Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ଅଧ୍ୟକ୍ଷଙ୍କ ଆଠମଲ୍ଲିକ ଗସ୍ତ, ବିଭିନ୍ନ ପ୍ରକଳ୍ପର କଲେ ଶିଳାନ୍ୟାସ
ଆଜିର ଖବର

ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ଅଧ୍ୟକ୍ଷଙ୍କ ଆଠମଲ୍ଲିକ ଗସ୍ତ, ବିଭିନ୍ନ ପ୍ରକଳ୍ପର କଲେ ଶିଳାନ୍ୟାସ

August 2, 2022No Comments2 Mins Read
Share Facebook Twitter LinkedIn Email WhatsApp Copy Link
ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ଅଧ୍ୟକ୍ଷଙ୍କ ଆଠମଲ୍ଲିକ ଗସ୍ତ, ବିଭିନ୍ନ ପ୍ରକଳ୍ପର କଲେ ଶିଳାନ୍ୟାସ

ଭୁବନେଶ୍ୱର: ପଶ୍ଚିମ ଓଡ଼ିଶା ବିକାଶ ପରିଷଦର ଅଧ୍ୟକ୍ଷ ତଥା ମୁଖ୍ୟମନ୍ତ୍ରୀଙ୍କ ପ୍ରମୁଖ ପରାମର୍ଶଦାତା ଶ୍ରୀ ଅସିତ କୁମାର ତ୍ରିପାଠୀ ଅନୁଗୋଳ ଜିଲ୍ଲାର ଆଠମଲ୍ଲିକ ଅଞ୍ଚଳ ଗସ୍ତ କରି ସେଠାରେ ବିଭିନ୍ନ ବିକାଶମୂଳକ ପ୍ରକଳ୍ପଗୁଡ଼ିକୁ ବୁଲି ଦେଖିଛନ୍ତି। ଏଥି ସହିତ ସେ କେତେକ ପ୍ରକଳ୍ପର ଶିଳାନ୍ୟାସ କରିଛନ୍ତି, ସେଥିରେ ଆଠମଲ୍ଲିକଠାରେ ବହୁପ୍ରତିକ୍ଷିତ ପ୍ରେକ୍ଷାଳୟର ଶିଳାନ୍ୟାସ ଅନ୍ତର୍ଭୁକ୍ତ।

ଏହା ଆଗାମୀ ଦିନରେ ସାମାଜିକ ଓ ସାଂସ୍କୃତିକ କାର୍ଯ୍ୟକ୍ରମ ସକାଶେ ଏକ ପ୍ରମୁଖ କେନ୍ଦ୍ର ଭାବେ ପରିଗଣିତ ହେବ। ବହୁଦିନରୁ ଏଥି ପାଇଁ ସ୍ଥାନୀୟ ଜନସାଧାରଣ ଦାବି କରିଆସୁଥିଲେ। ତା’ପରେ ମଞ୍ଜୋରଠାରେ ୨ କୋଟି ଟଙ୍କା ବ୍ୟୟ ଅଟକଳରେ ନିର୍ମିତ ହେବାକୁ ଥିବା ମଞ୍ଜୋର ଇକୋ-ପାର୍କର ଶିଳାନ୍ୟାସ କରାଯାଇଥିଲା।

ଏହି ଅବସରରେ ସେ ସେଠାରେ ଉପସ୍ଥିତ ଜନସାଧାରଣଙ୍କୁ ଉଦ୍‌ବୋଧନ ଦେଇ ଏହି ଇକୋ-ପାର୍କର ସ୍ଥାନୀୟ ଲୋକଙ୍କ ସାମାଜିକ-ଆର୍ଥିକ ବିକାଶ ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ନେବା ସହ ଆଗାମୀ ଦିନରେ ଏହା ଏକ ଗୁରୁତ୍ୱପୂର୍ଣ୍ଣ ପର୍ଯ୍ୟଟନସ୍ଥଳୀ ଭାବେ ବିକଶିତ ହୋଇପାରିବ ବୋଲି କହିଥିଲେ। ଏହା ସ୍ଥାନୀୟ ଲୋକଙ୍କୁ ନୂଆ ଜୀବିକା ସୃଷ୍ଟିର ସୁଯୋଗ ପ୍ରଦାନ କରିବ।

ଏହାପରେ ଶ୍ରୀ ତ୍ରିପାଠୀ ମଞ୍ଜୋରସ୍ଥିର ମଧ୍ୟମ ଜଳସେଚନ ପ୍ରକଳ୍ପକୁ ସ୍ଥାନୀୟ ବିଧାୟକ ଶ୍ରୀ ରମେଶ ଚନ୍ଦ୍ର ସାଏ, ଜଳସେଚନ ବିଭାଗ ମୁଖ୍ୟଯନ୍ତ୍ରୀ, ଜିଲ୍ଲାପାଳ ଅନୁଗୋଳ ଏବଂ ଅନ୍ୟାନ୍ୟ ବରିଷ୍ଠ ଅଧିକାରୀଗଣଙ୍କ ଗହଣରେ ବୁଲି ଦେଖିଥିଲେ। ପରେ ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ପ୍ରଦତ୍ତ ଅର୍ଥରେ ନିର୍ମିତ କିଶୋର ନଗର ଯୁକ୍ତ-୩ ଡିଗ୍ରୀ ମହାବିଦ୍ୟାଳୟର ନବନିର୍ମିତ ଉପରମହଲା ଶ୍ରେଣୀ ଗୃହର ଶୁଭ ଉଦ୍‌ଘାଟନ କରିଥିଲେ।

