍ତିକ କମ୍ପାନୀ ଏଥିରେ ଅଂଶଗ୍ରହଣ କରିବେ ବୋଲି ଇପିକଲ ତରଫରୁ କୁହାଯାଇଛି । ଏହି କାର୍ଯ୍ୟକ୍ରମର ଉଦ୍‌ଘାଟନୀ ଉତ୍ସବକୁ ସିଧା ପ୍ରସାରଣ ନିମନ୍ତେ ସୂଚନା ଓ ଲୋକସଂପର୍କ ବିଭାଗକୁ ଦାୟିତ୍ୱ ଦିଆଯାଇଛି । ଏହାକୁ ଫେସ୍‌ବୁକ୍‌ ମାଧ୍ୟମରେ ସିଧା ପ୍ରସାରଣ କରାଯିବ । ଉଦ୍‌ଘାଟନୀ ଉତ୍ସବରେ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା କୃଷି ଜ୍ଞାନ ପତି୍ରକାର ଉନ୍ମୋଚନ କରାଯିବ ।

କାର୍ଯ୍ୟକ୍ରମର ଦ୍ୱିତୀୟାର୍ଦ୍ଧରେ ସର୍ବମୋଟ ଚାରୋଟି ବିଜିନେସ୍‌ ସେସନ୍‌ ରହିବ । ଏଥିରେ କୃଷିର ବିଭିନ୍ନ ଦିଗ ଉପରେ ପୃଥକ ପୃଥକ୍‌ ଭାବେ ଅଧିବେଶନ ଆୟୋଜିତ ହୋଇ ଫଳପ୍ରଦ ଆଲୋଚନା କରାଯିବା ନିର୍ଦ୍ଧାରଣ କରାଯାଇଛି ।

ଏହି ସମୀକ୍ଷା ବୈଠକରେ ଅନ୍ୟମାନଙ୍କ ମଧ୍ୟରେ କୃଷି ସଚିବ ଶ୍ରୀ ସୁରେଶ କୁମାର ବଶିଷ୍ଠ, ମତ୍ସ୍ୟ ଓ ପ୍ରାଣୀସଂପଦ ବିକାଶ ସଚିବ ଶ୍ରୀ ଆର୍‌. ରଘୁପ୍ରସାଦ, ସମବାୟ ସଚିବ ଶ୍ରୀ ବୀରବିକ୍ରମ ଯାଦବ, ଇପିକଲ୍‌ର ପରିଚାଳନା ନିର୍ଦ୍ଦେଶକ ଶ୍ରୀ ଭୂପେନ୍ଦ୍ର ସିଂହ ପୁନିଆ, କୃଷି ନିର୍ଦ୍ଦେଶକ ଡ. ଏମ୍‌. ମୁଥୁକୁମାର, ପଶ୍ଚିମ ଓଡ଼ିଶା ବିକାଶ ପରିଷଦର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀପ୍ରେମଚନ୍ଦ୍ର ଚୌଧାରୀ, କୃଷି ବିଭାଗ ସ୍ୱତନ୍ତ୍ର ସଚିବ ଶ୍ରୀ ମନ୍ମଥ କୁମାର ପାଣି ପ୍ରମୁଖ ଯୋଗଦେଇଥିଲେ ।