ଏଥି ସହିତ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ପ୍ରକାରେ ଆଠମଲ୍ଲିକ ଉପଖଣ୍ଡର ୩ଟି ମହାବିଦ୍ୟାଳୟ ଏବଂ ୧୩ଟି ଉଚ୍ଚବିଦ୍ୟାଳୟ ନାମରେ ପ୍ରସ୍ତୁତ ଜମିପଟ୍ଟା ସଂପୃକ୍ତ ଅନୁଷ୍ଠାନଗୁଡ଼ିକୁ ପ୍ରଦାନ କରାଯାଇଥିଲା।

ଏହି ଗସ୍ତର ବିଭିନ୍ନ କାର୍ଯ୍ୟକ୍ରମରେ ବିଧାୟକ ଶ୍ରୀ ରମେଶ ଚନ୍ଦ୍ର ସାଏ, ଜିଲ୍ଲା ପରିଷଦ ଅଧ୍ୟକ୍ଷା ଶ୍ରୀମତୀ ବବିତା ପ୍ରଧାନ, ଆଠମଲ୍ଲିକ ବ୍ଲକ୍‌ ଅଧ୍ୟକ୍ଷ ଶ୍ରୀ ଦୁଃଶାସନ ରାଉଳ, ପଶ୍ଚିମ ଓଡ଼ିଶା ବିକାଶ ପରିଷଦର ମୁଖ୍ୟ ନିର୍ବାହୀ ଅଧିକାରୀ ଶ୍ରୀ ଅଜିତ କୁମାର ମିଶ୍ର, ଅନୁଗୋଳ ଜିଲ୍ଲାପାଳ ଶ୍ରୀ ସିଦ୍ଧାର୍ଥ ଶଙ୍କର ସ୍ୱାଇଁଙ୍କ ସମେତ ବହୁ ବରିଷ୍ଠ ଅଧିକାରୀ ଓ ପ୍ରତିନିଧି ଉପସ୍ଥିତ ଥିଲେ ।

ଅସିତ କୁମାର ତ୍ରିପାଠୀ ପଶ୍ଚିମ ଓଡ଼ିଶା ବିକାଶ ପରିଷଦର ଅଧ୍ୟକ୍ଷ
Share. Facebook Twitter LinkedIn Email WhatsApp Copy Link

Related Posts

ଅଳ୍ପକେ ପରାଜୟରୁ ବଞ୍ଚିଲା ଭାରତ: ଶେଷ ଓଭରରେ ଜାପାନ ଠାରୁ ଜିତିଲା ଟିମ୍ ଇଣ୍ଡିଆ

September 22, 2026

ଆରମ୍ଭ ହେଲା ବିଧାନସଭାର ମୌସୁମୀ ଅଧିବେଶନ, ଶୋକ ପ୍ରସ୍ତାବ ପରେ ବିରୋଧୀଙ୍କ ହଟ୍ଟଗୋଳ

September 22, 2026

ବିହାର: ଭୂମିହୀନ ପରିବାର ପାଇଁ ଜମି, ଆଜିଠାରୁ ପଞ୍ଚାୟତରେ ସ୍ୱତନ୍ତ୍ର ଶିବିର

September 22, 2026

୯ମ ଶ୍ରେଣୀ ପାଠ୍ୟକ୍ରମ ସଂଶୋଧନ କଲା ଏନସିଇଆରଟି: ପ୍ରକାଶ ପାଇଲା ନୂତନ ଗଣିତ ପୁସ୍ତକ

September 22, 2026
Latest News

ଅଳ୍ପକେ ପରାଜୟରୁ ବଞ୍ଚିଲା ଭାରତ: ଶେଷ ଓଭରରେ ଜାପାନ ଠାରୁ ଜିତିଲା ଟିମ୍ ଇଣ୍ଡିଆ

September 22, 2026

ଆରମ୍ଭ ହେଲା ବିଧାନସଭାର ମୌସୁମୀ ଅଧିବେଶନ, ଶୋକ ପ୍ରସ୍ତାବ ପରେ ବିରୋଧୀଙ୍କ ହଟ୍ଟଗୋଳ

September 22, 2026

ବିହାର: ଭୂମିହୀନ ପରିବାର ପାଇଁ ଜମି, ଆଜିଠାରୁ ପଞ୍ଚାୟତରେ ସ୍ୱତନ୍ତ୍ର ଶିବିର

September 22, 2026

ଏସୀୟ କ୍ରୀଡ଼ାରେ ଇତିହାସ ରଚିଲା ମହିଳା କ୍ରିକେଟ୍ ଦଳ, ଭରତ ପାଇଁ ଜିତିଲା ପ୍ରଥମ ସ୍ୱର୍ଣ୍ଣ

September 22, 2026

ନାଗରିକତା ବିନା ଭୋଟ କିପରି: ସୋନିଆ ଗାନ୍ଧୀଙ୍କ ଉପରେ ବଡ଼ ଆକ୍ରମଣ କଲା ବିଜେପି

September 22, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.